ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି। ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ସମେତ ସୀମା ସୁରକ୍ଷା ନେଇ ଆଲୋଚନା ହେବ। ଏହାସହ ଭାରତ ଭୁଟାନ ମଧ୍ୟରେ ୧୦ଟି ଏମ୍ଓୟୁ ସ୍ୱାକ୍ଷର ହେବ। ସେହିପରି ୫ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଲାଣି ଫିଲ୍ମ ‘ସାହୋ।’ କଥାଟା ବିଶ୍ୱାସ ହେଉନଥିଲେ ବି ସତ। ମିଳିଥିବା ସୂଚନା ମୁତାବକ, ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ୍ ଫର୍ ଅଲ୍ ଲାଙ୍ଗୁଏଜ୍ ବାବଦକୁ ୩୨୦ କୋଟି ଆଦାୟ କରିସାରିଲେଣି। ଏବେ ଫିଲ୍ମର ସାଟେଲାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ରାଇଟସ୍ ବିକ୍ରି ହେବା ବାକି ଅଛି। ଚଳିତ ମାସ ୩୦ ତାରିଖରେ ଏହି ହାଇବଜେଟ୍ ଦକ୍ଷିଣ ଭାରତୀୟ ସିନେମା ‘ସାହୋ’ ମୁକ୍ତିଲାଭ […]
ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। All of us must welcome three announcements made by the PM […]
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଭାରତ ସରକାରଙ୍କ ଐତିହାସିକ ପଦକ୍ଷେପ ପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା କରାଯାଉଛି। ଧାରା ୩୭୦ ଉଚ୍ଛେଦକୁ ପାକିସ୍ତାନ ଦୃଢ଼ ବିରୋଧ କରି ଆସୁଥିବା ବେଳେ ଏହାର ବନ୍ଧୁ ରାଷ୍ଟ୍ର ଚୀନ ପକ୍ଷରୁ ସୁରକ୍ଷା ପରିଷଦରେ ଏ ନେଇ ଆଲୋଚନା ପାଇଁ […]
ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ […]