କଟକ : ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍ ହେଉଛି ଏସ୍ସିବି ମେଡିକାଲ୍। ଏହି ମେଡିକାଲ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଡାକ୍ତରଙ୍କୁ ରୋଗୀ ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତର ମାଡ଼ ମାରୁଛନ୍ତି। ତେବେ ଆଜି ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ମେଡିକାଲ୍ରେ ଚିକିତ୍ସାଧୀନ ନିରାଶ୍ରୟ ରୋଗୀଙ୍କୁ ମାଡ଼ ମରାଯାଉଛି। ଯାହାର ଭିଡିଓ ଭାଇରାଲ୍ ହେବା ପରେ ବଡ଼ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ହୋସ୍ ଉଡିଯାଇଛି। ନିରାଶ୍ରୟ […]
ଭୁବନେଶ୍ୱର : ଚାଷୀ ଓ ଚାଷକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଜି ବିଧାନସଭା ଗୃହ କମିଟିର ବୈଠକ ବସୁଛି। ପୂର୍ବରୁ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ମଧ୍ୟ ସମୟ ମିଳି ନଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ବୈଠକରେ ରାଜ୍ୟ ସରକାର କରିଥିବା ବିଳମ୍ବ ସଂକ୍ରାନ୍ତରେ ମତ ଉପସ୍ଥାପନ କରିବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ବିଜେଡି କହିଛି ଏମ୍ଏସ୍ପି ବୃଦ୍ଧି […]
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ବେଧଡକ ଚାଲିଛି ବେଆଇନ ଇଟାଭାଟି। ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଇଟା ମାଫିଆ । ଗୋଟିଏ କି ଦୁଇଟି ନୁହେଁ ସହର ଆଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁଁ ଉତ୍ତାପ ବଢିବା ସହ ଭାଟିର ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଉ ଏଥିପାଇଁ ବଢୁଛି ପରିବେଶ ପ୍ରଦୂଷଣ । ଆଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡରେ ବେଆଇନ ଭାବେ ଇଟାଭାଟି ଗଢି ଉଠିଥିଲେ ବି ପ୍ରଶାସନ ନିରବ । […]
ବରଗଡ଼ : ମୋବାଇଲ୍ ଚାର୍ଜ କରିବା ବେଳେ ବ୍ୟାଟେରୀ ଫାଟି ନାବାଳକ ଆହତ। ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ । ଆହତ ନାବାଳକର ନାଁ ମହେଶ ପ୍ରଧାନ। ମହେଶ ସଂଧ୍ୟାରେ ନିଜ ଘରେ ମୋବାଇଲ୍ ଚାର୍ଜ କରିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ତାହା ଫାଟିଯାଇଥିଲା। ଫଳରେ ମହେଶଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ମଝି ଅଙ୍ଗୁଳିଟି ଛିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ […]
କଟକ : ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ହେବ ଜୋରିମାନା। ଏଥିପାଇଁ ପରିବହନ ବିଭାଗ ଓ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ। ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଆଜି ଏମିତି ଏକ ଘଟଣା କଟକ ଜିଲ୍ଲାରୁ ଆସିଛି। ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। Parents of minor boy has been prosecuted to transport magistrate for […]
ଭୁବନେଶ୍ୱର : ବକେୟା ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ଘରୁ ବିଜୁଳି କାଟିବା ନେଇ ମନେ ପକାଇଦେଲେ ସେସୁ କର୍ତ୍ତୃପକ୍ଷ। ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍ କାଟ ହେବ ବୋଲି ସେସୁର ସିନିଅର ଜେନେରାଲ ମ୍ୟାନେଜର ମନୋଜ ସିଂହ କହିଛନ୍ତି । କିନ୍ତୁ ସଂପୂର୍ଣ୍ଣ ଗାଁରେ ବିଜୁଳି କଟାଯିବ ନାହିଁ ବରଂ ଯେଉଁମାନେ ବିଜୁଳି ବିଲ୍ ଦେଇନଥିବେ, ସେମାନଙ୍କର ବିଜୁଳି କଟାଯିବ ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଯିଏକି ଜାଣିଶୁଣି […]
ଭୁବନେଶ୍ୱର : ଆସନ୍ତା ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖ ମକର ସଂକ୍ରାନ୍ତି ଯୋଗୁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ପାଇଁ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ଭୁବନେଶ୍ୱର : ଟିଣ୍ଡର ଆପ୍ରେ ଡାର୍ଟି ଡେଟିଂ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ହେଲେ ସଂପୃକ୍ତ ଯୁବତୀଙ୍କୁ ୪୧ ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ। ତାସହ ଆଜି କୋର୍ଟରେ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ […]
ଭୁବନେଶ୍ୱର: ପୁଅକୁ ନପାଇ ଅନ୍ଧୁଣୀଙ୍କ ପରି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛି ଦିନରାତି। ଆଉ କହୁଛି, ଆଖିରୁ ଲୁହ ସିନା ଶୁଖି ଯାଇଛି… ହୃଦୟ ସବୁବେଳେ କାନ୍ଦୁଛି। ଇଏ ହେଉଛି ସେହି ମାଆର କୋହ। ଯାହାଙ୍କ ପୁଅ(ମନୋଜ ସ୍ୱାଇଁ) ମୃତଦେହ କଟକରେ ଏକ ରେଳ ଧାରଣାରୁ ମିଳିଥିଲା। ଇଏ ହେଉଛନ୍ତି ମୃତ ମନୋଜ ସ୍ୱାଇଁଙ୍କ ମାଆ ବାସନ୍ତୀ ସ୍ୱାଇଁ। ନିଆଳି ଥାନା କଣ୍ଟିଶାଳ ଗାଁର ମନୋଜ କଟକରେ ଏକ କମ୍ପାନୀରେ ଚାକିରି କରୁଥିଲେ। ସେଠାରେ ତାଙ୍କର ସମ୍ପର୍କ […]
ଭୁବନେଶ୍ୱର : ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କର ସାନ ପୁଅ ମନତୋଷ ମହାପାତ୍ର। ତାଙ୍କ ମୃତ୍ୟୁକୁ ନେଇ ପୁରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ମନମୋହନଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ନିରବ ଝଡ଼’ ଜାତୀୟ ପୁରସ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ଅନ୍ଧ ଦିଗନ୍ତ, […]
ଭୁବନେଶ୍ୱର : ରାଜ୍ୟର ୨୫ଟି ଜିଲ୍ଲାର ୫ ହଜାର ଯୁବକଯୁବତୀଙ୍କୁ ନେଇ ଆରମ୍ଭ ହୋଇଛି ଅଣରାଜନୈତିକ ସଂଗଠନ ‘ୟୁଥ୍ ଫର୍ ଆକ୍ସନ୍’ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ ହେବା ସହ ଲୋଗୋ ଓ ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଂଗଠନର ଆଗାମୀ ୧୦୦ ଦିନିଆ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା ବେଳେ ସେହି ଅନୁସାରେ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି। ଅଭିନେତା ତଥା ପାନି ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆମୀର ଖାନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱଚ୍ଛତା […]
ସୋନପୁର /ବାଲିଗୁଡ଼ା/ବଣାଇ : ୫ ଦିନ ପରେ ପୁଣି ରାଜ୍ୟକୁ ଫେରିଛି ହାଡ଼ଥରା ଜାଡ଼ । ୧୦ ଡ଼ିଗ୍ରୀ ତଳକୁ ଖସିଛି ୧୩ଟି ସହରର ତାପମାତ୍ରା। ସୋନପୁର ପୁଣି ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବାବେଳେ ବଣାଇ ଓ ଦାରିଙ୍ଗିବାଡ଼ିରେ ବି ଅସହ୍ୟ କରୁଛି ଶୀତ। ପାଣିପାଗ ବିଭାଗ କହିଛି ଆସନ୍ତା ୫ଦିନ ଯାଏଁ ତାପମାତ୍ରା ସବୁଆଡେ ପ୍ରାୟ ସମାନ ରହିବ । ତେଣେ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଉପରେ କୋରଡ଼ା ମାଡ଼ […]
ଭୁବନେଶ୍ୱର : ଟିଣ୍ଡର ଆପ୍ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ […]
ବଲାଙ୍ଗିର : ଜେଲ୍ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୁଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ । ଗତକାଲ କୋର୍ଟ ପୁଞ୍ଜିଲାଲ୍ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି […]
ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି। ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବାହାରେ ତାଲା ଝୁଲୁଥିଲା […]
ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ […]
ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ। ଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ […]
ନରସିଂହପୁର : ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ । କଟକ ଜିଲ୍ଲା ବଡ଼ମ୍ବା ଭଟ୍ଟାରିକା ଠାରେ ମହାନଦୀରେ ଡ଼ଙ୍ଗାଟି ବୁଡ଼ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ନିଖୋଜ ଯୁବକ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନୀଲ କୁମାର ସାହୁ । ଜଗତସିଂହପୁର ରଘୁନାଥପୁର ଇଲେକ୍ଟ୍ରିକାଲ ଡିଭିଜନରେ ସେ ଏସ୍ଡିଓ ଭାବେ କାର୍ଯ୍ୟ କରୁଥିଲେ। ସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ଭଟ୍ଟାରିକା ବୁଲିବାକୁ ଯାଇଥିଲେ । ଭଟ୍ଟାରିକା ଘାଟରୁ ଅନ୍ୟ ୨ ସାଙ୍ଗଙ୍କ […]
ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲ୍ରେ ଥିବା ବେଳେ ଗତକାଲି ଆଖି ବୁଜିଛନ୍ତି ତାଙ୍କ ମା’। ରୋଗାଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂର୍ବାହ୍ନ ୧୧ ଟାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କୁ ମୁଖାଗ୍ନି ଦେବା ସହିତ ଶବ ସତ୍କାର କରିବା ପାଇଁ ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ […]
ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା […]
କଟକ : କଟକ ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି । ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା । କିନ୍ତୁ ଥାନାରେ ଥିବା ପାଇଖାନାରେ ଅଭିଯୁକ୍ତ ଜଣଙ୍କ ଫିନାଇଲ ପିଇ ଦେଇଥିଲା । ଅବସ୍ଥା ଗୁରୁତର ହେବାରୁ […]
ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୧୮ ଜଣ ଗିରଫ । ପୁଲିସ ବିଭିନ୍ନ ସ୍ଥାନରୁ ଏହି ଅଭିଯୁକ୍ତଙ୍କୁ ଧରିବା ପରେ ସମସ୍ତଙ୍କୁ ଗିରଫ କରିଛି। ଗତକାଲି ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ । ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପୁରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ । ଏହି […]
ବରଗଡ଼ : ମଥୁରା ନଗରୀରେ ଧର୍ମର ବିଜୟ ହୋଇଛି । ଭଣଜା କୃଷ୍ଣ ହାତରେ ବଧ ହୋଇଛି ମାମୁ କଂସ । ଏହାସହ ନୀରବି ଯାଇଛି ରଙ୍ଗମହଲ ଏବଂ ରାଜ ଦରବାର । ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଗତକାଲି ମଞ୍ଚସ୍ଥ ହୋଇଥିଲା କଂସବଧ । ଅନ୍ୟ ଦିନ ଭଳି ମଥୁରା ନଗରୀ ଭ୍ରମଣ କରି ମହାରାଜା କଂସ ରାଜ ଦରବାରକୁ ଆସିଥିଲେ । ଶୟନ କକ୍ଷରେ ସ୍ୱପ୍ନରେ ଛାୟାକୃଷ୍ଣଙ୍କୁ […]
ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ କାର୍ ଡ୍ରାଇଭର ସନ୍ତୋଷ ନାୟକ। ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲା ନନ୍ଦିଘରରେ । ଚିରଞ୍ଜିବୀଙ୍କ ଝିଅ ନୟାଗଡ଼ରେ ପାଠ ପଢ଼େ। ଏଥିପାଇଁ ଚିରଞ୍ଜିବୀଙ୍କ […]