ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ ପରଠାରୁ ଗତ ୪୬ ଦିନ ଧରି ବନ୍ଦ ରହିଥିବା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଟ୍ୱିଟର ଆକାଉଣ୍ଟ ଶେଷରେ ସକ୍ରିୟ ହୋଇଛି। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କାଶ୍ମୀରରେ କଟକଣା ବାବଦରେ ସେ ଲଗାତାର ଟ୍ୱିଟ୍ କରିଥିଲେ। ଏପରିକି ସେ ଗୃହବନ୍ଦୀ ରହିବା ନେଇ ମଧ୍ୟ ଏଥିରେ ପ୍ରାକ୍ ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିରବ ରହିଥିବା ଏହି ଟ୍ୱିଟର୍ ହ୍ୟାଣ୍ଡଲରୁ ମେହବୁବାଙ୍କ ଝିଅ ଇଲ୍ତିଜା ଟ୍ୱିଟ୍ କରିବେ ବୋଲି […]
ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବ। ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି। ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍ବ୍ୟତୀତ […]
ନୂଆଦିଲ୍ଲୀ: ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବା ଭାରତ ପାଇଁ ଫାଇଦା ଦେବ ଏବଂ ପାକିସ୍ତାନ ନିଜେ ଏଥିପାଇଁ ଅସୁବିଧାରେ ପଡ଼ିବ ବୋଲି ଜାତିସଂଘରେ ଭାରତର ପ୍ରତିନିଧି ସୟଦ୍ ଆକବରଉଦ୍ଦିନ୍ କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ ଆମେ ସେତେ ଉପରେ ଉଡ଼ିବୁ। ଅତୀତରେ ଆତଙ୍କବାଦକୁ ବେଶ୍ ପ୍ରୋତ୍ସାହନ ଯୋଗାଇ ସାଧାରଣ ଘଟଣା ଭାବେ ବିବେଚନା କରି ଆସିଥିବା ପାକିସ୍ତାନ ଏବେ ‘ମେନ୍ଷ୍ଟ୍ରୀମ୍ ହେଟ୍ସ୍ପିଚ୍’ ଆରମ୍ଭ କରିବ ବୋଲି ସୟଦ୍ […]
ଲକ୍ଷ୍ନୌ: ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ତାଙ୍କୁ ଶାହଜାହାନପୁରରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଥିଲା। ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ୍ […]
ଇସଲାମାବାଦ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ପାକିସ୍ତାନକୁ ଲୋକହସା ହେବାକୁ ପଡ଼ିଛି। ଜାତିସଙ୍ଘ ମାନବାଧିକାର ପରିଷଦ(ୟୁଏନ୍ଏଚ୍ଆର୍ସି)ରେ କାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହେବାର ଶେଷ ଦିନ(ଗତକାଲି)ରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନ ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ଏକ ବଡ଼ ଝଟ୍କା ଲାଗିଥିବା ବେଳେ ଭାରତର କୂଟନୀତିରେ ଏକ ବଡ଼ ବିଜୟ ହୋଇଛି। ମିଳିଥିବା ସୂଚନା ଅନୁସାରେ UNHRCର ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପ୍ରସ୍ତାବ […]
ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍ଷ୍ଟାର୍ ନାଗାର୍ଜୁନଙ୍କ ଫାର୍ମହାଉସ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତେଲେଙ୍ଗାନା ସ୍ଥିତ ଏହି ଫାର୍ମହାଉସ୍ରୁ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ, ବୁଧବାର ଦିନ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍କୁ ପଠାଇଥିଲେ। ସେଠାକାର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେନେଇ ଯାଞ୍ଚ କରିବାକୁ ସେ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଥିଲେ। ନାଗାର୍ଜୁନଙ୍କ ଏହି […]