ଉଦଳା : ୨୦୧୯କୁ ବିଦାୟ ଓ୨୦୨୦କୁ ସ୍ୱାଗତ । ନୂଆବର୍ଷକୁ ସ୍ୱାଗତ କରିବା ନିମନ୍ତେ ସ୍କୁଲ ଛାତ୍ରୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍ । ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କର ପ୍ରେରଣା ଓ ଛାତ୍ରୀଙ୍କ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି । କୁନିକୁନି ଛାତ୍ରୀ ବିଭିନ୍ନ ଡିଜାଇନର ଗ୍ରୀଟିଙ୍ଗସ୍ ତିଆରି କରି ଅନ୍ୟମାନଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଅନ୍ତୋବାସୀ ତିଆରି କରୁଛନ୍ତି ଗ୍ରୀଟିଙ୍ଗସ୍। ବଜାରରେ କିଣିବା ଅପେକ୍ଷା ନିଜେ ଶିଖି […]
ନୂଆପଡ଼ା (ମାୟାଧର ସରାଫ) : ପାଣି କୁଣ୍ଡରେ ଗାଧୋଉଥିବା ବେଳେ ହଠାତ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ଏପରି ଅଘଟଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମଖାପଦର ଗାଁରେ ଘଟିଛି। ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମଖାପଦର ଗାଁର ତରୁଲତା ଚଣ୍ତି(୩୫) ଓ ତାଙ୍କ ୯ ବର୍ଷର ଝିଅ ଦୁଶୀଳା ଚଣ୍ତି ପଞ୍ଚାୟତ ନଳକୂପ ପାଣିକୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର […]
ସୋନପୁର(ରବୀନ୍ଦ୍ର ହୋତା) : ଧାନ ବିକ୍ରୀ କରିବାକୁ ଆମ୍ୱୁଲାନ୍ସରେ ଆସି ପହଞ୍ଚିଲେ ଚାଷୀ। ହେଲେ ସରଭର ଡାଉନ୍ ଥିବାରୁ ଧାନ ବିକ୍ରି କରି ନ ପାରି ନିରାଶ ହୋଇ ଫେରିଗଲେ। ଏଭଳି ଏକ ଘଟଣା ନଜରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଯେଉଁଠି ଗୋବିନ୍ଦ ମିଶ୍ର ନାମକ ଚାଷୀ ନିଜର ଧାନ ବିକ୍ରୀ କରିବାକୁ ୧୨୦ କିଲୋମିଟର ଦୂର ବୁର୍ଲା ହସ୍ପିଟାଲରୁ ଆମ୍ୱୁଲାନ୍ସ ଯୋଗେ ପହଞ୍ଚିଥିଲେ ଧାନମଣ୍ଡିରେ। ଗତ କିଛିଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ […]
ଭୁବନେଶ୍ୱର : ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ଚାଲିବ ମଦ ବିକ୍ରିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ରାଜ୍ୟ ସରକାରଙ୍କ ଏହା ଏକ ଭୁଲ ନିଷ୍ପତ୍ତି । ରାଜ୍ୟରେ ବେଆଇନ ମଦ ଦୋକାନ ବନ୍ଦ କରିବା ବଦଳରେ ରାଜ୍ୟ ସରକାର କିପରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେହିଭଳି ଏହି ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସନ୍ତୋଷ ସିଂହ ସାଲୁଜା । […]
ନୂଆପଡ଼ା : ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ବାସଭବନରେ ଆଜି ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱାମୀ। ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ୨୦୧୨ରୁ ୨୦୧୮ ମସିହା ଯାଏ ରାଜ୍ୟସଭାରେ ସଦସ୍ୟ ଥିଲେ ସେ । ୧୮ ଜୁଲାଇ ୧୯୨୯ରେ ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ ଏ.ଭି. ସ୍ୱାମୀ ।
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏକ ଟ୍ୱିଟ କରି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ତା’ ସହ ସୋନି ବିଶ୍ୱର ସର୍ବଶ୍ରେଷ୍ଠ ସମ୍ପାଦକଙ୍କ ମଧ୍ୟରେ ଜଣେ ଥିଲେ ବୋଲି କହିଛନ୍ତି। I am deeply grieved by the passing away of […]
ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ବଡ଼ ପଲାଶପାଳ ପଞ୍ଚାୟତର ଭୋକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୁଇଁ ହେବା ବେଳେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ରାଇମଣି ମୁଣ୍ଡା। ଗତକାଲି ରାଇମଣି ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବାକୁ ଘର ଅଗଣାରେ ନିଆଁ ପୁଇଁ ହେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ତାଙ୍କ ଦେହ ସାରା ନିଆଁ ବ୍ୟାପୀ […]
ଭୁବନେଶ୍ୱର : ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଦାବି କରିଛନ୍ତି । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ […]
ନୀଳଗିରି : ପାରିବାରିକ କଳହରୁ ଆକ୍ରମଣ। ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ। ନୀଳଗିରିର ସଜନାଗଡ ପଂଚାୟତର କୁସୁମିଆଁ ଗାଁର କହ୍ନେଇ ରଣସିହା ଓ ରାଜୁ ଖାଲପାଲୁଆ ନିକଟସ୍ଥ ଗାଁକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ କହ୍ନେଇ ରଣସିହା, ରାଜୁ ଖାଲପାଲୁଆଙ୍କ ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରାଜୁଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ନୀଳଗିରି ଥାନାରେ […]
ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅତ୍ୟଧିକ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷର ପ୍ରଥମ ଦୁଇଦିନ ହାଲକା ବର୍ଷାରେ ଭିଜିବ ଓଡ଼ିଶା । ବର୍ଷର ପ୍ରଥମ ଦିନରେ ବରଗଡ଼,ନୂଆପଡ଼ା,ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ବର୍ଷା ସହ ୨ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତାସହ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବି ବର୍ଷା ହୋଇପାରେ । ତେବେ […]
ଭୁବନେଶ୍ୱର : ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। […]
ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ ବିଜୟ କେତନ ଉପାଧ୍ୟାୟ ସସ୍ପେଣ୍ଡ। ବିଜୟ କେତନଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର । ଆଜି ରାଜଧାନୀରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଆଇଏଏସ୍ ଅଫିସର । ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ । ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା […]
ତେଲକୋଇ( ଚିନ୍ମୟ ସାହୁ) : ରଖେ ହରି ତ ମାରେ କିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବାପା ମାଆ ଚାଲିଗଲେ ଆରପୁରକୁ ,ଆଉ ୪ ମାସର ଶିଶୁ କନ୍ୟା ମାଆର କୋଳରେ ସୁରକ୍ଷିତ ଭାବେ ବଂଚିଗଲେ। ମାଆର ପଣତ ବଂଚାଇଦେଲା ସନ୍ତାନଟିକୁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡ଼ିବାହାଲ ନିକଟସ୍ଥ ବାଘୁଆ ନାଳ ନିକଟରେ ଘଟଛି ଏହି ଘଟଣା। ସୂଚନା ମୁତାବକ, ଯାଜପୁର ଜିଲ୍ଲା ଡ଼ୁବୁରୀ ଥାନା ନଡ଼ିଆ ଭଙ୍ଗା ଗ୍ରାମର ଦୁଃଖୀରାମ […]
ଯାଜପୁର (ଅଭୟ ପତି): ମାଆ ଓ ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ। ଆଜି ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି। ଉଭୟଙ୍କ ମାଆ ଓ ପତ୍ନୀଙ୍କୁ ଗୁରୁତର ମେଡିକାଲରେ ଭର୍ତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ ମଧୁବନ ଗାଁର ଟିମା ଦେହୁରୀଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ସେଥିପାଇଁ ଅନେକ ସମୟରେ ପରିବାର ଲୋକଙ୍କୁ ଗାଳି ଗୁଲଜ କରନ୍ତି। ଆଜି କୌଣସି କଥାକୁ ନେଇ […]
ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।
ଭୁବନେଶ୍ୱର : ଏସ୍ପ୍ଲାନେଡ୍ ମଲ୍ରେ ବେଆଇନ୍ ପାର୍କିଂ ଫି’ ଆଦାୟ ନେଇ ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୁଲିସ ମଲ୍ର ସେଲ୍ସ ମ୍ୟାନେଜର ଶ୍ୟାମା ଝା’ଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ରେ ଛିଡ଼ା ହୋଇଛି ଏସ୍ପ୍ଲାନେଡ୍ ମଲ୍। ଏଠାରେ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ ହେଉଥିଲା। ଏ ସମ୍ପର୍କରେ ଖବର ସଂଗ୍ରହ କରିବା […]
ଭୁବନେଶ୍ୱର : ରାଜଧାନୀର ଶୀତୁଆ ରାତି। କାହା ପାଇଁ ନିଆଁ, କାହା ପାଇଁ ଚାହା, ତ ଆଉ କାହା ପାଇଁ ଖଣ୍ଡେ କମ୍ବଳକୁ ଖୋଲା ଆକାଶ ହିଁ ସାଥୀ । ଖାଲି ଭୁବନେଶ୍ୱର ରେଳ ଷ୍ଟେସନ୍ କି ତା ସମ୍ମୁଖ ରାସ୍ତା ନୁହେଁ, ସ୍ମାର୍ଟସିଟିର ବହୁ ସ୍ଥାନରେ ଫୁଟ୍ପାଥ୍ ଉପରେ ଚାଦର କି କମ୍ବଳ ତଳେ ଜାକିଜୁକି, ଥରିଥରି ରାତି କାଟୁଥିଲେ ବାସହରା। ରେଳ ଷ୍ଟେସନ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଓ ଏମ୍ସ ବିଶ୍ରାମାଗାର। ରାତିସାରା ବୁଲିବୁଲି ସ୍ଥିତି […]
ଭୁବନେଶ୍ୱର : କର୍ମକ୍ଷେତ୍ରରେ ଚାପ ନେଉଛି କି ଜୀବନ? ଦୁଇ ଦିନ ଭିତରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଘନୀଭୂତ ହେଉଛି ଏପରି ସନ୍ଦେହ। ଗତ ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ପାଣିରୁ ମିଳିଥିବା ବେଳେ ଆଜି ଭୁବନେଶ୍ୱରରେ ଜଣେ କେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହକୁ କମିଶନରେଟ୍ ପୁଲିସ ଉଦ୍ଧାର କରିଛି। ତେବେ ମନସ୍ତତ୍ତ୍ୱବିତ୍ କହିଛନ୍ତି ଏହା ପଛରେ ଅସହାୟତା ଏକ କାରଣ ହୋଇପାରେ। କେନ୍ଦ୍ରୀୟ ଅବକାରୀ […]
ନୟାଗଡ଼ : ଯେତେ ସଚେତନତା କରାଗଲେ କି ସୂଚନା ଦିଆଗଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ । ଫଳରେ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁରେ। ପୁଅକୁ ମନ୍ଦିରରେ ଛାଡି ଚାଲିଯାଇଛନ୍ତି ତାର ବାପାମାଆ। ଏପରିକି ମନ୍ଦିରରୁ ନବାହାରିବା ପାଇଁ ତାଗିଦ୍ ବି କରିଛନ୍ତି । ୭ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳକ ଯାହାକୁ ଛୁଇଁଦେଉଛି, ତା ଦେହରେ ମଳ […]
ଭୁବନେଶ୍ୱର : ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। କାରଣ ୧ରୁ ୩ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆହୁରି କହିଛନ୍ତି-“କେତେକ ସ୍ଥାନରେ କୁଆପଥର ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍ […]
ଖଲ୍ଲିକୋଟ : ଦିନ ଦ୍ୱିପହରେ ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା । ଦୁର୍ବୃତ୍ତକୁ କାବୁ କରିବାକୁ ଡେଇଁ ପଡିଲେ ଦଂପତି। ଏଭଳି ଘଟଣା ଦେଖିବାକୁ ମିଳିଛି, ଖଲ୍ଲିକୋଟ ଷ୍ଟେସନ ପ୍ଲାଟଫର୍ମରେ । ସୂଚନା ମୁତାବକ, ଆଜି ଦିନ ସାଢେ ୧୦ଟାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳର ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ୍ ଅଟକି ଥିଲା। ତେବେ ଟ୍ରେନ୍ ଛାଡିବା ବେଳକୁ ଜଗେନ୍ଦ୍ରଙ୍କ ପୁଅ ହାତରୁ […]
ଭୁବନେଶ୍ୱର : ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଗତକାଲିର ଘଟଣାରେ ସଂପୃକ୍ତି ଥିବା ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି କମିଶନ୍ରେଟ ପୁଲିସ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ପୁରା ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି। ମାମଲାରେ ଅନ୍ୟ ମାନେ ସଂପୃକ୍ତି ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଘଟଣା […]
ପୁରୀ : ଶ୍ରୀମନ୍ଦିର ୱାଚ୍ ଟାୱାର୍ ଉପରେ ଚଢ଼ି ଭିତର ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡ କଲେ ବିଦେଶୀ ପର୍ଯ୍ୟଟକ। ବିନା କୌଣସି ବାଧାବିଘ୍ନରେ ଖୋଲାଖୋଲି ଭାବେ ଏଭଳି ଘଟଣା ଘଟିଛି। ଶ୍ରୀମନ୍ଦିର ପଶ୍ଚିମ କୋଣରେ ଥିବା ପୁଲିସ୍ ୱାଚ୍ ଟାୱାର୍ରେ । ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ତିନି ଜଣ ବିଦେଶୀ ଭକ୍ତ ୱାଚ୍ ଟାୱାର୍ ଉପରେ ଚଢ଼ିଥିଲେ । କିଛି ସମୟ ପାଇଁ ସେଠି ରହି ଭିଡିଓ ବାହାର କରିବା ସହ ବେଶ ବେଫିକର୍ […]
ଜୟପୁର : ବିଦ୍ୟୁତ୍ ଖୁଣ୍ଟରୁ ବାହାରିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକ। ଆଜି ଜୟପୁର ସହରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ହଠାତ୍ ନିଆଁ ବାହାରିଲା। ଜୋରରେ ନିଆଁ ଜଳିବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ନିଆଁ ବାହାରିବାରୁ ସେହି ରାସ୍ତାରେ ଯିବାଆସିବା କରୁଥିବା ଲୋକ ଭୟଭୀତ ହୋଇପଡିଥିଲେ। ଏହା ଦେଖି ଆଖପାଖରେ ରହୁଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ । ବିଦ୍ୟୁତ୍ ଖୁଣ୍ଟଟି ଥିବା ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଏପରି […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା। କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାରଟି ଥୁଆ ହୋଇଥିବା ବେଳେ କାରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ […]