ଗଞ୍ଜାମ : ଘରେ ପଶି ତିନି ତିନି ଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ବେଲଗୁଣ୍ଠା ଫାଣ୍ଡି ଅଧିନରେ ଥିବା ଇଙ୍ଗିନାଠି ଗାଁରେ ଗୋଟିଏ ପରିବାର ଉପରେ ଏଭଳି ଆକ୍ରମଣ ହୋଇଛି। ଇଙ୍ଗିନାଠି ଗାଁର ଦେବରାଜ ସାହୁଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ହଠାତ ତାଙ୍କୁ ଆକ୍ରମଣ କରିଥିଲା। ପରେ ତାଙ୍କ ବୋହୂ ଓ ନାତୁଣୀଙ୍କୁ ଖଣ୍ଡାରେ ହାଣି ଦେଇଥିଲା। ୩ ଗୁରୁତରଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣକାରୀକୁ କାବୁ କରି ପୁଲିସ ଜିମା […]
ଭୁବନେଶ୍ୱର : ନୂଆଦିଲ୍ଲୀ ବିମାନବନ୍ଦରରୁ ଆରଡିଏକ୍ସ ଜବତ ହେବାପରେ ଭୁବନେଶ୍ୱର ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି। ଏହି ମେଗା ମକ୍ ଡ୍ରିଲ୍ରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା CISF, ଓଡ଼ିଶା ପୁଲିସର ଷ୍ଟେଟ୍ ଟାକ୍ଟିକାଲ୍ ୟୁନିଟ୍, ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍, ଗୁଇନ୍ଦା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ। ଆତଙ୍କବାଦୀମାନେ ବିମାନ ଅପହରଣ କିମ୍ବା ବିମାନବନ୍ଦର ଭିତରେ କୌଣସି ଅଘଟଣ ଘଟାଇବାକୁ ଉଦ୍ୟମ କଲେ ଏହାକୁ କିଭଳି ପ୍ରତିହତ କରାଯାଇ […]
ଭୁବନେଶ୍ୱର : ଅନ୍ଲାଇନ୍ରେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଡିଜିଟାଲ୍ ଦଲାଲ। ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁ’ରେ ଅନ୍ଲାଇନ୍ରେ ତିଆରି ହୋଇଛି ଫେକ୍ ୱେବ୍ସାଇଟ୍। ଯାହାର ଜାଲ୍ରେ ପଡ଼ି ଠକେଇର ଶିକାର ହୋଇଛନ୍ତି ଆପଣ। ଇଡ୍ରାଇଭିଂ ଲାଇସେନ୍ସ ଓଆର୍ଜି ମାରିବା କ୍ଷଣି ସରକାରୀ ୱେବ୍ସାଇଟ୍ ତାଲିକା ସହିତ ଉକ୍ତ ଫେକ୍ ୱେବ୍ସାଇଟ୍ ଦେଖାଯିବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ଡିଜିଟାଲ ଇଣ୍ଡିାଆ ଓ ସ୍ୱଚ୍ଛ ଭାରତ […]
ଭୁବନେଶ୍ୱର : ସମୁଦ୍ରତଟରେ ଘନ ଘନ କମାଣର ଗର୍ଜନ। ଗୋଳା ବାରୁଦ ଆଉ ରକେଟ୍ର ଖେଳ। ମାଇଲ୍ ମାଇଲ୍ ଦୂର ଯାଏ ଟାର୍ଗେଟ୍, ଛାତିଥରା ବିସ୍ଫୋରଣ। ଏହା ଯୁଦ୍ଧ ନୁହେଁ, ଯୁଦ୍ଧ ପାଇଁ ଯୁଦ୍ଧାସ୍ତ୍ର ପ୍ରସ୍ତୁତିର ଦୃଶ୍ୟ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପ୍ରୁଫ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ (ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର)ରେ ସେନାରେ ସାମିଲ ହେବା ପୂର୍ବରୁ ପ୍ରତିବର୍ଷ ପରୀକ୍ଷଣ ହୁଏ ୨୦ରୁ ୨୫ ହଜାର ଯୁଦ୍ଧାସ୍ତ୍ର। ହେଲେ ପରୀକ୍ଷଣ ସମୟରେ ହେଉ କିମ୍ବା […]
ଭୁବନେଶ୍ୱର : ପୁରୀ ସ୍ୱର୍ଗଦ୍ୱାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀ ଭଙ୍ଗାଯିବ। ୧୬୦୦ବର୍ଗ ଫୁଟ ଅଞ୍ଚଳରେ ଥିବା ଏହି ସମାଧି ସ୍ଥଳୀକୁ ହଟାଇ ସେହି ସ୍ଥାନକୁ ରାଜ୍ୟବାସୀଙ୍କ ସେବାରେ ଉପଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୫ ଜାନୁୟାରୀ ମାସରେ କୋର୍ଟ ଏହି ଅନଧିକୃତ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ପଞ୍ଚାୟତ ନିୟମକୁ ବେଖାତିର କଲେ ଦଣ୍ଡ । ସରପଞ୍ଚଙ୍କ ଲିଖିତ ଆଇନକୁ ନମାନିଲେ ପଡ଼ିକାର୍ଡରେ ମିଳୁନି ଖାଦ୍ୟ ସାମଗ୍ରୀ । ସରକାରଙ୍କ ସ୍ୱଚ୍ଛ ଭାରତ ମିଶନକୁ ଆଉ ଟିକେ ପ୍ରଭାବୀ ଢଙ୍ଗରେ ଅନୁପାଳନ ଲାଗି ଏମିତି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତର ସରପଞ୍ଚ। ଗତ ମାସ ୨୦ ତାରିଖରେ ସରପଞ୍ଚ ସୁଶାନ୍ତ ସ୍ୱାଇଁଙ୍କ ପକ୍ଷରୁ ଜାରି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି, ଯେଉଁମାନେ ବାହାରେ ମଳତ୍ୟାଗ କରିବେ, […]
ଉଦଳା(ମାନସ ପାଣି): ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଜଡ଼ାବଣି ଛକରେ। ଜଡ଼ାବଣି ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ବଦଳି ଦାବି କରିଥିଲେ ଗ୍ରାମବାସୀ। ଯାହାଫଳରେ ୨ ମାସ ଧରି ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି। ଏବେ ତାଙ୍କ ଦାୟିତ୍ୱରେ କେହି ନାହାଁନ୍ତି। ଏପରିକି ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ସ୍କୁଲ ପରିଚାଳନାରେ ବ୍ୟାଘାତ ହୋଇଛି। ପିଲାଙ୍କ ପାଠପଢ଼ା […]
କୋଣାର୍କ (ସଞ୍ଜୟ ପତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଏହାର ନମୂନା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ସମୀରଙ୍କ ପରି ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି […]
ଉମରକୋଟ (କାର୍ତ୍ତିକ ମଲ୍ଲିକ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫକଟି ଗାଁ ନିକଟରେ ଥିବା ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଫକଟି ଗାଁ ନର୍ତ୍ତମ ନାୟକ ଜଣେ ବିବାହିତ ଯୁବକ। ତାଙ୍କର ତିନି ବର୍ଷର ଶିଶୁ ପୁତ୍ର ରହିଛି। ଗତକାଲି ରାତିରେ […]
ବଲାଙ୍ଗିର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଶିକ୍ଷାଦୀକ୍ଷା ଅଭାବରୁ ହେଉ କି ସଚେତନତା, ଅନ୍ଧବିଶ୍ୱାସର ଅନ୍ଧାରି ଅଞ୍ଚଳରେ ବଞ୍ଚି ରହିଛି କୁସଂସ୍କାର। ରକ୍ତରେ ହୋଲି ଖେଳୁଛି ମଣିଷ। ଯେଉଁଥିପାଇଁ ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି। ଆଜି ଏଭଳି ଦୁଇଟି ଘଟଣା ଓଡ଼ିଶାରେ ଦେଖାଇବୁ ମିଳିଛି। ଗୋଟିଏରେ ମାନସିକ ପୂରଣ ପାଇଁ ନରବଳିର ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଅନ୍ୟଟିରେ ଚୋର ଧରିବାକୁ ଯାଇ ହଲାପଟା ହୋଇଛି ଗୁଣିଆ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାଲେପଡ଼ା ଗାଁର ଚୌବନ କିଶୋର ମାଝୀ ଓରଫ୍ […]
ନୟାଗଡ଼ : ପରିବହନ କାର୍ଯ୍ୟାଳୟ ପରିସର ନୁହେଁ, ଏବେ ଦୂରରେ ରହି ଅପରେଟ କରୁଛନ୍ତି ଦଲାଲ। ନୟାଗଡ଼ରୁ ଜଣେ ଦଲାଲ ଧରାପଡ଼ିବା ପରେ ଏଭଳି ଘଟଣା ସମ୍ନାକୁ ଆସିଛି। ଦଲାଲଙ୍କୁ ଧରିବା ପାଇଁ ଖୋଦ ନୟାଗଡ଼ ଏସ୍ପି ଶଶିଭୂଷଣ ଶତପଥୀ ଜାଲ ବିଛାଇଥିଲେ। ଜଣେ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଠାଇଥିଲେ ଏସ୍ପି । ତେବେ ଏସ୍ପିଙ୍କ ଏହି ଜାଲରେ ଫସି ଯାଇଥିଲେ ଦଲାଲ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଟଙ୍କା ନେବା ବେଳେ ସାଧା ପୋଷାକରେ […]
ବାଲିଗୁଡ଼ା (ଅଜିତ ନାୟକ): ଅଦରକାରୀ ନଳକୂଅର ଲୁହା ପାଇପ୍ରେ ତିଆରି ହୋଇଛି ମୋବାଇଲ୍ ଟାୱାର। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଗାଁ ଲୋକଙ୍କର ପ୍ରଚେଷ୍ଟା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି ମିନି ମୋବାଇଲ ଟାୱାର ତିଆରି ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତରେ। ତିଲୋରୀ ପଞ୍ଚାୟତରେ ୫୦୦୦ରୁ ଅଧିକ ଲୋକ ରୁହନ୍ତି। କିନ୍ତୁ ମୋବାଇଲ ଟାୱାର ନଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଆମ୍ୱୁଲାନ୍ସକୁ ଯୋଗାଯୋଗ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଭୀମଭୋଇ ମେଡିକାଲ କଲେଜଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଦେହ ବେପାରରେ ନିୟୋଜିତ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ଏପରିକି ଘରୁ ଭିତରୁ ପୁଲିସ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି। ଦୁଇଟି ପୃଥକ୍ […]
କଳାହାଣ୍ଡି : ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ। ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଳପଡ଼ା ଗାଁରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି। ମାଳପଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ , ପ୍ରସୂତି ମହିଳାମାନଙ୍କୁ ଏହି ଅଣ୍ଡା ଦିଆଯାଇଥିଲା । ପରେ ସେହି ଅଣ୍ଡାକୁ ତରକାରୀ କରିବା ବେଳେ ଜରି ଭଳି ଗୋଟିଏ ପ୍ରସ୍ତର ବାହାରୁଥିବା ଦେଖିବାକୁ ମିଳିଥିଲା।
କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ଉପାସରେ ୩ ଅନାଥ ପିଲା। ମାଆ ମରିଗଲା ପରେ ଗତକାଲି ଠାରୁ ଖାଇବାକୁ ପାଇନାହାନ୍ତି ବାପଛେଉଣ୍ଡ ତିନୋଟି ଆଦିବାସୀ ପିଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁରେ। ଗାଁର ଜଣେ ଦଶ ବର୍ଷର ଝିଅ ସହ ନିର୍ଜନ ଘରେ ରହିଥିବା ପାଂଚ ବର୍ଷ ଓ ଦୁଇ ବର୍ଷର ଭାଇ ଗତକାଲିଠାରୁ ଖାଇ ନ ଥିବା ଜଣାପଡିଛି । ସେମାନଙ୍କ ବାପା ଦୁଇବର୍ଷ ପୂର୍ବେ […]
କେନ୍ଦୁଝର (ପ୍ରଣୟ ପାଣି) : ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ବର୍ଷେ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ଗୁଣି ସନ୍ଦେହରେ ଗିରଫ ମହିଳାଙ୍କୁ କୋର୍ଟ ୩ […]
ଭୁବନେଶ୍ୱର : 5T ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ରାଜ୍ୟ ସରକାରଙ୍କ 5T ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଭଳି ବ୍ୟବସ୍ଥା କରିବା ଦ୍ୱାରା, ମନ୍ତ୍ରୀ ଓ ସଚିବମାନେ ଗୌଣ ହେଉଛନ୍ତି । ତା ସହିତ ସେମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇ, ସେମାନଙ୍କ ମନିଟର୍ କରାଯିବା ଦ୍ୱାରା ଏକ ସମାନ୍ତରାଳ ଶାସନ ବ୍ୟବସ୍ଥା ଲାଗୁ ହେବା ପରି ମନେହେଉଥିବା ଅପରାଜିତା କହିଛନ୍ତି। […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। କୁଆଁରମୁଣ୍ଡା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଘଟଣାଟି ମଙ୍ଗଳବାର ରାତିରେ ଘଟିଛି। କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ଚିହ୍ନା ପରିଚୟ ଥିଲା । ଉକ୍ତ ଯୁବକ ଜଣକ […]
ଭୁବନେଶ୍ୱର / ବାଲେଶ୍ୱର : ଆଗକୁ ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯିବା ପରେ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା। ଯେମିତି ବାଲେଶ୍ୱରର ଦେବବ୍ରତ ମିଶ୍ର । ଏକ ଗାଡ଼ିକୁ ଦେବବ୍ରତଙ୍କ ପରିବାର ୨୦୦୪ରେ […]
କୁଚିଣ୍ଡା : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ। ଗତ ମଙ୍ଗଳବାର ଭୋର ସମୟର ଏ ଘଟଣା। ଦୁର୍ଘଟଣାପରେ କୁକୁଡ଼ା ସବୁକୁ ବୋହିନେଉଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ଏକ କୁକଡ଼ା ବୋଝେଇ ବୋଲେରୋ ପିକଅପ […]
ସୁନ୍ଦରଗଡ଼ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିବାର ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍। ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ପାସ୍ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। ତେବେ ଏନେଇ ଗଣମାଧ୍ୟମରେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ। ଏତେ ଡେରି କାହିଁକି ହେଲା ? ତେଣୁ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏପରି ଘୋଷଣା କରାଯାଇଥିଲା ବୋଲି କହି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ […]
ଜୟପୁର : ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟନ ଅବସରରେ କଳାକାରଙ୍କ ସହ ନାଚିଲେ ବିଧାୟକ ତାରା ବାହିନୀପତି । କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ବାହିନୀପତି, ପଟ୍ଟଙ୍ଗୀ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିବା […]
ଭୁବନେଶ୍ୱର : ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି। ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା […]