ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦କି.ମି. ବେଗରେ ପବନ ବୋହିବାର ଆଶଙ୍କା ରହିଛି। ତେଣୁ ନଭେମ୍ବର୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ବାତିଲ କରାଯାଇଛି। […]
ଭୁବନେଶ୍ୱର : ବାତ୍ୟା ରୂପ ନେବା ପରେ ବଙ୍ଗୋପସାଗରରେ ଅଧିକ ବଳ ଗୋଟାଉଛି ‘ବୁଲ୍ବୁଲ୍’। ଶେଷ ସୂଚନା ଅନୁଯାୟୀ, ଏହା ପାରାଦ୍ୱୀପ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ବୁଲ୍ବୁଲ୍’ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ‘ବୁଲ୍ବୁଲ୍’ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ, ତେବେ […]
ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ। ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ବାପ ପୁଅଙ୍କୁ ଗୁଳିମାଡ଼। ଭୁବନେଶ୍ୱର ସରକନ୍ତରାରେ ବାପା ଅଭିମନ୍ୟୁ ଜେନା ଓ ପୁଅ ଅନିଲ୍ ଜେନାକୁ ଗୁଳିମାଡ଼ ହୋଇଥିବାବେଳେ ଅନିଲ୍ ଜେନାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଘଟଣାସ୍ଥଳକୁ ଆସି ଏହି ଗୁଳିକାଣ୍ଡ ଘଟାଇଥିବା ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ଜଣାଶୁଣା ଅପରାଧୀ ବାପି ଏବଂ ତାର ୨ ସହଯୋଗୀ ଗୁଳିମାଡ଼ ପରେ ଧରାପଡିବା ଭୟରେ ଗାଡ଼ି ଛାଡି […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳ ଆସନ୍ତାକାଲି ଦୁଇଦିନ ଯାଏଁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି। ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦେଇ ମୁହାଁଇବ, ତଥାପି ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କ ନଜର ରଖାଯାଇଛି। ପାରାଦୀପ ଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍ବୁଲ୍’ କେନ୍ଦ୍ରୀଭୂତ ହୋଇଛି। ଉତ୍ତର-ଉତ୍ତର ପଶ୍ଚିମ ଦିଗରେ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁଁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ […]
ବଲାଙ୍ଗିର : ଫାଇଭ୍-ଟି ସଚିବଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିଦର୍ଶନ ସମୟର ଏକ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ନଜର ଆସୁଛି ହସ୍ପିଟାଲ୍ ପରିଦର୍ଶନ କରି ଫେରୁଥିବା ବେଳେ ଫାଇଭ୍-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ କାର୍ ପାଖକୁ ଜଣେ ଯୁବକ ଅଭିଯୋଗ ପାଇଁ ଯାଉଥିବା ଦେଖାଯାଉଛି। କାର୍ ଓ୍ୱିଣ୍ଡୋ ଠକ୍ ଠକ୍ କରି ସାର୍ ଟିକେ ଶୁଣିବେ ବୋଲି କହୁଛନ୍ତି ଯୁବକ ଜଣଙ୍କ। ଯୁବକଙ୍କୁ ଦେଖି […]
ପାରାଦୀପ : ବୁଡ଼ିବାର ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ବ୍ଲାକ୍ ରୋଜ୍ । ପାରାଦୀପ ବନ୍ଦର ଠାରୁ ଅନତି ଦୂରରେ ସଲିଳ ସମାଧି ନେଇଥିବା ଏହି ମଙ୍ଗୋଲୀୟ ଜାହାଜ, ଏବେ ପାଣି ତଳେ ଲୁଚି ରହି ମାଛଧରା ଟ୍ରଲର୍ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେଠାରୁ ତୁରନ୍ତ ଜାହାଜ ଅପସାରଣ ପାଇଁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଜାହାଜ ବୁଡ଼ିଥିବା ଅଞ୍ଚଳ ବନ୍ଦର ଅଧୀନରେ […]
ଖୋର୍ଦ୍ଧା : ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍। ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ NHରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଉଦ୍ଧାର ପରେ ତାଙ୍କୁ ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଯୁବତୀଙ୍କ ସହ ଖରାପ କାମ ହୋଇଥିବା ସେ କହିଛନ୍ତି। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଏପରି ଅବସ୍ଥାରେ ଫିଙ୍ଗି ଦେଇଥିବା ଯୁବକଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନି। ସେପଟେ […]
ଭୁବନେଶ୍ୱର : ପିଆଜ ଦର କିଲୋ ପିଛା ୬୦ରୁ ୭୦ଟଙ୍କା ଛୁଇଁଥିବାବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି […]
ଭୁବନେଶ୍ୱର : ବୁଲ୍ବୁଲ୍କୁ ନେଇ ସସ୍ପେନ୍ସ । ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ଉପକୂଳ ଛୁଇଁବ ସେ ନେଇ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଆହୁରି ୫ ଦିନ ଏହା ସମୁଦ୍ର ଉପରେ ହିଁ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି। ଏହାର ପ୍ରଭାବରେ ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଆଇଏମ୍ଡିର ସଦ୍ୟ ବୁଲେଟିନ୍ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ […]
ମୋହନା (ମିହିର ଯତି): ପିଲାଙ୍କୁ ଟୀକା ଓ ଛତୁଆ ଆଣିବା ପାଇଁ କେତେକ ମହିଳା ଅଟୋରେ ଯାଉଥିଲେ। ହେଲେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି। ମୋହନା ଥାନା ଭାଲିଆଗୁଡ଼ାରୁ ଗାଁର କେତେକ ମହିଳା ଏକ ଅଟୋରେ ଛତୁଆ ଓ ପିଲାମାନଙ୍କୁ ଟୀକା ଦେବା ପାଇଁ ବେଶ୍ରା ଗାଁକୁ ଯାଇଥିଲେ। ତେବେ ଅଟୋଟି […]
ଯାଜପୁର : ଲୋକାୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରି ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା ପରେ ଜିଲ୍ଲା ପ୍ରଶାସନରେ ଏକପ୍ରକାର ଛାନିଆ ପସିଯାଇଥିଲା। ତେବେ ଆଜି ଜିଲାପାଳ ଚାର୍ଜରେ ଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି, ପ୍ରୋଜେକ୍ଟ ଡ଼ାଇରେକ୍ଟର, ସୁକିନ୍ଦା ବିଡିଓ, ନେସ୍କୋ […]
ଖୋର୍ଦ୍ଧା : କୁକୁର କେବେ ବି ନମକ ହାରାମ୍ ହୋଇପାରେନା । ଏହି ଢ଼ଗକୁ ସତରେ କରି ଦେଖାଇଛି ଗୋଟିଏ ପୋଷା କୁକୁର। ନାଁ ତାର ଲାଡେନ୍। ଗୋଟିଏ ନାଗ ସାପକୁ ମାରି ମାଲିକ ପାଇଁ ଜୀବନ ଦେଇଛି ଏହି ପୋଷା କୁକୁରଯ ଖୋର୍ଦ୍ଧା ଯାଆଁଳା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖୋର୍ଦ୍ଧା ମୁଣ୍ଡମୁହାଣ ଗାଁର ଦେବବ୍ରତ ସାମନ୍ତରାୟଙ୍କ ପୋଷା କୁକୁର ହେଉଛି ଲାଡେନ୍। ଗତକାଲି ଦେବବ୍ରତଙ୍କ ଦୁଇ ପୁଅ ଝିଅ ଘର […]
କଳାହାଣ୍ଡି : ଗଣମାଧ୍ୟମ ସାମ୍ନାରେ ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରିର ଆଉଏକ ଚିତ୍ର ପୁଣି ଥରେ ନିଜର ଔଦ୍ଧତ୍ୟକୁ ପଦାରେ ପକାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଏହି ବ୍ୟବହାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଇଛି ବୋଲି କୁହାଯାଇଛି। ଏହାକୁ ସମାଲୋଚନା କରିବା ସହ […]
ଜଳେଶ୍ୱର : ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇଆସୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ କଲେ ତାଙ୍କୁ ବାରମ୍ବାର ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଭୟରେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ସ୍ୱାଭିମାନ ଅଞ୍ଚଳରେ ରହିଛି ନକ୍ସଲଙ୍କ “ପାଠଶାଳା”। ଯେଉଁଠି ପାଠ ପଢ଼ୁଛନ୍ତି ନକ୍ସଲ। ଆଉ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ନକ୍ସଲ କ୍ୟାମ୍ପରେ ପହଞ୍ଚିଥିଲା ଓଟିଭି। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଯେଉଁଠିକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରତିଦିନ ନକ୍ସଲ ଖେଳୁଥିଲେ ରକ୍ତର ହୋଲି। ଆଜି ସେଠାକୁ ହୋଇଛି ସେତୁ। ବହୁ ବାଧାବିଘ୍ନକୁ ସାମ୍ନା କରି ରାଜ୍ୟ ସରକାର ଗୁରୁପ୍ରିୟା […]
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ଦୁଇଦିନରେ ଏହା ବାତ୍ୟା ହେବା ନେଇ ସ୍ଥିତି ସ୍ପଷ୍ଟ ହେବ । […]
ବ୍ରହ୍ମପୁର : କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ସ୍ୱର୍ଗରେ ତିଆରି ହୋଇଥାଏ । ସଂସାର ନାଆର ଦୁଇ ନାଉରୀ ଉଭୟ । ବେଦି ଉପରେ ଆଗ୍ନୀକୁ ସାଖି ରଖି ଥରେ ହାତ ସହ ହାତ ଗଣ୍ଠି ପଡିଗଲେ , ତା ସାତ ଜମନ ଯାଏ ବାନ୍ଧି ହୋଇଯାଏ । ସେଥିପାଇଁ ଏ ବନ୍ଧନ ଅପୂର୍ବ ବନ୍ଧନ । ଏ ମିଳନ ପବିତ୍ର ମିଳନ । କିନ୍ତୁ ବେଳେ ବେଳେ ଏଇ ମଧୁର ସଂପର୍କରେ ଲାଗିଯାଏ ନିଆଁ । ଅର୍ଥସ୍ୱାର୍ଥ […]
ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ହେଉଛି ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର। ଆସନ୍ତା ସୋମବାର ପଡ଼ିବ ବାବା ଧବଳେଶ୍ୱରଙ୍କ ବଡ଼ଓଷା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୀଠ। ଆଜି ରାତି ୩ ଟାରୁ ବାବା ଧବଳେଶ୍ୱରଙ୍କ ଦ୍ୱାର ଫିଟା ଯାଇଥିଲା। ପରେ ବାବାଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସମାପନ ହେବା ପରେ ଭୋର ୪ ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ବାବାଙ୍କୁ ଦର୍ଶନ କରିଥିଲେ। […]
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର ସହ ବିଜୁଙ୍କ ସ୍ମୃତିପୀଠ ହଟାଇବାର ଘୋଷଣା ହେଲା, ସେଇ ଶକ୍ତିର ସହ ସରକାର ଉଚ୍ଛେଦ କାମକୁ ଆଗକୁ ନେବେ ତ? ତାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। […]
କଟକ : କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚୌଦ୍ୱାର-କଟକର କିଛି ବିଜେଡି ନେତା ଓ କର୍ମୀ ଡିସିପିଙ୍କୁ ଦାବି ପତ୍ର ଦେଇଛନ୍ତି । ଅନ୍ୟପଟେ ବିବାଦୀୟ ଟିକଟକ୍ କରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି ବୋଲି କଟକ […]
ବ୍ରହ୍ମପୁର : ଧରାପଡିଲେ ୪ ନକଲି ଶିକ୍ଷକ । ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଅଭିଯୋଗରେ ୪ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏମାନେ ହେଲେ ପ୍ରଜ୍ଞା କୁମାରୀ ଗୌଡ଼, ସନ୍ତୋଷ ନାହାକ, ଅମରେଶ ପଣ୍ଡା ଏବଂ ନାରାୟଣ ବେହେରା । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳିର ଧରାକୋଟ ବ୍ଲକର ଏହି ୪ ଶିକ୍ଷକ ସେମାନେ ଦେଇଥିବା ଶିକ୍ଷାଗତ ସାର୍ଟିଫିକେଟ୍ ଜାଲ୍ ବୋଲି […]
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍ରେ ପରିଣତ ହେବ । ୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ। ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେହିପରି […]
କଳାହାଣ୍ଡି (ରାଜକୁମାର ସିଂହଦେଓ ) : ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ। ଦିନେ କି ଦୁଇ ଦିନ ନୁହେଁ ଲଗାତାର ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏବେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ । ସୂଚନା ମୁତାବକ,ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗାଁର ମୁଖିଆ ତଥା […]
ଭଦ୍ରକ : ବସ୍ରେ ମିଳିଲାନି ସିଟ୍। ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ। ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼ ଯୋଗୁଁ ସିଟ୍ ମିଳିନଥିଲା ଉଭୟଙ୍କୁ। ବସ୍ ଆସି ଯେତେବେଳେ ଇଚ୍ଛାପୁରରେ ପହଞ୍ଚିଲା ସେତେବେଳେ ଭାଇ, ଭଉଣୀ ବସ୍ରୁ ଓହ୍ଲାଇ ଆସି ଧାରଣାରେ ବସିଗଲେ। ପାଖାପାଖି ଘଣ୍ଟାଏରୁ ଅଧିକ […]