ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତରେ ଭୟଙ୍କର ହମ୍ଲା କରିବାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଣ୍ଟା ଭିଡ଼ିଛନ୍ତି। ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରାୟ ୫୦୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀ ଅନୁପ୍ରେବଶ ଅପେକ୍ଷାରେ ରହିଛନ୍ତି। ଭାରତରେ ଏଯାଏ ଯେତେ ସବୁ ଆତଙ୍କୀ ହମ୍ଲା ହୋଇଛି, ତା’ଠାରୁ ବଡ଼ ଧରଣର ହିଂସା ଘଟାଇବାକୁ ଏହି ଆତଙ୍କବାଦୀମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଖବର ମିଳିବା ପରେ ସେନାକୁ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]
ନୂଆଦିଲ୍ଲୀ: ଲୋକଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ନାଗରିକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଏମ୍-ପରିବହନ ଏବଂ ଇ-ଚାଲାଣ ଭଳି ପ୍ଲାଟଫର୍ମରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ଇଣ୍ଟରନେଟ୍ରେ କେବଳ ଗାଡ଼ିର ସମସ୍ତ ତଥ୍ୟ ଆସୁଛି। […]
ନୂଆଦିଲ୍ଲୀ: ଦେଶର ୪ ବ୍ୟାଙ୍କ ୟୁନିଅନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖ ୨ ଦିନ ଧରି ଦିଆଯାଇଥିବା ବ୍ୟାଙ୍କ ଧର୍ମଘଟ ଡାକରା ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରହିଛି। ଧର୍ମଘଟ ଡାକରା ଦେଇଥିବା ୟୁନିଅନର ପ୍ରତିନିଧିମାନଙ୍କ ସହ ଆଜି ଅର୍ଥ ସଚିବ ରାଜୀବ କୁମାର ଆଲୋଚନା କରିଥିଲେ। ଏହି ବୈଠକ ପରେ ୟୁନିଅନ ପକ୍ଷରୁ ଧର୍ମଘଟ ସ୍ଥଗିତ ସମ୍ପର୍କରେ ଘୋଷଣା କରାଯାଇଛି। ୟୁନିଅନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଗୁଡ଼ିକର ତର୍ଜମା କରିବା ପାଇଁ […]
ହ୍ୟୁଷ୍ଟନ୍: ଆମେରିକାରେ ହ୍ୟୁଷ୍ଟନରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କ ହୃଦୟ ଜିତିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସେ କାର୍ଯ୍ୟକ୍ରମ ପରେ ଆମେରିକା ସାଂସଦ ଜନ୍ କର୍ଣ୍ଣୟନଙ୍କ ପତ୍ନୀଙ୍କୁ କ୍ଷମା ମାଗିଛନ୍ତି। ତେବେ ମୋଦି କ୍ଷମା ମାଗିବା ଦେଖି ସମସ୍ତେ ତାଙ୍କ ମହାନତାକୁ ପ୍ରଶଂସା କରିଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଗତକାଲି ଅର୍ଥାତ ରବିବାର ଜନ୍ଙ୍କ ପତ୍ନୀଙ୍କ ଜନ୍ମଦିନ ଥିଲା। ତେବେ […]
ହ୍ୟୁଷ୍ଟନ: ଯେଉଁ ନେତାଙ୍କୁ ଦେଖା କରିବା ସାତ ସପନ ହୋଇଯାଏ, ସେହି ଭଳି ଦୁଇ ବିଶ୍ୱ ନେତାଙ୍କୁ ଗୋଟିଏ ଫ୍ରେମ୍ରେ ଆଣିଲେ ନାବାଳକ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ରମୋଦିଙ୍କ ସହିତ ସେଲ୍ଫି ଉଠାଇଲେ। ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆମେରିକାର ହ୍ୟୁଷ୍ଟନ ସହରରେ ଅନୁଷ୍ଠିତ ବହୁଚର୍ଚ୍ଚିତ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। […]
ଏବେ ଘାତକ ରୂପ ନେଲାଣି ସର୍ପାଘାତ। ସାପକାମୁଡ଼ାରେ ବିଶ୍ୱରେ ପ୍ରତି ୪ ମିନିଟ୍ରେ ଜଣକଙ୍କ ମୃତ୍ୟୁ ହେଉଥିବା ବେଳେ ଘଣ୍ଟାକୁ ୧୫ ଜଣକଙ୍କ ଜୀବନ ଯାଉଛି। ପ୍ରିତ ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଆଉ ଯଦି ଆମ ରାଜ୍ୟର ତଥ୍ୟ ଉପରେ ନଜର ପକାଇବା ତେବେ ବିଗତ ଦିନମାନଙ୍କରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ସାପକାମୁଡ଼ାରେ ୨ ହଜାର ୯୫୪ ଲୋକଙ୍କ ପ୍ରାଣ ହରାଇଛନ୍ତି। ସେଥିରୁ ମୟୂରଭଞ୍ଜ […]
ଚଳିତ ବର୍ଷ ସେପ୍ଟେମ୍ବର୍ ମାସରେ ଆଗଧାଡ଼ିର ମୋବାଇଲ୍ କମ୍ପାନୀଗୁଡ଼ିକ ବଜାରକୁ ଦମ୍ଦାର ମୋବାଇଲ୍ ଫୋନ୍ ଛାଡ଼ିଥିବା ବେଳେ ଆଉ କେତେକ ଫୋନ୍ ଲଞ୍ଚ ହେବାର ଅଛି। ସାମସଙ୍ଗ, ନୋକିଆ. ଭିଭୋ, ଲିନୋଭୋ ନିଜ ସ୍ମାର୍ଟ ଫୋନ୍ରେ ଲୋଭନୀୟ ଅଫର୍ ଦେଇ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ତେବେ ଗ୍ରାହକ କେଉଁ ମୋବାଇଲ୍କୁ ଆପଣେଇବେ ତାହା ସମୟ କହିବ। ତେବେ ଜାଣିନିଅନ୍ତୁ ନିକଟରେ ଲଞ୍ଚ୍ ହୋଇଥିବା କିଛି ଫୋନ୍ ଫିଚର୍ସ ବିଷୟରେ। ଭିଭୋର Vivo V17 Pro- […]
ପାଟନା: ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ପୁଣି ଧମକାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ୧୯୬୫ ଏବଂ ୧୯୭୧ ମସିହାରେ କରିଥିବା ଭୁଲ୍ ନ ଦୋହରାଉ। ଏପରି ଭୁଲ କଲେ ବିଶ୍ୱର କୌଣସି ଶକ୍ତି ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ ହେବାରୁ ଅଟକାଇପାରିବନି। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଏପରି ଭୁଲ କରିବା ଆଗରୁ ଭାବନ୍ତୁ ପିଓକେର କ’ଣ ହେବ। ପାସ୍ତୁନ୍ ଏବଂ ବଲୁଚିସ୍ତାନରେ ମାନବାଧିକାର ଉଲ୍ଲଂଘନ ହେଉଛି। ଯଦି ଏପରି ଚାଲେ ପାକିସ୍ତାନକୁ କୌଣସି […]
ନୂଆଦିଲ୍ଲୀ: ଭାରତର ମାନଚିତ୍ରକୁ ଅସମ୍ପୂର୍ଣ୍ଣ କରୁଥିବା ଏବଂ ବର୍ତ୍ତମାନ ପାକିସ୍ତାନ ଦଖଲରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗଠନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନେହରୁଙ୍କ ପାଇଁ ହିଁ ପିଓକେ ଭାରତରେ ସାମିଲ ହୋଇପାରିଲା ନାହିଁ। ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯଦି ଏହାର ପରିଚାଳନା କରିଥା’ନ୍ତେ ତେବେ ଏହାର ପରିଣାମ କିଛି ଅଲଗା ହୋଇଥା’ନ୍ତା ବୋଲି ଶାହ କହିଛନ୍ତି। […]
ନୂଆଦିଲ୍ଲୀ: ଲିନୋବୋ କମ୍ପାନୀ ସ୍ମାର୍ଟ ଫୋନ୍ Lenovo K10 Plus କୁ ଆଜି ୨୨ ସେପ୍ଟେମ୍ବରରେ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ଟି 4GB ରାମ୍ ଓ 64GB ଇନ୍ବ୍ୟୁଲ୍ଡ ଷ୍ଟୋରେଜ୍ ସହିତ ଲଞ୍ଚ୍ ହୋଇଛି। ଏହାର ମୂଲ୍ୟ ୧୦ ହଜାର ୯୯୯ ଟଙ୍କା ରହିଛି। ଆଉ ସେପ୍ଟେମ୍ବର ୩୦ ତାରିଖ ଦିନ ୧୨ରେ ଫୋନ୍ଟି Big Billion Day ସେଲ୍ ଇଭେଣ୍ଟରେ ଫ୍ଲିପ୍କାର୍ଟରେ ବିକ୍ରି ହେବ। ମୋବାଇଲ୍ ଫିଚର୍ସ– Lenovo K10 Plus ଫୋନ୍ରେ […]
