ଭୁବନେଶ୍ୱର : ଚକୋଲେଟ୍ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି। ଗରୁଡ଼ ପୁରାଣର ପୌରାଣିକ କଥାବସ୍ତୁକୁ ନେଇ ଚକୋଲେଟରେ ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ହୋଟେଲ ମ୍ୟାନେଜମେଣ୍ଟର ସେଫ୍ ରାକେଶ ଏବଂ ତାଙ୍କ ଟିମ୍ ଏହି ଗରୁଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିଲେ । ଗରୁଡ ଅମୃତ ଆଣିବାକୁ ଯିବା ସମୟରେ ଶେଷନାଗ ତାଙ୍କୁ କିଭଳି ପ୍ରତିହତ କରିଥିଲା ତାହା ଏହି ମୂର୍ତ୍ତି ଜରିଆରେ ଦର୍ଶାଇଛନ୍ତି ସେଫ। ପୌରାଣିକ କଥାବସ୍ତୁ ଉପରେ ଯୁବପିଢ଼ିଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି […]
ଭୁବନେଶ୍ୱର : ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, […]
ଭୁବନେଶ୍ୱର : ଭାରତ ବନ୍ଦ କରି ଫସିଗଲେ ଆନ୍ଦୋଳନକାରୀ। ବିନା ହେଲମେଟରେ ମହଙ୍ଗା ପଡ଼ିଲା ରାଲି। ଟ୍ରାଫିକ୍ ଡିସିପି ସାଗରିକା ନାଥ୍ କହିଛନ୍ତି ଯେ, ଭାରତ ବନ୍ଦ ବେଳେ ବିନା ହେଲମେଟ୍ରେ ରାଲି ପାଇଁ ହେବ ଜରିମାନା। ସିସିଟିଭି ଫୁଟେଜ୍ ଆଧାରରେ ଜରିମାନା କରାଯିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ଅନୁରୂପ କାର୍ଯ୍ୟ ପାଇଁ ଜରିମାନା ଆଦାୟ ହୋଇଥିଲା। ସୂଚନା ଅନୁଯାୟୀ, ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ […]
ରାଉରକେଲା : ଗୋଟିଏ ବାଇକ୍କୁ ଠେଲିଲେ ୧୦ ଟଙ୍କା । ଏମିତି ଏକ ଦୃଶ୍ୟ ହେଉଛି ଦେଖିବାକୁ ମିଳିଛି ରାଉରକେଲାର । ବନ୍ଦର ପ୍ରଭାବ ପରେ ପ୍ଲାଣ୍ଟ କର୍ମଚାରୀ ଏଭଳି ଅଭିନବ ପ୍ରୟାସ କରିଛନ୍ତି । ମୁଖ୍ୟ ରାସ୍ତାରେ ବନ୍ଦ ପାଳନ ଚାଲିଥିବାବେଳେ ପ୍ଲାଣ୍ଟର କର୍ମଚାରୀମାନେ ଗାନ୍ଧି ରୋଡ଼ ନିକଟରେ ରିଙ୍ଗ ରୋଡ଼ ରେଳ ବ୍ରିଜକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ବାଛି ନେଇଥିଲେ। ଆଉ ସଂଯୋଗକାରୀ ରାସ୍ତା ବହୁତ ଉଠାଣି ଥିବାରୁ ଗାନ୍ଧୀ ରୋଡ଼ ବସ୍ତିର […]
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ କଡ଼ାକଡ଼ି ହେଲା ନିୟମ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ ୧୦୦ ଟଙ୍କା ଫାଇନ। ଆସନ୍ତା ୧୫ ତାରିଖରୁ ନିୟମ କଡ଼ାକଡ଼ି ଲାଗୁ ନେଇ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗରୁ ପ୍ରକାଶ, ଅନେକ ସମୟରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ […]
ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି। ଗତ ମହାଷ୍ଟମୀରେ ମାମୁଁ ପୁଅ ଭାଇକୁ ବଳି ଦେଇଥିବା ଭାଇ, ତନ୍ତ୍ରମନ୍ତ୍ର ଦ୍ୱାରା ନିଜ ସ୍ୱାର୍ଥସାଧନ ଅନ୍ଧବିଶ୍ୱାସକୁ ନେଇ ନିଜ ଭଉଣୀକୁ ଏଥର ବଳି ଦେଇଛି । ଯାହାର […]
ମୋହନା (ମିହିର ଯତି): ପ୍ରେମ ବିବାହ କରି ସାତଜନ୍ମ ପାଇଁ ଜୀବନସାଥୀ ହୋଇ ରହିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ତ୍ରୀ ଭୁଲିଗଲା ୧୪ ବର୍ଷର ପ୍ରେମ ସମ୍ପର୍କ। ଯାହାର ପରିଣାମ ସ୍ୱରୂପ ସ୍ୱାମୀଙ୍କୁ ମାରିଦେବା ପାଇଁ ପ୍ରେମିକ ସହ ମିଶି ରଚାଇଲେ ଭୟଙ୍କର ହତ୍ୟାକାଣ୍ଡ। କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ […]
ଭୁବନେଶ୍ୱର : ପୁଣି ବଢ଼ିଲା ବସ୍ ଭଡ଼ା । ଅଟୋମେଟିକ୍ ମେକାନିଜିମ୍ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା ୯୯ ପଇସା ହେଲା ୧ ଟଙ୍କା ୧ ପଇସା। ଏସି ଡିଲକ୍ସ କିମି ପିଛି ଥିଲା ୧ ଟଙ୍କା ୨୧ ପଇସା ହେଲା […]
ଭୁବନେଶ୍ୱର : ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର। ଯାହାକୁ ନେଇ ଚିନ୍ତାରେ ଖାଉଟି। କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ […]
ଭୁବନେଶ୍ୱର : ସହରର ଗଳି କନ୍ଦିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ପୁଳା ପୁଳା ଚିତ୍ର। ସବୁଠି ସିସିଟିଭି ନାହିଁ କି ଟ୍ରାଫିକ୍ ପୁଲିସ ବି ନାହାଁନ୍ତି। ତେଣୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ଏ ଚିତ୍ର ସରକାରଙ୍କ ପାଖରେ ପହଁଞ୍ଚାଇବାକୁ ଆପଣ ବି ବନିପାରିବେ ମାଧ୍ୟମ। ସାଧାରଣ ଲୋକଟିଏ ବି ହୋଇପାରିବ ସଡ଼କ ସୁରକ୍ଷାର ସିଟିଜେନ୍ ରିପୋର୍ଟର । ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରେ ଆସିଛି ଏହି ପ୍ରସ୍ତାବ। ହେଲେ ଏଥିରେ ମୋହର ଲାଗିବା ପୂର୍ବରୁ […]
ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା। ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା […]
ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା […]
ସାଲେପୁର : ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ କଟକ ଜିଲ୍ଲାର ଗ୍ରାମାଞ୍ଚଳକୁ ଡିଜିଟାଲ୍ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ବିକଶିତ କରିବ ୟୁକୋ ବ୍ୟାଙ୍କ। ଏହି କ୍ରମରେ ସାଲେପୁରର ଛାଣିପୁର ଗାଁକୁ ଡିଜିଟାଲ୍ ଗାଁ ଭାବେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେବା ସହ ଅନେକ ସ୍କୁଲ୍ର ପ୍ରଧାନ ଶିକ୍ଷକଙ୍କୁ ବ୍ୟାଙ୍କ ତରଫରୁ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଆଗ୍ରହ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଉଦଘାଟନି […]
ଜଳେଶ୍ୱର : ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇବା ମହଙ୍ଗା ପଡ଼ିଲା। ୩ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସମ୍ମୁଖରେ ବସ୍ ଉଠ କରାଇଛନ୍ତି ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଗତକାଲି ବିଳମ୍ବିତ ରାତିରେ ଏହି ୩ ଜଣ ଯୁବକ ଜଣେ ମହିଳାଙ୍କ ଅଜାଣତରେ ଭିଡ଼ିଓ ଉତ୍ତୋଳନ କରୁଥିବା ନେଇ ମହିଳା ଜଣଙ୍କ ଜାଣି ପାରିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ […]
ଭୁବନେଶ୍ୱର : ଜେଲ୍ ଗଲେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍ ପାସ୍ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାପରେ ଜାନୁଆରୀ ୧ ତାରିଖରେ ଭିଜିଲାନ୍ସ ବିଭାଗ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଲାଞ୍ଚ ନେଇ ଗିରଫ ହେବା ପରେ ୨୦୦୯ […]
ଭୁବନେଶ୍ୱର : ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା। ଆମେରିକାର ଚିକାଗୋରେ ଅନୁଷ୍ଠିତ ଇଣ୍ଟରନାସନାଲ ଇଣ୍ଡିଆନ୍ ଆଇକନ୍-୨୦୧୯ରେ ଓଡ଼ିଆ ଝିଅ ସ୍ୱାଗତିକା ମହାନ୍ତି ପାଇଛନ୍ତି BEST PERSONALITY ଆୱାର୍ଡ। ଏହି ଫେସନ୍ ସୋ’ରେ ପୃଥିବୀର ବିଭିନ୍ନ ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କଟକର ସ୍ୱାଗତିକା ଏହି ସଫଳତା ହାସଲ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ସ୍ୱାଗତିକା ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଫେସନ୍, ମଡେଲିଂ, […]
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ କୁମାରୀ ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର […]
ଭୁବନେଶ୍ୱର : ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି। ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। ଫାଇଭ୍-ଟି […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ରାଉରକେଲା ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସାଉଥ ବିହାର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ରେଳବାଇ ପୁଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଉକ୍ତ ମହିଳାଙ୍କ ନାବାଳିକା ଝିଅକୁ ଛଅ ନମ୍ବର ସେକ୍ଟରର ଜଣେ ଯୁବକ ଅପହରଣ କରି ନେଇ ଯାଇଥିଲା। ଏ ବାବଦରେ ଉକ୍ତ ମହିଳା ସାତ ନମ୍ବର ସେକ୍ଟର ଥାନାରେ ଲିଖିତ ଅଭିଯୋଗ […]
ଭୁବନେଶ୍ୱର : ରାଜନୀତି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି ମନ୍ମଥ ରାଉତରାୟ। ବାପା ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ। ମୋ ଠାରୁ ମନ୍ମଥ ବେଶୀ […]
ବଲାଙ୍ଗିର : ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ମନ୍ଦିରରେ ବିବାହ କରିବାକୁ ଡାକି ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଓ ପରେ ! ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଦେଢ ବର୍ଷ ତଳେ ଯୁବତୀଙ୍କୁ ଘରୁ […]
କଟକ : ସ୍କାନରରେ ସକିଲ୍ର ତୃତୀୟ ଗର୍ଲଫ୍ରେଣ୍ଡ। କଟକରେ ଜଣେ ବ୍ୟବସାୟୀଙ୍କୁ ବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ସକିଲର ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜା ଚାଲିଛି। ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜୁଛି କମିଶନରେଟ ପୁଲିସ । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ଅଛି, ତାକୁ ଖୋଜା ଚାଲିଛି। ଗିରଫ ୨ ଗର୍ଲଫ୍ରେଣ୍ଡ ସକିଲର ନେଟୱର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି […]
ରାୟଗଡ଼ା (ମନୋଜ ପାତ୍ର/ମିହିର ଯତି): ପ୍ରେମ କରି ବାହା ହୋଇଥିଲେ। ଘର ସଂସାର କରି ଦେଖିଥିଲେ ସୁନ୍ଦର ସ୍ୱପ୍ନ। ହସଖୁସିରେ ଚାଲିଥିଲା ସଂସାର। ହଠାତ୍ ସେହି ସୁଖର ସାଂସାର ଉପରେ ଘୋଟିଆସିଲା ଦୁଃଖର କଳାବାଦଲ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହେଲା ମନୋମାଳିନ୍ୟ। ମନ ଦେଇ ମନର ମାନସୀ ସାଜିଥିବା ସ୍ତ୍ରୀ, ସ୍ୱାମୀକୁ ଭୁଲି ପର ପୁରୁଷକୁ କଲା ନିଜର। ପାପ ସମ୍ପର୍କରେ ହେଲା ଲିପ୍ତ। ଆଉ ତା’ପରେ ପ୍ରେମିକ ସହ ମିଶି ସାତ ଜନମର ସାଥୀକୁ […]
ଭୁବନେଶ୍ୱର : ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମତି ଦେଇଛନ୍ତି। ରାଜଭବନ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଚଳିତବର୍ଷ ଜାନୁୟାରୀ ୫ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନକୁ ସର୍ବସାଧାରଣ ପରିଦର୍ଶନରେ ଆସିପାରିବେ। ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ। ଦଶମ ଶ୍ରେଣୀ […]
ପୁରୀ : ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର। ଅନେକ ଦେଶରେ ହିନ୍ଦୁ ବସବାସ କରୁଥିଲେ ମଧ୍ୟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ […]