ଜଗତସିଂହପୁର : କେଉଁଠି ଯୌନ ରାକ୍ଷସର ଯୌନ ବିକାରରେ ଖିନ୍ଭିନ୍ ହେଉଛି କଅଁଳ କଢ଼ି ତ ଆଉ କେଉଁଠି କାମନାର ନିଆଁରେ ଜଳି ପୋଡ଼ି ଛାରଖାର୍ ହୋଇଯାଉଛନ୍ତି ଯୁବତୀ । ଏଭଳି ଏକ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ। ଏହି ଜଘନ୍ୟ ଅପରାଧ ଏବେ ଦୋହଲାଇ ଦେଇଛି ସଭ୍ୟ ସମାଜକୁ । ଜଣେ ଦଳିତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଯୁବକ ଭିଆଇଛି ସାଂଘାତିକ କାଣ୍ଡ । ଫଳରେ ଜୀବନ ହାରିବାକୁ […]
ଭୁବନେଶ୍ୱର : ଗଛରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହେଲେ ଦମକଳ ବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉଦ୍ୟମକୁ ପଣ୍ଡ କଲା ଅଗ୍ନିଶମ ବିଭାଗ। ବାଣିବିହାର ପରେ ଆଜି ଲୋୟର ପିଏମଜିରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଲୋୟର ପିଏମଜି ଧାରଣାସ୍ଥଳରେ ଥିବା ଏକ ବଡ଼ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଜଣେ ଗାଁ ସାଥୀ ବୋଲି ଜଣାପଡ଼ିଛି। ଏହି ଯୁବକଙ୍କ ନାଁ ମଧୁ ଛତ୍ରିଆ ଓ […]
ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ମହାଠକ। ନକଲି ପରିଚୟ ଦେଇ ଜାତୀୟ ସ୍ତରର ଖେଳାଳି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କୁ ଲଗାଇଥିଲେ ଚୁନ। ଏବେ ପୁଲିସ କବଜାରେ ଠକ ଧୁରନ୍ଧର ଧରାପଡିବାପରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜନିଷ ପୁଲିସ ଜବତ କରିଛି । ସେପଟେ ଚୋରା ଦାମୀ ଫୋନକୁ କମ୍ ଦାମରେ କିଣି ଖେଳାଳି ହଟହଟା ହୋଇଛନ୍ତି। ଏହି ମହାଠକ ଜଣକ ନାଁ ସୌମ୍ୟଜିତ ତ୍ରିପାଠୀ । ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଂଜିନିୟର । ହେଲେ ପେଶା […]
ବଲାଙ୍ଗିର (ମନୋରଂଜନ ଯୋଶୀ) : ଆସନ୍ତା ଡିସେମ୍ବର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭୀତ ସାଧାରଣ ଲୋକେ । କିନ୍ତୁ ଖୋଦ ସରକାରୀ ଅଫିସ ଗୁଡ଼ିକରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବାର, ସାଂଘାତିକ ତଥ୍ୟ ଲାଗିଛି ଓଟିଭି ହାତରେ । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର […]
ବାଲେଶ୍ୱର ( ରଞ୍ଜିତ୍ ପାକଳ) : ପାଠ ପଢିବା ବଦଳରେ ମଧ୍ୟାହ୍ନ ଭୋଜନ ଲାଗି ପରିବା କାଟୁଛନ୍ତି ଛାତ୍ରୀ । ପାଚିକା କିମ୍ବା ସହାୟିକା ନୁହଁନ୍ତି ବରଂ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଦୁଇ ଜଣ ଛାତ୍ରୀ ପନିଖି ଧରି କିଭଳି ଆଳୁ କାଟୁଛନ୍ତି । ଏହି ଆଳୁ କାଟୁଥିବା ସମୟର ଦୃଶ୍ୟ […]
ଭଦ୍ରକ : ଠାବ ହୋଇଛି ନକଲି ଜର୍ଦ୍ଦା ତିଆରି କାରଖାନା। ଭଦ୍ରକ ମିର୍ଜାପୁରରେ ନକଲି ଜର୍ଦ୍ଦା ତିଆରି କରୁଥିବା ନେଇ ଅଭିଯୋଗ ଆସିବା ପରେ ଚଢ଼ଉ କରିଛି ପୁଲିସ୍ । ନାମୀ ଦାମୀ କମ୍ପାନୀ ନାଁ ଓ ଲେବଲ୍ରେ ଦୀର୍ଘ ଦିନ ଧରି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଥିଲା । କାରଖାନା ଉପରେ ଚଢ଼ଉ କରିବା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଛନ୍ତି । ଚଢ଼ଉ […]
ଭୁବନେଶ୍ୱର : ରାଜ୍ୟରେ ୬ ମାସରେ ହୋଇଛି ୬ଶହ ନାବାଳିକାଙ୍କୁ ଦୁଷ୍କର୍ମ। ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। ଚଳିତ ବର୍ଷ ପ୍ରଥମ ଛଅ ମାସରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ରାଜ୍ୟରେ ୧୪୩୦ ଓ ଦୈନିକ ୪ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ହାତରେ ଆଉ ବନ୍ଧୁକ ନାହିଁ, କି ଦେହରେ ବି ନାହିଁ ମାଓ ୟୁନିଫର୍ମ । କେବେଠୁ ମନରୁ ପୋଛି ଗଲାଣି ଜଙ୍ଗଲ୍ ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରା ଏବେ ପାଲଟିଯାଇଛି ସାଧାରଣ ମଣିଷଟିଏ ପରି ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ । ହାତରେ ଝାଡ଼ୁ ପୋଛା, ଦେହରେ ନୀଳ ପୋଷାକ ଓ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ମାଲକାନଗିରିର ଘଞ୍ଚ ଜଙ୍ଗଲ ଭିତରେ ହଜିଯାଇଛି ଏମାନଙ୍କ ଭିତରର ଦୁର୍ଦ୍ଦାନ୍ତ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ବସ୍ ଚାପି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କୁତ୍ରା ବ୍ଲକ୍ ଲକ୍ଷ୍ମୀପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ତିନି ଜଣ ଯୁବକ ଏକ ସ୍କୁଟିରେ ଯାଉଥିବାବେଳେ ପବନହଂସ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ତିନି ଜଣ ଯାକ ବସର ଚକା ତଳେ ପଶିଯିବାରୁ ବସ ସେମାନଙ୍କୁ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। […]
ଭୁବନେଶ୍ୱର : ହାଣ୍ଡିଶାଳ ଓ ହୋଟେଲର କିଚେନ୍ ରୁମ୍ ନୁହେଁ, ଭୋଜି ଉପରେ ବି ପିଆଜ ପ୍ରଭାବ। ବିବାହ ଭୋଜିରୁ ବାଦ୍ ପଡ଼ିଲାଣି ପିଆଜ। ପିଆଜ ଭାଉ ୧୦୦ ଛୁଇଁବା ପରେ ବ୍ରହ୍ମପୁରରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ଆଉ କେଉଁଠି ପିଆଜର ବିକଳ୍ପ ଖୋଜିଲେଣି ହୋଟେଲ ବ୍ୟବସାୟୀ। ଏପଟେ କେଇ ମାସ ତଳେ ମାତ୍ର ୪ ଟଙ୍କାରେ ବିକିଥିବା ପିଆଜ ଚାଷୀ ଏବର ରେଟ୍ ଦେଖି ମୁଣ୍ଡରେ ହାତ ଦେଉଛନ୍ତି । ଗଲା କିଛି […]
ମାଲକାନଗିରି( ଜିତେନ୍ଦ୍ର ବେଉରା) : ଇଜ୍ଜତ ସହ ମିଳିଲା ବଂଚିବାର ଅଧିକାର। ସ୍ୱାବଲମ୍ବୀ ହୋଇପାରିଛନ୍ତି କିନ୍ନର ସମାଜ। ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ ଯୋଜନାରେ ସମସ୍ତ କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ମିଳିଛି । ଜିଲ୍ଲା ପୁଲିସ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପରେ ମେଡିକାଲରେ ନିଯୁକ୍ତି ଦିଆଯାଇଛି। ପ୍ରସୂତି ବିଭାଗର […]
ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।ବିଜେଡିରେ ସିକ୍ତାଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସିକ୍ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ। ସେହିପରି ସିକ୍ତା କହିଛନ୍ତି ଯେ ସେ ସମାଜର ଅବହେଳିତ ବର୍ଗର […]
ଭୁବନେଶ୍ୱର : ଅପରେସନ୍ ବାଣୀବିହାରର ରିଅଲ୍ ହିରୋ କାଶ୍ୟପ ପଟ୍ଟନାୟକ। ଗତକାଲି ଯେତେବେଳେ ଉଦ୍ଧାରକାରୀ ଦଳର କୌଣସି ବି କୌଶଳ, କୌଣସି ବି ଷ୍ଟ୍ରାଟେଜି କାମ ଦେଇ ନଥିଲା, ସେତେବେଳେ ଜୀବନକୁ ବାଜି ଲଗାଇ ଦେଇଥିଲେ ଲିଡିଂ ଫାୟାର୍ ମ୍ୟାନ୍ କାଶ୍ୟପ। କର୍ତ୍ତବ୍ୟ ସମ୍ପାଦନା ସହ ନିଜ ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ପୂରା ଅପରେଶନକୁ ନିର୍ଣ୍ଣାୟକ ମୋଡ଼ ନେଇଥିଲେ ସେ । ଏବେ ତାଙ୍କ ସହ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ପୂରା ଅଗ୍ନିଶମ […]
ଜୟପୁର ( ଟି.ଗୌରୀଶଙ୍କର) : କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା । ମାଆର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ବର୍ତ୍ତିପାରିଲାନି ମୃତ୍ୟୁର ଦୂତ ହାତରୁ। ମାଆ ଏବେ ମେଡ଼ିକାଲରେ । ଖୋଜୁଛନ୍ତି ଗେହ୍ଲା ପୁଅକୁ । କାଲିର କାଳ ରାତିରେ ଯାହା ଘଟିଗଲା, ଆଖି ସାମ୍ନାରେ ଭାସିଉଠୁଛି ଗୋଟି ଗୋଟି କରି। ହେଲେ ମନରେ ଆଶଙ୍କା ପୁଅର […]
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବାପା-ମାଆଙ୍କ ଆଗରେ ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ କରିଛନ୍ତି। ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁର ଜିତେନ୍ଦ୍ର ସାହୁଙ୍କର ୫ ବର୍ଷର ପୁଅ ସିଲୁର ଦେହ ଅସୁସ୍ଥ ଥିଲା। ସେଥିପାଇଁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀ, ପୁଅ ସିଲୁକୁ […]
ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକା ଭୁଲି ପାରିଲାନି। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ ଥିଲେ। ମାତ୍ର ଏଥିରେ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଲା ପ୍ରେମିକା। ଆଉ ତା’ପରେ ନିଜର ଦୁଇ ସାଥୀଙ୍କ ସହ ମିଶି ପ୍ରେମିକଙ୍କ ଉପରେ ଏସିଡ୍ ଫିଙ୍ଗିଲା। ଏପରି ଲୋମହର୍ଷଣକାରୀ ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍ପି। ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର କହିବାନୁଯାୟୀ, ବଡତଇଳା ଗାଁର ବିକ୍ରମ ପ୍ରଧାନ ବ୍ରଜରାଜନଗର ଅଞ୍ଚଳରେ ରହି ଏକ ଦୋକାନରେ କାମ କରୁଥିଲେ। ସେଠାରେ ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମବିବାହ କରି ରହୁଥିଲେ। […]
କଟକ : ଦୀର୍ଘ ଦିନରେ ନୀରବତା ପରେ କଟକରେ ଫୁଟିଛି ବୋମା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଜମିବାଡ଼ି ବିବାଦରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଓଡ଼ିଆ ବଜାରରେ ରହୁଥିବା ସେକ୍ ବାବୁଙ୍କ ଘର ଉପରକୁ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଥିଲେ। ସୌଭାଗ୍ୟରୁ ଗୋଟିଏ ବୋମା ନାଳରେ ପଡ଼ିଥିବା ବେଳେ ଅନ୍ୟଟି ତାଙ୍କ ବାରଣ୍ଡାରେ ପଡ଼ିଥିଲା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନାହିଁ। ଖବର ପାଇଁ […]
ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସିଧାସଳଖ କଡ଼ାଭାଷାରେ ବିରୋଧୀଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ରାଜନୀତି ନକରି ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି କହିବାକୁ ପଛାଇ ନାହାନ୍ତି। ଆଜି ବିଧାନସଭାରେ […]
କୋରାପୁଟ : କୋରାପୁଟରେ ଭୁଶୁଡ଼ିଲା ଅବ୍ୟବହୃତ କୋଠା। କୋରାପୁଟ ସଦର ଥାନା ବାରିଣୀପୁଟରେ ଥିବା ଅପର କୋଲାବର ଅବ୍ୟବହୃତ କୋଠା ଭୁଶୁଡ଼ି ପଡିଛି। ଗୋଟିଏ ପରିବାରର ୫ ଜଣଙ୍କ ଉପରେ କୋଠା ଭୁଶୁଡ଼ି ପଡ଼ିବା ପରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହୁରି ୩ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଚାପି ହୋଇ ରହିଥିବା ୩ ଜଣଙ୍କ ମଧ୍ୟରେ ୨ ମହିଳା ଥିବା ସୂଚନା ମିଳିଛି। ଅଘଟଣ ପରେ […]
ଭୁବନେଶ୍ୱର : ବିନା ନୋଟିସ୍ରେ ଉଚ୍ଛେଦ ପ୍ରତିବାଦରେ ରାଜଧାନୀରେ ବସ୍ତିବାସିନ୍ଦାଙ୍କ ବିଶାଳ ରାଲି। ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି ସହିତ ଗଣଧାରଣା ଦିଆଯାଇଛି। ରାଲିରେ ହଜାର ହଜାର ବସ୍ତି ବାସିନ୍ଦା ଯୋଗ ଦେଇ ସରକାରଙ୍କ ସାଲିଆ ସାହି ଉଚ୍ଛେଦ ଯୋଜନାର ପ୍ରତିବାଦ କରିଥିଲେ । ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଦାବି କରିଛି ସାଲିଆସାହି ଆଞ୍ଚଳିକ କମିଟି । ପ୍ରତି ବସ୍ତି ବାସିନ୍ଦାଙ୍କୁ ୬ଶହ ବର୍ଗ […]
ଭୁବନେଶ୍ୱର : “ଧାନ ବିକ୍ରି କରିବା ପାଇଁ ଟୋକନ୍ ବ୍ୟବସ୍ଥା ରହିବ। କିନ୍ତୁ ଟୋକନ୍ ନଥିବା ଚାଷୀ ମଧ୍ୟ ମଣ୍ଡିକୁ ଆସି ଫେରିବେ ନାହିଁ।” ଟୋକନ୍ ବ୍ୟବସ୍ଥାକୁ ନେଇ ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବଳ ସମ୍ବଲପୁର ଓ ବରଗଡ଼ ଚାଷୀଙ୍କ ପାଇଁ ନା ସାରା ରାଜ୍ୟ ପାଇଁ? ଏହାକୁ ନେଇ ଚାଷୀକୂଳ ଦ୍ୱନ୍ଦ୍ୱରେ ଥିବା ବେଳେ ଖାଦ୍ୟ ଓ ଯୋଗାଣ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ପୁଣି ମାତିଲେ ପାଗଳା କୁକୁର। ବନ୍ଧମୁଣ୍ଡା ଅଞ୍ଚଳରେ ୨ଟି ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଦୁଇ ଦିନ ହେଲା ଏହି କୁକୁରମାନେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ବୃଦ୍ଧ ଏବଂ ୨ ଜଣ ସ୍କୁଲ ଛାତ୍ର ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏବଂ ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ କୁକୁର ଧରିବାକୁ ଉଦ୍ୟମ କରୁଥିଲେବି ଏବେଯାଏ […]
ବାଲେଶ୍ୱର : ବାଲେଶ୍ୱର ରୁପ୍ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି। ସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ […]
ନୂଆପଡ଼ା : ମଦ ପାଉଚରେ ଗାନ୍ଧି ଚଷମା। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଦେଶୀ ମଦଭାଟିରେ ପ୍ରସ୍ତୁତ ମଦ ପାଉଚ୍ରେ ଗାନ୍ଧି ଚଷମା ଚିହ୍ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧି ଚଷମା ଥିବା ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ଏହି ପାଉଚରେ ଛପା ଯାଇଥିବା ବେଳେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରତି ଅପମାନ ବୋଲି ଲୋକଙ୍କ ମଧ୍ୟ ମତ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧି ନିଶାମୁକ୍ତି ପାଇଁ ସର୍ବଦା ଆହ୍ୱାନ ଦେଉଥିବା ବେଳେ […]