ନୂଆଦିଲ୍ଲୀ: ଆମେରିକାର ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ ପାସ୍ତୋ ସଂଗଠନର ପ୍ରତିନିଧି। ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇବା ପାଇଁ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି। ଆମେରିକାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ବାଲୋଚ, ପ୍ରବାସୀ […]
ନୂଆଦିଲ୍ଲୀ: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ଟେକ୍ସାସର ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋର୍ଦାର ସ୍ୱାଗତ କରିଛନ୍ତି ଆମେରିକା ଏବଂ ଭାରତର ଅଧିକାରୀ। ଏହି ସମୟର ଏକ ଦୃଶ୍ୟକୁ ନେଇ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି ମୋଦି। ଜଣେ ମହିଳା ଅଧିକାରୀ ମୋଦିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରୁଥିବା ସମୟରେ ମୋଦି ଏପରି କିଛି କରିଛନ୍ତି ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ସହ […]
ବେଳେବେଳେ ପ୍ରକୃତି ପାଖରେ ମଣିଷ ଏତେ ଅସହାୟ ହୋଇଯାଏ ଯେ ସେ ଚାହିଁଲେ ବି କିଛି କରିପାରେନା। ବଞ୍ଚାଇବାର ହଜାରେ ଚେଷ୍ଟା ପରେ ବି କେହି ଜଣେ ଆଖି ସାମ୍ନାରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳି ଶେଷରେ ଜୀବନ ହାରିଦିଏ, ଏକଥା କେତେ ଯେ କଷ୍ଟ, ତାହା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ। ଆପଣ ଉପରେ ଦେଖୁଥିବା ଏହି ଫଟୋ ପଛରେ ବି ଠିକ୍ ଏମିତି ଗୋଟେ କାହାଣୀ ରହିଛି ଯାହା ଆପଣଙ୍କୁ […]
ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ହଷ୍ଟନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ହାଓଡ଼ି ମୋଦି କାର୍ଯ୍ୟକ୍ରମ। ଟେକ୍ସାସରେ ରହୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଆମେରିକାର ହଷ୍ଟନ୍ ସହରରେ ମୋଦିଙ୍କ ପୋଷ୍ଟର୍ ଛାଇ ଯାଇଛି। ପ୍ରଥମ ଥର ପାଇଁ ଆମେରିକାରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସେହି ଦେଶର ରାଷ୍ଟ୍ରପତି ଗୋଟିଏ ମଞ୍ଚରେ ଏକାଠି […]
ଭୁବନେଶ୍ୱର: ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ନିଜର ଦେଶର ମନୋଜ ସରକାରଙ୍କୁ ଭେଟିଥିଲେ। ମ୍ୟାଚର ପ୍ରଥମ ଗେମ୍ ୯-୧୧ରେ ଥିବା ବେଳେ ପ୍ରମୋଦ ଆହତ କାରଣରୁ ଓହରିଯାଇଥିଲେ, ଯାହା ଫଳରେ ମନୋଜଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ […]