ଭୁବନେଶ୍ୱର : ବିଜୟଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେପି। ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇ ବିଜେପି ଶ୍ରୀମନ୍ଦିର ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲେ ବି ୯ ବର୍ଷରେ କେତେଥର ଖୋଲାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର। ତେବେ ବିଜୟଙ୍କ ଏ ବାଣ […]
ଭୁବନେଶ୍ୱର: ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡିକରେ ବି ଲାଗିବ ସିସିଟିଭି। ଆସନ୍ତା ବର୍ଷ ଠୁ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ସିସିଟିଭି ଲଗାଯିବ ବୋଲି ଯୋଜନା ଥିବା ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ଛାତ୍ରଛାତ୍ରୀ ପାଠପଢା ଉପରେ ମନନିବେଶ କରନ୍ତୁ, ଯଦି ରେଜଲ୍ଟ ଖରାପ ହେଲା ସେଥିପାଇଁ ଆଗକୁ ଛାତ୍ରଛାତ୍ରୀ ଦାୟୀ ରହିବେ। ଏଥିସହ […]
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଏବେବି ୪ଜଣ ପାଇପ୍ ଭିତରେ ଫସି ରହିଛନ୍ତି। ସେମାନଙ୍କ ସନ୍ଧାନ ପାଇଁ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଟେକ୍ନିକାଲ ଟିମ୍ ଉଦ୍ୟମ ଜାରି ରଖିଛି। ଆଉ ୪ଟି ଶବ ବାହାର କରିବା ପାଇଁ ଆଜି ମଧ୍ୟ ଆର୍ଏସ୍ପି କର୍ତ୍ତୃପକ୍ଷ ତାଙ୍କର ଟେକ୍ନିକାଲ ଷ୍ଟାଫ୍ ମାନଙ୍କ ସହିତ କାମ ଜାରି ରଖିଛନ୍ତି। ଡ୍ରେନକୁ ବ୍ଳାଷ୍ଟିଙ୍ଗ କିମ୍ବା ଅନ୍ୟ ଯନ୍ତ୍ର ଦ୍ୱାରା […]
ଭୁବନେଶ୍ୱର : ରାଜ୍ୟରେ ବଢୁଛି ବଜ୍ରାଘାତ ବିପତ୍ତି। ଗତ ୩ ଦିନରେ ୧୮ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ସେହିପରି ୨୨ ମେ’ରୁ ଅର୍ଥାତ୍ ଗତ ୨୨ ଦିନରେ ଯାଇଛି ୪୦ ଜୀବନ। ବଜ୍ରାଘାତ ନେଇ ଏମିତି କିଛି ଘଟଣା ଏବେ ରାଜ୍ୟରେ ଦୁଃଖଦ ମୁହୂର୍ତ୍ତ ପାଲଟିଛି। କୁନି ଝିଅକୁ କହିଯାଇଥିଲେ ଘରକୁ ଫେରିଲା ବେଳେ ପକୁଡି ଆଣିଦେବି। ହେଲେ ପକୁଡି ଆଣିବେ କଣ ନିଜେ ଫେରିଲେନି। ବାଟରେ ବଜ୍ରାଘାତ ନେଇଗଲା ସୁନ୍ଦରଗଡ଼ ଶଙ୍କରାବାହଲ ଗାଁର […]
ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହଲ୍ଲାବୋଲ। ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା। ପୁରୀ ଭଦ୍ରକ ବାଲେଶ୍ୱର ସବୁଠି ବିକ୍ଷୋଭ ଓ ପ୍ରତିବାଦ ସଭା। କେନ୍ଦ୍ରାପଡା ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ। ଦଳର ଅଭିଯୋଗ ରତ୍ନଭଣ୍ଡାର ଯାଞ୍ଚବେଳେ ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି ପ୍ରକାଶ […]
କଟକ: କଟକ ସହରରେ ଅଜଣା ଜନ୍ତୁ ଆତଙ୍କ। କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦିଓ କାହାରିକୁ ଆକ୍ରମଣ କରିନାହିଁ, କିନ୍ତୁ କିଛି କୁକୁଡାଙ୍କୁ ମାରି ଖାଇଦେଉଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ପଶି ଆସିଥିବା ଏହି ଜନ୍ତୁକୁ ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେହି ଜନ୍ତୁଟି ନିକଟ ଏକ ଜଙ୍ଗଲକୁ ଖସି ପଳାଇ ଯାଇଥିଲା। ଲମ୍ବା […]
ବାଲେଶ୍ୱର: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ଗାଁ ଦାଣ୍ଡରେ ତାକୁ ଘୋଷାଡ଼ି ଘୋଷାଡ଼ି ମାରିଲା । ବିଚାରୀ ମା କଲବଲ ହୋଇ ଚିତ୍କାର କରୁଥିବା ବେଳେ ହାତ ମାଡ଼ ଅଣ୍ଟିଲାନି ଯେ ଶେଷରେ କାଠ ଫାଳିଆ ଆଣି ମା ପେଟ ଉପରେ ପକାଇ ଚଢ଼ିଗଲା ପୁଅ । ବର୍ଷ ବର୍ଷ ଅଖିଆ ଅପିଆ ରହି ଯୋଉ ପୁଅକୁ ବଳ ବୟସ ଦେଇଥିଲା ମା, ସେହି ପୁଅ ଏମିତି ଗାଁ […]
ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରୁଲ୍ସ ୧୯୬୦ର ଧାରା-୭। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଦୈନନ୍ଦିନ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସୁଥିବା ସୁନା, ରୁପା ଓ ଅନ୍ୟ ଅଳଙ୍କାର ସବୁକୁ ଏକ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇ ତାଲିକା କରାଯିବ। ଏସବୁକୁ ରତ୍ନଭଣ୍ଡାରରେ ଅଲଗା କରି ରଖାଯିବ। ପ୍ରତି ମାସରେ ରାଜ୍ୟ ସରକାରଙ୍କୁ ଏହାର ହିସାବ ଦିଆଯିବ। ହେଲେ ଶୃଙ୍ଖଳାକୁ ନେଇ ସୁପ୍ରିମ୍କୋର୍ଟଙ୍କ ଛାଟ ପରେ ଏବେ ଏ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର […]
ଭୁବନେଶ୍ୱର : ଜାତୀୟ ଟିଭି ଚ୍ୟାନେଲ୍ରେ ବୈଜୟନ୍ତଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ। ଟିଭି ଇଣ୍ଟରଭ୍ୟୁରେ ବୈଜୟନ୍ତ, ବିଜେଡିର ଗୁମର ଉପରୁ ପରଦା ହଟାଇଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ କୋଟେରୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ୩ରୁ ୪ ବର୍ଷ ହେଲା ଦଳ ଓ ନେତା ସଂପୂର୍ଣ୍ଣ ଭାବେ ଏହି କୋଟେରୀ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି। ପରୋକ୍ଷରେ ଜୟଳଳିତା ଓ ଶଶିକଳାଙ୍କ ଉଦାହରଣ ଦେଇ ବୈଜୟନ୍ତ କହିଛନ୍ତି ଯେ, ଜଣେ […]
ଭୁବନେଶ୍ୱର: ପୁଣି ହଟଚମଟ କଲେ ଦାମ । ସାମ୍ବାଦିକଙ୍କ ପ୍ରଶ୍ନର ବେପରୁଆ ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ । ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ସେ କିଏ (?)…. ‘ମୁଁ ଜଣେ ରାଜନେତା, କିରାଣିଙ୍କ ସହ ମୋର କି କାମ (?) ବୋଲି କହିଛନ୍ତି ଦାମ। ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ରହି ଅଗଣତାନ୍ତ୍ରିକ ଭାବେ କ୍ଷମତାର ଅପବ୍ୟବହାର କରୁଥିବା ପ୍ରଶ୍ନ ଉପରେ ମନ୍ତବ୍ୟ ରଖି ଦାମ କହିଲେ […]
ଭୁବନେଶ୍ୱର : ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼। ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ଆସୁନାହିଁ। ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ […]