ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବିଶ୍ୱର କିଛି ଅଗ୍ରଣୀ ଦେଶ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହିକ୍ରମରେ ରୁଷ୍ ପ୍ରଥମ ଦେଶ ଭାବେ ଗତ ମାସ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ କରୋନା ଭ୍ୟାକସିନ୍ ବାହାର କରିବା ନେଇ ଦାବି କରିଥିଲା। ତେବେ ଋଷିଆନ୍ ଭ୍ୟାକସିନ୍ ‘Sputnik-V’ ଉପରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (WHO), ଆମେରିକା ଏବଂ ଦୁନିଆର ସବୁ ବଡ଼ ବିଶେଷଜ୍ଞ ଆରମ୍ଭରୁ ହିଁ ଭରସା ଦେଖାଇନଥିଲେ। ଏବେ ରୁଷ୍ ଭ୍ୟାକସିନକୁ ନେଇ ନୂଆ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାର କାର୍ଯ୍ୟସୂଚୀ ଜାରି ହେବ। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ଶନିବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶିତ ହେବ। Schedule of IPL 2020 that starts from 19th September in UAE will be […]
ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]
ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ। ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଆକଳନ ଅନୁଯାୟୀ, ଉଲ୍କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍କାପିଣ୍ଡକୁ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ର ଆଗ୍ରା ଲେକ୍ ନିକଟରେ ଥିବା ଏକ ପବ୍ଳିକ୍ ପାର୍କରେ କନ୍ନଡ ଫିଲ୍ମ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସେ ଓ ତାଙ୍କ ସାଙ୍ଗମାନେ ସ୍ପୋର୍ଟସ୍ ଡ୍ରେସ୍ ପିନ୍ଧି ୱାର୍କଆଉଟ୍ କରୁଥିବା ଯୋଗୁ ସେମାନଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିନେତ୍ରୀ ସମ୍ୟୁକ୍ତା ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା କବିତା ରେଡ୍ଡୀଙ୍କ ବିରୋଧରେ ସମ୍ୟୁକ୍ତା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅର୍ନ୍ତବେଦୀରେ ଥିବା ପ୍ରସିଦ୍ଧ ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରର ରଥରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏହାସହ ମନ୍ଦିରର ଅନ୍ୟ ସମ୍ପତ୍ତି ମଧ୍ୟ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ। ମନ୍ଦିରର ଦୀପଦାନ ସ୍ଥାନରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। […]
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଛୁଇଁବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୦,୬୩୨ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଜ୍। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୩,୮୧୧ରେ ପହଞ୍ଚିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦୬୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୭୦,୬୨୬କୁ […]
ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ଦୁନିଆରେ କଡ଼ା ସୁରକ୍ଷା ଓ ବିଭିନ୍ନ କଟକଣା ସହ କ୍ରୀଡ଼ା ଆୟୋଜିତ କରାଯାଉଛି। କିନ୍ତୁ ଏଥିରେ କିଛି ଖେଳାଳି ଭୁଲ୍ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର୍ ମିଚ୍ କ୍ଲେଡନ୍ ଏଭଳି ଏକ ଭୁଲ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସସପେଣ୍ଡ କରାଯାଇଛି। କ୍ଲେଡନ୍ କଥିତ ଭାବେ ବଲରେ ସାନିଟାଇଜର୍ ଲଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର କାଉଣ୍ଟି ଟିମ୍ ସସେକ୍ସ ସସପେଣ୍ଡ୍ କରିଛି। […]
ମୁମ୍ବାଇ: ଗିରଫ ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରସ୍ତୁତ ଅଛନ୍ତି ବୋଲି ରିୟାଙ୍କ ଓକିଲ ସତୀଶ ମନ୍ସିନ୍ଧେ ଆଜି ଏହା କହିଛନ୍ତି। ଏକ ବୟାନ ଜାରି କରି ରିୟାଙ୍କ ଉଦ୍ଦେଶ୍ୟରେ ସତୀଶ ମନ୍ସିନ୍ଧେ କହିଛନ୍ତି, ‘ଯଦି କାହାକୁ ଭଲ ପାଇବା ଅପରାଧ, ତା’ହେଲେ ଏହାର ପରିଣାମକୁ ସାମ୍ନା କରିବାକୁ ସେ(ରିୟା) ମଧ୍ୟ ପ୍ରସ୍ତୁତ। ଏପରିକି ସେ ଗିରଫ ହେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି’। ରିୟାଙ୍କ ଓକିଲ ଆହୁରି ମଧ୍ୟ କହିଛନ୍ତି, ‘ଏହି ସମସ୍ତ ମାମଲାକୁ ନେଇ ସେ(ରିୟା) […]
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ସେ ସୁସ୍ଥ ଅଛନ୍ତି। ଆରୋଗ୍ୟ ହେବା ଯାଏ ହୋମ୍ କ୍ୱାରେଣ୍ଟିନ୍ରେ ରହିବେ ବୋଲି ଅର୍ଜୁନ କହିଛନ୍ତି। ଡାକ୍ତର ଓ ଅଧିକାରୀଙ୍କ ପରାମର୍ଶ କ୍ରମେ ସେ ହୋମ୍ କ୍ୱାରେଣ୍ଟିନ୍ରେ ରହିବେ ବୋଲି ସେ କହିଛନ୍ତି। ଗତ ମେ’ରେ ବୋନି କପୁରଙ୍କ ଜଣେ ଷ୍ଟାଫ୍ କରୋନା ପଜିଟିଭ୍ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଗତ ଦୁଇଦିନ ଭିତରେ Narcotics Control Bureau (NCB) ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରଣ୍ଡା ଓ ସୁଶାନ୍ତଙ୍କ ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି। ଦୀପେଶ ଓ ସାମୁଏଲ୍ଙ୍କୁ ଜେରା ପରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଡ୍ରଗ୍ ପାର୍ଟି ହେଉଥିଲା ବୋଲି ଜଣାପଡ଼ିଛି। ଏପରିକି […]
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଶେଷ ହୋଇଛି। ଜାରି ହୋଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ନୂଆ ସିଡ୍ୟୁଲ୍। ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀର ଘୋଷଣା କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ୍ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ମଧ୍ୟରେ ଖେଳାଯିବ। ଏହି […]