ଆଠଗଡ଼ : ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ମାଡ଼। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନାରେ । ଜଣେ ନିଶାସକ୍ତ ଯୁବକ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ , ଗତକାଲି ରାତିରେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କରିଥିଲା। ଏଥିରେ ଥାନା SI, ASI ଓ ଜଣେ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ତେବେ ପରେ ପୁଲିସ ସଂପୃକ୍ତ ଯୁବକକୁ […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ବେଆଇନ୍ ପଥର ଖଣି କାରବାର ଲିଙ୍କରେ ଓଡ଼ିଶା ପୁଲିସର ୨ ଇନ୍ସପେକ୍ଟର। ପ୍ରଥମେ ଇନସ୍ପେକ୍ଟର ବିକ୍ରମ ଜେନା ଓ ପରେ ଇନସ୍ପେକ୍ଟର୍ ରଣଜିତ ସାହୁ ଏସଟିଏଫ ସ୍କାନରରେ ଧରା ପଡ଼ିଥିଲେ। ତେବେ ଦୁହେଁ ମାସେରୁ ଊର୍ଦ୍ଧ୍ୱ ହେବ ଛୁଟିରେ ଥିବାବେଳେ ଉଭୟଙ୍କର ଏବେ ପତ୍ତା ମିଳୁନଥିବା ଜଣାପଡ଼ିଛି। କୁଆଡ଼େ ଗଲେ ଏବଂ କେଉଁଠି ଅଛନ୍ତି ଇନସ୍ପେକ୍ଟର ବିକ୍ରମ ଜେନା ଓ ରଣଜିତ ସାହୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଥାନାରେ […]
ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୁଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି। ଏହା […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ନାବାଳିକାଙ୍କ ସହ ଗଣଦୁର୍ଷ୍କମ ଅଭିଯୋଗ । ଲହୁଣୀପଡ଼ା ଥାନା ଟେନସା ଫାଣ୍ଡିରେ ଏନେଇ ଏତଲା ହୋଇଛି । ଅଭିଯୋଗ ପରେ ଟେନସା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ନାବାଳିକାଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ ଅଭିଯୁକ୍ତ। ଏହାପରେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଟକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।
ପୁରୀ : ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗର ଅଧିନରେ ରହିଛି। ତେବେ ଗୋବର୍ଦ୍ଧନ ମଠ ଆଦି–ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା […]
ଭୁବନେଶ୍ୱର : ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏସବୁ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟରୁ ୮୦୬ଟି କେନ୍ଦ୍ରର ପୁନଃ ନିର୍ମାଣ କରିବାକୁ ଚଳିତ ଆର୍ଥିକ ବର୍ଷରେ ସରକାର ଯୋଜନା ରଖିଛନ୍ତି। ରାଜ୍ୟରେ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସେଥିରୁ ୪୦ ହଜାର ୭୮୮ଟି କେନ୍ଦ୍ର ନିଜସ୍ୱ ଘରେ ଚାଲିଥିବା […]
ଭୁବନେଶ୍ୱର/ଯାଜପୁର : ତିନି ଦିନ ହେଲା ବିନା ମୁଖ୍ୟ ବିରୋଧୀ ଦଳରେ ଚାଲିଛି ବିଧାନସଭା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଅଡ଼ି ବସିଥିବା ବିଜେପି ଆଜି ଗାନ୍ଧି ମୂର୍ତ୍ତିତଳେ ଧାରଣା ଦେଇ ବିଜେଡି-କଂଗ୍ରେସ ସଲାସୁତରାର ଅଭିଯୋଗ ଆଣି ବର୍ଷିଛି। ଦୁଇ ଦୁଇ ଥର ଶାସକଦଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ସେପଟେ ମୃତ୍ୟୁର ପାଖାପାଖି ମାସେ ପରେ ଆଜି ଯାଜପୁର ପୋଲିସ୍ ଖୋଲିଛି ସ୍ମିତାରାଣୀଙ୍କ ହରିଦାଶପୁର ଅଫିସ୍ରେ ଥିବା ଲକର୍ । ଏବେ […]
ଭୁବନେଶ୍ୱର : ଆମ ବାପୁଜୀ, ଏକ ଝଲକ । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିଲା ଏହି ପତ୍ରିକା। ଏଥିରେ ଗାନ୍ଧୀଙ୍କ ଶୈଶବରୁ ଆରମ୍ଭ କରି ପାଠପଢା, କର୍ମଜୀବନ ଓ ଓଡିଶା ସହ ସଂପର୍କକୁ ନେଇ ପିଲାଙ୍କ ପାଇଁ ରହିଥିଲା ଉପାଦେୟ ତଥ୍ୟ। ହେଲେ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିବା ନେଇ ଲେଖାଯାଇଥିବା ଏହି ଦୁଇ ଧାଡ଼ି ସୃଷ୍ଟିକରିଛି ବିବାଦ। ବିବାଦ ବଢିବା ପରେ ସରକାର ତ୍ରୁଟି ସ୍ୱୀକାର […]
ଭୁବନେଶ୍ୱର : ଆପଣ ରାଜଧାନୀରେ ରହୁଛନ୍ତି କି ? ସାବଧାନ। ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି । ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍ ଗଣିବାକୁ ପଡିବ। ଆଜି ଏନେଇ ନୋଟିସ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ରାଜଧାନୀ ଭୁବନେଶ୍ୱର ଖୋଲା ଶୌଚମୁକ୍ତ ହେବା ନେଇ ବିଏମସି ପକ୍ଷରୁ ନୋଟିସ ଜାରି […]
ଭୁବନେଶ୍ୱର : ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ବର୍ତ୍ତିଗଲେ ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତା ଏବଂ ମଇଁଷି ପଲ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଲେଭଲ କ୍ରସିଂରେ ଟଳିଯାଇଛି ଏହି ଅଘଟଣ। ମଧ୍ୟାହ୍ନ ୧୨ଟା ୫୦ ମିନିଟ୍ରେ ଦ୍ରୁତ ଗତିରେ ଆସୁଥିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ଏହି ସମୟରେ ଏକ ମଇଁଷି ପଲ ଟ୍ରେନ୍ ଲାଇନ୍ ଉପରକୁ ଚାଲି ଆସିଥିଲେ। ମଇଁଷି ପଲ ଦେଖି ତୁରନ୍ତ ରେଡ୍ ସିଗ୍ନାଲ ଦେଇଥିଲେ ଗେଟ୍ମ୍ୟାନ୍ ଏ.କେ.ତ୍ରିପାଠୀ । ତାସହ […]
କେନ୍ଦୁଝର (ପ୍ରଣୟ ପାଣି) : ହାଟ ସାରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ ହୋଇଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ମାମଲାକୁ ବିଚାର କରି ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦୧୭ ଜୁନ୍ ୩ ତାରିଖରେ ଯୋଡ଼ା ଥାନା […]
ଉମରକୋଟ( କାର୍ତ୍ତିକ ମଲ୍ଲିକ) : ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଉମରକୋଟ୍ ବ୍ଲକ ଝୋଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ। ପ୍ରଦୀପ ସ୍କୁଲରେ ହାଜିରା ପକାଇ ଡାକ୍ତରୀ କାମ କରିବାକୁ ଗାଁ ଗାଁ ଯାଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ଫଳ ଶୂନ ହୋଇଥିବା ସେମାନେ […]
ଭଦ୍ରକ : ମୃତକଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ଶରୀରରୁ ଆଖି ଗାଏବ ଅଭିଯୋଗ। କଟକ ଏସ୍ସିବିରେ ପ୍ରାଣ ହରାଇଥିବା ଭଦ୍ରକର ଜଣେ ବ୍ୟକ୍ତିଙ୍କ ପରିବାର ଲୋକେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି। ଭଦ୍ରକ ଅଞ୍ଚଳର ନଣ୍ଡା ଗାଗରାଇ ଗତ ୧୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ପ୍ରାଣ ହରାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଥିଲା। ତେବେ ଅନ୍ତିମ ସଂସ୍କାର ବେଳେ ନଣ୍ଡାଙ୍କ ଦୁଇ ଆଖି ନଥିବା ଦେଖିବାକୁ […]
ସୁନ୍ଦରଗଡ଼ : ପୁଲିସ ସାମ୍ନାରେ ସୁଇସାଇଡ୍। ସୁନ୍ଦରଗଡ଼ ଜିଲ୍ଲା ହୁଡୁକା ଗାଁରେ ଜଣେ ବ୍ୟକ୍ତି ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଡୁଡୁକା ଗାଁର ଶିବ ଚନ୍ଦନ । ଆଜି ଅପରାହ୍ଣରେ ଶିବ ଗାଁରେ ଥିବା ଏକ ବ୍ୟାଙ୍କ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେବାରୁ ଘଟଣାସ୍ଥଳରେ ପହଞ୍ଚିଥିଲା ହେମଗିରି ପୁଲିସ ଓ ଫାୟାର ଟିମ୍। […]
ବ୍ରହ୍ମପୁର: କ୍ରିକେଟ ଖେଳୁଥିବା ବେଳେ କାନରେ ବାଜିଲା ବଲ୍। ଫଳରେ ଜଣେ ମେଡିକାଲ ଛାତ୍ରର ଆଜି ମୃତ୍ୟୁ ଘଟିଛି। ଆଜି ଏପରି ଅଭାନୀୟ ଘଟଣା ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳରେ ଘଟିଛି। ମୃତ ଛାତ୍ର ବିଶ୍ୱଭୂଷଣ ସାହୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜର ଏମ୍ବିବିଏସ୍ର ଦ୍ୱିତୀୟ ବର୍ଷ ଛାତ୍ର। ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳର ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ତଳେ ଘରକୁ ଆସିଥିଲେ। ଆଜି ସକାଳେ ସେ ଏମ୍କେସିଜି ମେଡ଼ିକାଲ ପଡ଼ିଆରେ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିଧାନସଭା ଅଧିବେଶନ ଯୋଗୁ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନଥିଲେ ମଧ୍ୟ ମାତ୍ର ୨୦ମିନିଟ୍ ଭିତରେ ଏହି ସମସ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛିି। ମିଳିଥିବା ସୂଚନା ଅନୁସାରେ, କାଳିଆ ଯୋଜନା ପାଇଁ ପାଣ୍ଠି ଆବଣ୍ଟନ ଓ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗାଁ ଓଡ଼ିଶାର। ହେଲେ ରାଜୁତି କରୁଛି ଆନ୍ଧ୍ରପ୍ରଦେଶ ସରକାର। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ଆଉ ଏକ ସୀମାନ୍ତ ଗାଁ ଜୁମ୍ଡ଼ାଙ୍ଗକୁ ସମ୍ପୂର୍ଣ୍ଣ କବଜା କରିଛି ଆନ୍ଧ୍ର। କିଛି ବର୍ଷ ତଳେ ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡ଼ା ପଞ୍ଚାୟତରୁ ଅଲଗା ହୋଇ ଧୂଳିପୁଟ୍ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କିଛିମାସ ଧରି ସାଧାରଣ ପ୍ରଶାସନ ବିଭାଗରେ ବିନା କାର୍ଯ୍ୟରେ ଥିବା ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ରାଙ୍କୁ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି ଗଜପତିରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଚଞ୍ଚଳ ରଣାଙ୍କୁ ମୟୂରଭ୍ଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୬ ବ୍ୟାଚ୍ ଆଇଏଏସ୍ ସ୍ୱାଧା […]
ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍କୁଲଗୁଡ଼ିକୁ ପଠାଯାଇଥିବା ପ୍ରଚାରପତ୍ର ‘ଆମ ବାପୁଜୀ: ଏକ ଝଲକ’ କୁ ତୁରନ୍ତ ପ୍ରତ୍ୟାହାର କରି ଅଣାଯିବ ଓ ଏହି ଦୁଇପୃଷ୍ଠାର ବିବାଦୀୟ ତଥ୍ୟ ସମ୍ବଳିତ ପ୍ରଚାରପତ୍ର କିଭଳି ପ୍ରକାଶ ପାଇଲା ତା’ର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା […]
ଭୁବନେଶ୍ୱର : ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ବିଜେପି ବିଧାୟକଙ୍କ ନିରବ ପ୍ରତିବାଦ। ମୁହଁରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ। ଏହାପରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନନେଇ ନିଜ ଆସନରେ ଠିଆ ହୋଇ ପ୍ରଥମେ ଏଭଳି ଢଙ୍ଗରେ ପ୍ରତିବାଦ କରିଥିଲେ ସବୁ ବିଜେପି ବିଧାୟକ। କଳାପଟି କାଢ଼ିବାକୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି। ୧୦ ମିନିଟ ଠିଆ ହୋଇ ପ୍ରତିବାଦ କରିବା ପରେ ମୁହଁରୁ କଳାପଟି କାଢିଥିଲେ ସତ ହେଲେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ନଥିଲେ। ତେବେ […]
ଭୁବନେଶ୍ୱର : ଲ୍ୟାବ୍ ଛାଡି ରାସ୍ତାରେ ବୈଜ୍ଞାନିକ । ବିଡିଏ-ବୈଜ୍ଞାନିକ ମୁହାଁମୁହିଁ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ଲୋଲୋଜି- IMMT କ୍ୟାମ୍ପସରେ ଆଜି ଏଭଳି ଉତ୍ତେଜନା ଦେଖିବାକୁ ମିଳିଥିଲା। ମୁହାଁମୁହିଁ ହୋଇଥିଲେ ଏନ୍ଫୋର୍ସମେଣ୍ଟ ଟିମ୍ ଓ ବୈଜ୍ଞାନିକ । IMMT ପରିସରରେ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଲାଗି ଆସିଥିବା ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ବିରୋଧ କରିଥିଲେ ବୈଜ୍ଞାନିକ। ବିନା ନୋଟିସରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆସିଥିବା ସେମାନେ ଅଭିଯୋଗ କରିଥିଲେ। ରାଜ୍ୟ […]
କୋରାପୁଟ : ସାହାସିକତା ଦେଖାଇଲେ ନାବାଳିକା। ଜୋର ଜବରଦସ୍ତ ବିବାହ କରାଇବା ପରେ ଶାଶୂ ଘରୁ ଚାଇଲ୍ଡ ଲାଇନ୍କୁ ଫୋନ୍ କରି ଉଦ୍ଧାର ହେଲେ। ଏମିତି ଏକ ଘଟଣା ଏବେ କୋରାପୁଟ ବୋରିଗୁମ୍ମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପରିବାରଲୋକେ ଜୋରଜବରଦସ୍ତ ବିବାହ କରାଇଥିଲେ । ଏପରିକି ତାଙ୍କୁ ଶାଶୂ ଘରକୁ ବି ପଠାଇ ଦେଇଥିଲେ । ହେଲେ ନାବାଳିକା ଜଣକ ସାହସ ଦେଖାଇ ୧୦୯୮କୁ ଫୋନ୍ […]
କଟକ : ବେଶ ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ପଡ଼ିଆରେ ବୃହତ୍ ବାଣିଜ୍ୟ ମେଳା ଚାଲିଥିବା ଖାଦ୍ୟର ପସରା ମଧ୍ୟ ଜମିଛି। ପ୍ରତିଦିନ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇପଡୁଛି। ବୁଲାବୁଲି ସାଙ୍ଗକୁ କିଣାବିକା ଆଉ ତା ସାଙ୍ଗକୁ ଚଟପଟି ଓ ବିଭିନ୍ନ ଖାଦ୍ୟରୁ ମଜା ଉଠାଉଛନ୍ତି ଦର୍ଶକ। ସେପଟେ ବାଲିଯାତ୍ରାରେ ପଡିଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। ଆଜି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବାଲିଯାତ୍ରା ଖାଦ୍ୟ ଷ୍ଟଲ୍ ଉପରେ […]
ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ। ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଏକାମ୍ର ହାଟ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆଜି ସେ ନିଜର ଜଣେ ବନ୍ଧୁଙ୍କ ଅଫିସ୍ରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ହଠାତ୍ ଆସି ହରେକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଅଫିସ୍ରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଦୁବୃର୍ତ୍ତମାନେ। ଆକ୍ରମଣରେ ଆହତ ହରେକୃଷ୍ଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜନୈତିକ କାରଣକୁ ନେଇ ତାଙ୍କ […]
ସୋନପୁର (ରବୀନ୍ଦ୍ର ହୋତା): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗାଁର କପିଳ ମହାକୁରଙ୍କ ଗୁହାଳରେ ୫୨ଟି ମେଣ୍ଢା ଥିଲେ। ତେବେ ଆଜି ସକାଳେ ଦେଖିବାବେଳକୁ ସେଥରୁ […]