• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

rank
ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ୩୪ ନମ୍ବର ରାଙ୍କ୍‌

ଭୁବନେଶ୍ୱର : ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ରାଙ୍କ୍‌। ସିଙ୍ଗାପୁର ସ୍ଥିତ ଇଡେନ ଷ୍ଟ୍ରାଟେଜୀ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ରାଙ୍କ୍‌ ପ୍ରଦାନ କରାଯାଇଛି । ଟପ୍ ୱାନ ତଥା ଶୀର୍ଷରେ ରହିଛି ଲଣ୍ଡନ। ଦ୍ୱିତୀୟ ରାଙ୍କ୍‌ରେ ରହିଛି ସିଙ୍ଗାପୁର ଏବଂ ସିଓଲ୍‌କୁ ମିଳିଛି ୩ ନମ୍ବର ରାଙ୍କ୍‌। ପ୍ରକାଶିତ ତାଲିକାରେ ଭୁବନେଶ୍ୱର ସମେତ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ ଏବଂ ପୁନେ ସହରକୁ ମଧ୍ୟ ସ୍ଥାନିତ […]

  • Monday, 19 July 2021
heritage
ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ ମନ୍ତ୍ରୀ ରହିବେ।  ଏହି କ୍ୟାବିନେଟ କମିଟିର କାମ ହେଲା-ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାମ କରୁଥିବା ସଂସ୍ଥା ଓ […]

  • Monday, 19 July 2021
ratha
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନ୍ତ ହେବ ଦୀର୍ଘ ୧୫ ଦିନର ପ୍ରତୀକ୍ଷା। ରାତି ପାହିଲେ ନବ ଯୌବନ […]

  • Monday, 19 July 2021
chandra
ପୋଡ଼ି ମାରି ଦେଲେ ସ୍ୱାମୀ ଓ ଶାଶୁ-ଶ୍ୱଶୁର

ଖୋର୍ଦ୍ଧା  : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା । ୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ସ୍ୱାମୀ ସହ ମିଶି କିରୋସିନି ନିଆଁରେ ଜାଳି ମାରିଦେଇଛନ୍ତି […]

  • Monday, 19 July 2021
vlcsnap-error435
ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା

କୋରାପୁଟ/ରାୟଗଡ଼ା: ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା । ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଧାୟକ ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୀଳାଦ୍ରି ରାୟଗଡ଼ା ଜିଲ୍ଲାର ଟିକିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀପୁରଠାରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଏକ […]

  • Monday, 19 July 2021
no flying zone
ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ଆବେଦନ ଅଗ୍ରାହ୍ୟ

ପୁରୀ : ପୁରୀ ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ହୋଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି।  ଆବେଦନକୁ ଅଗ୍ରାହ୍ୟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏହା ଇଣ୍ଟରନ୍ୟାସନାଲ ଫ୍ଲାଇଂ ରୁଟ୍ ହୋଇଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଥିବା ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ବିମାନଗୁଡ଼ିକ ୩୫ ହଜାର ଫୁଟ ଉପରେ ଯାଉଥିବାରୁ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ଦର୍ଶାଯାଇଛି।

  • Monday, 19 July 2021
ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ମୃତ ସୌମ୍ୟଙ୍କ ବାପା ଦାବି କରିଛନ୍ତି।

rain
ମୌସୁମୀ ପୁଣି ସକ୍ରିୟ, ଚାରି ଦିନ ବର୍ଷିବ

ଭୁବନେଶ୍ୱର: ମୌସୁମୀ ପୁଣି ସକ୍ରିୟ ହୋଇଛି। ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସାଙ୍ଗକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେବ । ଆଜିଠୁ ଚାରିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ […]

  • Monday, 19 July 2021
vlcsnap-error837
ପଲିଥିନ୍ ବ୍ୟାନ୍ ସଫଳ ହେବ ତ ?

ଭୁବନେଶ୍ୱର: ରାଜ୍ୟରେ ସବୁଠି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର। ମାତ୍ରାଧିକ ପଲିଥିନ୍‌ ବ୍ୟବହାର ଯୋଗୁଁ ହିଁ ପ୍ରଦୂଷିତ ହେଉଛି ପରିବେଶ। ଏହାକୁ ଆଖିରେ ରଖି ପଲିଥିନ୍ ବ୍ୟାନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍‌ର ବିକଳ୍ପ ଭାବେ କେଉଁ ସାମଗ୍ରୀ ବ୍ୟବହାର କରାଯିବ? ତାହା ଏବେ ବଡ଼ ପ୍ରଶ୍ନ। ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗ ଏହି କଟକଣାକୁ କାର୍ଯ୍ୟକାରୀ କରିବେ। […]

  • Monday, 19 July 2021
vlcsnap-error126
ତଳକୁ ଖସୁଛି ଶିଳ୍ପ ଅନୁକୂଳ ବାତାବରଣ; ଥିଲା ୭, ଖସିଲା ୧୪କୁ

ଭୁବନେଶ୍ୱର: ପ୍ରଥମେ ୭, ପରେ ୧୧ ଆଉ ଏବେ ୧୪। ତଳକୁ ତଳ ଯାଉଛି ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଓଡିଶାର ସ୍ଥାନ। ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଆମର ସବୁ ପଡ଼ୋଶୀ ଆଗରେ ଅଛନ୍ତି।  ଆନ୍ଧ୍ର ପ୍ରଦେଶ ରହିଛି ଏକ ନମ୍ବରରେ। ତେଲେଙ୍ଗାନା ୨, ଝାଡଖଣ୍ଡ ଓ ଛତିଶଗଡ଼ ଅଛନ୍ତି ୪ ଓ ୬ ନମ୍ବର ସ୍ଥାନରେ। ଦୁଇଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା। ଗୋଟିଏ ହେଉଛି ଶିଳ୍ପ ସଂସ୍କାରର ସ୍କୋର ବୋର୍ଡ […]

  • Monday, 19 July 2021
vlcsnap-error692
ଅନୁଗୁଳ ବିଜେଡିରେ ଫାଟ

ଅନୁଗୁଳ: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଅଭିଯୋଗ କରି ୧୫ରୁ ଅଧିକ ସରପଞ୍ଚ ଅନୁଗୁଳ ବ୍ଲକ୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଧାରଣାରେ ବସିଥିଲେ ୧୫ ପଞ୍ଚାୟତର ଜନପ୍ରତିନିଧି। ଗତକାଲି ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରାଯାଇଥିବାବଳେ ୧୫ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇନଥିଲେ। ବିଧାୟକ ଓ ପ୍ରଶାସନିକ ଅଧିକାରୀ […]

  • Monday, 19 July 2021
tito
ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍

ଭୁବନେଶ୍ୱର : ସନ୍ଦେହ ପରିସରକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍। ଟିଟୋର ଓଲିଉଡ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ STFକୁ ମିଳିଛି ସୁରାକ୍‌। ଏକ ନିର୍ମାଣାଧୀନ ଓଡ଼ିଆ ଫିଲ୍ମରେ ଟିଟୋର ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚ ଖୋଳତାଡରୁ ସୂଚନା ମିଳିଛି। ଫିଲ୍ମ ‘ବିଶ୍ୱନାଥ’ର ମହୁରତ ସରି ଏବେ ଶୁଟିଂ ପର୍ଯ୍ୟାୟରେ ରହିଛି। ନିଜ ଭାଇ ଜରିଆରେ ଟିଟୋ ଟଙ୍କା ଲଗାଇଥିବା ସୂଚନା ମିଳିଛି। ସେହିଭଳି ଅନ୍ୟ ଫିଲ୍ମରେ ଟଙ୍କା ଲାଗିଛି କି ନାହିଁ ସେନେଇ ତଦନ୍ତ କରୁଛି STF। […]

  • Monday, 19 July 2021
dead body
ସାଙ୍ଗକୁ ଟାଙ୍ଗିଆରେ ହାଣିଲେ ସାଙ୍ଗ

ବୌଦ୍ଧ: ବାଉଁଶୁଣି ଥାନା ମଳିକପଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ସାଙ୍ଗ ମାରିଥିବା ଅଭିଯୋଗ ହୋଇଛି। ଗାଁରେ ଗତକାଲି ରାତିରେ ୪ଜଣ ସାଙ୍ଗ ମିଶି ଭୋଜିଭାତ କରିଥିଲେ। ଭୋଜି ଖାଇବା ପରେ କୌଣସି କାରଣକୁ ନେଇ ୪ଜଣ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ତିନିଜଣ ସାଙ୍ଗ ଉତ୍ୟକ୍ତ ହୋଇ ସୌମିତ୍ରୀଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୌମିତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା ପରେ […]

  • Monday, 19 July 2021
boat2
ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି : ମାଲକାନଗିରି ସତୀଗୁଡା ଡ୍ୟାମରେ ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ଏବଂ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଯାଉଛି। ଗତକାଲି ଡ୍ୟାମକୁ ମାଛ ଧରିବାକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାରେ ଦୁଇଜଣ ଥିଲେ। ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝୀ । ଖବର […]

  • Monday, 19 July 2021