ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। କଶ୍ମୀରକୁ ନେଇ ଭାରତର ପଦକ୍ଷେପ ପରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ। କଶ୍ମୀରରେ ପ୍ରତିବନ୍ଧ ପ୍ରସଙ୍ଗରେ ଜାତିସଂଘ ଅବଗତ ଅଛି। ଏହା ମାମଲାରେ ଜଡ଼ିତ ସମସ୍ତ ପକ୍ଷ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଭୟ ଦେଶରେ ଜାତିସଂଘ ପକ୍ଷରୁ ମିଲିଟାରୀ ଅବଜରଭେସନ ଗ୍ରୁପ୍ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଉପରକୁ ସ୍ଥିତି ଶାନ୍ତ ଦେଖାଯାଉଥିଲେ ବି ଭିତରେ ଭିତରେ ଜନ ଅସନ୍ତୋଷ ଓ ରାଜନୈତିକ ଉଷ୍ଣତା ଥିବା ଅନୁମାନ କରାଯାଉଛି। ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କୁ ଗତକାଲି ଗିରଫ କରାଯାଇଛି। ଶ୍ରୀନଗର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବାରୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ଅଧିକ ଫୋର୍ସ ପଠାଇ ସୁରକ୍ଷା […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ଆପତ୍ତି ଉଠାଇନି ୟୁଏସ୍ଏ। ତେବେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦଶିକ ବିଭାଗ ମୁଖପାତ୍ର ମର୍ଗାନ ଅର୍ଟାଗସ। ଜମ୍ମୁ-କଶ୍ମୀର ବାସୀଙ୍କ ଅଧିକାରକୁ ସମ୍ମାନ ଏବଂ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ […]
ଭୁବନେଶ୍ୱର: ଏସିଆନ୍ ରଗବୀ ସେଭେନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଲେ ୪ ଜଣ ଓଡ଼ିଆ ଖେଳାଳି। ମହିଳା ଦଳରେ ଓଡ଼ିଶାରୁ ଶୁଭଲକ୍ଷ୍ମୀ ବାରିକ୍, ସୁମିତ୍ରା ନାୟକ, ହୁପି ମାଝି ଏବଂ ମୀରାରାଣୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି। ଆସନ୍ତା ୧୦ ଓ ୧୧ତାରିଖରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଟୁର୍ଣ୍ଣାମେଣ୍ଟ ହେବ। ଏଥିପାଇଁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ରଗବୀ ଫେଡରେସନ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା […]
କେପ୍ ଟାଉନ୍: ଟେଷ୍ଟ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍। କାରଣ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ମହାନ ପେସ୍ ବୋଲର ଷ୍ଟେନ୍ ସୋମବାର ଆନୁଷ୍ଠାନିକ ଭାବେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, “ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ […]
ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଛି ବିରାଟ ବାହିନୀ। ପ୍ରଥମ ମ୍ୟାଚରେ ୪ ଓ୍ୱିକେଟରେ ଜିତିବା ପରେ ଦ୍ୱିତୀୟ ମ୍ୟାଚକୁ ଡିଏଲ୍ ନିୟମରେ ୨୨ ରନରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ। ଅନ୍ୟପଟେ ଶେଷ ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋରଦାର ଉଦ୍ୟମ […]
ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଜାକିରନଗର ଅଞ୍ଚଳରେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଦିଲ୍ଲୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। […]