ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତ ହେବାସହ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଏହି ଘୂର୍ଣ୍ଣିଝଡ଼ର ନାଁ ‘ପେଥାଇ’ର ରଖାଯାଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗତ ରାତି ସାଢ଼େ ଗୋଟାଏ ସୁଦ୍ଧା ଏହା ଚେନ୍ନାଇରୁ ୫୩୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା […]
କଟକ: ନିଶା ନିବାରଣ ଉଦ୍ଦେଶ୍ୟରେ କଟକ ଜିଲ୍ଲା କୁଷ୍ପଙ୍ଗୀ ପଞ୍ଚାୟତର ଗ୍ରାମବାସୀ ଅଭିନବ ପ୍ରୟାସ। ସ୍ଥାନୀୟ ଭାଗବତ ଘର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶପଥ ନେଲେ ଗ୍ରାମବାସୀ। ଗାଁର ଜଣେ ବ୍ୟକ୍ତି ଚୋରା ମଦବିକ୍ରୀ କରୁଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ଥାନାରେ କରାଯାଇଥିଲା। ମାତ୍ର ସ୍ଥାନୀୟ ସରପଞ୍ଚ ନମିତା ବେହେରାଙ୍କ ସ୍ୱାମୀ ଶୁକଦେବ ବେହେରା ଥାନାରୁ ମଦବେପାରୀକୁ ମୁକୁଳାଇଥିଲେ। ଏନେଇ ଗ୍ରାମବାସୀମାନେ ଏକାଠି ହେବା ସହିତ ଶୁକଦେବକୁ ଡାକି ପଚାରିଥିଲେ। ଶୁକଦେବ ଗ୍ରାମବାସୀଙ୍କୁ ଭୁଲ […]
ଭଦ୍ରକ: ଭଦ୍ରକ ବ୍ଲକ୍ ଧର୍ମଶରଣବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଭଦ୍ରକରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୯ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଗାଁର ପୁରୁଷୋତ୍ତମ ସେଠୀଙ୍କର ୪ ବଖରା, ସନ୍ତୋଷ ସେଠୀଙ୍କର ୪ ବଖରା ଓ ବୈକୁଣ୍ଠ […]
ଭୁବନେଶ୍ୱର: ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ଟିକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି।
ଜଗତସିଂହପୁର: ସରକାରଙ୍କ ଚାଷୀମାରଣ ନୀତି ସାଙ୍ଗକୁ ଜୁଲୁମ୍ ପ୍ରତିବାଦରେ ଜଗତସିଂହପୁରରେ ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଓ ଚାଷୀନେତା ସରକାରଙ୍କ ରାଜଧାନୀରେ କୃଷକ ସମାବେଶ ଭଣ୍ଡୁର ଉଦ୍ୟମ ବିରୋଧରେ ବର୍ଷିଛନ୍ତି। ଏଥିସହିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଛନ୍ତି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଭଳି ହକ୍ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ରଘୁନାଥପୁର ଶାଖା ଚେତାବନୀ ଦେଇଛି।
ବାଲେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଡିୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡ ଟ୍ରେନରୁ ଖସି ନିଜ ୨ ଗୋଡ଼ ହରାଇଛନ୍ତି। ନୀଳଗିରି ଷ୍ଟେସନରେ ଏଭଳି ଅଘଟଣ ଘଟିଛି। ହୋମ୍ଗାର୍ଡ ଜଣକ ସୋରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ନୀଳଗିରିରେ ଟ୍ରେନରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଭୁବନେଶ୍ୱର: କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ ଛାଡ଼ିବା କଳ୍ପନାଜଳ୍ପନାରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ‘ମୁଁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା କଥା ମିଡିଆରେ ଚର୍ଚ୍ଚା ହେଉଛି। ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି। କଂଗ୍ରେସ ମୋତେ […]
ରାୟଗଡ଼ା: ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି କପା ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କଠାରୁ କପା ନ କିଣିବାରୁ ଅସନ୍ତୋଷ ଦେଖାଦେଇଛି । ଚାଷୀ ଆଣିଥିବା କପାକୁ ନିମ୍ନମାନର କହି ମଣ୍ଡି କର୍ତ୍ତୃପକ୍ଷ ଫେରାଇ ଦେଉଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୟକାରୀ ସଂସ୍ଥା । ବିକ୍ରି ହେବା ଆଶାରେ ମଣ୍ଡିକୁ ଟ୍ରକ୍ ଟ୍ରକ୍ କପା ନେଇ ଯାଉଥିବା ଚାଷୀଙ୍କୁ ନିମ୍ନମାନର କପା କହି କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି । ରାୟଗଡ଼ା ଜିଲ୍ଲା […]
ବଲାଙ୍ଗିର: ଆଖୁ ଖିଆକୁ ନେଇ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁରେ ଗୁଳିକାଣ୍ଡ ହୋଇଛି। ଆଖୁ ଚାଷୀ ମଙ୍ଗଳୁ ସେଠଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ୪ ଜଣ ଯୁବକ। ତାଙ୍କର ଡାହାଣ ଗୋଡ଼ ଜଂଘରେ ଗୁଳି ବାଜିଛି। ପ୍ରଥମେ ତାଙ୍କୁ ତୁଷୁରା ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୋଡ଼ରେ ଗୁଳି ରହି ଯାଇଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ଆଖୁ କିଆରିରେ […]
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତାଲିକା ପ୍ରକ୍ରିୟା। ଏ ନେଇ ରାଜ୍ୟ କଂଗ୍ରେସ ଭବନରେ ଏଆଇସିସି ସ୍କ୍ରିନିଂ କମିଟିର ବୈଠକ ଚାଲିଛି। ଦଳର ନେତା ଓ କର୍ମୀଙ୍କ ସହ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଆଲୋଚନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକସଭା ଓ ତତ୍ସଂଲଗ୍ନ ବିଧାନସଭା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମହିଳା, ଯୁବକ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ବଣ୍ଟନରେ ଅଗ୍ରାଧିକାର […]
ପଟାମୁଣ୍ଡାଇ: ବିଜୁ ଯୁବ ବାହିନୀ ପକ୍ଷରୁ ବଣ୍ଟା ଯାଉଥିବା କ୍ରୀଡ଼ା ସାମଗ୍ରୀ ରଖିବାକୁ ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନୂଆଗାଁରେ ତୁମୁଳ କାଣ୍ଡ ଘଟି ଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥବା ଗଣ୍ଡଗୋଳ ଛଡାଇବାକୁ ଯାଇଥିବା ଜଣେ ଯୁବତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କ ପେଟରେ ଷ୍ଟମ୍ପ୍ ଭୁଷି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବିଜୁ କ୍ରୀଡ଼ା ସାମଗ୍ରୀ ଯୋଜନାରେ ନୂଆଗାଁ ପାଇଁ ମିଳିଥିବା କ୍ରୀଡ଼ା ଉପକରଣ କାହା ପାଖରେ […]
ଭୁବନେଶ୍ୱର: ସୁନ୍ଦରଗଡ଼ରୁ ଅପହୃତ ନାବାଳିକା ରାଜସ୍ଥାନରୁ ଉଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମହିଳା କମିଶନ ନବୀନଙ୍କୁ ଲେଖିଥିବା ଚିଠିକୁ ଦେଖାଇ ବର୍ଷିଛନ୍ତି। ଅପହୃତା ନାବାଳିକାଙ୍କୁ ୨ ଦିନରେ ଖୋଜି ବାହାର କରିଦେଲା ଦିଲ୍ଲୀ ମହିଳା କମିଶନ। କିନ୍ତୁ ରାଜ୍ୟ ସରକାର ବର୍ଷେ ଧରି କଣ କରୁଥିଲେ ବୋଲି ପ୍ରଭାତୀ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଉଦାସୀନତା, ଯୁବତୀ […]
ପୁରୀ:ସଡକ ସୁରକ୍ଷା ସପ୍ତାହ ଅବସରରେ ପୁରୀରେ ସାଇକେଲଗିରି ଅନୁଷ୍ଠିତ ହୋଇଯାଇଛି । ସାଇକେଲର ପ୍ରଥମ ମହିଳା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ସେଭ୍ ଡ୍ରାଇଭ, ସେଭ୍ ଲାଇଫ ସ୍ଳୋଗାନ ଦେଇ ଏହି ସାଇକେଲଗିରି ସିଂହଦ୍ୱାରରୁ ବାହାରି ବଡ ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର ପରେ ଭି.ଆଇ.ପି ରୋଡ ଦେଇ ଚକ୍ରତୀର୍ଥ ବେଳାଭୂମିରେ ଶେଷ ହୋଇଥିଲା। ଶତାଧିକ ଯୁବକଯୁବତୀ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲେ । ଏହି ରାଲିରେ ଅର୍ନ୍ତଜାତୀୟ ଖେଳାଳି […]
କେନ୍ଦୁଝର: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଟ୍ରକ୍ଟି କୋଲକାତାରୁ ମୁମ୍ବାଇ ଯାଉଥିଲା ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଖିରେଇଟାଙ୍ଗିରି ନିକଟରେ ଟ୍ରକ୍ଟି ଜଳି ଯାଇଥିଲା। ସର୍ଟସର୍କିଟ୍ରୁ ଟ୍ରକ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗଞ୍ଜାମ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲି ଗାଁରେ ସାମାନ୍ୟ ବଚସାରୁ ଜଣଙ୍କ ଜୀବନ ଯାଇଛି। ଗାଁର ସୁରିଆ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ରାତିରେ ୪ଜଣ ଯୁବକ ମଦ ପିଇବା ପାଇଁ ଯାଇଥିଲେ। ମଦ ପିଇ ଫେରିବା ସମୟରେ ରାସ୍ତାରେ ସୁରିଆଙ୍କ ସହ ସେମାନଙ୍କର ବଚସା ହୋଇଥିଲା। […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୮୦୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ସେହିପରି ଗତକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର […]
ବାଲେଶ୍ୱର: ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଜଣଙ୍କୁ ଗିରଫ କରିଛି। ଏଭଳି ଏକ ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ବାଲେଶ୍ୱର ଜିଲ୍ଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରେମୁଣା ଶାଖାରେ ଯେଉଁ ପେନ୍ସନ୍ ହିତାଧିକାରୀଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ଆକାଉଣ୍ଟ୍କୁ ସଚଳ ରଖି କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଶାଖାର ବିଜ୍ନେସ୍ କରେସ୍ପଣ୍ଡେଣ୍ଟ୍ ପ୍ରଭାତ ଦାସଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି। ତାଙ୍କ ନାଁରେ ପ୍ରାୟ ୧ […]
ପୁରୀ: ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ କୁକୁଡା ମରା ଅଭିଯାନ ଶେଷ ହୋଇଛି। ତେବେ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନ ଦେବା ଲାଗି ନିଷ୍ପତ୍ତି ହୋଇଛି। ପରିସ୍ଥିତକୁ ନଜରରେ ରଖି ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିଭଳି ୩ଟି ଟିମ୍କୁ କୃଷ୍ଣପ୍ରସାଦ ବ୍ଲକ୍ରେ ସଜାଗ ରଖା ଯାଇଛି। […]
ଭୁବନେଶ୍ୱର: ଦୃଷ୍ଟିହୀନ ଭୋଟରଙ୍କ ପାଇଁ ଖୁସି ଖବର। ଏଣିକି ଭୋଟ ଦେବା ସମୟରେ ସେମାନେ ଆଉ ପ୍ରିଜାଇଡିଂ ଅଫିସର ବା ଅନ୍ୟ କାହାର ସହାୟତା ନେବେନି। ଏବେ ବ୍ରେଲ୍ ବ୍ୟାଲଟ୍ ପେପର ବ୍ୟବହାର କରାଯିବ। ଯାହାଫଳରେ ସେମାନେ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜେ ଭୋଟ୍ ଦେଇପାରିବେ। ନିର୍ବାଚନରେ ସ୍ଵଚ୍ଛତା ଆଣିବା ଲାଗି ଏଭଳି ଯୋଜନା ଚାଲିଥିବା କହିଛନ୍ତି ନିର୍ବାଚନ ଅଧିକାରୀ। ଏହି ଖବର ପ୍ରକାଶ ପାଇବା ପରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। […]
ଭୁବନେଶ୍ୱର: ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ। ବିଜେପି ଓ କଂଗ୍ରେସ କ୍ଷମତାକୁ ଆସିଲେ ଋଣ ଛାଡ଼ କରିବା ପାଇଁ ଘୋଷଣା କରିଥିବା ବେଳେ ବିଜେଡି କୃଷକ ସାମ୍ମୁଖ୍ୟର ପୁନର୍ଗଠନ କରି ବିଜୁ କୃଷକ ଜନତା […]
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ ଆଶଙ୍କା ସାଙ୍ଗକୁ କପି ରୋକିବାକୁ ଏ ବର୍ଷ ବ୍ୟାପକ ପଦକ୍ଷେପ ନେଇଛି ସିଏଚ୍ଏସ୍ଇ। ଖାଲି ‘ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍’ ନୁହେଁ. ସବୁ ପରୀକ୍ଷା ହଲ୍ରେ ବି ସିସିଟିଭି ଲଗାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ତେବେ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଥିବାବେଳେ କାଉନସିଲ୍ର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଏଥିପାଇଁ ଅର୍ଥ ଆସିନଥିବାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ […]
ଭଦ୍ରକ: ଚୋରା ମଦ ବିକ୍ରି ଅଭିଯୋଗରେ ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ଚରଦିଆ ବଜାରରେ ଜଣେ ଯୁବକଙ୍କୁ ମହିଳାମାନେ ଗଛରେ ବାନ୍ଧି ପକାଇଥିଲେ। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ମାସ ହେବ ସ୍ଥାନୀୟ ଅଞ୍ଚଳରେ କେତକ ଯୁବକ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିଆସୁଥିଲେ । ବାରମ୍ବାର ଅଭିଯୋଗ ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଲୋକେ ଅଭିଯୋଗ […]
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ ମୁଖ୍ୟତଃ ଫ୍ଲୁ ସଂକ୍ରମଣ ହୋଇଛି। ରୋଗ ଯେଭଳି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିଲାଗି ସତର୍କତା ସ୍ୱରୂପ ଏ ସମସ୍ତ ଅଞ୍ଚଳରେ କୁକୁଡ଼ା ମରା ଆରମ୍ଭ ହୋଇଛି। କୁକୁଡ଼ାଗୁଡିକୁ ମାରାଯିବା ପରେ ଗାତ ଖୋଲି ପୋତାଯାଇଛି। ପ୍ରଭାବିତ ଫାର୍ମରୁ ଏକ କିଲୋମିଟର ଦୂରତା ମଧ୍ୟରେ ଯେତେ ଫାର୍ମ ରହିଛି, ସେଥିରେ ଥିବା କୁକୁଡ଼ାଙ୍କୁ ମାରି ପୋତାଯିବ। ସେହିପରି ଆଗାମୀ ୧୦ ଦିନ ପାଇଁ […]
ଭୁବନେଶ୍ୱର: ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ସକାଳେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଜଣେ ପଥଚାରୀ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ତାକୁ ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ଅଧିକ ଚିକିତ୍ସା ଲାଗି ନବଜାତ ଶିଶୁକନ୍ୟାକୁ କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଶିଶୁଟିକୁ ଉକ୍ତ ଜାଗାରେ କିଏ ଛାଡି ଦେଇଗଲା […]
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ କରଦାଙ୍ଗି ଗ୍ରାମ ଆମ୍ବତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହୁଥିବା ବେଳେ ବାପଘର ଲୋକେ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। କରାଦାଙ୍ଗି ଆମ୍ବତଇଲା ସାହିର ହରିଶ୍ଚନ୍ଦ୍ର ମହାନ୍ତ ତାଙ୍କ ସ୍ତ୍ରୀ ଝୁନୁ ମହାନ୍ତଙ୍କ ସହ ଶନିବାର ସନ୍ଧ୍ୟାରେ ଘରେ ଥିଲେ। ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ, ସେ ଘରୁ ବାହାରକୁ ଯାଇଥିବା […]