କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି। ମାର୍କେଟରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ସି’ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍ରୁ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଚିତା ଠାକୁର। ଆଜି ତାଙ୍କର ଜନ୍ମଦିନ ଥିଲା। ଏହି ଛାତ୍ରୀ ଜଣଙ୍କ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ। ସ୍କୁଲ୍ ଡ୍ରେସ୍ ପିନ୍ଧି ଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି। ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ […]
ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]
ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍ ଥାନା ପୁଲିସ ୬ ଯୁବତୀଙ୍କୁ ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]
ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ। ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]
କଟକ : ପଡ଼ୋଶୀଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଆଜି କୋର୍ଟରେ ଅଭିଯୋଗକାରୀ ମନ୍ଜିତ ଦାସଙ୍କ ବୟାନ ରେକର୍ଡ ହୋଇଛି । କଟକ ଏସ୍ଡିଜେଏମ୍ କୋର୍ଟରେ ମନ୍ଜିତଙ୍କ ବୟାନ ରେକର୍ଡ ହୋଇଛି । ସାଂସଦଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା କରିଥିଲେ ମନ୍ଜିତ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମନ୍ଜିତ। ପୁରୀ ଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦାଏର କରିଥିଲେ ଛାତ୍ର ବିଜେଡି ନେତା […]
ଭୁବନେଶ୍ୱର : ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେୟାର ହସ୍ପିଟାଲର […]
ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ। ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି […]
ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିବାର ବେଶ୍ କେଇ ଘଣ୍ଟା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୧୫ ବର୍ଷରୁ ଅଧିକ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ଲାଲ୍ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର : “ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ୱର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ। ପୁଣି ଗାଡ଼ିର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବ।” ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ନିୟମକୁ ଓଡ଼ିଶା ଲାଗୁ କରିଥିଲା। ନିୟମ ଖିଲାପ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ ଓ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏପରିକି ଜୋରିମାନା ମଧ୍ୟ କରିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ […]
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମତ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା […]
ବ୍ରହ୍ମପୁର : ମାଆର ଦଶାହରେ ପୁଅର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁରେ। ଗାଁର ପ୍ରଶାନ୍ତ କୁମାର ପଟ୍ଟନାୟକ ଗତକାଲି ଭୋରରୁ ମାଆଙ୍କ ଦଶାହ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତ ଜଣେ ସରକାରୀ ନେହେରୁ ବିଦ୍ୟାପୀଠ ଉଚ୍ଚବିଦ୍ୟାଳୟରେ କିରାଣୀ ଭାବେ […]
ତେଲକୋଇ(ଚିନ୍ମୟ ସାହୁ) : ଓଟିଭିର ପ୍ରଭାବ । କେନ୍ଦୁଝର ବିମଳା ପଞ୍ଚାୟତ ପୁରୁଣାପାଣି ଜୁଆଙ୍ଗ ସାହିର ତିନି ଅନାଥ ଭାଇଭଉଣୀଙ୍କ କରୁଣ କାହାଣୀର ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନର ତତ୍ପରତା । ଚାଇଲଡ ଲାଇନର ସହାୟତାରେ ତିନି ଅନାଥ ଭାଇଭଉଣୀ ଅଶୋକ, ଶୁଶାନ୍ତ ଓ ଭଉଣୀ ନନ୍ଦିନୀକୁ ଥଇଥାନ କରାଯାଇଛି। ସମସ୍ତଙ୍କୁ ତେଲକୋଇ ବ୍ଲକରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ RVDOରେ ରଖାଯାଇଛି। ବର୍ଷ ତଳେ ସାପ କାମୁଡାରେ ମାଆ ରଶ୍ମୀ ଜୁଆଙ୍ଗର ଦେହାନ୍ତ ହୋଇଥିଲା। ଗତ […]
ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ) : ବିଦେଶରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସହର ଲକ୍ଷ୍ମଣ ନଗର ଅଂଚଳରୁ । ରବି ପାଢୀ ନାମକ ଜଣେ ବ୍ୟକ୍ତି ସ୍ୱରାଧାନ ନାମକ ଏକ ସଂସ୍ଥା ଖୋଲିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ଭେଟେଶ୍ୱର ଗାଁର କିଛି ଲୋକଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ସେମାନଙ୍କ ପାସପୋର୍ଟ ଏବଂ ଭିଜା ମଧ୍ୟ ପ୍ରସ୍ତୁତ କରିଥିଲେ । […]
ଖୋର୍ଦ୍ଧା (ବଳରାମ ଲେଙ୍କା) : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍ନିକ୍ ସ୍ପଟ୍ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍ନିକ୍ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବରୁଣେଇରେ ନିର୍ମାଣ ହେବାକୁ ଥିବା ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]
ବ୍ରହ୍ମପୁର : ନବୀକରଣ ପାଇଁ ଆସନ୍ତା ୨୬ ତାରିଖରୁ ବ୍ରହ୍ମପୁର ବସ୍ଷ୍ଟାଣ୍ଡ ବନ୍ଦ ରହିବ। ମରାମତି କାମ ସରିବା ପର୍ଯ୍ୟନ୍ତ ସମସ୍ତ ବସ୍ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ। ଏନେଇ ବିଡିଏ ନୋଟିସ୍ କରିଛି। ଏହାକୁ ଗଞ୍ଜାମ ବସ୍ ମାଲିକ ସଂଘ ବିରୋଧ କରିଛି। ସେଥିପାଇଁ ଆସନ୍ତାକାଲି ବ୍ରହ୍ମପୁରରୁ କୌଣସି ବସ୍ ଗଡ଼ବ ନାହିଁ ବୋଲି ଧମକ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ସଂପାଦକ ସନ୍ତୋଷ ପତି। ନୂଆ ରୁଟ୍ ଅନୁସାରେ ବସଗୁଡ଼ିକ ହଳଦିଆପଦର […]
ଜଗତସିଂହପୁର : କେଉଁଠି ଯୌନ ରାକ୍ଷସର ଯୌନ ବିକାରରେ ଖିନ୍ଭିନ୍ ହେଉଛି କଅଁଳ କଢ଼ି ତ ଆଉ କେଉଁଠି କାମନାର ନିଆଁରେ ଜଳି ପୋଡ଼ି ଛାରଖାର୍ ହୋଇଯାଉଛନ୍ତି ଯୁବତୀ । ଏଭଳି ଏକ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ। ଏହି ଜଘନ୍ୟ ଅପରାଧ ଏବେ ଦୋହଲାଇ ଦେଇଛି ସଭ୍ୟ ସମାଜକୁ । ଜଣେ ଦଳିତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଯୁବକ ଭିଆଇଛି ସାଂଘାତିକ କାଣ୍ଡ । ଫଳରେ ଜୀବନ ହାରିବାକୁ […]
ଭୁବନେଶ୍ୱର : ଗଛରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହେଲେ ଦମକଳ ବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉଦ୍ୟମକୁ ପଣ୍ଡ କଲା ଅଗ୍ନିଶମ ବିଭାଗ। ବାଣିବିହାର ପରେ ଆଜି ଲୋୟର ପିଏମଜିରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଲୋୟର ପିଏମଜି ଧାରଣାସ୍ଥଳରେ ଥିବା ଏକ ବଡ଼ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଜଣେ ଗାଁ ସାଥୀ ବୋଲି ଜଣାପଡ଼ିଛି। ଏହି ଯୁବକଙ୍କ ନାଁ ମଧୁ ଛତ୍ରିଆ ଓ […]
ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ମହାଠକ। ନକଲି ପରିଚୟ ଦେଇ ଜାତୀୟ ସ୍ତରର ଖେଳାଳି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କୁ ଲଗାଇଥିଲେ ଚୁନ। ଏବେ ପୁଲିସ କବଜାରେ ଠକ ଧୁରନ୍ଧର ଧରାପଡିବାପରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜନିଷ ପୁଲିସ ଜବତ କରିଛି । ସେପଟେ ଚୋରା ଦାମୀ ଫୋନକୁ କମ୍ ଦାମରେ କିଣି ଖେଳାଳି ହଟହଟା ହୋଇଛନ୍ତି। ଏହି ମହାଠକ ଜଣକ ନାଁ ସୌମ୍ୟଜିତ ତ୍ରିପାଠୀ । ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଂଜିନିୟର । ହେଲେ ପେଶା […]
ବଲାଙ୍ଗିର (ମନୋରଂଜନ ଯୋଶୀ) : ଆସନ୍ତା ଡିସେମ୍ବର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭୀତ ସାଧାରଣ ଲୋକେ । କିନ୍ତୁ ଖୋଦ ସରକାରୀ ଅଫିସ ଗୁଡ଼ିକରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବାର, ସାଂଘାତିକ ତଥ୍ୟ ଲାଗିଛି ଓଟିଭି ହାତରେ । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର […]
ବାଲେଶ୍ୱର ( ରଞ୍ଜିତ୍ ପାକଳ) : ପାଠ ପଢିବା ବଦଳରେ ମଧ୍ୟାହ୍ନ ଭୋଜନ ଲାଗି ପରିବା କାଟୁଛନ୍ତି ଛାତ୍ରୀ । ପାଚିକା କିମ୍ବା ସହାୟିକା ନୁହଁନ୍ତି ବରଂ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଦୁଇ ଜଣ ଛାତ୍ରୀ ପନିଖି ଧରି କିଭଳି ଆଳୁ କାଟୁଛନ୍ତି । ଏହି ଆଳୁ କାଟୁଥିବା ସମୟର ଦୃଶ୍ୟ […]