କଟକ : ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜେଡି ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଲା। ଅନୁଭବନଙ୍କ ନାଁରେ ମନଜି ତ ଦାସ ଥାନାରେ ଲିଖିତ ମାନହାନି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସୋଶାଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ଏତଲାରେ IT ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି। ଯେଉଁ ମିଡିଆରେ ଅପପ୍ରଚାର କରିଛନ୍ତି, ସେହିଥିରେ ଅନୁଭବ ଭୁଲ […]
ରାୟଗଡ଼ା : ଚର୍ଚ୍ଚାରେ ଶେଷଖାଲ ଥାନା ଆଇଆଇସି। ଚୋରା ମଦ ବେପାରୀଙ୍କ ପାଇଁ କାଳ ସାଜିଛନ୍ତି ଏହି ମହିଳା ଅଫିସର। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନାର ଆଇଆଇସି ବିଜୟଲକ୍ଷ୍ମୀ ହିକକ୍କାଙ୍କ ସାହସିକତାକୁ ନେଇ ସାରା ଜିଲ୍ଲାରେ ଲାଗି ରହିଛି ଚର୍ଚ୍ଚା। ଶେଷଖାଲ ଆଇଆଇସି ଭାବେ ଦାୟିତ୍ୱ ନେବାପରେ ଚୋରା ମଦବେପାରୀଙ୍କ ଉପରେ ସେ ଘନ ଘନ ଚଢ଼ଉ ଜାରି ରଖିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାରେ ଚୋରା ମଦ କାରବାର ଚାଲିଥିବାବେଳେ ଚଢ଼ଉ କରି ପ୍ରାୟ ୩ ହଜାର ଲିଟର […]
ଧର୍ମଗଡ଼ : ପୁଣି ଥରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ। ଲିଫ୍ଟ ଦେବା ବାହାନାରେ କାର୍ ଭିତରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏହାପରେ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ପୁଲିସ୍। ମିଳିଥିବା ସୂଚନା ମୁତାବକ, ଗତ ୫ ତାରିଖ ଦିନ ଭୁବନେଶ୍ୱରରୁ ଜୟପାଟଣା ଯାଉଥିଲେ ଯୁବତୀ। ସକାଳେ ଭବାନୀପାଟଣାରେ ବସ୍ ରହିଥିଲା, ଏହି ସମୟରେ ଯୁବତୀ ଶୌଚାଳୟ ଯାଇଥିଲେ। ତେବେ ଶୌଚାଳୟରୁ ଫେରିବା ପରେ ବସ୍ […]
ବାଲିଗୁଡ଼ା : ପ୍ରଥମେ ପ୍ରେମ, ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଏପରି କିଛି ଅଭିଯୋଗ ନେଇ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଜଣେ ଡାକ୍ତରାଣୀ । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ଜଣେ ଡାକ୍ତରାଣୀ ସେହି ଜିଲ୍ଲାର ବ୍ଲକ୍ ପ୍ରୋଗାମ୍ ମ୍ୟାନେଜର୍ ଅମୂଲ୍ୟ କୁମାର ପାଣିଗ୍ରାହୀଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ଧରି ଅମୂଲ୍ୟ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରିଛନ୍ତି। ତେବେ ବିବାହ କରିବାକୁ କହିବା […]
ବରଗଡ଼ (ଦୀପକ ଶର୍ମା) : ଇଭିଏମ୍ରେ ସିଲ୍ ହେଲା ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ। ଅପରାହ୍ନ ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନର ୬ ମାସ ପରେ ଏଠାରେ ଉପନିର୍ବାଚନ ହୋଇଥିଲେ ମଧ୍ୟ ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ କିନ୍ତୁ କମିନାହିଁ। ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ରରେ ଭୋଟଙ୍କ ଭିଡ଼ ଲାଗି ରହିଥିଲା। ହାତରେ ପରିଚୟପତ୍ର ଧରି ଲମ୍ବାଲାଇନ୍ରେ ମତଦାତା ଯୁବ, ମହିଳା ଓ […]
ଭୁବନେଶ୍ୱର : ଏଥର ଦୀପାବଳିକୁ ଫିକା କରିପାରେ ବର୍ଷା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଦୀପାବଳି ସମୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ଏହି ଘର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ। ଯାହାର ପ୍ରଭାବରେ ଆସନ୍ତା ୨୩ରୁ୨୫ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖରେ ଦକ୍ଷିଣ ଓଡ଼ିଶା […]
ଭୁବନେଶ୍ୱର : ଅବଢ଼ା ସ୍କିମରେ ପୁରୀରେ ୩ ବର୍ଷରେ ଖର୍ଚ୍ଚ ହେବ ୩ ହଜାର ୨୦୮ କୋଟି। ଚଳିତ ବର୍ଷ ଅବଢ଼ା ସ୍କିମ୍ରେ ଖର୍ଚ୍ଚ ହେବ ୭୧୯ କୋଟି ଟଙ୍କା। ଏହି ଯୋଜନାରେ ୩ ବର୍ଷରେ ୧୫ଟି ପ୍ରକଳ୍ପ କାର୍ଯ୍ୟ କରିବ। ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥି ସହ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଓ […]
ନାରାୟଣପାଟଣା : ହାଟ ସଉଦା କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ଫଳରେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ସନ୍ଧ୍ୟାବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ନକ୍ସଲ ପ୍ରବଣ ଲକ୍ଷ୍ମୀପୁରରେ ଘଟିଛି। ଲକ୍ଷ୍ମୀପୁର ବ୍ଲକ ବିରିଗୁଡା ଓ କୋଡିଙ୍ଗା ଗାଁର କେତେକ ଲୋକ କାକିରିଗୁମା ସାପ୍ତାହିକ ହାଟକୁ ଯାଇଥିଲେ। ହାଟ ସାରି ୧୪ ଜଣ […]
ଭୁବନେଶ୍ୱର : ଆଡଭୋକେଟ ଦୀପାଳିଙ୍କ ମୃତ୍ୟୁକୁ ନେଇ ଏବେ ଅଡୁଆରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ର। ମୃତ୍ୟୁର ୩ ଦିନ ପରେ ବି ବିକ୍ରମ ଫେରାର ଥିବାରୁ ତାଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ସେପଟେ ବିକ୍ରମଙ୍କ ସହ ଦୀପାଳିଙ୍କ ପ୍ରେମ କଥା ପରିବାର ଲୋକେ ମଧ୍ୟ ଜାଣିନଥିବା ବିକ୍ରମଙ୍କ ମାଆ କହିଛନ୍ତି । ଲେଡି ଆଡଭୋକେଟ ଦୀପାଳୀ ପ୍ରିୟଦର୍ଶିନୀ ଜେନାଙ୍କ ମୃତ୍ୟୁକୁ ନେଇ ଦୀପାଳିଙ୍କ ବୟଫ୍ରେଣ୍ଡ ବିକ୍ରମ ମିଶ୍ରଙ୍କ ଅଡୁଆ ବଢିଛି। […]
ଭୁବନେଶ୍ୱର : ପୁଣି ଭୁବନେଶ୍ୱରରେ ହସ୍ପିଟାଲ୍ ଓ ସପିଂ ମଲ୍କୁ ବିଡିଏର ନୋଟିସ୍। ଏଥର ବେଆଇନ ଫାର୍କିଂ ଫି’ ଆଦାୟ ବନ୍ଦ କରିବା ସହ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ନକରିବାକୁ ତାଗିଦ କରିଛନ୍ତି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ।ଏଥିପାଇଁ ୧୪ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଓ ସପିଂ ମଲ୍ ନୋଟିସ୍ ଜାରି କରାଯାଇଛି। ଏଥିସହ ଅନୁମୋଦିତ ବିଲ୍ଡିଂ ପ୍ଲାନ୍ରେ ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନକୁ କେବଳ ପାର୍କିଂ ପାଇଁ ବ୍ୟବହାର କରିବାକୁ ସମସ୍ତ ବ୍ୟବସାୟ […]
ପୁରୀ : ଫନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଦେବାରେ ବଡ଼ ଧରଣର ଘୋଟାଲାର ଗନ୍ଧ। ପ୍ରକୃତ କ୍ଷତିଗ୍ରସ୍ତ ଘର ପାଉ ନଥିବା ବେଳେ ତାଲିକାରେ ସ୍ଥାନ ପାଇଛି ଥିଲାବାଲା ଓ ବଡ଼ବଡ଼ିଆଙ୍କ ନାଁ । ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ବି ଜାଲିଆତି କରି ଆବାସ ହାତେଇଥିବା ଅଭିଯୋଗ ଆସିଛି। ଏମିତିକି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ନିଜ ନାଁକୁ ଆବାସ ଯୋଜନାର ତାଲିକାରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ହିତାଧିକାରୀ ଚୟନରେ ହୋଇଥିବା ଘୋଟାଲାର ମିଳିଛି […]
ବିଜେପୁର : ବିଜେପୁର ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨% ପ୍ରତିଶତ ଭୋଟିଂ ହୋଇଛି। ଏହି ସୂଚନା ଦେଇଛନ୍ତି CEO ଏସ୍.କେ ଲୋହାନି। ଆଜି ବିଜେପୁରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ନିଆଯାଇଛି। ଉପନିର୍ବାଚନରେ ଏଥର ବିଜେପୁର ରଣାଙ୍ଗନରେ ୫ଜଣ ପ୍ରାର୍ଥୀ ଅଛନ୍ତି। ତେବେ ଏଠାରେ ମୋଟାମୋଟି ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି। ଭୋଟ ଗ୍ରହଣ ପାଇଁ ନିର୍ବାଚନ ମଣ୍ଡଳିରେ ୨୮୫ଟି ବୁଥ କରାଯାଇଥିଲା। ସୁରକ୍ଷା ପାଇଁ ୩୩ ପ୍ଲାଟୁନ୍ ଫୋର୍ସ ସହ […]
ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ସ୍ମିତାରାଣୀ ବିଶ୍ୱାଳଙ୍କୁ ବିଜେଡିର ପ୍ରଭାବଶାଳୀ ନେତାମାନେ ଗଣ ଦୁଷ୍କର୍ମ କରି ହତ୍ୟା କଲେ। କିନ୍ତୁ ପରବର୍ତ୍ତୀକାଳରେ ପୁଲିସ ଦୋଷୀଙ୍କୁ ଧରିବା ଜାଗାରେ ତାଙ୍କୁ ଘଣ୍ଟ ଘୋଡ଼ାଉଛି। ତାଙ୍କୁ […]
ସମ୍ୱଲପୁର : ଭିମ୍ସାରରେ ରୋଗୀଙ୍କ ସଂପର୍କୀୟ ଓ ଡ଼ାକ୍ତର ମାଡ଼ ମରାମରି ଘଟଣାରେ ଡାକ୍ତରଙ୍କ ନାଁରେ ମାମଲା ରୁଜୁ। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଏତଲା ଆଧାରରେ ଦଫା ୫୦୬, ୩୨୩, ୩୪୧ ଓ ୩୪(IPC)ରେ ମାମଲା ରୁଜୁ କରିଛି ପୁଲିସ। ଅନ୍ୟପଟେ ଡିଆଇଜି ହିମାଂଶୁ ଲାଲ୍ କହିଛନ୍ତି ଆସନ୍ତାକାଲି ଏନେଇ ସମୀକ୍ଷା କରାଯିବ। ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ। ଗତକାଲି ବୁର୍ଲା ଭିମ୍ସାରରେ ଡାକ୍ତରଙ୍କ ଦାଦାଗିରିର ଭିଡିଓ ଭାଇରାଲ୍ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖଣ୍ଡୁଗାଁର ଗଣେଶ ଦାସ। ତାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଗଣେଶଙ୍କ ପରିବାର ଲୋକେ ଫତେଗଡ଼ ଥାନେରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗଣେଶ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ସେଠାରେ ପତ୍ନୀ ଏବଂ ପାଞ୍ଚ ବର୍ଷର ଝିଅ ସହ ରହୁଥିଲେ। କୌଣସି କଥାକୁ ନେଇ ଗଣେଶଙ୍କର […]
ବଲାଙ୍ଗିର : ବଲାଙ୍ଗିରରେ ନକଲି ହଳଦୀ କାରଖାନା ଠାବ। ବଲାଙ୍ଗିର କ୍ଲବପଡ଼ା ଠାରେ ଚାଲିଥିବା ଏକ ନକଲି ହଳଦୀ କାରଖାନା ଉପରେ ଚଢ଼ଉ କରିଛି ଟାଉନ ପୁଲିସ। ଚଢ଼ଉବେଳେ ହଳଦୀ ଗୁଣ୍ଡ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଚାଉଳ ଗୁଣ୍ଡ ଓ କୁଣ୍ଡା ଜବତ ହୋଇଛି। ଚାଉଳଗୁଣ୍ଡ ଓ କୁଣ୍ଡା ମିଶାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଛି। ATM ବ୍ରାଣ୍ଡରେ ହଲଦୀଗୁଣ୍ଡ ପ୍ୟାକେଡ୍ କରି ବିକ୍ରି କରାଯାଉଥିଲା। ଏକ୍ସପାଏରୀ ହୋଇଥିବା କିଛି ହଲଦୀଗୁଣ୍ଡର ପ୍ୟାକେଟ ଏବଂ ଖୋଲା […]
ଭୁବନେଶ୍ୱର : ରାତି ପାହିଲେ ବିଜେପୁର ଉପନିର୍ବାଚନ। ନିର୍ଦ୍ଧାରଣ ହେବ ୫ ପ୍ରାର୍ଥୀଙ୍କ ଭାଗ୍ୟ । ୨୮୫ଟି ବୁଥ୍ରେ ଭୋଟ ଦେବେ ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର। ସମସ୍ତ ପୋଲିଂ ପାର୍ଟି ଇଭିଏମ, ଭିଭିପାଟ୍ ସହ ବୁଥ୍ ଗୁଡ଼ିକରେ ପହଞ୍ଚି ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ୍ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲେଟ ବ୍ଲକର ୬ଟି ମାଓ ପ୍ରବଣ ବୁଥରେ ସୁରକ୍ଷା କଡ଼ା […]
ମାଲକାନଗିରି/ବରଗଡ଼/ ଭୁବନେଶ୍ୱର : ରାଜ୍ୟରେ ଏବେ ବି ବେଧଡକ୍ ଚାଲିଛି ବାଲ୍ୟ ବିବାହ। ଜାତୀୟ ହାର ତୁଳନାରେ ରାଜ୍ୟରେ ସ୍ଥିତି ସାମାନ୍ୟ ଭଲ ଥିଲେ ବି କିଛି ଅଞ୍ଚଳରେ ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏହି ହାର ୩୯ ପ୍ରତିଶତ ଥିବା ବେଳେ ବାଲେଶ୍ୱର ଓ ଗଞ୍ଜାମ ଭଳି ଜିଲ୍ଲାରେ ବି ୧୮ ବର୍ଷରୁ କମ୍ ବୟସରେ ପ୍ରତି ୪ ଜଣରୁ ଜଣେ ଯୁବତୀ ବିବାହ କରୁଛନ୍ତି। ୨୦୩୦ ସୁଦ୍ଧା ବାଲ୍ୟ […]
ଗଜପତି (ଆଦର୍ଶ ଦାସ) /ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଚାକିରି କଲା ବୋଲି ବୋହୂକୁ ବାସନ୍ଦ କରିଦେଲେ ଶାଶୁଘର ଲୋକେ। କେବଳ ଏତିକି ନୁହେଁ, ଗାଁ ଦାଣ୍ଡରେ କିଛି ମୁଷ୍ଟିମେୟ ନିଶାପ କରି ପୈତୃକ ଗାଁରୁ ବିଦାୟ କରିଦେଲେ ବୋହୂ ସହ ତାଙ୍କ ବାପା, ମାଙ୍କୁ । ଏଭଳି ନିର୍ଯାତନା ପରେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି କେହି କର୍ଣ୍ଣପାତ କରିନାହାଁନ୍ତି । ଅନ୍ଧାରି ଶାସନରେ ଦୁର୍ବିସହ ଜୀବନ ଜୀଉଁଥିବା ଜଣେ ପୀଡ଼ିତାଙ୍କ ଦରଦଭରା […]
ଭୁବନେଶ୍ୱର : ଅସ୍ତ୍ରୋପଚାର ପରେ ସାପ ଦେହରୁ ବାହାରିଲା ବଂଶୀକଣ୍ଟା। ଭୁବନେଶ୍ୱର ଓୟୁଏଟିର ଏକ ଡ଼ାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ବାଲେଶ୍ୱର ଜଳେଶ୍ୱର ନଛିମପୁର ଅଞ୍ଚଳରେ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ପୋଖରୀରେ ବଂଶୀକଣ୍ଟା ପକାଇଥିବା ବେଳେ ଏକ ସାପ କଣ୍ଟାଟିକୁ ଗିଳିଦେଇଥିଲା। ପରେ ସାପଟିକୁ ଉଦ୍ଧାର କରାଯାଇ ଓୟୁଏଟିକୁ ଅଣାଯାଇଥିଲା। ଓୟୁଏଟିରେ ଏକ୍ସ-ରେ କରିବା ପରେ କଣ୍ଟାଟି ସାପ ଦେହରେ ଥିବା ଜଣାପଡିଥିଲା। ପରେ ଡାକ୍ତରୀ ଟିମ୍ ସହାୟତାରେ ସାପ ଦେହରୁ କଣ୍ଟାଟିକୁ […]
