/odishatv-khabar/media/post_attachments/uploadimage/library/16_9/16_9_0/1-10_1619957111.jpg)
1
କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଯେପରିକି- ଶ୍ୱାସକ୍ରିୟାରେ ବାଧା, ଅମ୍ଳଜାନର ଅଭାବ, ଜ୍ୱର, ଶରୀର, ମାଂସପେଶୀ ଯନ୍ତ୍ରଣା, ଶୁଖିଲା କାଶ, ମୁଣ୍ଡବିନ୍ଧା ଇତ୍ୟାଦି। ଅନେକ ରୋଗୀଙ୍କ ମଧ୍ୟରେ କରୋନା ଆଣ୍ଟିଜେନ୍ ଏବଂ RTPCR ରିପୋର୍ଟ ନେଗେଟିଭ୍ ହେବା ପରେ ମଧ୍ୟ HRCT ରିପୋର୍ଟରେ ଫୁସଫୁସରେ କରୋନା ସଂକ୍ରମଣ ମିଳୁଛି। କରୋନାର ଏହି ଷ୍ଟ୍ରେନ୍ ଫୁସଫୁସ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଛି। ଏହି କାରଣରୁ ଫୁସଫୁସ ଅବରୋଧ ହୋଇ ଅମ୍ଳଜାନ ସ୍ତର ହ୍ରାସ ହେତୁ ଲୋକମାନେ ଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ କିଛି ନିଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ କରନ୍ତି, ତେବେ ଆପଣ କେବଳ ଉପକୃତ ହେବେ ନାହିଁ ବରଂ ଆପଣଙ୍କ ଫୁସଫୁସ ମଧ୍ୟ ଶକ୍ତିଶାଳୀ ହେବ। କିନ୍ତୁ ଅନେକ ଲୋକ ଗଭୀର ନିଶ୍ୱାସ ନେବା ପାଇଁ ଠିକ୍ ଉପାୟ ଜାଣନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା ଗଭୀର ନିଶ୍ୱାସ ନେବା ପାଇଁ ଠିକ୍ ଉପାୟ କ’ଣ…
– ଫୁସଫୁସ ପର୍ଯ୍ୟନ୍ତ ଗଭୀର ନିଶ୍ୱାସ ନେବା ପୂର୍ବରୁ, ମ୍ୟାଟ୍ ପକାଇ ଏକ ଶାନ୍ତ ଓ ପ୍ରାକୃତିକ ସ୍ଥାନରେ ଶୋଇ ଯାଆନ୍ତୁ। ମୁଣ୍ଡ ଓ ଆଣ୍ଠୁରେ ତକିଆ ରଖନ୍ତୁ। ଆପଣ ଚେୟାରରେ ବସି ବି ଏହାକୁ ଅଭ୍ୟାସ କରିପାରିବେ। ମନେରଖନ୍ତୁ ଯେ ଚେୟାରଟି ଯେପରି ତୁମର ପଛ, କାନ୍ଧ ଏବଂ ବେକକୁ ସମର୍ଥନ କରିବା କରିପାରୁଥିବ।
– ଆଖି ବନ୍ଦ କରି ଆଖପାଖର ପରିବେଶକୁ ଅନୁଭବ କର। ପବନର ଶବ୍ଦ, ଗଛ ଓ ପକ୍ଷୀମାନଙ୍କର ଶବ୍ଦ, ଏହା ଶୁଣି ଧୀରେ ଧୀରେ ଗଭୀର ନିଶ୍ୱାସକୁ ପେଟରେ ପୂର୍ଣ୍ଣ କରନ୍ତୁ। ନିଶ୍ୱାସକୁ ଯଥାସମ୍ଭବ ଧରି ରଖନ୍ତୁ ଏବଂ ପରେ ଧୀରେ ଧୀରେ ବାହାରକୁ ଛାଡନ୍ତୁ।
/odishatv-khabar/media/post_attachments/wp-content/uploads/2021/05/Untitled-1-10.jpg)
– ଏହି ଅଭ୍ୟାସ କରିବାବେଳେ ଗୋଟିଏ ହାତ ପେଟ ଉପରେ ଏବଂ ଅନ୍ୟ ହାତ ଛାତିରେ ରଖନ୍ତୁ। ମନେରଖନ୍ତୁ ଯେ ଯେତେବେଳେ ଆପଣ ନିଶ୍ୱାସ ନେଉଛନ୍ତି ଅନୁଭବ କରନ୍ତୁ ଯେ ବାୟୁରେ ଥିବା ଅମ୍ଳଜାନ ଫୁସଫୁସକୁ ଶକ୍ତିଶାଳୀ କରୁଛି। ଯେତେବେଳେ ଆପଣ ନିଶ୍ୱାସ ତ୍ୟାଗ କରୁଛନ୍ତି, ସେତେବେଳେ ଅନୁଭବ କରନ୍ତୁ ଯେ ଶ୍ୱାସ ସହିତ ସମସ୍ତ ନକାରାତ୍ମକତା ଏବଂ ରୋଗ ଶରୀରରୁ ବାହାରକୁ ଯାଉଛି।
– ଶ୍ୱାସ ନେବା ଓ ଛାଡିବା ଅବଧି ସମାନ ହେବା ଉଚିତ। ତେଣୁ ଶ୍ୱାସ ନେବାବେଳେ ମନେମନେ ୫ ଗଣନା କରନ୍ତୁ ଏବଂ ଛାଡ଼ିବା ବେଳେ ମଧ୍ୟ ସମାନ ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ।
– ଏହି ଅଭ୍ୟାସ କରିବା ସମୟରେ କିଛି ଢିଲା ଓ ଆରାମଦାୟକ ପୋଷାକ ପିନ୍ଧନ୍ତୁ। ଅତି ଆରାମରେ ଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ। ଏଥିରେ ଅଧିକ ଶକ୍ତି ପ୍ରୟୋଗ କରନ୍ତୁ ନାହିଁ। ୧୦ ରୁ ୨୦ ମିନିଟ୍ ପାଇଁ ଏହା ଅତି ସହଜରେ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)