ଆବଶ୍ୟକୀୟ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ହଳଦୀଗୁଣ୍ଡ, ଲୁଣ, ତେଲ, ତେଜପତ୍ର, ଛୋଟ ଅଳେଇଚ, ଲବଙ୍ଗ, ଡାଲଚିନି, ବଟା ପିଆଜ, ଅଦା ବଟା, ରସୁଣ ବଟା, ଲଙ୍କାଗୁଣ୍ଡ, ନଡ଼ିଆ ରସ ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ନିଅନ୍ତୁ ଏବଂ ସେଥିରେ ଲୁଣ, ହଳଦୀ ଗୋଳାଇ ରଖନ୍ତୁ। କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ତେଜପତ୍ର, ଅଳେଇଚ, ଲବଙ୍ଗ, ଡାଲଚିନି, ହଳଦୀଗୁଣ୍ଡ, ବଟା ପିଆଜ, ଅଦା ବଟା, ରସୁଣ […]
ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ ଡାଲି ଭାବେ ସିଝାଇ ନିଅନ୍ତୁ। ଲାଉକୁ ଛୋଟ ଛୋଟ କାଟି(୧/୨ ଇଞ୍ଚ) ଆକାରର ସେଥିରେ ପକାନ୍ତୁ ଏବଂ ୨ ମିନିଟ୍ ସିଝାଇ ନିଅନ୍ତୁ। ସସ୍ପ୍ୟାନ୍ରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ହେଙ୍ଗୁ, […]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ […]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ, କଞ୍ଚାତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ି ଓ ଦହିଗୋଳା ସହିତ ମିଶାନ୍ତୁ। ଏ ସବୁକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଜକଜକିଆ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ […]
ଆବଶ୍ୟକୀୟ ସାମଗ୍ରୀ: ସୋୟାବିନ୍ ବଡ଼ି, ପିଆଜ, କାପ୍ସିକମ୍, ତେଲ, ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍, କଞ୍ଚାଲଙ୍କା, ଚିନି ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ। କାପ୍ସିକମ୍ ଖଣ୍ଡ ଖଣ୍ଡ କାଟି ତା ଭିତରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ। ପ୍ରଥମେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ତେଲ ଗରମ ହୋଇ […]
ଆମର ଦୈନନ୍ଦିନ ଜୀବନରେ ରୋଷେଇ ଏକ ମୁଖ୍ୟ କାର୍ଯ୍ୟ । ସାଧାରଣତଃ ରୋଷେଇ ପାଇଁ ଭଲ ପନିପରିବାର ଆବଶ୍ୟକତା ହୋଇଥାଏ। ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଖାଦ୍ୟ ସୁସ୍ୱାଦୁ ହୋଇନଥାଏ। ଏବଂ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ଏଣୁ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ବଜାରରୁ କିଣିକି ଆଣିବା ବେଳେ ଏଥିରେ ବହୁତ ଧୂଳି ଲାଗିଥାଏ। ଆଉ ମଧ୍ୟ ଏଥିରେ ବ୍ୟାକ୍ଟେରିଆ ଲାଗିଥା’ନ୍ତି। ହେଲେ ଏପରି କିଛି […]
ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ପୂରଣ ହୁଏ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଲୋକମାନେ ଅଣ୍ଡାରୁ ତତକ୍ଷଣାତ୍ ଆମଲେଟ୍, ଅଣ୍ଡା ତରକାରୀ, ସିଝା ଅଣ୍ଡା ଆଦି ତିଆରି କରନ୍ତି। କିନ୍ତୁ ଆପଣ କେବେ ଅଣ୍ଡା ମସାଲା ଖାଇଛନ୍ତି କି ତିଆରି କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏଥର ଅଣ୍ଡା ମସାଲାର ପ୍ରସ୍ତୁତି ବିଷୟରେ କହିବା। ଏହାକୁ ଘରେ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ […]
ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି ନ ଥିବେ। ବାସ୍ତବରେ, ଆପଣ ନିଶ୍ଚୟ ଅନେକ ପ୍ରକାରର ରାଇତା ଖାଇଥିବେ। କିନ୍ତୁ ଆଳୁ ଓ ଦହି ରାଇତା ଆପଣଙ୍କ ଭୋକକୁ ବଢେଇଦେବା ସହିତ ଖାଦ୍ୟର ସ୍ୱାଦ […]
ଅନେକଙ୍କର ଯେତେବେଳେ ମିଠା ଖାଇବାକୁ ଇଛା ହୁଏ, ବାହାରେ ମିଠା ଖୋଜାଯାଏ। କିନ୍ତୁ ଯଦି ଆପଣ ଘରେ ଗୁଡ଼ିଆ ଘର ଭଳି ସୁସ୍ଵାଦୁ ମିଠା ଖାଇବାକୁ ପାଇବେ ତେବେ କ’ଣ କହିବେ! ଏହା ସତ ଯେ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ଘରେ ବହୁତ ସ୍ୱାଦିଷ୍ଟ ମିଠା ମଧ୍ୟ ପ୍ରସ୍ତୁତ କରିପାରିବେ। ତାହା ପୁଣି ପୋଟଳରେ ତିଆରି ମିଠା। ଆପଣ ତ ନିଶ୍ଚୟ ଅନେକ ଥର ପୋଟଳ ତରକାରୀ ହେୁ କି ଭଜା ହେଉ ଖାଇଥିବେ, […]
ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, […]
ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ ଲାଗିଛି। ତେବେ କରୋନାର ଦ୍ଵିତୀୟ ଲହରୀ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ସରକାରଙ୍କ କଟକଣା ମଧ୍ୟ ଜାରି ହୋଇଛି ଘରେ ରହିବା ନେଇ। […]
ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର ଖାଦ୍ୟ ହୋଇଯାଇଥାଏ । ଭାରତର ଯେ କୌଣସି ସ୍ଥାନକୁ ଆପଣ ଯାଆନ୍ତୁ ନା କାହିଁକି ଏହି ଡିସଟି ଆପଣ ସହଜରେ ପାଇଯିବେ। ଆଜି ଆମେ […]
ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। Tips to Prepare Paneer Masala(ପନିର ମସାଲା) Recipe Without Onion ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍ ସମୟରେ ଏବଂ […]
ଭୁବନେଶ୍ୱର: ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍ କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ। ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି […]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ। How to Prepare Dahi Chingudi Tarkari ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ିରେ ମିଶାନ୍ତୁ। ଏ ସବୁକୁ କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ। […]
କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍ଡାଉନ୍ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା ହାଲୱା ରେସିପି ପ୍ରସ୍ତୁତ କରନ୍ତୁ। ତା’ ସହିତ ସ୍ୱାଧିନତା ଦିବସକୁ ଘରେ ରହି ମଧ୍ୟ ଉପଭୋଗ କରନ୍ତୁ। ଏହି ରେସପିଟି ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଓ […]
ଆବଶ୍ୟକ ସାମଗ୍ରୀ : ଚୁଙ୍ଗୁଡ଼ି, କମଳା, ଅଦାରସୁଣ ବଟା, ଧନିଆ ଜିରା ବଟା, ଅଦା ବଟା, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ସୋରିଷ ବଟା, ଅଟା ଚକଟା, ଜୁଆଣି ପତ୍ର ବଟା, ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଜୁଆଣି ପତ୍ରକୁ ବାଟି ରଖନ୍ତୁ। ପରେ ଚିଙ୍ଗୁଡ଼ିରେ ହଳଦୀଗୁଣ୍ଡ, ରସୁଣ ବଟା, ସୋରିଷ ବଟା, ଅଦା ବଟା, ଜିରା ଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣି ପତ୍ର ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ବଡ଼ […]
ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍, ମିଠା, ଶେକ୍ ଓ…
ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା, ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲ ଭାବେ ଗୋଳାନ୍ତୁ। […]
ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ […]
ଆପଣ କେବେ ଚିଲି ଆଳୁ ଖାଇଛନ୍ତି କି? ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ। ଏହା ଏକ ମଜାଦାର ଷ୍ଟାର୍ଟର୍ ଯାହା ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। ଆପଣ କ’ଣ ଏହି ଚାଇନିଜ୍ ଖାଦ୍ୟର ପ୍ରଶଂସକ ଅଟନ୍ତି ଏବଂ…
ପିଜା ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ହୃଦୟ ଖୁବ୍ କମ୍ ଲୋକ ବାଇଗଣର ସ୍ୱାଦ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ପିଜା ସ୍ୱାଦିଷ୍ଟ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।…
ଅନେକ ସ୍ୱତନ୍ତ୍ର ଦିନରେ ଘରେ ପ୍ରାୟ ପୁରି ତିଆରି କରାଯାଏ। ଏହାର କାରଣ ହେଉଛି ଯେ ଏହାର ଭିନ୍ନ ସ୍ୱାଦ ହେତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଅନ୍ୟପଟେ, ଯଦି ଆମେ ମିଠା ପୁରି ବିଷୟରେ କଥା ହେବା, ତେବେ ଏହା…
ପିଜାର ସ୍ୱାଦ ନିଆରା ହୋଇଥିବାରୁ ଅନେକ ଲୋକ ପିଜାକୁ ବହୁତ ପସନ୍ଦ କରନ୍ତ। କିନ୍ତୁ କରୋନା ଭାଇରସର ଦ୍ଵିତୀଯ ଲହର ହେତୁ ଲକଡାଉନରେ ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ପରିସ୍ଥିତିରେ ପିଜା ପସନ୍ଦ କରୁଥିବା ଲୋକ ରହିବେ…