• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

matric exam
ମେ’ ୨୦ରୁ ମାଟ୍ରିକ୍‌ ଖାତାଦେଖା

ଭୁବନେଶ୍ୱର: ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୬୦ଟି କ୍ରେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ମେ’୧୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ। ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାସହ ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ […]

  • Thursday, 22 July 2021
odisha
ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ସସ୍‌ପେଣ୍ଡ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର […]

  • Thursday, 22 July 2021
representational image
କ୍ୱାରେଣ୍ଟିନ୍‌ ସେଣ୍ଟର ପରିସରରେ ଯୁବକଙ୍କ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା କ୍ୱାରେଣ୍ଟିନ୍‌ ସେଣ୍ଟର ପରିସରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ଗୋକୁଳ ସେଠ୍(୨୧)। ଆଜି ସକାଳେ ସେ ଶୌଚ ପାଇଁ ଯାଇ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୪ ମାସ ହେବ ଗୋକୁଳ ଓ ଅନ୍ୟ ୭ଜଣ ଯୁବକ ସିଂଘିଯୁବା […]

  • Thursday, 22 July 2021
monkey
ଦୁଇ ମାସ ଧରି ଉତ୍ପାତ ମଚାଇଥିବା ହନୁକୁ କାବୁ କଲା ବନ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ୨ ମାସ ଧରି ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ। ଚନ୍ଦକା ବନ ବିଭାଗ ଟିମ୍ ପହଞ୍ଚି ମାଙ୍କଡ଼କୁ ଧରିବା ଲାଗି ଉଦ୍ୟମ କରିଥିଲା। ବହୁ ଉଦ୍ୟମ ପରେ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଗତକାଲି ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨ ମାସ ଭିତରେ ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଏହି […]

  • Thursday, 22 July 2021
odisha
ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ

ଛତ୍ରପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଆନ୍ତର୍ଗତ ଢୁଙ୍କାପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ପ୍ରଫୁଲ୍ଲ କୁମାର ବେହେରା। ସୂଚନା ଅନୁସାରେ, କିଛି ଦିନ ତଳେ ପ୍ରଫୁଲ୍ଲ, ସୁରତରୁ ବସ୍ ଯୋଗେ ଫେରିଥିଲେ। ଫେରିବା ପରେ ସେ ଢୁଙ୍କାପଡ଼ା ପଞ୍ଚାୟତର ଏକ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗୁରୁବାର ସେ କୌଣସି […]

  • Thursday, 22 July 2021
puri
ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।  ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ। ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍‌ଡାଉନ୍‌ ନିୟମାବଳୀ ଆଧାରରେ ସାମାଜିକ […]

  • Thursday, 22 July 2021
fish
ମାଛ ପାଟି ଭିତରେ ବ୍ରାଉନ୍‌ସୁଗର୍‌ ଚାଲାଣ

ଜଳେଶ୍ୱର: ମାଛ ପାଟି ଭିତରେ ବ୍ରାଉନ୍‌ସୁଗର୍‌ ଚାଲାଣ। ଲକ୍‌ଡାଉନ୍‌ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍‌ସୁଗର୍‌ ଚାଲାଣ କରି ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଜଣେ ଯୁବକ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ମାଛ ପାଟି ଭିତରେ ୩ଟି ବ୍ରାଉନ୍‌ସୁଗର୍‌‌ ପୁଡ଼ିଆ ଭର୍ତ୍ତି କରି ଜଳେଶ୍ୱରରୁ ପଶ୍ଚମବଙ୍ଗ ଚାଲାଣ କରୁଥିଲେ। ଏହି ସମୟରେ ଲକ୍ଷ୍ମଣନାଥ ସୀମାରେ ଜଳେଶ୍ୱର ପୁଲିସ୍‌ ତାଙ୍କୁ ଧରିଥିଲା। ଜବତ ହୋଇଥିବା ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗର୍‌ର‌ ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା […]

  • Thursday, 22 July 2021
odisha
୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗୁରୁତର

ଢେଙ୍କାନାଳ: ୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ଶକ୍ତି ସୁଗାର୍ସ ମିଲ୍‌ ପରିସରରେ ଥିବା ପାର୍କିଂ ସ୍ଥାନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ବିହାରର ଓ ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। । ସୂଚନା ଅନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଜଣ ଶକ୍ତି ସୁଗାର୍ସ […]

  • Thursday, 22 July 2021
ghost
ସନ୍ଧ୍ୟା ୭ଟା ପରେ ଖାଲି ଭୂତ ବୁଲିବେ !

ଭୁବନେଶ୍ୱର: ସନ୍ଧ୍ୟା ୭ଟା ପରେ କେବଳ ଭୂତ ବୁଲି ପାରିବେ। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲାଗୁ ହୋଇଥିବା ବେଳେ, ଏସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଏଭଳି କିଛି ଟ୍ୱିଟ୍‌ କରିଛି କମିଶନରେଟ୍ ପୁଲିସ୍‌। କମିଶନରେଟ୍ ପୁଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି ଯେ, ସନ୍ଧ୍ୟା ୭ଟା ପରେ କେବଳ ଭୂତଙ୍କୁ ବାହାରେ ବୁଲିବାକୁ ଅନୁମତି ରହିଛି ଏବଂ ଆପଣ ଭୂତ ନୁହନ୍ତି। ଏହା […]

  • Thursday, 22 July 2021
odisha
ବାଣ ବିସ୍ଫୋରଣରେ ୨ ଶିଶୁ ମୃତ

ଢେଙ୍କାନାଳ: ବାଣ ବିସ୍ଫୋରଣ ଘଟି ୨ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ଦ୍ୱୟଙ୍କ ବୟସ ୬ ବର୍ଷ ଓ ୮ ବର୍ଷ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସୋଗର ଗାଁରେ ଥିବା ଏକ ଘରେ ଗଚ୍ଛିତ ଥିବା ବାଣରେ ଆଜି ହଠାତ୍‌ ନିଆଁ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ୩ ଶିଶୁ ସେଇ ଘର […]

  • Thursday, 22 July 2021
odisha
ବାଟରେ ଅଟକିଲା ସୁରତ ଫେରନ୍ତା ବସ୍

ବିନିକା: ବାଟରେ ଅଟକିଲା ସୁରତ ଫେରନ୍ତା ବସ୍। ରାସ୍ତାରେ ଗଛ ପଡ଼ି ଥିବାରୁ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମ୍‌ଡି୍ଆର -୩୯ ଠାରେ ୫ଟି ସୁରତ ଫେରନ୍ତା ବସ୍‌ ଅଟକି ରହିଛି। ବସ୍‌ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି। ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଛି। ଫଳରେ ରାସ୍ତା ଅବରୋଧ ହେବାସହ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ମଧ୍ୟ ଠପ୍ ହୋଇଯାଇଛି। ରାସ୍ତାରେ ଗଛ ପଡ଼ିଥିବାରୁ  ଏହି ବାଟ […]

  • Thursday, 22 July 2021
EW5UDYZXYAERCrj
ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: କିଛି ସମୟ ପୂର୍ବରୁ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ, ଏବେ କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ମୃତ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା। ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ଖୋର୍ଦ୍ଧା ଜିଲ୍ଲାର […]

  • Thursday, 22 July 2021
loot
ଗ୍ୟାସ୍‌ ଏଜେନ୍ସି କର୍ମଚାରୀଙ୍କୁ ହାଣି ଲୁଟି ନେଲେ ୧୦ ଲକ୍ଷ ୮୦ ହଜାର ଟଙ୍କା

ଭଦ୍ରକ: ଟଙ୍କା ଡିପୋଜିଟ୍‌ କରିବା ପାଇଁ ବ୍ୟାଙ୍କ ଯାଉଥିବାବେଳେ ଜଣେ ଗ୍ୟାସ୍‌ ଏଜେନ୍ସି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନ ଅନୁସାରେ, ତିହିଡ଼ିର ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀ ଟଙ୍କା ଡିପୋଜିଟ୍‌ କରିବା ପାଇଁ ବ୍ୟାଙ୍କ୍‌ ଯାଉଥିଲେ। ଏହି ସମୟରେ ଜିଝାରପୁର ନିକଟରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍‌ […]

  • Thursday, 22 July 2021
bus accident
ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ବସ୍ ଓଲଟିଲା

ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।‌ ଆଜି ସକାଳେ ‘ଆଶୀର୍ବାଦ’ ନାମକ ଏକ ଘରୋଇ ବସ୍‌ ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ବସ୍ ଡ୍ରାଇଭର ଓ ହେଲ୍‌ପର୍‌ ସାମାନ୍ୟ ଆହତ ହୋଇବା […]

  • Thursday, 22 July 2021
odisha
ହଜିଗଲା ମାନବିକତା: କରୋନା ଭୟରେ ଶବ ସତ୍କାର କରୁ ନାହାନ୍ତି ଗାଁ ଲୋକେ

ବାଲେଶ୍ୱର: କରୋନା ଭୟରେ ହଜିଗଲା ମାନବିକତା। ଗତକାଲିଠୁ ଗାଁରେ ପଡ଼ି ରହିଛି ମୃତଦେହ।  କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁ ନ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ୩ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ଜଣେ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ […]

  • Thursday, 22 July 2021
Untitled-1
କେଉଁ ବର୍ଗର କେତେ କର୍ମଚାରୀ ଅଫିସ ଆସିବେ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ବଦଳିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ୍‌ ଓ ପାର୍ସିଆଲି କ୍ରିଟିକାଲ୍‌ ବର୍ଗ। ଏନେଇ ରାଜ୍ୟ ସରକାରଙ୍କ General Administration and Public Grievance ‌Department ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ୍ରିଟିକାଲ୍‌ ବର୍ଗରେ ୧୫ଟି ବିଭାଗକୁ ସାମିଲ କରାଯାଇଥିବା ବେଳେ ପାର୍ସିଆଲି କ୍ରିଟିକାଲ୍‌ ବର୍ଗରେ ଅନ୍ୟ ସବୁ ବିଭାଗ ରହିଛି।     କ୍ରିଟିକାଲ ବର୍ଗରେ ରହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଅର୍ଥ, ବାଣିଜ୍ୟ ପରିବହନ, ସମନ୍ୱୟ, ଅବକାରୀ, ଗୃହ, ଶ୍ରମ, […]

  • Thursday, 22 July 2021
drown
ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ ଓ ଭାଣିଜୀ

ମୋହନା: ଭାଣିଜୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ। ଗଜପତି ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଗଜପତି ଜିଲ୍ଲା ଅଡାବା ଥାନା ଅନ୍ତର୍ଗତ ବୁଢାଡିହ ଗାଁ ନିକଟସ୍ଥ ହରଭାଙ୍ଗି ଡ୍ୟାମ୍‌ରେ ବୁଡି ମାଇଁ ଓ ତାଙ୍କ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଢ଼ାଦିହ ଗାଁର ଏବନି ମଣ୍ଡଳ ଓ ତାଙ୍କର ୧୦ ବର୍ଷର ଭାଣିଜୀ। ସୂଚନା ଅନୁସାରେ, ଗତକାଲି ଏବନି ତାଙ୍କର ଭାଣିଜୀଙ୍କ ସହ ହରଭାଙ୍ଗି ଡ୍ୟାମ୍‌କୁ‌ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ […]

  • Thursday, 22 July 2021
91301267_3106242399465684_2591553201635328000_n
ଯାଜପୁରରୁ ଆଉ ୫ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ଯାଜପୁରର ଓ ଏମାନେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଛୁଇଁଛି। ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ […]

  • Thursday, 22 July 2021
odisha
ସୋସିଆଲ୍‌ ମିଡିଆରେ ଫେକ୍‌ ନ୍ୟୁଜ୍ ଭାଇରାଲ୍‌ କରି ବନ୍ଧା ହେଲେ

ଯାଜପୁର: ଓଟିଭି ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଯାଜପୁର ସଟ୍ ଡାଉନ୍ ନେଇ ସୋସିଆଲ୍‌ ମିଡିଆରେ ମିଛ ଖବର ପ୍ରଚାର ଅଭିଯୋଗରେ ଯାଜପୁର ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହିମାଂଶୁ ବରାଳଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ଦଫା ୧୮୮, ୨୬୯, ୨୭୦, ୫୦୫(ବି)ରେ ମାମଲା ରୁଜୁ ହୋଇଛି। ଏହାସହ ୩୪ IPC, ୩ ଇଡି ଆକ୍ଟ, ୫୪ଡିଏମ୍ ଆକ୍ଟରେ […]

  • Thursday, 22 July 2021
odisha
ବିପଦରେ ବ୍ରାହ୍ମଣୀ ସେତୁ ! ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଗତକାଲି ବିଳମ୍ବିତ ରାତିରେ ଦବି ଯାଇଛି। ଫଳରେ ବ୍ରିଜ୍‌ ଉପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପକ୍ଷରେ, ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଦବିବା ଘଟଣାକୁ ରାଉରକେଲା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ଯେଉଁ ସ୍ଥାନରେ ଲୁହା ପ୍ଲେଟ୍ ଦବିଛି, ତାହା ମରାମତି ଚାଲିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

  • Thursday, 22 July 2021
odisha
ଫୁଲବାଣୀର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗାଡ଼ିର ପଛ କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଟାଉନ୍ ଥାନା ଇରିଗେସନ୍ କଲୋନୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଗତକାଲି ଦେବେନ୍ଦ୍ର ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ିି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଦେବେନ୍ଦ୍ର ଟାଉନ୍ ଥାନାରେ ଅଭିଯୋଗ […]

  • Thursday, 22 July 2021
odisha
ପରୀକ୍ଷାକୁ ନେଇ ମନ୍ତ୍ରୀଙ୍କ ସୂଚନା-ଜୁନ୍ ୧୭ ପରେ ଯେକୌଣସି ସମୟରେ ହେବ, ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ୱର: “ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ। ଲକ୍‌ଡାଉନ୍‌କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ” ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେହିପରି ୟୁଜିସିର ଗାଇଡ୍‌ଲାଇନ୍ସକୁ ନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, “ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା ଆମେ କରିବୁ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ।” ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି […]

  • Thursday, 22 July 2021
whatsapp 1
ମେ’ ୪ରୁ ହ୍ୱାଟ୍ସଆପ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। “ଶିକ୍ଷା ସଂଯୋଗ” ନାମକ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍ ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର PDF ଫାଇଲ୍‌ ଛାତ୍ରଛାତ୍ରୀଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ। ଏହି କାର୍ଯ୍ୟକ୍ରମ ମେ’ ୪ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମୋଟ ୬ ସପ୍ତାହ ଚାଲିବ। ପ୍ରତିଦିନ ୪୫ ମିନିଟ୍‌ରୁ ୧ ଘଣ୍ଟା ଅବଧିର ୪ଟି କ୍ଲାସ୍‌ ରହିବ। ଏନେଇ […]

  • Thursday, 22 July 2021
corona
ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍‌ କରୋନା […]

  • Thursday, 22 July 2021
odisha
ମନ୍ତ୍ରୀଙ୍କ ସୂଚନା-‌ ଲକ୍‌ଡାଉନ୍‌ ହଟିବା ପରେ ହେବ ଯୁକ୍ତ ୨ ବାକି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ହଟିବା ପରେ ଯୁକ୍ତ ୨ ପରୀକ୍ଷାର ବାକି ଥିବା ବିଷୟ ପରୀକ୍ଷା କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ଅଛି। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା। ତେବେ ଲକ୍‌ଡାଉନ୍‌ ହଟିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]

  • Thursday, 22 July 2021

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result