ନେଦରଲ୍ୟାଣ୍ଡ୍: ନେଦରଲ୍ୟାଣ୍ଡ୍ରେ ଏକ ଟ୍ରେନ୍ ପ୍ଲାଟ୍ଫର୍ମରୁ କିଛି ମିଟର ଦୂରକୁ ଗଡ଼ିବା ପରେ ଚମତ୍କାର ଭାବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ହ୍ୱେଲ୍ ଟେଲ୍ର ଏକ ମୂର୍ତ୍ତିକଳା (Sculpture Of Whale’s Tail) ଯୋଗୁ ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି। ABC ନ୍ୟୁଜ୍ର ସୂଚନା ଅନୁସାରେ, ସୋମବାର ଭୋର ସମୟରେ ନେଦରଲ୍ୟାଣ୍ଡ୍ର Spijkenisseରେ ଏହି ଘଟଣା ଘଟିଥିଲା। ରୋଟ୍ଟେରଡ୍ୟାମ୍ ସ୍ଥିତ De Akkers ଷ୍ଟେସନରେ ଏକ ମେଟ୍ରୋ ଟ୍ରେନ୍ ରେଲ୍ୱେ […]
ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ଟୁଇଟରକୁ ଜାତୀୟ ମହିଳା କମିଶନଙ୍କ କଡ଼ା ଚେତାବନୀ । ୭ ଦିନ ମଧ୍ୟରେ ଟୁଇଟରକୁ ସମସ୍ତ ଶିଶୁ ଏବଂ ଅନ୍ୟ ପର୍ଣ୍ଣୋଗ୍ରାଫି ସମ୍ପର୍କିତ ବିଷୟବସ୍ତକୁ ନିଜ ସାଇଟରୁ ହଟାଇବାକୁ କମିଶନ ପକ୍ଷରୁ କୁହାଯାଇଛି । ଯଦି ଟୁଇଟ୍ର…
ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କ଼ଡ଼ା ଭାଷାରେ ନିନ୍ଦା କରିଛି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ। ଏକ ବିବୃତିରେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ କହିଛି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଉଦ୍ବେଗଜନକ । ଯେଉଁଭଳି ଭାବେ ତାଙ୍କୁ ଗିରଫ କରାଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ରିପୋର୍ଟିଂ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାରୀ ବଳ ପ୍ରୟୋଗ କରାନଯାଉ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ନିରପେକ୍ଷ ଭାବେ ବିଚାର କରାଯାଉ ବୋଲି ମହାରାଷ୍ଟ୍ର […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ […]
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି Domestic futures marketରେ ସୁନା ଓ ରୂପା ଦର ପାଇଥିବା ହ୍ରାସ ଦେଖିବାକୁ ମିଳିଛି। ସକାଳେ MCXରେ କାରବାର ୦.୭୨% ହ୍ରାସ ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୨୨୬ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୨.୧୦% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୧,୩୬୮ ଟଙ୍କାରେ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ […]
ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେହି […]
କାଠମାଣ୍ଡୁ: ନେପାଳର ୧୫୦ ହେକ୍ଟରରୁ ଅଧିକ ଜମି ମାଡ଼ି ବସିଛି ଚୀନ୍। ବ୍ରିଟେନ୍ର ଏକ ପ୍ରମୁଖ ଖବରକାଗଜରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଚୀନ କହିଛି। ଅନ୍ୟପକ୍ଷେ ଭାରତୀୟ ସେନାମୁଖ୍ୟ ଜନରାଲ ଏମ ଏମ ନରୱଣେ ବୁଧବାର ତିନିଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ଭାରତ-ନେପାଳ ସୀମା ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। […]
ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ସାରା ବିଶ୍ୱରେ ଚାଲୁଥିବା ଷ୍ଟକ ମାର୍କେଟ୍ରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ଆଶାକୁ ଚୀନ ଧୂଳିସାତ କରିଦେଇଛି। ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅଲିବାବା ଗ୍ରୁପ୍ର ସହ-ସଂସ୍ଥାପକ ଜ୍ୟାକ୍ମାଙ୍କୁ ଚୀନ୍ ଏବେ ଝଟକା ଦେଇଛି। ଜ୍ୟାକ୍ମାଙ୍କ କମ୍ପାନୀ କରିବାକୁ ଥିବା ବିଶ୍ୱର ସବୁଠାରୁ ବଡ଼ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)କୁ ଚୀନ ନିୟାମକ ସିଧାସଳଖ ମନା କରିଦେଇଛି। ଏହି ଆଇପିଓ ଜରିଆରେ ଜ୍ୟାକ୍ମା […]
ୱାଶଂଟନ: ଆମେରିକା କଂଗ୍ରେସର ହାଉସ୍ ଅଫ ରିପ୍ରେଜଣ୍ଟେଟିଭ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ମୂଳ ଡେମୋକ୍ରାଟିକ ସାଂସଦ ରାଜା କ୍ରିଷ୍ଣମୂର୍ତ୍ତି ଲଗାତାର ତୃତୀୟ ଥର ପାଇଁ ଜିତିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ୪୭ ବର୍ଷୀୟ କୃଷ୍ଣମୂର୍ତ୍ତି ଲିବରଟେରିଆନ ପାର୍ଟିର ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରେଷ୍ଟନ ନେଲସନ୍ଙ୍କ ଅତି ସହଜରେ ହରାଇଛନ୍ତି। ମିଳିଥିବା ଶେଷ ଖବର ଅନୁଯାୟୀ, ଗଣା ସରିଥିବା ଭୋଟର ୭୧ ପ୍ରତିଶତ ଭୋଟ ତାଙ୍କୁ ମିଳିଛି। କୃଷ୍ଣମୂର୍ତ୍ତିଙ୍କ ମାତା-ପିତା ତାମିଲନାଡୁ ବାସିନ୍ଦା। କୃଷ୍ଣମୂର୍ତ୍ତି ୨୦୧୬ରୁ ଆମେରିକା ସଂସଦର ନିମ୍ନ ସଦନ […]
ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଛି। ଆସନ୍ତାକାଲି ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଖଲିସ୍ତାନ କମାଣ୍ଡୋ ଫୋର୍ସ ଏହି ଆକ୍ରମଣ ଧମକ ଦେଇଛି। ଏନେଇ ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ କହିଛନ୍ତି, କଲିସ୍ତାନ ସହିତ ସମ୍ପୃକ୍ତ ଥିବା ଗୁରୁପଚଭନ୍ତ ସିଂହ ନାମକ ଆତଙ୍କବାଦୀ […]
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି। ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି ବିଲ୍ଡିଂରେ ଏକ ଗୋଦାମ ରହିଥିଲା। ଯେଉଁଥିରେ ନିଆଁ ଲାଗିଯିବା ଫଳରେ ସେଠାରେ କାମ କରୁଥିବା ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ତେବେ ଏହି ଗୋଦାମରେ ରହିଥିବା ଏକ […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ୭ଟି ଦେଶ ଅଷ୍ଟ୍ରୀଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆର୍ୟଲାଣ୍ଡ, ସ୍ପେନ୍ ଏବଂ ସ୍ୱୀଜରଲାଣ୍ଡ ପକ୍ଷରୁ କୋଭିସିଲ୍ଡ ଟିକାକୁ ସବୁଜ ସଙ୍କେତ ଦିଆଯାଇଛି । ଏଣିକି କୋଭିସିଲ୍ଡ…
ମୁମ୍ବାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ଆଉ ୨ ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ଅର୍ଣ୍ଣବ ଓ ଅନ୍ୟ ୨ଜଣଙ୍କୁ ହାଜର କରାଯାଇଥିଲା। ୫୩ ବର୍ଷୀୟ ଇଣ୍ଟେରିଅର୍ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗତକାଲି ଗିରଫ କରିଥିଲା। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। ଜାମିନ […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚଳନ୍ତା ଟ୍ରେନ୍ ଭିତରେ ଏହି ଛୋଟ ଛୁଆଟି ସମସ୍ତଙ୍କୁ ଚକିତ କରିଦେଲା ଭଳି ଷ୍ଟଣ୍ଟ୍ ମାରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଛୁଆଟି ଚମତ୍କାର ଭାବେ ବ୍ୟାକ୍ଫ୍ଲିପ୍ (Backflip) ମାରୁଥିବା ନଜର ଆସୁଛି। ଭିଡିଓକୁ ଦେଖିବା ପରେ ସମସ୍ତେ ଛୁଆଟିର ଟ୍ୟାଲେଣ୍ଟକୁ ବେଶ୍ ପ୍ରଶଂସା କରିଛନ୍ତି। ଏହି ଷ୍ଟଣ୍ଟ୍ ଇନ୍ଷ୍ଟାଗ୍ରାମ ୟୁଜର ଆରିଫ୍ […]
ଭାଗଲପୁର: ବିହାର ଭାଗଲପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ଯିବା ଯୋଗୁ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ ବୋଲି ସୂଚନା ମିଳିଛି। ଭାଗଲପୁର ନାଉଗାଚ୍ଛିଆ ଅଞ୍ଚଳରେ ଆଜି ସକାଳେ ଏହି ଅଘଟଣ ଘଟିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଡଙ୍ଗାରେ ବାଇକ୍ ଓ ସାଇକେଲ୍ ମଧ୍ୟ ଲୋଡ୍ ହୋଇଥିଲା। ଏସମସ୍ତ ଯାତ୍ରୀ କାମ କରିବା ପାଇଁ ଯାଉ ଥିବାବେଳେ ଓଭରଲୋଡ୍ ଯୋଗୁ ନଦୀରେ […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଡୋନାଲଡ୍ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଶେଷ ଖବର ସୁଦ୍ଧା ଜୋ ବାଇଡେନ ୨୬୪ ଇଲେକ୍ଟୋରାଲ ଭୋଟ ସହ ଆଗରେ ଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ସହ ପଛରେ ଅଛନ୍ତି । ବାଇଡେନ୍ ପ୍ରମୁଖ ସହର ମିଶିଗନ ଏବଂ ବିସ୍କୋସିନ୍ରୁ ଜିତିଛନ୍ତି। ମିଡିଆ ସୂଚନା ଅନୁଯାୟୀ, ଏହା ପରେ ବାଇଡେନ ବାହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ […]
ଇସ୍ଲାମ୍ବାଦ: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଉପରେ ଆକ୍ରମଣ କମିବାର ନାଁ ନେଉନି। ଗତ ରବିବାର ମୁସ୍ଲିମ କଟ୍ଟରପନ୍ଥୀ ସିନ୍ଧ ଅଞ୍ଚଳର ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା ୩୦୦ ହିନ୍ଦୁ ପରିବାରକୁ ନିର୍ଦ୍ଧୁମ ପିଟିଛନ୍ତି ଏବଂ ଏହି ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ଶେଷରେ ଏହି ଇଲାକାରେ ରହୁଥିବା ମୁସ୍ଲିମ ପରିବାରର ଲୋକମାନେ ଦଙ୍ଗାକାରୀମାନଙ୍କୁ ରୋକିବା ସହ ହିନ୍ଦୁ ପରିବାରକୁ ସୁରକ୍ଷା ଯୋଗାଇଛନ୍ତି। ଡନ୍ ଖବରକାଗଜ […]
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି କରିଛି। କେନ୍ଦ୍ରୀୟ ଓ ରାଜ୍ୟ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ଗାଇଡଲାଇନ ଜାରି କରିଛି UGC । ଗାଇଡ୍ଲାଇନ୍ରେ କୁହାଯାଇଛି ଯେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ଏ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜେ ନିଷ୍ପତ୍ତି ନେଇପାରିବେ। ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ବାବଦରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବ ବୋଲି UGC କହିଛି। ସେହିପରି ଗବେଷଣାରତ ଓ ବିଜ୍ଞାନ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ। ହ୍ୱାଇଟ ହାଉସ୍ ଠାରୁ ସେ ଅଳ୍ପ ଦୂରରେ ଅଛନ୍ତି। ଆଉ ଗୋଟିଏ ଷ୍ଟେଟ୍ସ ଜିତିଲେ ସେ ହ୍ୱାଇଟ ହାଉସ ଦଖଲ କରିବେ। ଓ୍ୱିସ୍କନ୍ସିନ୍ ଓ ମିସିଗାନ ଜିତିବା ପରେ, ରେକର୍ଡ ୭ କୋଟି ୧୦ ଲକ୍ଷରୁ ଅଧିକ ଭୋଟ ସହ ଆଗରେ ରହିଛି ଡେମୋକ୍ରାଟିକ ପାର୍ଟି। ନିଜର ବିଜୟ ସମ୍ଭାବନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ଦେଖି, ସେ ଆମେରିକାର ରାଷ୍ଟ୍ରପତି ଭାବେ […]
ମୋସ୍କୋ; ଶାରୀରିକ ଅସୁସ୍ଥତା ଯୋଗୁ ରାଷ୍ଟ୍ରପତି ପଦ ଛାଡ଼ିପାରନ୍ତି ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍। ୬୮ ବର୍ଷୀୟା ପୁଟିନ ପାର୍କିନସନ୍ ରୋଗରେ ପୀଡ଼ିତ ଥିବାରୁ ସେ ଜାନୁଆରୀରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅସୁସ୍ଥତା କାରଣରୁ ପୁଟିନଙ୍କ ଘର ଲୋକ ତାଙ୍କୁ ପଦ ଛାଡ଼ିବାକୁ ଅନୁରୋଧ କରୁଥିବା କୁଆଯାଉଛି। ପୁଟିନଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଅଲିନା କାବାଇଭା ଓ ତାଙ୍କର ଦୁଇଟି ଝିଅ ତାଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି। […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ୧୭ ମିଲିୟନ ଓଧ ମାରିବାକୁ ନିଷ୍ପତ୍ତି ନେଇଛି ୟୁରୋପୀୟ ଦେଶ ଡେନ୍ମାର୍କ। ଓଧ ଠାରୁ ମଣିଷ ଶୀରରେ କରୋନା ବ୍ୟାପିବା ଜଣା ପଡ଼ିବା ପରେ କରୋନା ଭାଇରସ ଥିବା ସମସ୍ତ ଓଧ ମାରିବାକୁ ନିଷ୍ପତ୍ତି ନେଇଛନ୍ତି ଡେନ୍ମାର୍କ ସରକାର। ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟି ଫ୍ରିଡେରିକ୍ସେନ୍ ସୂଚନା ଦେଇ କହିଛନ୍ତି ଯେ ଓଧ ଓ ମଣିଷ ଠାରେ କରୋନାର ଭିଭିନ୍ନ ଷ୍ଟେନ୍ ଥିବା ଜଣାପଡ଼ିଛି। ଯାହା ଆଣ୍ଟିବଡି ତିଆରି କରିବାରେ ବାଧା […]
ମୁମ୍ବାଇ: ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମିଳିଲା ଜାମିନ। ଅଶ୍ଲୀଳ ଭିଡିଓ ଶୁଟିଂ କରିବା ଅଭିଯୋଗରେ ଗୁରୁବାର ଗୋଆ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଚାପୋଲି ଡାମରେ ଅଶ୍ଲୀଳ ଭିଡିଓ ଶୁଟିଂ କରିବା ନେଇ ବୁଧବାର ଦମ୍ପତିଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖିଥିଲା ପୋଲିସ। ଗୁରବାର ରାତିରେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପୁନମ ଓ ସାମଙ୍କୁ କାନାକୋନାର ଫାଷ୍ଟକ୍ଲାସ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜାମିନ ମଞ୍ଜୁର […]
ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ। ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍ରେ କାଟିବେ ଅର୍ଣ୍ଣବ। ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇର ଲୋୟର ପରେଲ ସ୍ଥିତ ଘରେ ପଶି ବୁଧବାର ଜୋରଜବରଦସ୍ତ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଆତ୍ମହତ୍ୟା ପାଇଁ ଉସୁକାଇବା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ଭୋର ୪ଟା ୨୯ ମିନିଟ୍ ସମୟରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏ ନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି। ହଠାତ୍ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।