ନବରଙ୍ଗପୁର: ଓଲିଟିଲା ବସ୍। ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ଜେକେ ବସ୍ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଓଲଟି ପଡ଼ିଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଗୁରୁତର ହୋଇଛନ୍ତି। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଛି ଏହି ଘଟଣା। ଜେକେ ବସ୍ କୋରାପୁଟ୍ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଆସିଥିଲା। ତେବେ ପାପଡ଼ାହାଣ୍ଡି ଥାନା ମୃଗ ବିହାର ନିକଟରେ ବସ୍ ଅଗକୁ ହଠାତ ଏକ ଗାଈ […]
ଭୁବନେଶ୍ୱର: ମହାମହିମ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ରାଜଭବନ ସମ୍ମୁଖରେ ଧାରଣା ଦେଲା କଂଗ୍ରେସ। ରାଜ୍ୟପଳ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ଭଳି କାମ କରୁଛନ୍ତି। ଏଥିପାଇଁ ସେ କଂଗ୍ରେସ ପ୍ରତିନିଧି ଦଳକୁ ରାଜଭବନ ଭିତରକୁ ଛାଡୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସରଂକ୍ଷଣ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ଆସିଥିବା ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳକୁ ରାଜଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିବା କଂଗ୍ରେସ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍ ପୁଲିସ ଟ୍ୱିଟ୍ରେ କିନ୍ତୁ ଅଲଗା କଥା କୁହାଯାଇଛି। ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥିବା ଟ୍ୱିଟ୍ରେ ଲେଖା ଅଛି। ଅନ୍ୟପକ୍ଷରେ ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ପୁଲିସ […]
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ବିଧି ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ପ୍ରଥମେ ଦିଆଯାଇଥିଲା ଗାର୍ଡ ଅଫ ଅନର୍। ତେବେ ବଜେଟ୍ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂକୁ ନେଇ ଖପ୍ପା ହୋଇଥିଲେ ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଏକଛତ୍ରବାଦ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ସେପଟେ […]
ଭୁବନେଶ୍ୱର: ରାଜନେତାର ଖୋଳପାରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସୈତାନୀ ଚେହେରା ଏବେ ସମସ୍ତ ସାମ୍ନାକୁ ଆସିଯାଇଛି। ଅନୁପ କଳ୍ପନା ଓ ନାବାଳିକା ଝିଅ ବବ୍ଲୀଙ୍କୁ ହତ୍ୟା କରିଛନ୍ତି। ଅନୁପଙ୍କୁ ଏହି ଡବଲ୍ ମର୍ଡର୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଳ୍ପନାଙ୍କ ପ୍ରଥମ ସ୍ୱାମୀ ସୁନିଲ ଶ୍ରୀବାସ୍ତବ। ସେ ଅନୁପ ସାଏଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ସୁନୀଲ କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଳ୍ପନାଙ୍କ ସହ ତାଙ୍କର ପ୍ରେମ […]
ଭୁବନେଶ୍ୱର: ପୁଲିସ ଆଗରେ ମୁଣ୍ଡ ନୁଆଁଇ ଶାନ୍ତ ଆଉ ସୁଧାର ଭାବେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ସେହି ଅନୁପ ସାଏ, ଯାହାଙ୍କୁ ବୀଭତ୍ସ ଆଉ ବର୍ବରକାଣ୍ଡର ଖଳନାୟକ ବୋଲି ଦର୍ଶାଇଛି ଛତିଶଗଡ଼ ପୁଲିସ। ଯିଏ ଅତି ବିଭସ୍ତ ଭାବେ କଳ୍ପନା ଦାସ ଏବଂ ଝିଅ ପ୍ରଭାତୀଙ୍କୁ ମାରିଥିଲେ। ତେବେ ଅନୁପ ସାଏଙ୍କ ସଂପୃକ୍ତିର ପ୍ରମାଣ ଖୋଜିବା ପୁଲିସ ପାଇଁଥିଲା ବଡ଼ ଚାଲେଂଜ। କାରଣ ପ୍ରାଥମିକ ଅବସ୍ଥାରେ ନା କୌଣସି ସୁରାଗ୍ ଥିଲା ନା ଥିଲେ […]
ଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ମୋ ସରକାର କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି। ଏହାସହ ୫ଟି ଦ୍ୱାରା ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ଦାରିଦ୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। […]
ଭୁବନେଶ୍ୱର: ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଫେବୃଆରୀ 20 ସୁଦ୍ଧା ସମସ୍ତ ଜିଲ୍ଲାର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସ୍କୁଲ୍ ବସ୍ତାନି ବୋଝ ଗାଇଡ୍ ଲାଇନ୍ ଅନୁପାଳନ ହେଉଛି ନା ନାହିଁ ସେ ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ପୂର୍ବରୁ ଦୁଇଥର ବିଭାଗ ପକ୍ଷରୁ ଚିଠି ହୋଇଥିଲେ ସୁଦ୍ଧା କି ପଦକ୍ଷେପ ନିଆଯାଇଛି ସେନେଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ରେ ଆମ୍ବୁଲାନ୍ସ ଫସି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟଣାରେ କମିଶନର ପୋଲିସଙ୍କ ଆଉ ଏକ ଟ୍ୱିଟ୍। ସେ ଏଥିରେ ଆମ୍ବୁଲାନ୍ସର ଯିବା ସମୟ ଦର୍ଶାଇଛନ୍ତି। ସିସିଟିଭି ଚିତ୍ରକୁ ଆଧାର କରି ରାଜଭବନ ଛକ ଦେଇ କିମ୍ସ ହସ୍ପିଟାଲ ଯିବାର ସମୟ ସେ ଏଥିରେ ଦର୍ଶାଇଛନ୍ତି। Fact Check: CCTV footage show that Ambulance OD 33 Y 6019 took 22 mnts 38 sec on 11th […]
ସମ୍ବଲପୁର (ସଞ୍ଜୟ ଜେନା): ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟା ନାବାଳିକା ଝିଅ ବବଲି ଦାସଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନୁପଙ୍କୁ ଗତକାଲି ଗିରଫ କରାଯିବା ପରେ ଛତିଶଗଡ଼ର ରାୟଗଡ଼ ଏସ୍ପି ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ଏ କଥା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁପ ସାଏଙ୍କୁ ମଧ୍ୟ […]
ନୂଆଦିଲ୍ଲୀ: କଥା ରଖିଲେ ବନ୍ଧୁ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ। ନିଜ ପରିବାର ସହ ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ସହ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ବୀରଭଦ୍ର। ପୁରୁଣା ଦିନର ବନ୍ଧୁଙ୍କୁ ପାଖରେ ପାଇ ବେଶ ଖୁସିଥିଲେ ଉଭୟ। ବିଭିନ୍ନ ପ୍ରସଙ୍ଗ ସହ ପୁରୁଣା ଦିନର ସ୍ମୃତି ବିଷୟରେ ବେଶ କିଛି ସମୟ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କେବଳ ଏତିକି ନୁହେଁ, […]
ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନ। ତା ପୂର୍ବରୁ ଆଜି ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ରାଜନୈତିକ ଦଳ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ବିସ୍ତୃତ ରଣନୀତି। ଆଇନଶୃଙ୍ଖଳା, ବିଜୁଳି ଭିତ୍ତିଭୂମି ଓ ଗଞ୍ଜାମ ବସ୍ ଟ୍ରାଜେଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାଦୁର୍ନୀତି, ଧାନ ମଣ୍ଡି ଟୋକନ ଅବ୍ୟବସ୍ଥା, ନାରୀ ନିର୍ଯାତନା ଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ପ୍ରସଙ୍ଗକୁ ଦଳ ଗୃହରେ ଉଠାଇବ। ସେହିଭଳି ଚାଷୀ ସମସ୍ୟା, ଅଭାବି ଧାନ ବିକ୍ରି, […]
ଭୁବନେଶ୍ୱର: ଓଡ଼ିଶାରେ ଏବେବି ଚାଲିଛି କ୍ୟୁନେଟ୍ ଠକେଇ। ସାରା ଦେଶରୁ ୫ ହଜାର କୋଟି ଟଙ୍କା ଠକିଥିବା ଏଇ ନେଟ୍ଓ୍ୱାର୍କ ମାର୍କେଟିଂ ସଂସ୍ଥା ନାନା ଫନ୍ଦିଫିକର କରି ଏବେ ବି ରାଜ୍ୟର ନିବେଶକଙ୍କୁ ଫସାଇ ଲୁଟି ଚାଲିଛି। ପୂର୍ବରୁ ଓଟିଭିରେ ଏନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ଇଓଡବ୍ଲୁ ଏହାର ତଦନ୍ତ କରିବା ସହ ସଂସ୍ଥାର ତିନି ଜଣଙ୍କୁ ଗିରଫ କରିଥିଲା। ହେଲେ ଏବେ ବି ସଂସ୍ଥା ତାର କାର୍ଯ୍ୟକଳାପ ଜାରି ରଖିଥିବାରୁ ଇଓଡବ୍ଲୁ ଲୋକଙ୍କୁ ଏଥିପାଇଁ […]
ଭୁବନେଶ୍ୱର: ଛତିଶଗଡ଼ର ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଥିବା ଅନୁପ ସାଏଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପଣ୍ୟଗାର ନିଗମ ପଦରୁ ଅନୁପଙ୍କୁ ବିଦା ହେଲେ ଅନୁପ। ଅନୁପ ଏବେ ଛତିଶଗଡ଼ ଚକ୍ରଧରନଗର ଥାନା ପୁଲିସର ହେପାଜତରେ ଅଛନ୍ତି। ଗତକାଲି ରାତିରେ ପୁଲିସ୍ ତାଙ୍କୁ ଘରୁ ଉଠାଇ ନେଇଥିଲା। ଏବେ ତାଙ୍କୁ ଏବେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନୁପଙ୍କକୁ ଛତିଶଗଡ଼ ପୁଲିସ ଗିରଫ କରିବା ପରେ ଶାସକ ବିଜେଡି ଉପରେ ଟାର୍ଗେଟ୍ କରିଥିଲା […]
ନବରଙ୍ଗପୁର: ଖାଦ୍ୟରେ ବିଷକ୍ରିୟା(ଫୁଡ୍ ପୋଏଜନିଂ) ଯୋଗୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମା ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ। ବାପା ମାଆଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ଦଣ୍ଡାମୁଣ୍ଡା ଗାଁର ବେଣୁଧର ଗୌଡ଼ଙ୍କ ଦୁଇ ପୁଅ ଅମୂଲ୍ୟ ଓ ଗିରିଧର ପରିବାର ସହ ଭାତ, ବାଇଗଣ ଓ ଆଳୁ ଖାଇ ରାତିରେ ଶୋଇଥିଲେ। ସକାଳୁ ଦୁଇ ଶିଶୁଙ୍କର ଝାଡ଼ାବାନ୍ତି […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେନ୍ଦୁପତ୍ର କର୍ମଚାରୀଙ୍କ ଗଣଧାରଣା। ଅରଣ୍ୟ ଭବନ ସାମନାରେ ପ୍ରତିବାଦ କରିଛନ୍ତି କର୍ମଚାରୀ। ରାଜ୍ୟରେ କେନ୍ଦୁପତ୍ର ନିଗମରେ କାର୍ଯ୍ୟରତ ୧୮ ହଜାର କର୍ମଚାରୀଙ୍କୁ ସ୍ଥାୟୀ ଓ୍ୱାର୍କଚାର୍ଜ ମାନ୍ୟତା, ୨୦୧୯ ପୂର୍ବରୁ ନିର୍ଦ୍ଧାରିତ ହାରରେ ପାଉଣା, ଇପିଏଫ୍ ଓ ଇଏସ୍ଆଇ ସୁବିଧା, ଫଡ଼ି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର, ଋତୁକାଳୀନ କର୍ମଚାରୀଙ୍କୁ ୧୨ମାସିଆ କାମ ସହ ଅନ୍ୟ ଦାବି କରିଛନ୍ତି। ଏହି ସମସ୍ତ ଦାବି ପୂରଣ ନେଇ କର୍ମଚାରୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହା […]
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ ପରେ ବଦଳାଯାଇଛି ପ୍ରଶ୍ନ ପତ୍ର। ନୂଆ ପ୍ରଶ୍ନପତ୍ର ସହ ଠିକ୍ ସମୟରେ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ। ଆଜି ଯୁକ୍ତ ୩ ରସାୟନ ବିଜ୍ଞାନ ତୃତୀୟ ସେମିଷ୍ଟର ଏବଂ ଜୁଲୋଜି ଅନର୍ସର ଦ୍ୱିତୀୟ ପେପରର ପରୀକ୍ଷା ହେବାକୁ ଥିଲା। ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲ୍ରେ ଘୁରିବୁଲିଥିଲା ଏହି ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କଥା […]
ଗଞ୍ଜାମ: ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ହାତରେ ଆଉ ମାତ୍ର ସପ୍ତାହେ ଥିବାବେଳେ ତାପୂର୍ବରୁ ବିଭ୍ରାଟ ଦେଖାଦେଇଛି। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଅଭିଯୋଗ ଆସିଲାଣି ତ ଆଉ କେଉଁ ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଲାଗିଛି ଅନ୍ୟ ସ୍କୁଲ ଛାତ୍ରୀଙ୍କ ଫଟୋ। ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତାକରଡ଼ା ସହିଦ ହାଇସ୍କୁଲରେ ଆସିଛି ଏଭଳି ଅଭିଯୋଗ। ଏହି ସ୍କୁଲ୍ରେ ଗୋଟିଏ କି ଯୋଡ଼ିଏ ନୁହଁ, ୭୨ […]
ଭୁବନେଶ୍ୱର: ରାଜନୀତିରେ ଅପରାଧୀ ନେତାଙ୍କୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଯଦି କୌଣସି ରାଜନୈତିକ ଦଳ ଅପରାଧୀ ନେତାଙ୍କୁ ଟିକଟ ଦିଏ ତେବେ କାହିଁକି ତାଙ୍କୁ ଟିକଟ ଦିଆଗଲା ସେନେଇ କାରଣ ଦର୍ଶାଇବାକୁ ପଡ଼ିବ। ସେହିପରି ଉକ୍ତ ପଲିଟିକାଲ ପାର୍ଟିକୁ ସେହି ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ଜଣେ ବି ବିନା କ୍ରିମିନାଲ ରେକର୍ଡ ଥିବା ପ୍ରାର୍ଥୀ କାହିଁକି ମିଳିଲାନି ବୋଲି ମଧ୍ୟ ଜଣାଇବାକୁ ପଡ଼ିବ। ଏହାଛଡ଼ା ସଂପୃକ୍ତ ଅପରାଧୀ ନେତାଙ୍କ ସମସ୍ତ ରେକର୍ଡ ୪୮ ଘଣ୍ଟାରେ […]
ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ଏବେ ବିଜେଡିର ଅସଲ ମୁଖା ଖୋଲିଛି ବୋଲି ଦଳ ଅଭିଯୋଗ କରିଛି। ଅନୁପ ସାଏଙ୍କ ବିରୋଧରେ ପୂର୍ବରୁ ବିଜେପି ଅଭିଯୋଗ କରିଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏବେ ଅନୁପଙ୍କୁ ଦଳରୁ ଓ ପଦବୀରୁ କେବେ ବହିଷ୍କାର କରାଯିବ ତାକୁ ଅପେକ୍ଷା ବୋଲି କହିଛନ୍ତି ଲେଖାଶ୍ରୀ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ପୂର୍ବତନ ବିଧାୟକ ତଥା […]
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରୀ ୧୮ ସୁଦ୍ଧା ସେଣ୍ଟର ଫିକ୍ସିଂ ଅଭିଯୋଗ ଉପରେ ରିପୋର୍ଟ ଦେବା ପାଇଁ ଗଣଶିକ୍ଷା ବିଭାଗ ସଚିବ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍। ଏହାସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSE ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ରାଜ୍ୟର ଅଭିଭାବକଙ୍କ ସଂଶୟ ଦୂର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]
ଭୁବନେଶ୍ୱର: ଦିନକ ପରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଲମ୍ବା ଅଧିବେଶନ ସାଙ୍ଗକୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆସନ୍ତାକାଲି ବିଧାୟକ ଦଳର ବୈଠକରେ ରଣନୀତି ପ୍ରସ୍ତୁତ କରିବେ ବିଜେପି ଓ କଂଗ୍ରେସ। ଆଉ ସବୁଥର ଭଳି ଏଥର ବି ବିଜେଡି କେନ୍ଦ୍ରୀୟ ଅନୁଦାନ ହ୍ରାସ ଭଳି ପ୍ରସଙ୍ଗକୁ ଢାଲ କରି ବିରୋଧୀଙ୍କ ମୁକାବିଲା ଲାଗି ପ୍ରସ୍ତୁତ ହୋଇଛି। ଏଥର ସରଗରମ ହେବ ବିଧାନସଭା। ମୁହାଁମୁହିଁ ହେବେ ଶାସକ-ବିରୋଧୀ। ଶାସକ […]
ଭୁବନେଶ୍ୱର: ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ବି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଓବିସି କମିଶନ ଧାରା-୧୯୯୩ ଅନୁସାରେ ଏହି କମିଶନ ଗଠନ କରାଯାଇଛି। ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡକ୍ଟର ମିତାଲି ଚିନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ନିଯୁକ୍ତ […]
ଭୁବନେଶ୍ୱର: ତୁଟିଛି ବେକାର ସିଟି ଓ ବିଏଡ୍ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ। ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେମାନେ କେତେ ହତାଶ ତାର ଝଲକ ଦେଖିବାକୁ ମିଳିଛି ରାଜଧାନୀର ଗାନ୍ଧି ମାର୍ଗରେ। ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସିନତାର ପ୍ରତିବାଦ କରିଛନ୍ତି ଏହି ଡିଗ୍ରୀଧାରୀ। ସରକାର ଗତ ୪ ବର୍ଷ ହେଲା ଜଣେ ହେଲେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଇନାହାନ୍ତି। ଏନେଇ ସରକାରଙ୍କ ନିକଟରେ ୩ ଦଫା ଦାବି ରଖିଛି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଖୁବଶୀଘ୍ର […]
ଭୁବନେଶ୍ୱର: ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ଅସମୟରେ ପ୍ରାଣହାନୀ ହେଉଛି ରୋଗୀର। ଗତକାଲି ଭୁବନେଶ୍ୱରରେ ଏହି କାରଣରୁ ଜଣେ ୫ ବର୍ଷ ଶିଶୁର ପ୍ରାଣ ଯିବା ପରେ ଏବେ ଏହାକୁ ନେଇ ବିତର୍କ ଚାଲିଛି। ଆମ୍ବୁଲାନ୍ସ ହର୍ଣ୍ଣ ବଜାଇଲେ […]