• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rhea chakraborty
Sushant Singh Death Case: ଡ୍ରଗ୍ସ ଲିଙ୍କ୍‌କୁ ନେଇ ରିୟାଙ୍କ ଘରେ ରେଡ୍‌, ଖୋଲିଲା ବଡ଼ ରାଜ୍‌

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB)ଖୋଳତାଡ଼ ଜୋରଦାର କରିଛି। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍‌ ସ୍ଥିତ ବାସଭବନରେ NCB ପକ୍ଷରୁ ରେଡ୍‌ ଜାରି ରହିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍‌ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍‌ ରିୟାଙ୍କ ଘରେ ଚଢ଼ଉ କରିଛନ୍ତି। ଡ୍ରଗ୍ସ ଲିଙ୍କ୍‌କୁ ନେଇ ଯାଞ୍ଚ ଚାଲିବା […]

sushant singh
Sushant Singh Death Case: ସୁଶାନ୍ତଙ୍କ ମ୍ୟାନେଜର୍‌ଙ୍କୁ ଘରୁ ଉଠାଇ ନେଲା NCB

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌‌ ସାମୁଏଲ୍‌ ମିରଣ୍ଡାଙ୍କୁ Narcotics Control Bureau (NCB) ଘରୁ ଉଠାଇ ନେଇଛି। ଡ୍ରଗ୍ସ ଲିଙ୍କ୍‌ ଘଟଣାରେ ତାଙ୍କୁ ପଚରାଉଚରା କରାଯାଇପାରେ ବୋଲି ଜଣାପଡ଼ିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ରିୟା ସୌଭିକ ଚକ୍ରବର୍ତ୍ତୀଙ୍କୁ NCB ପକ୍ଷରୁ ସମନ ଜାରି କରାଯାଇଛି। ସୂଚନାଥାଉ କି, ଡ୍ରଗ୍ସ ଲିଙ୍କ୍‌ ଘଟଣାକୁ ନେଇ NCBର ଏକ ଟିମ୍ ଆଜି ସକାଳୁ ସକାଳୁ ‌ସାମୁଏଲ୍‌ଙ୍କ ମୁମ୍ବାଇ ସ୍ଥିତ […]

ନଭେମ୍ବର ୧ ସୁଦ୍ଧା ଆସିବ କରୋନା ଭ୍ୟାକ୍‌ସିନ୍ !

ୱାଶିଂଟନ୍‌: କରୋନା ଭ୍ୟାକ୍‌ସିନ୍‌କୁ ନେଇ ଏକ ଉତ୍ସାହଜନକ ଖବର। ନଭେମ୍ବର ୧ ସୁଦ୍ଧା କରୋନା ଭ୍ୟାକ୍‌ସିନ୍‌ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। ଆମେରିକା ପକ୍ଷରୁ କରୋନା ଭ୍ୟାକ୍‌ସିନ୍ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୧ ସୁଦ୍ଧା ଭ୍ୟାକ୍‌ସିନ୍‌ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। […]

corona
ଦିନକରେ ୧୦୯୬ ମୃତ, ୩୯ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୩୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତର ମୋଟ ୬୮,୪୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। #CoronaVirusUpdates: 📍Total #COVID19 Cases in India (as on September 04, 2020) ▶️77.15% Cured/Discharged/Migrated […]

army
'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]

imran
ପୁଣି ମିଛୁଆ ପ୍ରମାଣିତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର […]

mask
ଏଣିକି ଏକୁଟିଆ ଯିବା ବେଳେ ଦରକାର ନାହିଁ ମାସ୍କ

ନୂଆଦିଲ୍ଲୀ: ଏକାକୀ କାର ଚଳାଉଥିଲେ କି ସାଇକେଲରେ ଏକୁଟିଆ ଯିବା ବେଳେ ମାସ୍କ ବ୍ୟବହାରର ଆବଶ୍ୟକତା ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି କିଛି ଦିନ ହେବ ସାମାଜିକ ଦୂରତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଗାଡ଼ି ଚଳାଇବା ବେଳେ, ଜଗିଂ କି ସାଇକଲ ଚଳାଇବା ବେଳେ ମାସ୍କ ବ୍ୟବହାର ଜରୁରି ବୋଲି କୌଣସି ଗାଇଡ […]

7kg hair ball
ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି

ବୋକାରୋ: ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ଜଣେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଓ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍‌ ସମୟରେ ତାଙ୍କ ପେଟରୁ ୭ କିଲୋ ଚୁଟିର ଏକ ଗୋଲା(ଗୋଲ୍‌ ଆକୃତି) ବାହାରିଥିଲା। ଝିଅଟିର ପେଟରେ ଏତେ ପରିମାଣର ମଣିଷ ଚୁଟି ବାହାରିବା କାରଣ ବି ଜାଣିଲେ […]

bhajji
ରାଇନାଙ୍କ ପରେ ହରଭଜନ ବି ଆଇପିଏଲରୁ ହଟିଲେ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣକୁ ଆଉ କେଇଟା ଦିନ ବାକି ରହିଲା। କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଆଉ ବଡ଼ ଝଟକା ଲାଗିଛି। ସୁରେଶ ରାଇନାଙ୍କ ପରେ ଟିମର୍ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ ମଧ୍ୟ ଚଳିତ ସଂସ୍କରଣରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହରଭଜନ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜକୁ ଏହି ସିଜନରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ସୁପର୍ […]

tn
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ଚେନ୍ନାଇ: ତାମିଲନାଡୁର କୁଡୁଲୋରରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଥିବା […]

modi
ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, 'ୟୁନିଫର୍ମର ସମ୍ମାନ ବଜାୟ ରଖ'

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ […]

election
ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ। ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ […]

kangana
'୯ରେ ମୁମ୍ବାଇ ଆସୁଛି, ଦମ୍ ଅଛି ତ ଅଟକାଅ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି […]

jee
ସ୍ଥଗିତ ହେବନି JEE-NEET ପରୀକ୍ଷା

ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର […]