• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ajit
ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍‌ଙ୍କ ଇସ୍ତଫା ! ପୁଣି ଆଉ ଏକ ଝଟ୍‌କା...

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଉ ଏକ ମହା ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ସେହିପରି ଆଜି ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସେ ବି ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ […]

devendra fadnavis
କାଲି ବହୁମତ ସାବ୍ୟସ୍ତ କରିବେ ଫଡ଼ନାଭିସ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ  ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ତାଙ୍କର ବହୁମତ ସାବ୍ୟସ୍ତ କରିବେ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ଆଜି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ବିଜେପିର ଏଭଳି ପଦକ୍ଷେପକୁ ନେଇ ବିରୋଧୀ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫଡ଼ନାଭିସ୍‌ ବିଦ୍ରୋହୀ ଏନସିପି ନେତା […]

bhagya rekha
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୬ ତାରିଖ, ମଙ୍ଗଳବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

uddhav thackeray
କଂଗ୍ରେସ-ଏନ୍‌ସିପି ଓ ଶିବସେନାର ଚିଠିରେ ନୂଆମୋଡ଼ ?

ମୁମ୍ବାଇ: ଏମିତି ଲାଗୁଛି ମହାରାଷ୍ଟ୍ର ମହାନାଟକରେ ଏବେ ବି ଆହୁରି ଅନେକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ବାକି ରହିଛି। କାହିଁକି ନା ପ୍ରତ୍ୟେକ ଦିନ ମହାରାଷ୍ଟ୍ର ରାଜନୀତିରେ ହଠାତ୍‌ କିଛି ନା କିଛି ଘଟଣା ଘଟୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଯଦିଓ ଏନ୍‌ସିପିର ସୁପ୍ରିମୋ ଶରଦ ପାୱାର୍‌ଙ୍କ ପୁତୁରା ତଥା ଏନ୍‌ସିପି ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିଛନ୍ତି ହେଲେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା […]

jyotiraditya scindia
ଟ୍ୱିଟର୍‌ ବାୟୋରେ ପରିବର୍ତ୍ତନ କରି ଏମିତି ଲେଖିଲେ ଜ୍ୟୋତିରାଦିତ୍ୟ, ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଗୋଟିଏ ପଟେ ମହାରାଷ୍ଟ୍ରର ମହାନାଟକ ଜାରି ରହିଥିବାବେଳେ ଅନ୍ୟପଟେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା। ସେ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ର ବାୟୋରେ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କ ନୂଆ ବାୟୋରେ ଲୋକ ସେବକ ଓ କ୍ରିକେଟ୍‌ ପ୍ରେମୀ(Public servant, cricket enthusiast) ବୋଲି ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ଟ୍ୱିଟର୍‌ ପ୍ରୋଫାଇଲ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ସାଂସଦ ଲେଖା ହୋଇଥିଲା। ଏବେ ଏସବୁ ବଦଳାଇ ଲୋକ ସେବକ […]

ranvir
ଅଭିନେତା ରଣବୀର ଆହତ, ଏମିତି ଅବସ୍ଥାରେ ପହଞ୍ଚିଲେ ଏୟାରପୋର୍ଟରେ

ମୁମ୍ବାଇ: ଏବେ ବଲିଉଡ୍‌ରେ ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଲିଆ ଓ ରଣବୀର ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏମାନେ ଚଣ୍ଡୀଗଡ଼ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ରଣବୀରଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ Arm sling ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉ କି, […]