ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଟାର୍ଗେଟ୍ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ଏହି ୩ ବ୍ୟକ୍ତି ଜୈଶ୍ରେ ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଥିଲା। ଯେଉଁଥିରେ ଆତଙ୍କୀ ସଂଗଠନ ଜୈଶ୍ ମୋଦି, ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା […]
ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆ ହୋଇଥିବା ଡାଏଟ୍ କୋକ୍ ବୋତଲକୁ ନଜର କରିନେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି। ମୋଦି ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍କୁ ବିରୋଧ କରୁଥିବାବେଳେ ସେ ଯୋଗଦେଉଥିବା କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସାରା ଭାରତରେ ଉତ୍ସବର ମାହୋଲ୍। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ତିଆରି କରିଛି ‘ଉଠିଗଲା ଧାରା ୩୭୦’ ଗୀତ। ଏହି ଗୀତଟି ହେଉଛି ଫିଲ୍ମ ‘ମିଷ୍ଟର ମଜ୍ନୁ’ର। ଏହାକୁ ଆଶୁତୋଷ ଏବଂ ଲୋପାମୁଦ୍ରା ଗାଇଥିବା ବେଳେ ଗୀତ ଲେଖିଛନ୍ତି ଲୋକପ୍ରିୟ ଗୀତିକାର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର। ତରଙ୍ଗ ପ୍ରଡକ୍ସନ୍ସର ତିଆରି କରିଥିବା ଏହି ଫିଲ୍ମଟି ଦଶହରା […]
ଚଣ୍ଡୀଗଡ଼: ହେଭି ଲିଫ୍ଟିଂ ଡ୍ରୋନ୍ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ। ପଞ୍ଜାବର ତରନ୍ ତାରନ୍ଠାରେ ବ୍ୟାପକ ପରିମାଣର ଅସ୍ତ୍ର ଜବତ ପରେ କରାଯାଇଥିବା ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ। ଏହି ତଦନ୍ତରୁ ଜଣାପଡ଼ିଛି ଗତ ୮ ଦିନରେ ୧୦ ଥର ଏଭଳି ଉପାୟରେ ଏକେ-୪୭, ଜାଲ ନୋଟ୍ ଏବଂ ଡ୍ରଗ୍ସ ଆଦି ଭାରତୀୟ ସୀମାକୁ ଆସିଛି। ଏହି ଅସ୍ତ୍ର ଏବଂ ଗୁଳିଗୋଳା ଭାରତ ପହଞ୍ଚାଇ ପଞ୍ଜାବ […]
ମୁମ୍ବାଇ: ଏନ୍ସିପି (ନ୍ୟାସ୍ଲନାଲ କଂଗ୍ରେସ ନେତା) ଶରଦ ପାୱାର୍ଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସିଆଇର୍(ଇସିଆଇଆର୍ ଏଫ୍ଆଇଆର୍ ସହିତ ସମାନ। ଏଥିରେ ପିଏମ୍ଏଲ୍ଏ ଆକ୍ଟ ଦ୍ୱାରା ଇଡି ଏନ୍ଫୋର୍ସମେଣ୍ଟ କେସ୍ କରିଥାଏ।) ଜାରି କରିଛି। ଏଥିସହିତ ଅଜିତ୍ ପାୱାର୍ ଆନନ୍ଦ ପାୱାର ଓ ଜୟନ୍ତ ପାଟିଲ୍ଙ୍କ ବିରୋଧରେ ମଧ୍ୟ ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ୍ ସ୍କାମ୍ ମାମଲାରେ ଇସିଆଇର୍ ଜାରି ହୋଇଛି। ଏହି ଘଟଣାରେ ଶରଦ ପାୱାର କହିଛନ୍ତି, ଯେ ମହାରାଷ୍ଟ୍ର ନିର୍ବାଚନ ଚାଲୁଥିବା ବେଳେ ଇଡି ତାଙ୍କ ବିରୋଧରେ […]
ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଭାଡ଼ାଟିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ବଡ଼ ଉପହାର। ବଢ଼ାଟିଆମାନଙ୍କ ପାଇଁ ବିଜୁଳି ପ୍ରିପେଡ୍ ପ୍ଲାନ୍ର ଘୋଷଣା କଲେ ଦିଲ୍ଲୀ ସରକାର। ଏହାପରେ ଘର ମାଲିକ ଭଡ଼ାଟିଆମାନଙ୍କ ଠାରୁ ମନ ଇଚ୍ଛା ବିଜୁଳି ବିଲ୍ ଆଦାୟ କରିପାରିବେନି। ଦିଲ୍ଲୀରେ ଭଡ଼ା ଘରେ ରହୁଥିବା ଲୋକ ପ୍ରମାଣପତ୍ର ଦେଇ ନିଜ ନାଁରେ ବିଜୁଳି କନେକ୍ସନ୍ ନେଇପାରିବେ। ଏହି ଯୋଜନାକୁ ‘ମୁଖ୍ୟମନ୍ତ୍ରୀ ଭଡ଼ାଟିଆ ବିଜୁଳି ମିଟର ଯୋଜନା’ ବୋଲି କୁହାଯାଉଛି। ଦିଲ୍ଲୀରେ ଭଡ଼ାରେ ରହୁଥିବା […]
ଲକ୍ଷ୍ନୌ: ବିଜେପି ସାଂସଦ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଚିନ୍ମୟାନନ୍ଦଙ୍କୁ ବ୍ଲାକ୍ମେଲ୍ କରି ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ଆଜି ସକାଳ ୯.୧୫ରେ ଯୁବତୀଙ୍କ ଘରୁ ତାଙ୍କୁ ଗିରଫ କରିଛି ୟୁପି ଉତ୍ତର ପ୍ରଦେଶର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ। ଗରିଫ ପରେ ଯୁବତୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଯୁବତୀଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲ ପୁଲିସ କହିଛି। […]
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ୧୯୯୮ ମସିହା ଯୋଧ୍ପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍ଙ୍କୁ ହତ୍ୟା ଧମକ। ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲ୍ମାନଙ୍କୁ ଏହି ହତ୍ୟା ଧମକ ଆସିଛି। ଗ୍ୟାରି ସୁଟର୍(Gary Shooter) ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି। ଫେସ୍ବୁକ୍ ପେଜ୍ରେ ସଲ୍ମାନ ଖାନ୍ଙ୍କର ଏକ ଫଟୋ ଉପରେ ଲାଲ୍ ରଙ୍ଗର୍ କ୍ରସ ଚିହ୍ନ ବୁଲା […]
ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪.୩୫ ମିନିଟ୍ ସମୟରେ ଉତ୍ତର ଭାରତ ସମେତ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ପିଓକେ। ଭୂକମ୍ପରେ ପାକିସ୍ତାନରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ରାସ୍ତା ଭୁଶୁଡ଼ି ପଡ଼ିଥିବାର ଖବର ଆସୁଛି। ଗାଡ଼ିଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଯାଇଥିବା ସୋଶାଲ୍ ମିଡିଆରେ ଫଟୋ ଆସୁଛି। ରିକ୍ଟର୍ ସ୍କେଲ୍ରେ ମପାଯାଇଥିବା ୫.୮ ତୀବ୍ରତା ସହ ଭୂକମ୍ପ […]
ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି। ଦୁଇ ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଓ ତୈଳ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ ଦର କେଜି ପ୍ରତି ୮୦ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ୮୦ ଛୁଇଁବାକୁ ବସିଲାଣି। ଆଜି କ୍ରମାଗତ ୮ମ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୪ ଟଙ୍କା ଅତିକ୍ରମ […]
ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା ସୂଚନା ମିଳିଛି। ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନର ଇସ୍ଲାମାବାଦ୍ ଏବଂ ଖାଇବରପଖ୍ତୁନ୍ଖ୍ୱା ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପପରେ ଭୟରେ ଲୋକେ ପଦାକୁ ବାହାରି ଆସିଥିଲେ। ତେବେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା […]
ଜାତିସଂଘ: ‘ଜଳବାୟୁ ଯୋଦ୍ଧା’ ତଥା ଇଣ୍ଟରନେଟ୍ରେ ବେଶ୍ ଚର୍ଚ୍ଚିତ ଚେହେରା ଗ୍ରେଟା ଥର୍ଣ୍ଣବର୍ଗ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ତାହା ବ୍ୟାପକ ହେବାରେ ଲାଗିଛି। ତେବେ ସୋମବାର ଜାତିସଂଘର ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟମଟ କରି ଅନାଇବା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହି ୧୬ ବର୍ଷ ବୟସ୍କ ସ୍ୱେଡିସ୍ ଝିଅ ଜାତିସଂଘର ୨୦୧୯ କ୍ଲାଇମେଟ୍ ଆକ୍ସନ୍ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ। ଏଥିରେ ଟ୍ରମ୍ପଙ୍କ ସମେତ ବଡ଼ […]
ନୂଆଦିଲ୍ଲୀ: ଦେଶରେ ସୋଶାଲ୍ ମିଡିଆର ଦୁରୁପଯୋଗ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ରୋକ୍ ଲାଗାଇବାକୁ ଏକ ଗାଇଡ୍ ଲାଇନ୍ ତିଆରି କରିବା ଜୁରୁରୀ। ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଶାଲ ମିଡିଆ ଫେସବୁକ୍ ସହ ଆଧାର କାର୍ଡ ସଂଯୋଗ ହେବ କି ନାହିଁ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର […]
ଇସ୍ଲାମାବାଦ: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ନୂଆ ନାଁରେ ନିଜର କାର୍ଯ୍ୟ ଆରମ୍ଭ କରିଛି। ଜୈଶ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ପାକିସ୍ତାନ ଉପରେ ବିଭିନ୍ନ ଅନ୍ତର୍ଜାତୀୟ ରାଷ୍ଟ୍ର ଚାପ ସୃଷ୍ଟି କରୁଛନ୍ତି। ଅନ୍ତର୍ଜାତୀୟ ଚାପରୁ ବିର୍ତ୍ତିବା ପାଇଁ ଏବେ ଜୈଶ ନିଜର ନାଁ ବଦଳାଇ ଦେଇଛି। ଏବେ ସଂଗଠନର ନାଁ ମଜଲିସ୍ ୟୁରେସାକୁ-ଇ-ଶୁହୁଦା ଜମ୍ମୁ ୱା କାଶ୍ମୀର ରଖାଯାଇଛି। ପୂର୍ବରୁ ଜୈଶର ମୁଖ୍ୟ ଭାବେ ମାସୁଦ ଆଝାର କାମ କରୁଥିଲା। ହେଲେ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବର୍ତ୍ତମାନ ଥିରୁଭନନ୍ତପୁରମର ସାଂସଦ ଶଶି ଥରୁରୁ ସାରା ଦେଶରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ଜାତୀୟ ଗଣମାଧ୍ୟମରେ ଡିବେଟ୍ ହେଉଁ କିମ୍ବା କୌଣସି ସେମିନାର୍, ସେ ସୁବୁଠି ନିଜ ଦଳର ଅଭିମୁଖ୍ୟକୁ ଖୁବ୍ ଦୃଢ଼ ଓ ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି। ସେ କେବଳ ଜଣେ ନେତା ନୁହନ୍ତି, ଜଣେ ଭଲ ଲେଖକ ଓ ସମାଲୋଚକ ମଧ୍ୟ। ସୋଶାଲ୍ ମିଡିଆରେ ଷ୍ଟାର୍ ନେତା କୁହାଯାଉଥିବା ଶଶି ଥରୁର ଯେତେବେଳେ ପୋଷ୍ଟ କରନ୍ତି ତାଙ୍କ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍। ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କ୍ରିମିନାଲ୍ ପ୍ରୋସିଡ୍ୟୁରୋ କୋଡ୍ ଧାରା ୧୦୨ ଅନୁଯାୟୀ ପୁଲିସ୍ ତଦନ୍ତ ବେଳେ ସେ ସମ୍ପର୍କିତ ସମ୍ପତ୍ତି ଜବତ କରିପାରିବ, କିନ୍ତୁ ସ୍ଥାବର ସମ୍ପତ୍ତି ଜବକ କରିପାରିବ ନାହିଁ ବୋଲି କୋର୍ଟ […]