ନୂଆଦିଲ୍ଲୀ: ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ କଲାନୀଙ୍କ ଦେହାନ୍ତ ହୋଇଛି। ଏପ୍ରିଲ୍ ୬ତାରିଖରେ ତାଙ୍କର ପଞ୍ଚକୁଲା ନିକଟ କାଲକାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। Very sad and sorry to hear sudden demise of our colleague Mr Shyam Kalani who played role of sugriv and Bali with us in Ramayan […]
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ ଘଟଣା ଘଟିଛି ସଫଦରଜଙ୍ଗ ଅଞ୍ଚଳରେ। ସଫଦରଜଙ୍ଗ ହସ୍ପିଟାଲର କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତର ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରୁହନ୍ତି।ଏହି ଡାକ୍ତରଙ୍କୁ ସେମାନଙ୍କ ପଡ଼ୋଶୀମାନେ ଆକ୍ରମଣ କରିଥିବା […]
ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍ ବୋଲି ଜଣାପଡିଥିଲେ। କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ୍ ଆସିଛି। ପିଲିଭିତ୍ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ସାଉଦି ଆରବରୁ ଫେରିଥିଲେ। […]
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଛିା ମୋଟ ସଂକ୍ରମଣ ସଂଖ୍ୟା ସାଢ଼େ ୧୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶ୍ୱର ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ତେବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେଉଛି। ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ନ୍ୟୁୟର୍କରେ ସାଢ଼େ ୫ ହଜାର ଜଣଙ୍କ […]
ଭୋପାଲ: ମଧ୍ୟପ୍ରଦେଶର ଶୋୟପୁର ଜିଲ୍ଲାର ଆଦିବାସୀ ବିକାଶ ଅଞ୍ଚଳରେ କରାହଲର ବଛେରୀ ଗ୍ରାମରେ ସୋମବାର ଜନ୍ମ ହୋଇଥିବା ଏକ ଶିଶୁକୁ ତାଙ୍କ ପିତାମାତା ‘ଲକଡାଉନ୍’ ନାମରେ ନାମିତ କରିଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍କୁ ମନେରଖିବା ପାଇଁ ସେ ତାଙ୍କ ପୁଅର ନାମ “ଲକଡାଉନ୍” ରଖିଛନ୍ତି। ବଛେରୀ ଗାଁର ରଘୁନାଥ ମାଲିଙ୍କ ପତ୍ନୀ ମଞ୍ଜୁ ଗତ ସୋମବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଘରେ ରହି ମାସ୍କ ତିଆରି କରିବାକୁ ଅପିଲ୍ କରିଛନ୍ତି। ଅଭାବୀ ଲୋକଙ୍କୁ ମାସ୍କ ଦେବା ପାଇଁ ମଧ୍ୟ ନିବେଦନ […]
ଲକ୍ଷ୍ନୌ: ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ଦୂର କରିବା ପାଇଁ ଦେଶରେ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ସବୁ କିଛି ଠପ୍ ହୋଇଯାଇଛି। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଲକ୍ଡାଉନ୍ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲକ୍ଡାଉନ ଗାଇଡଲାଇନ କାର୍ଯ୍ୟକାରୀ କରିବା ପାଇଁ ଦିନରାତି ବାହାରେ ଜଗିଛନ୍ତି। ଲୋକଙ୍କୁ ସଚେତନ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୭୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩୩ଟି ମାମଲା ସହ ମରକଜ୍ ଜମାତି ସମ୍ପର୍କ ରହିଛି । ଏପରି ସମୟରେ ଦିଲ୍ଲୀର ଜଣେ ଟ୍ରାଫିକ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମଧ୍ୟ କରୋନାରେ ପଜିଟିଭ୍ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ଦିଲ୍ଲୀ ଟ୍ରାଫିକ ପୋଲିସର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । […]