ଯାଜପୁର : ଯାଜପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ। ଓଟିଭି ଆଗରେ ପ୍ରଥମ ଥର ପାଇଁ ମୁହଁଖୋଲିଲେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିଥିବା ବେଳେ ସ୍ମିତାରାଣୀଙ୍କ ପରିବାକୁ ପାଲଟା ଦାୟୀ କରିଛନ୍ତି। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଏମିତି ଢଙ୍ଗରେ ସ୍ମିତାରାଣୀଙ୍କୁ ଦାୟୀ କରିଛନ୍ତି ଗିରଫ ରୁପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତାଙ୍କ ଅଭିଯୋଗ, ସ୍ମିତାରାଣୀ ନାରୀ ହୋଇ ବି ଅନ୍ୟ ଜଣେ ନାରୀର […]
ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରାନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ତାଙ୍କ ଅନ୍ତିମ ସସ୍କାର ପାଇଁ ସବୁ ବନ୍ଦୋବସ୍ତ ଖୋଦ୍ ବିଧାୟକ କରିଥିଲେ । ଏହାପରେ କାନ୍ଧ ଦେଇ ଶବ ସତ୍କାର କରାଇଥିଲେ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ଏପରି […]
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁରର ଏକ ଘରୁ ଗତକାଲି ରାତିରେ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅତି ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଏଠାରେ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ। ସେତେବେଳେ ଦୀପାଳିଙ୍କ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ସେହି ବ୍ୟକ୍ତି […]
ବଲାଙ୍ଗିର : ଗୋଟିଏ ପଟେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବିଭିନ୍ନ ସଚେତନତା ସୃଷ୍ଟି କରୁଛନ୍ତି ସରକାର। କହୁଛନ୍ତି ବିନା ଲାଇସେନ୍ସରେ ମାନବ ଚାଲାଣ ବେଆଇନ। କିନ୍ତୁ ଲାଇସେନ୍ସ ଦେବାକୁ ଶ୍ରମ ବିଭାଗରେ କିଭଳି ଚାଲିଛି ଭିତିରିଆ କଳା କାରବାର, ତାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ତା ପୁଣି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ। ଆଇନଗତ ଭାବେ ଶ୍ରମିକ ପଠାଇବା ପାଇଁ ଲାଇସେନ୍ସ ଦେବାକୁ ଲାଞ୍ଚ ନେଉଛନ୍ତି ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ […]
ଯାଜପୁର (ଗୁଲାମ ଗସ୍) : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୪ ଦିନ ପରେ ବି ଘଟଣା ଉପରୁ ହଟିନି ପରଦା । ପୁଲିସ୍ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ସ୍ମିତାରାଣୀଙ୍କ ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ସହକର୍ମୀ। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସେମାନେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପିଇଓଙ୍କ […]