ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା। ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା […]
ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା […]
ସାଲେପୁର : ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ କଟକ ଜିଲ୍ଲାର ଗ୍ରାମାଞ୍ଚଳକୁ ଡିଜିଟାଲ୍ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ବିକଶିତ କରିବ ୟୁକୋ ବ୍ୟାଙ୍କ। ଏହି କ୍ରମରେ ସାଲେପୁରର ଛାଣିପୁର ଗାଁକୁ ଡିଜିଟାଲ୍ ଗାଁ ଭାବେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେବା ସହ ଅନେକ ସ୍କୁଲ୍ର ପ୍ରଧାନ ଶିକ୍ଷକଙ୍କୁ ବ୍ୟାଙ୍କ ତରଫରୁ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଆଗ୍ରହ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଉଦଘାଟନି […]
ଜଳେଶ୍ୱର : ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇବା ମହଙ୍ଗା ପଡ଼ିଲା। ୩ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସମ୍ମୁଖରେ ବସ୍ ଉଠ କରାଇଛନ୍ତି ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଗତକାଲି ବିଳମ୍ବିତ ରାତିରେ ଏହି ୩ ଜଣ ଯୁବକ ଜଣେ ମହିଳାଙ୍କ ଅଜାଣତରେ ଭିଡ଼ିଓ ଉତ୍ତୋଳନ କରୁଥିବା ନେଇ ମହିଳା ଜଣଙ୍କ ଜାଣି ପାରିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ […]
ଭୁବନେଶ୍ୱର : ଜେଲ୍ ଗଲେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍ ପାସ୍ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାପରେ ଜାନୁଆରୀ ୧ ତାରିଖରେ ଭିଜିଲାନ୍ସ ବିଭାଗ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଲାଞ୍ଚ ନେଇ ଗିରଫ ହେବା ପରେ ୨୦୦୯ […]
ଭୁବନେଶ୍ୱର : ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା। ଆମେରିକାର ଚିକାଗୋରେ ଅନୁଷ୍ଠିତ ଇଣ୍ଟରନାସନାଲ ଇଣ୍ଡିଆନ୍ ଆଇକନ୍-୨୦୧୯ରେ ଓଡ଼ିଆ ଝିଅ ସ୍ୱାଗତିକା ମହାନ୍ତି ପାଇଛନ୍ତି BEST PERSONALITY ଆୱାର୍ଡ। ଏହି ଫେସନ୍ ସୋ’ରେ ପୃଥିବୀର ବିଭିନ୍ନ ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କଟକର ସ୍ୱାଗତିକା ଏହି ସଫଳତା ହାସଲ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ସ୍ୱାଗତିକା ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଫେସନ୍, ମଡେଲିଂ, […]
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ କୁମାରୀ ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର […]
ଭୁବନେଶ୍ୱର : ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି। ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। ଫାଇଭ୍-ଟି […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ରାଉରକେଲା ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସାଉଥ ବିହାର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ରେଳବାଇ ପୁଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଉକ୍ତ ମହିଳାଙ୍କ ନାବାଳିକା ଝିଅକୁ ଛଅ ନମ୍ବର ସେକ୍ଟରର ଜଣେ ଯୁବକ ଅପହରଣ କରି ନେଇ ଯାଇଥିଲା। ଏ ବାବଦରେ ଉକ୍ତ ମହିଳା ସାତ ନମ୍ବର ସେକ୍ଟର ଥାନାରେ ଲିଖିତ ଅଭିଯୋଗ […]
ଭୁବନେଶ୍ୱର : ରାଜନୀତି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି ମନ୍ମଥ ରାଉତରାୟ। ବାପା ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ। ମୋ ଠାରୁ ମନ୍ମଥ ବେଶୀ […]
ବଲାଙ୍ଗିର : ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ମନ୍ଦିରରେ ବିବାହ କରିବାକୁ ଡାକି ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଓ ପରେ ! ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଦେଢ ବର୍ଷ ତଳେ ଯୁବତୀଙ୍କୁ ଘରୁ […]
କଟକ : ସ୍କାନରରେ ସକିଲ୍ର ତୃତୀୟ ଗର୍ଲଫ୍ରେଣ୍ଡ। କଟକରେ ଜଣେ ବ୍ୟବସାୟୀଙ୍କୁ ବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ସକିଲର ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜା ଚାଲିଛି। ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜୁଛି କମିଶନରେଟ ପୁଲିସ । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ଅଛି, ତାକୁ ଖୋଜା ଚାଲିଛି। ଗିରଫ ୨ ଗର୍ଲଫ୍ରେଣ୍ଡ ସକିଲର ନେଟୱର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି […]
ରାୟଗଡ଼ା (ମନୋଜ ପାତ୍ର/ମିହିର ଯତି): ପ୍ରେମ କରି ବାହା ହୋଇଥିଲେ। ଘର ସଂସାର କରି ଦେଖିଥିଲେ ସୁନ୍ଦର ସ୍ୱପ୍ନ। ହସଖୁସିରେ ଚାଲିଥିଲା ସଂସାର। ହଠାତ୍ ସେହି ସୁଖର ସାଂସାର ଉପରେ ଘୋଟିଆସିଲା ଦୁଃଖର କଳାବାଦଲ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହେଲା ମନୋମାଳିନ୍ୟ। ମନ ଦେଇ ମନର ମାନସୀ ସାଜିଥିବା ସ୍ତ୍ରୀ, ସ୍ୱାମୀକୁ ଭୁଲି ପର ପୁରୁଷକୁ କଲା ନିଜର। ପାପ ସମ୍ପର୍କରେ ହେଲା ଲିପ୍ତ। ଆଉ ତା’ପରେ ପ୍ରେମିକ ସହ ମିଶି ସାତ ଜନମର ସାଥୀକୁ […]
ଭୁବନେଶ୍ୱର : ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମତି ଦେଇଛନ୍ତି। ରାଜଭବନ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଚଳିତବର୍ଷ ଜାନୁୟାରୀ ୫ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନକୁ ସର୍ବସାଧାରଣ ପରିଦର୍ଶନରେ ଆସିପାରିବେ। ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ। ଦଶମ ଶ୍ରେଣୀ […]
ପୁରୀ : ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର। ଅନେକ ଦେଶରେ ହିନ୍ଦୁ ବସବାସ କରୁଥିଲେ ମଧ୍ୟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ […]
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶ ମେଘାଚ୍ଛନ ରହିବା ସାଙ୍ଗକୁ ପାଗ କୋହଲା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଫସଲ ନଷ୍ଟ ହେବାକୁ ବସୁଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଆଜି ଝିପିଝିପି ବର୍ଷାରେ ଭିଜିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। […]
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହାତ ତିଆରି କଳାକୃତି। ପୁଣି ଥରେ ଚମକିବ ବିଶ୍ୱ ଦରବାରରେ । ଗିନିଜ ବୁକ୍ ଅଫ୍ ୱଲର୍ଡ ରେକର୍ଡରେ ସ୍ଥାନ ପାଇବ ଆଇଟିଆଇ ପରିସରରେ ଲାଗିଥିବା ୨୨ ଫୁଟ ଉଚ୍ଚର ମାଛଧରା ବନ୍ସି କଣ୍ଟା। ଏହାକୁ ତିଆରି କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ। ଯେଉଁଥିରେ ଲାଗିଛି ହଷ୍ଟେଲ ଭଙ୍ଗାରୁ ବାହାରିଥିବା ଲୁହା ରଡ଼, ସ୍କ୍ରାପ ମେଟାଲ ଓ ସିଟ୍ ମେଟାଲ । ଫିଟର, ୱେଲଡର, ପେଣ୍ଟର ଛାତ୍ରଛାତ୍ରୀଙ୍କ ଏକ ମାସର […]
କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ର ଦ୍ୱିତୀୟ ଗର୍ଲଫ୍ରେଣ୍ଡ ଗିରଫ। ବକ୍ସିବଜାରର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ଦରଘାବଜାର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ସକିଲର ଅପରାଧିକ ସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ କମିଶନରେଟ୍ ପୁଲିସ ତାଙ୍କୁ ଆଜି ଏକ ଅଜ୍ଞାତ ସ୍ଥାନରେ ରଖି ଘନ ଘନ ଜେରା କରୁଥିବା ଜଣାପଡ଼ିଛି। ଏବେ ଚୌଦ୍ୱାର ସର୍କଲ ଜେଲ୍ରେ ରହିଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ସେ ଗତ ୧୪ ତାରିଖରେ […]
କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ଫୁଡ୍ କୋର୍ଟକୁ ଖୋଲାଯାଇଛି । ଏଠାରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ […]
ଭୁବନେଶ୍ୱର : ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ଏଣିକି ସେଲ୍ଫ ଡିକ୍ଲାରେସନ ଜରିଆରେ ମିଳିପାରିବ । ଚାକିରି ଆଶାୟୀ ଚାକରି ଆବେଦନ ବେଳେ ସେଲ୍ଫ ଡିକ୍ଲାରେସନ ଦେଇ ଏହି ପ୍ରମାଣପତ୍ର ପାଇପାରିବେ। ପ୍ରୋଭିଜନାଲ ସିଲେକ୍ସନ ପରେ ଜାତି, ବାସସ୍ଥାନ ପ୍ରମାଣପତ୍ର ଦେଖାଇବେ। ସେମିତି ଶିକ୍ଷାନୁଷ୍ଠାନରେ ଆଡମିଶନ ଆବେଦନ ବେଳେ […]
ଭୁବନେଶ୍ୱର : ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ‘ଆଧାର ଲିଙ୍କ୍ ’ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମାସିକ ଭତ୍ତା ମିଳିବ ନାହିଁ। ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବାକୁ ଥିବା ନୂଆ ହିତାଧିକାରୀମାନଙ୍କ ପାଇଁ ‘ଆଧାର’ କାର୍ଡକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ସହ ପୁରୁଣା ହିତାଧିକାରୀଙ୍କର ଆଧାର ନଥିଲେ ସେମାନଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରାଜ୍ୟ […]
ସାଲେପୁର : ନବବଧୂକୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଁରେ ନବ ବିବାହିତାଙ୍କୁ ଶାଶୁଘର ଲୋକେ କିରାସିନ ଢାଳି ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ହେଲେ ସୁଚିତ୍ରା ସାମଲ । ଗତ ୬ମାସ ତଳେ ସିପୁରା ଗାଁର ଉତ୍ତମ ଜେନାଙ୍କୁ ସୁଚିତ୍ରା ବିବାହ କରିଥିଲେ । ଯୌତୁକ ପାଇଁ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ସୁଚିତ୍ରାଙ୍କ ଭାଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ […]
ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପାଇଁ କଣ ରହିବ ସବୁଠୁ ବଡ଼ ଚ୍ୟାଲେଞ୍ଜ? ଉଚ୍ଛେଦ ପରେ ହାତକୁ ନିଆଯାଇଥିବା ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ବାସ୍ତବ ରୂପ ଦେବା, 5T ପ୍ରଚାର ଭିତରେ ଦୁର୍ନୀତି ଓ ପିସି କାରାବାର ଉପରେ ଅଙ୍କୁଶ ଲଗାଇବା, ଭୋଟ୍ ଆଣିଥିବା ଫ୍ଲାଗ୍ସିପ୍ ଯୋଜନା ପାଇଁ ଅର୍ଥ ଯୋଗାଡ଼ କରିବା, ରାଜଧାନୀ ସମେତ ରାଉରକେଲା ସ୍ମାର୍ଟ ସିଟି ପାଇଁ ଅଟକି ଯାଇଥିବା ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ କଣ ରହିବ […]
ଭୁବନେଶ୍ୱର : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଓ ୩ ତାରିଖରେ ବର୍ଷା ହେବ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣି ଜାରି କରିଛି। ଆସନ୍ତାକାଲି ଦେବଗଡ଼, ସୋନପୁର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୩ ତାରିଖ ପାଇଁ ୬ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି […]
କଟକ : କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍। ତା’ ଅପରାଧିକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍ ନସରିନ୍ ଖାନ୍। ପ୍ରେମିକର ଅନୁପସ୍ଥିତିରେ ବ୍ୟବସାୟୀଙ୍କୁ ଫୋନ୍ କରି ମାଗୁଥିଲା ବଟି! ଲୁଚକାଳି ଖେଳ ପରେ ଆଜି ନସରିନ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ଼। ଚୌଦ୍ୱାର ସର୍କଲ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍ ଗତ ୧୪ ତାରିଖରେ ହ୍ୱାଟ୍ସଆପ୍ରେ ବକ୍ସିବଜାରରେ ଜଣେ ଦୋକାନୀଙ୍କୁ ଭିଡିଓ କଲ୍ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। […]