ଭୁବନେଶ୍ୱର: କରୋନା ଭାଇରସ୍ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସୋନି ଟିଭି ଏକ ସର୍ଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛି ଯେଉଁଥିରେ ସାମାଜିକ ଦୂରତାର ବାର୍ତ୍ତା ଦିଆଯାଇଛି। ଏହି ସର୍ଟ ଚଳଚ୍ଚିତ୍ରର ନାଁ ‘ଫ୍ୟାମିଲି’। ଏଥିରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଆଲିଆ ଭଟ୍ଟ, ରଣବୀର କପୁର, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜୀବୀ ଏବଂ ମୋହନଲାଲ ମଧ୍ୟ ଅଭିନୟ କରିଛନ୍ତି। […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ରେ କରୋନା ଭାଇରସ୍ ସମ୍ପର୍କିତ ଗୁଜବ ପ୍ରଚାର ବହୁଳ ମାତ୍ରାରେ ହେଉଥିବାରୁ ଏଥିରେ କଟକଣା ଲଗାଇଛି କମ୍ପାନୀ। ହ୍ୱାଟ୍ସଆପ ଫରୱାର୍ଡରେ କଟକଣା ଲାଗିଛି। ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍ର ୨ ବିଲିଅନ୍ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ପକ୍ଷରୁ ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି, କରୋନା ଭାଇରସ୍ ବ୍ୟାପିବା ପରେ ହ୍ୱାଟ୍ସଆପ୍ ଫରୱାର୍ଡ ସଂଖ୍ୟା ହଠାତ ବଢ଼ିଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, […]
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଯୋଗୁ ସମସ୍ତ ଅନର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍, ସିନିୟର୍ ପୁରୁଷ ଟିମ୍, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ […]
ମୁମ୍ବାଇ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ଏଥିରେ ଏବେ ଆଗକୁ ଆସିଛନ୍ତି ଭାରତର ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର। ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର୍ ଗାଭାସ୍କର କୋଭିଡ୍-୧୯ ମହାମାରୀ ଲଢ଼େଇ ପାଇଁ ୫୯ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛନ୍ତି। ଗାଭାସ୍କର ପିଏମ୍ କେୟାର୍ସ ଫଣ୍ଡକୁ ୩୫ ଲକ୍ଷ ଟଙ୍କା ଏବଂ ସିଏମଓ ମହାରାଷ୍ଟ୍ରକୁ ୨୪ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କମେଣ୍ଟେଟର୍ ଏବଂ ବିଶେଷଜ୍ଞ ଭାବେ ପରିଚିତ ଗାଭାସ୍କର ନିଜେ ଏହି […]
ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍ ନାମକ ଏହି ବିଧାୟକ ଜଣକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଡିଟେନ୍ସନ୍ ସେଣ୍ଟରଠାରୁ ଆହୁରି କଦର୍ଯ୍ୟ ବୋଲି କହିଥିଲେ। ଏହାକୁ ସେ ବିପଜ୍ଜନକୁ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍ ନାମକ ଏହି ବିଧାୟକ ଜଣକ […]
କୋଲକାତା: କେଶ୍ ହାରିବା ପରେ ଜଜ୍ଙ୍କ ଉପରେ ରାଗି ଗଲେ ଓକିଲ। ଅଭିଶାପ ବି ଦେଲେ। କି ଅଭିଶାପ ଜାଣନ୍ତି। ଓକିଲେ କହିଲେ ଆପଣଙ୍କୁ କରୋନା ହେଇଯାଉ। ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍ଙ୍କୁ ଏପରି ଅଦ୍ଭୁତ ଅଭିଶାପ ଦେଇଛନ୍ତି। ବିଚାରପତି ତାଙ୍କ ପକ୍ଷରେ ରାୟ ନଦେବାରୁ ଓକିଲ ଜଣକ ଅଭିଶାପ ଦେଇଛନ୍ତି, ଆପଣଙ୍କୁ କରୋନା ହେଇଯାଉ। ତେବେ ଏପରି ଘଟଣା ପରେ ଜଷ୍ଟିସ୍ […]
ନୂଆଦିଲ୍ଲୀ: ଦେଶରେ ଉଦ୍ବେଗଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ କରୋନା ମୁକାବିଲା ପାଇଁ ଏବେ ତିନି ପ୍ରକାର […]
ଭୁବନେଶ୍ୱର: କରୋନାରେ ଆଜି ଗୋଟିଏ ଦିନରେ ବିଶ୍ୱରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ମୃତ୍ୟୁ ସଂଖ୍ୟା ଆଜି ୭୬ ହଜାର ପାର କରିଛି। ବିଶ୍ୱର ୨୦୯ ଦେଶ ଏବେ କରୋନା କବଳିତ। ସବୁଠୁ ଉଦବେଗଜନକ ସ୍ଥିତ ଏବେ ଆମେରିକାରେ ଦେଖିବାକୁ ମିଳୁଛି। ଆମେରିକା ବର୍ତ୍ତମାନ କରୋନା ହଟ୍ସ୍ପଟ୍ ପାଲଟିଛି। ଏଠାରେ ମୃତ୍ୟୁ ସଂଖ୍ୟା ୧୧ ହଜାର ପାଖାପାଖି ପହଞ୍ଚିଥିବା ବେଳେ ୩ ଲକ୍ଷ ୬୭ ହଜାର ୬୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାର ନ୍ୟୁର, […]