• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odi
ବାତ୍ୟା ନାଁ ଶୁଣି ଛାନିଆ ଉପକୂଳ ଓଡ଼ିଶାବାସୀ

ଭୁବନେଶ୍ୱର : ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଲେଣି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍। ଦରକାର ପଡ଼ିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହେଉଥିବା ବେଳେ ଧନଜୀବନ ଓ ଅମଳ […]

  • Monday, 19 July 2021
anubhav
ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ

ଭୁବନେଶ୍ୱର : ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ। OTV ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଏକ ଭିଡିଓ ରିଲିଜ୍ ଜରିଆରେ ଧମକ ଦେଇ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି।  ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ବେଳେ ସେ କହିଛନ୍ତି, OTV ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା।  […]

  • Monday, 19 July 2021
air
ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ

ଭୁବନେଶ୍ୱର : ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ବାମ ପଟେ ଲାଗିଯାଇଥିଲା ନିଆଁ ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍ ନିଆଁ ଲାଗିଥିବା ଖବର ଜାଣିବା ପରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସତର୍କତାର ସହ ବିମାନକୁ ଅବତରଣ କରିଛନ୍ତି। ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ […]

  • Monday, 19 July 2021
lootera
ଗହଣା ଦୋକାନରେ ପଶି ମାଲିକଙ୍କୁ ଗୁଳି କଲେ ଲୁଟେରା

ବାରିପଦା (ମାଣିକଲାଲ୍‌ ପାଣି) : ଗହଣା କିଣିବା ବାହାନାରେ ଦୋକାନରେ ପଶିଲେ। ପରେ ଦୋକାନ ମାଲିକଙ୍କ ଉପରକୁ ଗୁଳି କଲେ ଓ ତାଙ୍କ ପୁଅ ଉପରେ ଏସିଡ୍‌ ମାଡ଼ କରି ଫେରାର ହେଉଥିଲେ। ମାତ୍ର ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଲେ ସ୍ଥାନୀୟ ଲୋକେ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଘଟିଛି। ଲୁଟେରାମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୈଶିଙ୍ଗା ଛକରେ […]

  • Monday, 19 July 2021
dhamara
ସମୁଦ୍ରରୁ ଧାମରାକୁ ଫେରିଆସିଲେ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ

ଚାନ୍ଦବାଲି(ବାସୁଦେବ ଦାସ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍‌ବୁଲ୍‌”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ମୁହାଣାକୁ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବୋଟ୍‌ ଫେରି ଆସିଲାଣି। ସନ୍ଧ୍ୟା ସୁଦ୍ଧା ସମୁଦ୍ରରେ ମାଛ ଧରୁଥିବା ୫୦ରୁ ଅଧିକ ବୋଟ୍‌ରେ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ […]

  • Monday, 19 July 2021
cyclone up
ବାତ୍ୟା ପାଇଁ ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ ପାଇଁ ଓଡ଼ିଶାରେ ୯ଟି ଜିଲ୍ଲାରେ ଆସନ୍ତା ୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପବନ  ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି । ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଆଜି PMO ପକ୍ଷରୁ  ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଛନ୍ତି […]

  • Monday, 19 July 2021
rape khurda
ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା

ଖୋର୍ଦ୍ଧା : ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୁଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସେପଟେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନି ବରଂ ଧାର ଟଙ୍କା ନଫେରାଇ ଯୁବତୀ ଜଣକ ଏଭଳି ନାଟକ ରଚନା କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି। ଖୋର୍ଦ୍ଧାରେ […]

  • Monday, 19 July 2021
onion
ସରକାର ବିକିଲେ ପିଆଜ

ଭୁବନେଶ୍ୱର : ସରକାରୀ ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଆଜି ଯୋଗାଣ ବିଭାଗ ପକ୍ଷରୁ ମୈତ୍ରୀ ସେଣ୍ଟରରେ ପିଆଜ ବିକ୍ରି ଆରମ୍ଭ ହୋଇଛି। କଟକରେ ୩ଟି ସ୍ଥାନରେ ମୈତ୍ରୀ ସେଣ୍ଟର ଖୋଲି ଖାଉଟୀଙ୍କୁ ପିଆଜ ବିକ୍ରି କରାଯାଇଛି। କଲେଜ ଛକ, ବକ୍ସିବଜାର, ସିଡିଏ ଅଞ୍ଚଳରେ କିଲୋ ପ୍ରତି ୪୯ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। ଜଣକ ପିଛା ୨ କିଲୋ ପିଆଜ ଦିଆଯାଉଥିବା ବେଳେ ଏଥିପାଇଁ ରାସନ କାର୍ଡ ଦେଖାଇବାର ଆବଶ୍ୟକତା […]

  • Monday, 19 July 2021
holiday cancelled
ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦କି.ମି. ବେଗରେ ପବନ ବୋହିବାର ଆଶଙ୍କା ରହିଛି। ତେଣୁ ନଭେମ୍ବର୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ବାତିଲ କରାଯାଇଛି। […]

  • Monday, 19 July 2021
cyclone odisha
ବାତ୍ୟା ‘ବୁଲ୍‌ବୁଲ୍’ : କାଲିଠୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପବନ

ଭୁବନେଶ୍ୱର : ବାତ୍ୟା ରୂପ ନେବା ପରେ ବଙ୍ଗୋପସାଗରରେ ଅଧିକ ବଳ ଗୋଟାଉଛି ‘ବୁଲ୍‌ବୁଲ୍’। ଶେଷ ସୂଚନା ଅନୁଯାୟୀ, ଏହା ପାରାଦ୍ୱୀପ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍’ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ‘ବୁଲ୍‌ବୁଲ୍’ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ, ତେବେ […]

  • Monday, 19 July 2021
firing in bbsr
ରାଜଧାନୀରେ ବାପ, ପୁଅଙ୍କୁ ଗୁଳିମାଡ଼

ଭୁବନେଶ୍ୱର  : ରାଜଧାନୀରେ ଗୁଳିକାଣ୍ଡ।  ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ବାପ ପୁଅଙ୍କୁ ଗୁଳିମାଡ଼। ଭୁବନେଶ୍ୱର ସରକନ୍ତରାରେ ବାପା ଅଭିମନ୍ୟୁ ଜେନା ଓ ପୁଅ ଅନିଲ୍ ଜେନାକୁ ଗୁଳିମାଡ଼ ହୋଇଥିବାବେଳେ  ଅନିଲ୍ ଜେନାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଘଟଣାସ୍ଥଳକୁ ଆସି ଏହି ଗୁଳିକାଣ୍ଡ ଘଟାଇଥିବା ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ଜଣାଶୁଣା ଅପରାଧୀ ବାପି ଏବଂ ତାର ୨ ସହଯୋଗୀ ଗୁଳିମାଡ଼ ପରେ ଧରାପଡିବା ଭୟରେ ଗାଡ଼ି ଛାଡି […]

  • Monday, 19 July 2021
schools-
୩ ଜିଲ୍ଲାରେ ଦୁଇ ଦିନ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳ ଆସନ୍ତାକାଲି ଦୁଇଦିନ ଯାଏଁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି। ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦେଇ ମୁହାଁଇବ, ତଥାପି ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କ ନଜର ରଖାଯାଇଛି। ପାରାଦୀପ ଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି। ଉତ୍ତର-ଉତ୍ତର ପଶ୍ଚିମ ଦିଗରେ […]

  • Monday, 19 July 2021
samir das
'ମିଛ ଥିଲା ଶିକ୍ଷୟିତ୍ରୀଙ୍କ ଅଭିଯୋଗ'

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁଁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ […]

  • Monday, 19 July 2021
pandian2
ଅଭିଯୋଗ ଶୁଣିଲେନି ପାଣ୍ଡିଆନ୍‌ !

ବଲାଙ୍ଗିର :  ଫାଇଭ୍-ଟି ସଚିବଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିଦର୍ଶନ ସମୟର ଏକ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା। ସୋଶାଲ୍  ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ନଜର ଆସୁଛି ହସ୍ପିଟାଲ୍ ପରିଦର୍ଶନ କରି ଫେରୁଥିବା ବେଳେ ଫାଇଭ୍-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ କାର୍ ପାଖକୁ ଜଣେ ଯୁବକ ଅଭିଯୋଗ ପାଇଁ ଯାଉଥିବା ଦେଖାଯାଉଛି। କାର୍ ଓ୍ୱିଣ୍ଡୋ ଠକ୍ ଠକ୍ କରି ସାର୍ ଟିକେ ଶୁଣିବେ ବୋଲି କହୁଛନ୍ତି ଯୁବକ ଜଣଙ୍କ। ଯୁବକଙ୍କୁ ଦେଖି […]

  • Monday, 19 July 2021
bl
ମତ୍ସ୍ୟଜୀବୀଙ୍କୁ ଡରାଉଛି କଳା ଗୋଲାପର କଣ୍ଟା

ପାରାଦୀପ : ବୁଡ଼ିବାର ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ବ୍ଲାକ୍ ରୋଜ୍ । ପାରାଦୀପ ବନ୍ଦର ଠାରୁ ଅନତି ଦୂରରେ ସଲିଳ ସମାଧି ନେଇଥିବା ଏହି ମଙ୍ଗୋଲୀୟ ଜାହାଜ, ଏବେ ପାଣି ତଳେ ଲୁଚି ରହି ମାଛଧରା ଟ୍ରଲର୍ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି।  ତେଣୁ ସେଠାରୁ ତୁରନ୍ତ ଜାହାଜ ଅପସାରଣ ପାଇଁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକମାନେ ଦାବି କରିଛନ୍ତି।  ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଜାହାଜ ବୁଡ଼ିଥିବା ଅଞ୍ଚଳ ବନ୍ଦର ଅଧୀନରେ […]

  • Monday, 19 July 2021
girl rape
କାର୍‌ରେ ଆଣି ଯୁବତୀଙ୍କୁ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍

ଖୋର୍ଦ୍ଧା  : ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍। ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ NHରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଉଦ୍ଧାର ପରେ ତାଙ୍କୁ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଯୁବତୀଙ୍କ ସହ ଖରାପ କାମ ହୋଇଥିବା ସେ କହିଛନ୍ତି। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଏପରି ଅବସ୍ଥାରେ ଫିଙ୍ଗି ଦେଇଥିବା ଯୁବକଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନି। ସେପଟେ […]

  • Monday, 19 July 2021
onion4
ପିଆଜ ବିକିବେ ରାଜ୍ୟ ସରକାର

ଭୁବନେଶ୍ୱର : ପିଆଜ ଦର କିଲୋ ପିଛା ୬୦ରୁ ୭୦ଟଙ୍କା ଛୁଇଁଥିବାବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି […]

  • Monday, 19 July 2021
cyclone --
ବୁଲବୁଲ ଗତି କୁଆଡ଼େ ? ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ସସ୍‌ପେନ୍ସ

ଭୁବନେଶ୍ୱର : ବୁଲ୍‌ବୁଲ୍‌କୁ ନେଇ ସସ୍‌ପେନ୍ସ । ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ଉପକୂଳ ଛୁଇଁବ ସେ ନେଇ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଆହୁରି ୫ ଦିନ ଏହା ସମୁଦ୍ର ଉପରେ ହିଁ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ଏହାର ପ୍ରଭାବରେ ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡିର ସଦ୍ୟ ବୁଲେଟିନ୍ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ […]

  • Monday, 19 July 2021
accident
ଓଲଟି ପଡ଼ିଲା ଅଟୋ ; ଜଣେ ମହିଳାଙ୍କ ମୃତ୍ୟୁ

ମୋହନା (ମିହିର ଯତି): ପିଲାଙ୍କୁ ଟୀକା ଓ ଛତୁଆ ଆଣିବା ପାଇଁ କେତେକ ମହିଳା ଅଟୋରେ ଯାଉଥିଲେ। ହେଲେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି। ମୋହନା ଥାନା ଭାଲିଆଗୁଡ଼ାରୁ ଗାଁର କେତେକ ମହିଳା ଏକ ଅଟୋରେ ଛତୁଆ ଓ ପିଲାମାନଙ୍କୁ ଟୀକା ଦେବା ପାଇଁ ବେଶ୍ରା ଗାଁକୁ ଯାଇଥିଲେ। ତେବେ ଅଟୋଟି […]

  • Monday, 19 July 2021
nagada
ନଗଡ଼ାରେ ଜଳିଲା ବିଜୁଳି

ଯାଜପୁର : ଲୋକାୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରି ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା ପରେ ଜିଲ୍ଲା ପ୍ରଶାସନରେ ଏକପ୍ରକାର ଛାନିଆ ପସିଯାଇଥିଲା। ତେବେ ଆଜି ଜିଲାପାଳ ଚାର୍ଜରେ ଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି, ପ୍ରୋଜେକ୍ଟ ଡ଼ାଇରେକ୍ଟର, ସୁକିନ୍ଦା ବିଡିଓ, ନେସ୍କୋ […]

  • Monday, 19 July 2021
dog
ମାଲିକର ଜୀବନ ବଞ୍ଚାଇଲା ‘ଲାଡେନ’

ଖୋର୍ଦ୍ଧା : କୁକୁର କେବେ ବି ନମକ ହାରାମ୍ ହୋଇପାରେନା । ଏହି ଢ଼ଗକୁ ସତରେ କରି ଦେଖାଇଛି ଗୋଟିଏ ପୋଷା କୁକୁର।  ନାଁ ତାର ଲାଡେନ୍।  ଗୋଟିଏ ନାଗ ସାପକୁ ମାରି ମାଲିକ ପାଇଁ ଜୀବନ ଦେଇଛି ଏହି ପୋଷା କୁକୁରଯ ଖୋର୍ଦ୍ଧା ଯାଆଁଳା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖୋର୍ଦ୍ଧା ମୁଣ୍ଡମୁହାଣ ଗାଁର ଦେବବ୍ରତ ସାମନ୍ତରାୟଙ୍କ ପୋଷା କୁକୁର ହେଉଛି ଲାଡେନ୍। ଗତକାଲି ଦେବବ୍ରତଙ୍କ ଦୁଇ ପୁଅ ଝିଅ ଘର […]

  • Monday, 19 July 2021
protest
କଳାହାଣ୍ଡିରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି  : ଗଣମାଧ୍ୟମ ସାମ୍ନାରେ ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରିର ଆଉଏକ ଚିତ୍ର ପୁଣି ଥରେ ନିଜର ଔଦ୍ଧତ୍ୟକୁ ପଦାରେ ପକାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଏହି ବ୍ୟବହାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଇଛି ବୋଲି କୁହାଯାଇଛି। ଏହାକୁ ସମାଲୋଚନା କରିବା ସହ […]

  • Monday, 19 July 2021
misbehave
ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଜଳେଶ୍ୱର :  ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇଆସୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ କଲେ ତାଙ୍କୁ ବାରମ୍ବାର ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଭୟରେ […]

  • Monday, 19 July 2021
pathashala
ନକ୍ସଲ କ୍ୟାମ୍ପରେ 'ପାଠଶାଳା' , ସ୍ୱାଭିମାନରେ 'ସ୍ମୃତି ଭବନ'

ମାଲକାନଗିରି(ଜିତେନ୍ଦ୍ର ବେଉରା) : ସ୍ୱାଭିମାନ ଅଞ୍ଚଳରେ ରହିଛି ନକ୍ସଲଙ୍କ “ପାଠଶାଳା”। ଯେଉଁଠି ପାଠ ପଢ଼ୁଛନ୍ତି ନକ୍ସଲ। ଆଉ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ନକ୍ସଲ କ୍ୟାମ୍ପରେ ପହଞ୍ଚିଥିଲା ଓଟିଭି। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଯେଉଁଠିକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରତିଦିନ ନକ୍ସଲ ଖେଳୁଥିଲେ ରକ୍ତର ହୋଲି। ଆଜି ସେଠାକୁ ହୋଇଛି ସେତୁ। ବହୁ ବାଧାବିଘ୍ନକୁ ସାମ୍ନା କରି ରାଜ୍ୟ ସରକାର ଗୁରୁପ୍ରିୟା […]

  • Monday, 19 July 2021
cyclone
ବାତ୍ୟା ନାଁ 'ବୁଲ୍‌ବୁଲ୍‌' !

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।  ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ଦୁଇଦିନରେ ଏହା  ବାତ୍ୟା ହେବା ନେଇ ସ୍ଥିତି ସ୍ପଷ୍ଟ ହେବ । […]

  • Monday, 19 July 2021