• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nada
ନାଡା ଅଧୀନକୁ ଆସିବ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ନା ନା କରିଆସୁଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନରେ ଆସିବାକୁ ପ୍ରସ୍ତୁତ ହୋଇଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଫଳରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଦେଶର ଅନ୍ୟ କ୍ରୀଡ଼ା ସଂଘ ଭଳି ନାଡା ଅଧୀନରେ ହିଁ ଡୋପ୍ ଟେଷ୍ଟ ଦେବ। ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ସହ ଶୁକ୍ରବାର ସାକ୍ଷାତ […]

RohitSharma_virat fight
ରୋହିତ ଓ ବିରାଟଙ୍କ ମଧ୍ୟରେ ଫାଟ; ଗାଭାଷ୍କର କହିଲେ ଏମିତି

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଲଗାତାର ଚର୍ଚ୍ଚା ହେଉଛି ଯେ, ଟିମ୍ ଇଣ୍ଡିଆରେ ଏବେ କିଛି ବି ଠିକଠାକ୍ ଚାଲିନାହିଁ। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ମଧ୍ୟରେ ମତଭେଦ ଅଛି, ଯେଉଁକାରଣରୁ ଟିମ୍ ବିଭାଜନ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ପୂର୍ବରୁ ଏହା ଉପରେ ସଫେଇ ଦେଇଥିଲେ ଏବଂ କହିଥିଲେ ଟିମରେ ସବୁକିଛି ଠିକ୍ ଅଛି। ଏପରିକି ରୋହିତଙ୍କ ସହ ମତଭେଦ ଖବରକୁ ମଧ୍ୟ ବିରାଟ୍ ଖଣ୍ଡନ କରିଥିଲେ। ଏବେ […]

ଆଇସିୟୁରେ ଜେଟ୍‌ଲୀ; ମେଡିକାଲ୍‌ରେ ପହଞ୍ଚିଲେ ମୋଦି, ଶାହ ଏବଂ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ […]

jammu
ଜମ୍ମୁରୁ ଉଠିଲା ୧୪୪ ଧାରା; ସ୍କୁଲ୍‌,କଲେଜ୍‌ ଖୋଲିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି। ହେଲେ ଇଣ୍ଟରନେଟ୍‌ ସେବା ପୂର୍ବ ଭଳି ବନ୍ଦ ରହିଛି। କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଜମ୍ମୁ ଓ […]

ramnath
ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍‌ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ-କାଶ୍ମୀରରେ ପୂର୍ବବତ୍‌ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ। ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ […]

bjp
ବିଜେପିରେ ମିଶିଲେ କଂଗ୍ରେସର ଏହି ଟାଣୁଆ ନେତା

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ଚିଫ୍‌ ହ୍ୱିପ୍‌ ତଥା ସାଂସଦ ଥିବା ଭୁବନେଶ୍ୱର କଲିତା ଆଜି ବିଜେପିରେ ମିଶିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ବିରୋଧ କରି ଭୁବନେଶ୍ୱର ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଆସାମରୁ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୯ରେ ଶେଷ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ, ଅଗଷ୍ଟ ୫ ତାରିଖରେ […]

bjd
ମନ୍ତ୍ରୀପଦରୁ ବଞ୍ଚିତ ଥିବା ୧୨ ଦଳୀୟ ବିଧାୟକଙ୍କୁ ଥଇଥାନ କଲା ବିଜେଡି

ଭୁବନେଶ୍ୱର: ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି […]

arun-jaitley-52
ଅରୁଣ ଜେଟ୍‌ଲୀ ଅସୁସ୍ଥ; ହସ୍‌ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି।  ଦିଲ୍ଲୀ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ […]

ia
ପାକିସ୍ତାନକୁ ବଲିଉଡ୍‌ର ଜବାବ୍; ପିଏମ୍‌ଙ୍କୁ ଚିଠିଲେଖିଲା ଏଆଇସିଡବ୍ଲ୍ୟୁଏ

ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍‌ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ। ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିବା, ପାକିସ୍ତାନରେ […]

s-1
କାର୍ଗିଲ୍‌ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଆଜି ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍‌ ଯାଏ […]

jpeg
କାଶ୍ମୀରବାସୀଙ୍କ ପାଇଁ ମଲାଲାଙ୍କ ଚିନ୍ତା

ଇସ୍‌ଲାମାବାଦ: ନୋବେଲ ପୁରସ୍କାର୍ ବିଜେତା ତଥା ପାକିସ୍ତାନର ସାମାଜିକ କର୍ମୀ ମଲାଲା ୟସୁଫଜାଇ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଉଥିଲା। ଏବେ ସେଠାରେ ଥିବା ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “କାଶ୍ମୀରବାସୀ ଆତଙ୍କର ପରିବେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ମୁଁ ପିଲାବେଳେ ଏବଂ ମୋ ବାପା ମା’ […]

page3-2-2
୩୭୦ ଉଚ୍ଛେଦକୁ କାର୍ଗିଲ୍‌ରେ ବିରୋଧ; ପୁଲିସ୍‌ର ଲାଠି ଚାର୍ଜ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ ଏଭଳି ବିଭାଜନରେ ଖୁସି ଥିବା କେନ୍ଦ୍ର ସରକାର କହୁଥିଲେ ହେଁ ଏଠାରେ ଏକ ଭିନ୍ନ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା ଜାରି […]

ମଦଲୁଈଆଏଏ
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋରାକ୍‌ ଯୋଗାଉଛି ଏହି କଂଗ୍ରେସ୍‌ ନେତାଙ୍କ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍‌ କ୍ୟାମ୍ପ’ ସହ ତୁଳନା କରିଛନ୍ତି। ଏହି ବୟାନକୁ ନେଇ ପାକିସ୍ତାନ ଉତ୍ସାହିତ ହୋଇ ଉଠିଛି। ସୋଶାଲ୍‌ ମିଡିଆରେ ଭାରତ ବିରୋଧରେ ଚାଲିଥିବା ଅପପ୍ରଚାରରେ କଂଗ୍ରେସ ନେତାଙ୍କ ବାକ୍ୟବାଣକୁ ବ୍ୟବହାର […]

supreme-court
ଧାରା ୩୭୦ର ଜରୁରୀ ଶୁଣାଣିକୁ ସୁପ୍ରିମ୍‌କୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଧାରା ୩୭୦ର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ। ଭାରତ ସରକାର ଅସାମ୍ବିଧାନିକ ଢଙ୍ଗରେ ଜମ୍ମୁ-କଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦କୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରଦ୍ଦ କରିଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣିକୁ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ କଂଗ୍ରେସ ସମର୍ଥିତ ସ୍ୱେଚ୍ଛାସେବୀ ତେହସିନ ପୁନାୱାଲା ମଧ୍ୟ ଜମ୍ମୁ-କଶ୍ମୀରରେ ଗତ ୪ ଦିନ ହେଲା ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇବା ପାଇଁ ନିବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

ଧାରା ୩୭୦କୁ ଉଚ୍ଛେଦକୁ ସମର୍ଥନ କଲେ ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ

ନୂଆଦିଲ୍ଲୀ: ମୋଦି ସରକାର ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସର କିଛି ନେତା ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ କରଣ ସିଂହ କିନ୍ତୁ ଏହାକୁ ଦୃଢ଼ ସମର୍ଥନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ମୋଦି ସରକାରଙ୍କ ଜମ୍ମୁ-କାଶ୍ମୀର ନୀତିକୁ ଅନ୍ଧ ଭାବେ ସଂପୂର୍ଣ୍ଣ ବିରୋଧ କରିବା ଠିକ୍‌ ନୁହେଁ। ଲଦାଖକୁ କେନ୍ଦ୍ର ସରକାର ଏକ କେନ୍ଦ୍ର […]

news
ନକିଲ ଗୁଟ୍‌ଖାକୁ ଅସଲି କରି ବିକୁଥିଲେ, ମାଡ଼ିବସିଲା ପୁଲିସ୍

ଗଞ୍ଜାମ: ନକଲି ଗୁଟ୍‌ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍‌ଖା ସହ ୫ବସ୍ତା ଗୁଟ୍‌ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ଧରି ପାଣିଗ୍ରାହୀ ପେଣ୍ଠସାହିରେ ଦୁଇ ଭାଇ ଏହି କାରଖାନା ଚଳାଇ ଆସୁଥିଲେ। ଏମାନେ ନକଲି ଗୁଟ୍‌ଖାକୁ ଆଣି ପୁଣିଥରେ ଭେଜାଲ […]

goat
ଏମିତି ଛେଳି ଯିଏ ଖାଏ କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସ; ଦାମ୍‌ ଜାଣିଲେ ହୋସ୍ ଉଡ଼ିଯିବ

ଲକ୍ଷ୍ନୌ: ଗୋଟିଏ ଛେଳିର ଦାମ୍ କେତେ ହୋଇଥାଇପାରେ? ସାଧାରଣତଃ ଦୁଇ ଚାରି ହଜାର ହୋଇଥିବ ବୋଲି ଜଣେ ଅନୁମାନ କରିବ। କିନ୍ତୁ ଉତ୍ତର ପ୍ରଦେଶ ହମିରପୁରର ଏକ ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଜ୍ଞାଁ ହଁ ଏହି ଛେଳିର ଦାମ ଦୁଇ ଚାରି ହଜାର କି ୮-୧୦ ହଜାର ନୁହେଁ। ଏହାର ଦାମ୍ ଏକାଥରକେ ୮ ଲକ୍ଷ ଟଙ୍କା। ଗୁଜର୍ ପ୍ରଜାତିର ଚିତ୍ରା ବିଚିତ୍ରାର ଏହି ଛେଳିକୁ ମାଲିକ ରାଜସ୍ଥାନରୁ କିଣିଥିଲେ। ଏହାର ଲାଳନ […]

Maryam-Nawaz
ଗିରଫ୍‌ ହେଲେ ପାକିସ୍ତାନର ନୱାଜ୍‌ ସରିଫ୍‌ଙ୍କ ଝିଅ ମରିୟମ୍‌

ଇସ୍‌ଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍‌ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍‌ ରୋଡ୍‌ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍‌ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍‌ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ […]

ଭାରତ ପାଇଁ ରେଳପଥ, ଆକାଶପଥ ବନ୍ଦ କରିବା ପରେ ଫିଲ୍ମ ବ୍ୟାନ୍ କଲା ପାକିସ୍ତାନ୍

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଯେନତେନ ପ୍ରକାର ଭାରତକୁ ହଇରାଣ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଆଜି ଗୋଟିଏ ଦିନରେ ୩ଟି ସେବା ବନ୍ଦ କରିଛି ପାକିସ୍ତାନ। ପ୍ରଥମେ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିବା ପରେ ୩ଟି ଆକାଶ ପଥ ବନ୍ଦ କରିଥିଲା। ଆଉ ଏବେ ଭାରତୀୟ ସିନେମା ରିଲିଜ୍‌ ଉପରେ ବ୍ୟାନ୍‌ ଲଗାଇଛି ପାକ୍। ଫଳରେ ଭରତର କୌଣସି ଫିଲ୍ମ ଆଉ ପାକିସ୍ତାନରେ ରିଲିଜ୍‌ ହୋଇପାରିବନି। ଏ ନେଇ ପାକିସ୍ତାନର […]

e-5
ମହାରାଷ୍ଟ୍ର ବନ୍ୟା; ଉଦ୍ଧାର କରୁଥିବା ଡଙ୍ଗା ବୁଡ଼ି ୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ ହୋଇଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ବନ୍ୟା ପାଣିରେ ୩୦ରୁ ୩୨ ଜଣ ଲୋକଙ୍କ ନେଇ ସୁରକ୍ଷିତ ସ୍ଥାନକୁ ଆସୁଥିବା ଡଙ୍ଗାଟି ଅଧ ବାଟରେ ଓଲଟି ପଡ଼ିଥିଲା। ଏଥିଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]

ra
ସମ୍‌ଝୌତା ଏକ୍ସପ୍ରେସ୍‌ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସରକାର ଏବେ ଭୀଷଣ ବିଚଳିତ ହୋଇପଡ଼ିଛନ୍ତି। ଗତକାଲି ଭାରତ ସହ କୂଟନୀତିକ ଓ ବାଣିଜ୍ୟକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ରେଳ ପଥ ମଧ୍ୟ ବନ୍ଦ କରିଦେଇ ଥିବା ସୂଚନା ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସକୁ ଇସ୍‌ଲାମାବାଦ ପକ୍ଷରୁ ବନ୍ଦ କରିଦିଆଯାଇଛି। ପୂର୍ବ ସୂଚନା ନ ଦେଇ ପାକିସ୍ତାନ ସରକାର ସମଝୌତା ଏକ୍ସପ୍ରେସର ଚଳାଚଳକୁ […]