ନୂଆଦିଲ୍ଲୀ: ବାଦୁଡ଼ି ନା ବଜ୍ରକାପ୍ତା ? ମହାମାରୀ କରୋନା କାହା ଦ୍ୱାରା ବ୍ୟାପିଛି ସେନେଇ ICMR ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ICMR ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି ଯେ, ବାଦୁଡ଼ି ଦ୍ୱାରା କରୋନା ବ୍ୟାପିଛି ବୋଲି ପ୍ରଥମରୁ ବିଶ୍ୱାସ କରାଯାଉଥିଲା। ତେବେ ବାଦୁଡ଼ି ସହ ବଜ୍ରକାପ୍ତାର ବି ସଂପୃକ୍ତି ଅଛି ବୋଲି ପରେ ଗବେଷଣାରୁ ଜଣାପଡ଼ିଛି। ବାଦୁଡ଼ି ଦେହରୁ ବଜ୍ରକାପ୍ତା ଓ ବଜ୍ରକାପ୍ତାରୁ ମଣିଷକୁ ସଂକ୍ରମଣ ସନ୍ଦେହ କରାଯାଉଛି। ତେବେ ବାଦୁଡ଼ିରୁ […]
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଦେଶରେ କଣ ବନ୍ଦ ରହିବ କଣ ଖୁଲା ରହିବ ଆସନ୍ତୁ ଜାଣିବା। ଏହିସବୁ ବନ୍ଦ ରହିବ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ, ବସ୍ରେ ଯାତ୍ରୀ ପରିବହନ ଓ ମେଟ୍ରୋ ରେଳ ସେବା ବନ୍ଦ ରହିବ। ଏଥିସହିତ ଆନ୍ତଃ ଜିଲ୍ଲା ଓ […]
ନୂଆଦିଲ୍ଲୀ: କରୋନା ଭାଇରସରୁ ରକ୍ଷା ପାଇବା ନିମନ୍ତେ ଘର ତିଆରି ମାସ୍କକୁ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍, ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି। ପିଏମ ମୋଦିଙ୍କ ଅପିଲ୍କୁ ଏକ ୧୦ ବର୍ଷର ବାଳକ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ସେ ଘରେ ରହି ସିଲେଇ ମେସିନ୍ରେ ନିଜ ପାଇଁ ମାସ୍କ ତିଆରି କରିଥିଲେ। Kudos to him. We will always remember the proactive role children played in […]
ବ୍ରିଟେନ୍: ମହାମାରୀ କରୋନା ପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି। ଆପଣାର ମଣିଷଙ୍କୁ ହରାଇ ଅନେକ ଅସହାୟ ହୋଇ ପଡୁଛନ୍ତି। ତା ଭିତରେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସେବାରେ ଲାଗିଛନ୍ତି। ଏମିତି ଜଣେ ବ୍ୟକ୍ତି ଡେନ୍ ବେଭିସ୍। ବୁଲି ବୁଲି କରୋନା ଆକ୍ରନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଉଥିଲେ। ଲୋକଙ୍କୁ ସଚେତନ କରାଉଥିଲେ। ହେଲେ କରୋନାରେ ତାଙ୍କ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ। ବାପାଙ୍କ ମୃତ୍ୟୁରେ ଖୁବ୍ ଭାଙ୍ଗି ପଡ଼ିଛନ୍ତି ବେଭିସ୍। ସେ […]
ନୋଏଡା: ନୋଏଡାର ଜାରଚା ଅଞ୍ଚଳର ଦୟାନଗର ଗାଁରେ ଲକ୍ଡାଉନ୍ ସମୟରେ ଘରେ ରହି ଚାରିଜଣ ସାଙ୍ଗ ଲୁଡୋ ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖାସି ଦେବାରୁ ଝଗଡା ଆରମ୍ଭ ହୋଇଥିଲା। ଝଗଡାର ରୂପ ଏତେ ଭୟଙ୍କର ଥିଲା ଯେ ଜଣେ ଯୁବକ ଅନ୍ୟ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରେଟର ନୋଏଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସଙ୍କ କହିବା ଅନୁଯାୟୀ, ଚାରିଜଣ ସାଙ୍ଗ ମନ୍ଦିର ନିକଟରେ ବସି ଲୁଡୋ ଖେଳୁଥିଲେ। ଏହି […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍ଡାଉନ୍। ଲକ୍ଡାଉନ୍ର ଅବଧି ବଢ଼ିଥିବାରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଜିଲ୍ଲାରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଫସି ରହିଥିବା ଶ୍ରମିକମାନେ ଦିନରେ ଥରେ ମାତ୍ର ଖାଦ୍ୟ ଖାଇବାକୁ ପାଉଛନ୍ତି। ସେମାନେ କହିଛନ୍ତି, କରୋନା କ’ଣ ଜଣା ନାହିଁ । କିନ୍ତୁ କରୋନା ପାଇଁ ଖାଇବାକୁ ନପାଇ ଭୋକରେ ମରିଯିବୁ। ତେବେ ଏହି ଲକ୍ଡାଉନ କଟକଣା ବେଳେ ଜଣେ […]
ନୂଆଦିଲ୍ଲୀ: ଭାରତରେ କରୋନା ଜନତି ମୃତ୍ୟୁ ସଂଖ୍ୟା ୩୫୩ ଛୁଇଁଛି। ଗତ ୨୪ ଘଣ୍ଟାରେ କରୋନା ଭୂତାଣୁରେ ଦେଶରେ ୩୧ ଜଣଙ୍କ ଜୀବନ ନେଇଛି କୋଭିଡ-୧୯ ଭୂତାଣୁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏବେ ସୁଦ୍ଧା ୯ହଜାର ୨୭୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୧୮୯ ଜଣ ମାରାତ୍ମକ କରୋନା ଭୂତାଣୁର ମୁକ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଥିବା ପଜିଟିଭଙ୍କ […]
ମୁମ୍ବାଇ: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍ ଭଳି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲକ୍ଡାଉନ୍ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ମୁମ୍ବାଇ ପୁଲିସ୍ ପକ୍ଷେ କଷ୍ଟକର ହୋଇପଡ଼ିଛି। ପୁଲିସ୍ ଲାଠି ଚାର୍ଜ କଲେ ମଧ୍ୟ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନି। ସୂଚନା ଅନୁସାରେ, […]
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଏଥର ଆଇପିଏଲ୍ ଖେଳ ହେବା ନେଇ ସନ୍ଦେହ ଉପୁଜିଛି। କାରଣ ଆଜି ପ୍ରଧାନମନ୍ତ୍ରୀ ମେ-୩କୁ ଲକ୍ଡାଉନ୍ ଘୁଞ୍ଚାଇ ଦେବା ପରେ ବିସିସିଆଇ ମଧ୍ୟ ଆଇପିଏଲ କାର୍ଯ୍ୟସୂଚୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ପୂର୍ବରୁ ଘୋଷଣା ହୋଇଥିବା ଲକ୍ଡାଉନ୍ ଅବଧି ଏପ୍ରିଲ ୧୪ ରେ ସରିବା ପରେ ଆଇପିଏଲ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଥିଲା। ହେଲେ ଏବେ କରୋନା ସ୍ଥିତି ସୁଧୁରିଲେ ଓ ଲକଡାଉନ ପୂର୍ଣ୍ଣମାତ୍ରାରେ ହଟିବା […]