ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍…ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ… ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ ଖାଉଥିବା ଦେଖିବାକୁ ମିଳିଛି। ମିଡିଆ ସାମ୍ନାରେ କଞ୍ଚାମାଛକୁ କାମୁଡି ଖାଉଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀପ ୱେଦାରଚ୍ଚି ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀଲଙ୍କାର […]
ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ […]
ନୂଆଦିଲ୍ଲୀ: ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭୁଲ୍ କରିଥିବା ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍ଶୀଘ୍ର ତ୍ରୁଟି ସଂସୋଧନ କରିବ ବୋଲି କହିଛି। ମିଳିଥିବା ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏନେଇ ମିଳିତ ସଂସଦୀୟ କମିଟିକୁ ଜଣାଇଛି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ମିଳିତ ସଂସଦୀୟ କମିଟିକୁ କହିବା ବେଳେ ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ତ୍ରୁଟି ସଂଶୋଧନ କରାଯିବା […]
ଦନ୍ତେଓ୍ୱାଡ଼ା: ଭୁଶୁଡୁଛି ଲାଲ୍ଗଡ଼। ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ଏପର୍ଯ୍ୟନ୍ତ ୨୦୦ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଖୁସିରେ କେକ୍ କାଟିଲା ଜିଲ୍ଲା ପୋଲିସ୍। ଆଜି ସିଆର୍ପିଏଫ୍ ଡିଆଇଜି ଓ ଦନ୍ତେଓ୍ୱାଡ଼ା ପୋଲିସ ଆଗରେ ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ପୋଲିସ ଏଭଳି ଢଙ୍ଗରେ ଖୁସି ଜାହିର କରିଛି। ଏହି ତିନି ମାଓବାଦୀଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଂଜିସ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଛି। ଜମ୍ମୁ ଜିଲ୍ଲାର ପୋଲିସ ଏସଏସପି ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୫ଟାରେ ଆତଙ୍କବାଦୀମାନେ ଟୋଲପ୍ଲାଜା ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ […]
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ । ହେଲେ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ […]
ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଛି। ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ […]
ନୂଆଦିଲ୍ଲୀ: ଇରାନ୍ର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ […]
ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଜିଟିଭ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ୯ମରୁ ୧୨ଦଶ କ୍ଲାସରେ ପଢୁଛନ୍ତି। ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି। ଉକ୍ତ ବିଦ୍ୟାଳୟର ଅନ୍ୟଛାତ୍ରମାନେ ନମୁନା ପରୀକ୍ଷା ପାଇଁ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍ଷ୍ଟେବଲ୍ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍ଷ୍ଟେବଲ୍ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ ରାଜଧାନୀ ଦିଲ୍ଲୀର ସୟମପୁର ପୋଲିସ ଥାନାରେ କାର୍ଯ୍ୟରତ ଏଇ ମହିଳା ହେଡ କନଷ୍ଟେବଲ ସୀମାଙ୍କୁ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ (out-of-turn promotion) ଦିଆଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, […]
ନୂଆଦିଲ୍ଲୀ: ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ। କୌଣସି ରାଜ୍ୟରେ ଯଦି ସିବିଆଇ ତଦନ୍ତ ହୁଏ, ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଦରକାର। ନିଜେ ନିଜେ କେନ୍ଦ୍ର ସରକାର ସିବିଆଇର ଯାଞ୍ଚ ପରିସର ବଢ଼ାଇ ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ଏକ ମାମଲାରେ ସ୍ପଷ୍ଟ ଭାବେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ରାଜ୍ୟରେ ସିବିଆଇ ତଦନ୍ତ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ହେଉଛି କରୋନା। ଆଜି ଗୋଟିଏ ଦିନରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୭ ହଜାର ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି। ଏପଟେ ଗତ ୧୫ ଦିନ ମଧ୍ୟରେ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଛି। ଦିଲ୍ଲୀରେ […]
ନୂଆଦିଲ୍ଲୀ: ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଅପରାହ୍ନରେ ମେୱାଲାଲ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନୀତୀଶଙ୍କୁ ମେୱାଲାଲ୍ ଇସ୍ତଫା ଦେବାକୁ କହିଥିଲେ। ରାଜ୍ୟପାଳ ମଧ୍ୟ ମେୱାଲାଲ୍ଙ୍କ ଇସ୍ତଫା ଗ୍ରହଣ […]
ଅହମ୍ମଦାବାଦ: ଗୁଜୁରାଟର ରାଜଧାନୀରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅହମ୍ମଦାବାଦ ମୁନିସ୍ପାଲ କର୍ପୋରେଶନ୍ କର୍ଫ୍ୟୁ ଲାଗୁକରିବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁଜୁରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅହମ୍ମଦାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ହଜାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ସୁସ୍ଥ ହୋଇଥିବାବେଳେ ୨ ହଜାର ଆକ୍ରାନ୍ତ କାଜୁଆଲ୍ଟିରେ ଅଛନ୍ତି। ସେହିପରି ସରକାରୀ କୋଭିଡ୍ ୧୯ ଡ୍ୟାସ୍ବୋର୍ଡ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବୋଲେରୋ ସହ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ନବାବଗଞ୍ଜ ଶେଖପୁରରୁ ଫେରୁଥିଲେ। ଏହି ସମୟରେ ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇୱେରେ ବୋଲେରୋଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ୍କୁ ଧକ୍କା […]
ପାଟନା: ବିହାର ନିର୍ବାଚନ ସରିଯାଇଛି। ଏନଡିଏ ମେଣ୍ଟ ବିହାରରେ ନିର୍ବାଚନ ଜିତିବା ପରେ ନିତିଶ କୁମାର ବିଧାୟକଙ୍କ ପାଇଁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ବିହାରରେ ଏକ ହୋଟେଲ ଏକ ସପ୍ତାହ ପାଇଁ କିଣି ନେଇଛନ୍ତି ନିତିଶ କୁମାର । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରାୟ ୩୮ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ବିଧାୟକଙ୍କ ପାଇଁ ପାଟନାର ଏକ ହୋଟେଲ୍ରେ ୧୦୦ଟି ରୁମ୍ […]
ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି( Brihanmumbai Municipal Corporation)। ବିଏମ୍ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନଭେମ୍ୱର ୨୩ରେ ସ୍କୁଲ ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମୁମ୍ୱାଇର ମେୟର କିଶୋରି ପେଡ୍ନେକାର କହିଛନ୍ତି। ମହାରାଷ୍ଟ୍ର ସରକାର ପୂର୍ବରୁ […]
କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି। ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍ ଏବଂ […]
ୱାଶିଂଟନ୍: ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସହ ମିଶି ପୁଣିଥରେ ବିକାଶ ପଥରେ କାର୍ଯ୍ୟ କରିବେ ବୋଲି ସେ ଘୋଷଣା କରିଛନ୍ତି। ଏନେଇ […]
ୱାଶିଂଟନ: କରୋନା ଭାଇରସ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିବା ବାଇଟେକ୍ନୋଲୋଜି କମ୍ପାନୀ ଗିଲ୍ଡର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ତେବେ ଏହା ପୂର୍ବରୁ କରୋନା ରୋଗୀଙ୍କ ପାଇଁ ରେମଡେସିଭିର ବ୍ୟବହାର ନେଇ ମଧ୍ୟ ସତର୍କବାଣୀ ଜାରି କରିଥିଲା ‘ହୁ’। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ଅନୁସାରେ, ‘ହୁ’ ଗିଲ୍ଡ କମ୍ପାନୀର ରେମଡେସିଭିରକୁ ଔଷଧର ତଥାକଥିତ ପ୍ରାକ ଯୋଗ୍ୟତା(ପ୍ରି କ୍ୱାଲିଫିକେସନ ଲିଷ୍ଟ) ତାଲିକାରୁ ବାହାର କରିଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଖରିଦଦାରୀ […]
ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ’ ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଲା। ଏଠି ଆଲୋଚନା ହେଉଛି ୟୁପିଏସସି ଟପ୍ପର ଟିନା ଡାବି ଏବଂ ୟିପିଏସ୍ସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଙ୍କ ସ୍ୱାମୀ ଅଥହର ଆମୀର […]
ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଜୁନିୟର ଟ୍ରମ୍ପଙ୍କ ପ୍ରବକ୍ତା ଶୁକବ୍ରାର ଏହି ସୂଚନା ଦେଇଛନ୍ତି। ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଜୁନିଅର କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗତ ସପ୍ତାହ ପ୍ରାରମ୍ଭରେ ଜଣାପଡ଼ିଥିଲା। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ନିଜ କ୍ୟାବିନ୍ରେ ଆଇସୋଲେସନରେ ରହୁଛନ୍ତି। ତେବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତଥାପି […]