ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଜିଟିଭ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ୯ମରୁ ୧୨ଦଶ କ୍ଲାସରେ ପଢୁଛନ୍ତି। ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି। ଉକ୍ତ ବିଦ୍ୟାଳୟର ଅନ୍ୟଛାତ୍ରମାନେ ନମୁନା ପରୀକ୍ଷା ପାଇଁ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍ଷ୍ଟେବଲ୍ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍ଷ୍ଟେବଲ୍ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ ରାଜଧାନୀ ଦିଲ୍ଲୀର ସୟମପୁର ପୋଲିସ ଥାନାରେ କାର୍ଯ୍ୟରତ ଏଇ ମହିଳା ହେଡ କନଷ୍ଟେବଲ ସୀମାଙ୍କୁ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ (out-of-turn promotion) ଦିଆଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, […]
ନୂଆଦିଲ୍ଲୀ: ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ। କୌଣସି ରାଜ୍ୟରେ ଯଦି ସିବିଆଇ ତଦନ୍ତ ହୁଏ, ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଦରକାର। ନିଜେ ନିଜେ କେନ୍ଦ୍ର ସରକାର ସିବିଆଇର ଯାଞ୍ଚ ପରିସର ବଢ଼ାଇ ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ଏକ ମାମଲାରେ ସ୍ପଷ୍ଟ ଭାବେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ରାଜ୍ୟରେ ସିବିଆଇ ତଦନ୍ତ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ହେଉଛି କରୋନା। ଆଜି ଗୋଟିଏ ଦିନରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୭ ହଜାର ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି। ଏପଟେ ଗତ ୧୫ ଦିନ ମଧ୍ୟରେ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଛି। ଦିଲ୍ଲୀରେ […]
ନୂଆଦିଲ୍ଲୀ: ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଅପରାହ୍ନରେ ମେୱାଲାଲ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନୀତୀଶଙ୍କୁ ମେୱାଲାଲ୍ ଇସ୍ତଫା ଦେବାକୁ କହିଥିଲେ। ରାଜ୍ୟପାଳ ମଧ୍ୟ ମେୱାଲାଲ୍ଙ୍କ ଇସ୍ତଫା ଗ୍ରହଣ […]
ଅହମ୍ମଦାବାଦ: ଗୁଜୁରାଟର ରାଜଧାନୀରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅହମ୍ମଦାବାଦ ମୁନିସ୍ପାଲ କର୍ପୋରେଶନ୍ କର୍ଫ୍ୟୁ ଲାଗୁକରିବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁଜୁରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅହମ୍ମଦାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ହଜାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ସୁସ୍ଥ ହୋଇଥିବାବେଳେ ୨ ହଜାର ଆକ୍ରାନ୍ତ କାଜୁଆଲ୍ଟିରେ ଅଛନ୍ତି। ସେହିପରି ସରକାରୀ କୋଭିଡ୍ ୧୯ ଡ୍ୟାସ୍ବୋର୍ଡ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବୋଲେରୋ ସହ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ନବାବଗଞ୍ଜ ଶେଖପୁରରୁ ଫେରୁଥିଲେ। ଏହି ସମୟରେ ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇୱେରେ ବୋଲେରୋଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ୍କୁ ଧକ୍କା […]
ପାଟନା: ବିହାର ନିର୍ବାଚନ ସରିଯାଇଛି। ଏନଡିଏ ମେଣ୍ଟ ବିହାରରେ ନିର୍ବାଚନ ଜିତିବା ପରେ ନିତିଶ କୁମାର ବିଧାୟକଙ୍କ ପାଇଁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ବିହାରରେ ଏକ ହୋଟେଲ ଏକ ସପ୍ତାହ ପାଇଁ କିଣି ନେଇଛନ୍ତି ନିତିଶ କୁମାର । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରାୟ ୩୮ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ବିଧାୟକଙ୍କ ପାଇଁ ପାଟନାର ଏକ ହୋଟେଲ୍ରେ ୧୦୦ଟି ରୁମ୍ […]
ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି( Brihanmumbai Municipal Corporation)। ବିଏମ୍ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନଭେମ୍ୱର ୨୩ରେ ସ୍କୁଲ ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମୁମ୍ୱାଇର ମେୟର କିଶୋରି ପେଡ୍ନେକାର କହିଛନ୍ତି। ମହାରାଷ୍ଟ୍ର ସରକାର ପୂର୍ବରୁ […]
କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି। ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍ ଏବଂ […]
ୱାଶିଂଟନ୍: ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସହ ମିଶି ପୁଣିଥରେ ବିକାଶ ପଥରେ କାର୍ଯ୍ୟ କରିବେ ବୋଲି ସେ ଘୋଷଣା କରିଛନ୍ତି। ଏନେଇ […]
ୱାଶିଂଟନ: କରୋନା ଭାଇରସ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିବା ବାଇଟେକ୍ନୋଲୋଜି କମ୍ପାନୀ ଗିଲ୍ଡର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ତେବେ ଏହା ପୂର୍ବରୁ କରୋନା ରୋଗୀଙ୍କ ପାଇଁ ରେମଡେସିଭିର ବ୍ୟବହାର ନେଇ ମଧ୍ୟ ସତର୍କବାଣୀ ଜାରି କରିଥିଲା ‘ହୁ’। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ଅନୁସାରେ, ‘ହୁ’ ଗିଲ୍ଡ କମ୍ପାନୀର ରେମଡେସିଭିରକୁ ଔଷଧର ତଥାକଥିତ ପ୍ରାକ ଯୋଗ୍ୟତା(ପ୍ରି କ୍ୱାଲିଫିକେସନ ଲିଷ୍ଟ) ତାଲିକାରୁ ବାହାର କରିଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଖରିଦଦାରୀ […]
ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ’ ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଲା। ଏଠି ଆଲୋଚନା ହେଉଛି ୟୁପିଏସସି ଟପ୍ପର ଟିନା ଡାବି ଏବଂ ୟିପିଏସ୍ସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଙ୍କ ସ୍ୱାମୀ ଅଥହର ଆମୀର […]
ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଜୁନିୟର ଟ୍ରମ୍ପଙ୍କ ପ୍ରବକ୍ତା ଶୁକବ୍ରାର ଏହି ସୂଚନା ଦେଇଛନ୍ତି। ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଜୁନିଅର କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗତ ସପ୍ତାହ ପ୍ରାରମ୍ଭରେ ଜଣାପଡ଼ିଥିଲା। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ନିଜ କ୍ୟାବିନ୍ରେ ଆଇସୋଲେସନରେ ରହୁଛନ୍ତି। ତେବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତଥାପି […]
ମୁମ୍ବାଇ: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ରେଡ୍ କରିଛି। ଗତକାଲି ଅନ୍ଧେରୀରୁ ଜଣେ ଡ୍ରଗ୍ସ ବେପାରୀଙ୍କୁ ଏନ୍ସିବି ଗିରଫ ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା ବୋଲି ସୂଚନା ମିଳିଛି। ଏହାପରେ ଏନ୍ସିବି ଆଜି ସକାଳୁ ସକାଳୁ ଭାରତୀ ଓ ତାଙ୍କସ୍ୱାମୀ ହର୍ଷଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ରେଡ୍ କରିଛି। ମ୍ବାଇର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା […]
ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲା ପାକିସ୍ତାନ । ଜାମ୍ମୁ କାଶ୍ମୀରରେ ନାଗ୍ରୋଟାରେ ୪ ଆତଙ୍କବାଦୀ ନିପାତ ହେବା ଓ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ପରେ ଏହି ଷଡ଼ଯନ୍ତ୍ରର ସୁରାକ ପାଇଛି ଭାରତ। ଏହି ଘଟଣାକୁ ଗୁରୁତର ସହ ବିଚାର କରୁଛନ୍ତି ସରକାର । ଏନେଇ ଆଜି ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନ ମାଟିରୁ ଭାରତ ବିରୋଧରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରିହବାକୁ […]
ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ ସଂଘ ଧମକ ଦେଇଛି। ଆନ୍ଧୋଳନ ସ୍ଥଗିତ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ରେଳଚାଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ରେଳରୋକକୁ ସ୍ଥଗିତ ରଖି ଆଗାମୀ ୧୫ […]
ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍ ବିଲଙ୍ଗିଙ୍ଗ୍’ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ହମିଦ ଅନ୍ସାରୀ। ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଏମିତି କିଛି ପ୍ରକଟ […]
ମୁମ୍ବାଇ: ଶେଷରେ ଗିରଫ ହେଲେ ହିନ୍ଦୀ କମେଡି ତାରକା ଭାରତୀ ସିଂହ। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ଅଫିସ୍ ଡକାଇ ପଚାରଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି। ହର୍ଷ ଲିମ୍ବାଚିଆଙ୍କୁ ବର୍ତ୍ତମାନ ପଚରଉଚରା ଜାରି ରହିଛି। ତେବେ ଏହା ପୂର୍ବରୁ ଏନ୍ସିବି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ […]
ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍ ଅସ୍ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍ ଅସ୍ଗର। ଏନ୍କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ମୃତ ୪ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିବା ବେଳେ ପାକିସ୍ତାନ ନିର୍ମାତ କ୍ୟୁ ମୋବାଇଲ୍ ସେଟ୍ ମଧ୍ୟ ମିଳିଛି। ତା ସହିତ […]
ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା। ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍ପିଟାଲକୁ ଆସିଥିଲେ। […]
ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଗିରଫ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍ ଓ ପ୍ରଡକ୍ସନ ହାଉସ୍ରେ ରେଡ୍ କରି ୮୬.୫ ଗ୍ରାମ୍ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା […]