• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Capture0
ମାଡ଼ି ଆସୁଛି ବିରାଟକାୟ Asteroid‌‌, ଆଜି ପୃଥିବୀର ଅତି ନିକଟତର ହେବ

ୱାଶିଂଟନ୍‌: ସବୁଠାରୁ ବଡ ତଥା ଭୟଙ୍କର  Asteroid 1997 BQ  ଆଜି ପୃଥିବୀର ଅତି ନିକଟତର ହେବ। ଏହି ଆଷ୍ଟ୍ରଏଡ୍‌ ଏତେ ବଡ଼ ଯେ, ଏହାକୁ ଅନ୍ତରୀକ୍ଷର ସବୁଠାରୁ ବଡ଼ ତଥା ଭୟଙ୍କର Asteroid ଆପୋଲୋ କାଟେଗୋରୀରେ ସାମିଲ କରାଯାଇଛି। ଏହି Asteroid‌ ଉପରେ ପୃଥିବୀର ସବୁ ବୈଜ୍ଞାନିକଙ୍କ ନଜର ରହିଛି। ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏକ କି.ମି. ଲମ୍ବର ଏହି Asteroid ଯଦି ପୃଥିବୀକୁ ଧକ୍କା ଦିଏ ତେବେ ପୃଥିବୀ ପ୍ରତି ମହାବିପଦ ସୃଷ୍ଟି […]

Capture
କରୋନା ପ୍ରଭାବ: ଗରିବ ହେବେ ବିଶ୍ୱର ୬ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ରୋଗ ଲକ୍ଷାଧିକ ଜୀବନ ନେଇ ସାରିଲାଣି। ତଥାପି ତାହାର ତାଣ୍ଡବ ସରୁନି। ଏବେ ଏକ ଗବେଷଣାରୁ ଜଣାଯାଇଛି, କରୋନ ଯୋଗୁ ବିଶ୍ୱରେ ଦାରିଦ୍ର‌୍ୟ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୬ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ହୋଇଯିବେ। ଏମିତି ଏକ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଦାରିଦ୍ର‌୍ୟ ସହ ଲଢ଼ିବା ପାଇଁ ବିଶ୍ୱବ୍ୟାଙ୍କ ୧୦୦ଟି ବିକାଶଶୀଳ ଦେଶକୁ ୧୬୦ ଅରବ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା […]

trump
ପୁଣି WHOକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି ।କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ  ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଟ୍ରମ୍ପ ପ୍ରଶାସନ। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏ […]

vacoine
ଖୁସି ଖବର: କରୋନା ଭ୍ୟାକ୍ସିନର ପ୍ରାଥମିକ ପରୀକ୍ଷା ସଫଳ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଥିବାବେଳେ ଭ୍ୟାକସିନ୍ ଟ୍ରାଏଲ ନେଇ ଆସିଛି ଖୁସି ଖବର । କରୋନା ଭ୍ୟାକସିନ ବା ଟୀକା ପାଇଁ ଆମେରିକାସ୍ଥିତ ବାୟୋଟେକ କମ୍ପାନୀ ମଡେର୍ଣ୍ଣାର ପ୍ରାଥମିକ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ଉପରେ ଏହି ଭ୍ୟାକ୍‌ସିନର ପ୍ରୟୋଗ କରାଯାଇଥିଲା, ସମସ୍ତଙ୍କ ଭାଇରସ ସହ ଲଢିବାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦେଖାଦେଇଛି । ଟ୍ରାଏଲ କରାଯାଇଥିବା ସମସ୍ତ ୪୫ ଜଣ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପରୀକ୍ଷାରୁ […]

corona update
ଦେଶରେ ଏକ ଲକ୍ଷ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଲା। ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ରେ  ପହଞ୍ଚିଛି ।ତେବେ ଏମାନଙ୍କ ମଧ୍ୟମରୁ ୩୬ ହଜାର ୮୨୪ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୦୨୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଗୋଟିଏ ଦିନରେ ୫ ହଜାର ୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୪ ଘଣ୍ଟା ମଧ୍ୟରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। […]

mask-111
କରୋନା ରୋଗୀଙ୍କୁ ଚିହ୍ନଟ କରିବ ମାସ୍କ, ଦେଖିବା ମାତ୍ରେ ଜଳି ଉଠିବ ଲାଇଟ୍‌

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି କରୋନା ସହ ମହାଯୁଦ୍ଧ ଚାଲିଛି। ହେଲେ କିଛି ଲାଭ ମିଳୁନି। ଏବେ କରୋନା ସହ ବଞ୍ଚିବା ପାଇଁ ମଣିଷ ପ୍ରସ୍ତୁତ ହୋଇଗଲାଣି। ସେଥିପାଇଁ ସାନିଟାଇଜର, ମାସ୍କକୁ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ବୋଲି ଗ୍ରହଣ କରି ନେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ବାହାରିନାହିଁ। ହେଲେ କରୋନାରୁ ବର୍ତ୍ତିବା ପାଇଁ ଗବେଷକମାନେ ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି। ଇତି ମଧ୍ୟରେ ହାଓଡା ଏବଂ ଏମଆଇଟ ପରି ବିଶ୍ୱବିଦ୍ୟାଳୟରେ ଏମିତି ମାସ୍କ ତିଆରି ପାଇଁ […]

Untitled-1
ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ଶ୍ରେଣୀ ବାକି ରହି ଯାଇଥିବା ପରୀକ୍ଷା। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ୧ରେ ହୋମ୍ ସାଇନ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି CBSE । ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ସାନିଟାଇଜର ନେଇ ଆସିବେ। ନାକ, ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରଖିବେ। ତେବେ ପିଲା […]

obama
ଓବାମାଙ୍କୁ ଅଯୋଗ୍ୟ ରାଷ୍ଟ୍ରପତି କହିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏପରି ପରିସ୍ଥିତିରେ ଟ୍ରମ୍ପ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହେଉଛି। ଏ ନେଇ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ। ଶନିବାର ଛାତ୍ରମାନଙ୍କ ସହ ଏକ ଭିଡିଓ ଲିଙ୍କରେ ଆଲୋଚନା ସମୟରେ ଓବାମା ଟ୍ରମ୍ପ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ,‘ଏମିତି ଅନେକ ଅଛନ୍ତି […]

who
କରୋନା ମୁକାବିଲାରେ WHOର ଭୂମିକା: ଯାଞ୍ଚ ପାଇଁ ଆସିବ ଚିଠା ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିିକାକୁ ନେଇ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ୟୁରୋପିଆନ୍ ୟୁନିୟନ୍ ସମେତ ୬୨ ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଜେନେଭାରେ ଆରମ୍ଭ ହେଉଥିବା ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ବୈଠକରେ ଏ ନେଇ ଆସିବ ଚିଠା ପ୍ରସ୍ତାବ। ଏଥିରେ କରୋନା ସଙ୍କଟର ନିରପେକ୍ଷ, ସ୍ୱତନ୍ତ୍ର ଓ ବ୍ୟାପକ ଯାଞ୍ଚ କରିବା ପାଇଁ ପ୍ରସ୍ତାବ ରହିଛି । […]

india-china
ଭାରତ ହାତରେ ସୁଯୋଗ; ଅଜହର ମାମଲାରେ ଚୀନ ସହ ହେବ ହିସାବ ନିକାଶ

ନୂଆଦିଲ୍ଲୀ:କରୋନାସଂକ୍ରମଣକୁ ରୋକିବା ଦିଗରେ ଚୀନ ଉଚିତ୍‌ ପଦକ୍ଷେପ ନେଇ ନାହିଁ। ଚୀନର ଏହି ସାମାନ୍ୟ ଅବହଳା ଆଜି ବିଶ୍ୱବାସୀଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଉ ଏଥିପାଇଁ ଆମେରିକା ସମେତ ଅନେକ ରାଷ୍ଟ୍ର ଚୀନକୁ ଘେରିଛନ୍ତି। ଆଗକୁ ଚାଇନା ପାଇଁ ଆହୁରି କଠିନ ସମୟ ଆସୁଛି। କାରଣ ମେ’ ୨୨ ତାରିଖରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେୟାରମ୍ୟାନ ପଦ ସମ୍ଭାଳିବାକୁ ଯାଉଛି। ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଏହାର ତଦନ୍ତ ପାଇଁ ଅନୁମତି ଦେଇପାରେ। […]

covid-1
କରୋନା ଚିନ୍ତା ବଢିଲା; ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇସରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି । ଦେଶରେ ଲକ୍‌ଡାଉନ ୪.୦ ଲାଗୁ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟର ଏହି ଲକ୍‌ଡାଉନ୍‌ରେ କଟକଣା କୋହଳ କରାଯାଇଥିବାବେଳେ ଆଜି ପ୍ରଥମ ଦିନରେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ […]

lock
୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ୪.୦: କୋହଳ ହୋଇପାରେ ଏସବୁ କଟକଣା

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ୩.୦ରବିବାର ଶେଷ ହେବ। ଏତେ ଦିନର ଲକଡାଉନ ସତ୍ତ୍ୱେ କରୋନା ଭାଇରସକୁ ନିୟନ୍ତ୍ରଣ କରାଯାଇ ନାହିଁ। ବରଂ ଏହାର ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳୁଛି। ତା ଛଡା ପ୍ରଧାନମନ୍ତ୍ରୀ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସମ୍ପର୍କରେ ସଙ୍କେତ ଦେଇ ସାରିଛନ୍ତି। ତେବେ ଯାହା ଅନୁମାନ କରାଯାଉଛି ଲକ୍‌ଡାଉନ ଅବଧି ୩୧ ମେ’ […]

dandi yatra
ଆଖି ବୁଜିଲେ ଐତିହାସିକ ‘ଦାଣ୍ଡି ଯାତ୍ରା’ର ଶେଷ ସାକ୍ଷୀ

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କ ଐତିହାସିକ ଦାଣ୍ଡି ଯାତ୍ରାର ଶେଷ ସାକ୍ଷୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗୁରୁବାର ଜୋହାନ୍ସବର୍ଗରେ ତାଙ୍କର ମୃତ୍ୟୁ ଘଟିଛି। ୯୬ ବର୍ଷ ବୟସ୍କ ଏହି ଶେଷ ସାକ୍ଷୀ ହେଉଛନ୍ତି ଛୋଟୁ ଭାଇ ମାକନ। ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକାର ଅନ୍ତିମ ଜୀବିତ ବ୍ୟକ୍ତି ଥିଲେ ଛୋଟୁ ଭାଇ। ସେ ଦକ୍ଷିଣ ଆଫ୍ରିକାର ପୁରୁଣା ଟ୍ରାନ୍ସବାଲ୍ଡ ପ୍ରବିନ୍ସର ହିନ୍ଦୁ ସମାଜ ସେବାର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରୁଥିଲେ। ଗାନ୍ଧିବାଦୀ ନେତା […]

ajit
ଆତଙ୍କବାଦୀ ଲଢେଇରେ ଭାରତକୁ ବଡ଼ ସଫଳତା, ୨୨ ଉଗ୍ରବାଦୀ ପ୍ରତ୍ୟର୍ପଣ କଲା ମ୍ୟାମାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲଢେଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। NSA (National Security Advisor) ଅଜିତ୍‌ ଡୋଭାଲଙ୍କ  ତତ୍ତ୍ୱାବଧାନରେ ଚାଲିଥିବା ଏକ ଗୁପ୍ତ ଅଭିଯାନ ଅନୁଯାୟୀ ମ୍ୟାଁମାର ୨୨ ଉଗ୍ରବାଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ଏପରି ବ୍ୟାକ୍‌ଡୋର ଡିପ୍ଲୋମାସିର ଫଳ ମିଳିଛି। ଏହି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ କରି ମ୍ୟାଁମାର ଆତଙ୍କବାଦ ଲଢେଇରେ ଭାରତ ସହ ଅଛି ବୋଲି ସ୍ପଷ୍ଟ କରିଛି। ଏହି ମିଶନ ସମ୍ପୂର୍ଣ୍ଣ ଭାବେ NSA (National Security […]

bhrta
୨୪ ଘଣ୍ଟାରେ ୧୦୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨,୭୫୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ ଛୁଇଁଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଲାଣି। ବର୍ତ୍ତମାନସୁଦ୍ଧା ୫୩ […]