• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error343
କ୍ୟାଡର ମାଓବାଦୀଙ୍କ ଅାତ୍ମସମର୍ପଣ

ନୂଆପଡ଼ା: ମାଓ ସଂଗଠନରୁ ମୁହଁ ଫେରାଇଲେ ମାଓବାଦୀ। ନୂଆପଡ଼ା ଏସପି ସ୍ମିଥ୍ ପରମାରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାଁ ଦୁର୍ବାଦଳ ବରିହା।  ସେ ୨୦୦୯ରୁ ବରଗଡ-ବଲାଙ୍ଗିର-ମହାସମୁନ୍ଦ ଡିଭିଜନରେ କାମ କରୁଥିଲେ। ୨୦୦୯ରେ ବରଗଡ଼ ଜିଲ୍ଲା ପଲସଦା ରାସ୍ତା ନିର୍ମାଣ ସଂସ୍ଥାର କ୍ୟାମ୍ପରେ ପୋଡ଼ାଜଳା, ୨୦୧୧ରେ ଝାରମୁଣ୍ଡାରେ ଟ୍ରକ ପୋଡ଼ାଜଳା, ୨୦୧୨ରେ ବରତୁଣ୍ଡ ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ଏପରିକି ଦୁର୍ବାଦଳଙ୍କୁ […]

  • Monday, 19 July 2021
vlcsnap-error885
ରାଜଧାନୀରେ ସମ୍ବଲପୁରୀ ଦିବସ ପାଳନ

ଭୁବନେଶ୍ୱର: ରାଜଧାନୀରେ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିବସ। ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରରେ ଏକ ବାଇକ୍‌ ରାଲି ଭୁବନେଶ୍ୱର ମାଷ୍ଟାରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ୍‌ ୮ ଡିଏଭି ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଏକାଠି ହୋଇ ପାରମ୍ପରିକ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। ସମ୍ବଲପୁରୀ କଳା ସଂସ୍କୃତିକୁ ସ୍ୱର୍ଗତ ସତ୍ୟନାରାୟଣ […]

  • Monday, 19 July 2021
bmc
ନୟାପଲ୍ଲୀ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର  : ଅାଜି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲିଛି ଉଚ୍ଛେଦ ଅଭିଯାନ। ଅାଇଆର୍‌ସି ଭିଲେଜ ଅଞ୍ଚଳର ଏନ୍ଏଚ୍ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। NH କଡ଼ରେ ସ୍ୱେରେଜକୁ ଅନେକ ଲୋକ ଜବର ଦଖଲ କରିଥିଲେ। ଅାଜି ବିଏମ୍‌ସି, ବିଡିଏ ଓ NHAI ପକ୍ଷରୁ ମିଳିତ ଭାବେ ଏହି ଜବର ଦଖଲକୁ ଉଚ୍ଛେଦ କରାଯାଉଛି।  ଏହା ଅାଗରୁ ଇସ୍କନ ମନ୍ଦିରର ଜବର ଦଖଲକୁ ଉଚ୍ଛେଦ କରାଯାଇଥିଲା। ଇସ୍କନ ମନ୍ଦିର ସାମ୍ନାରେ ଛାତିଏ ବର୍ଷା […]

  • Monday, 19 July 2021
iocl
କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ। ଅାଜି IOCLର ୫ ଜଣ ଅଧିକାରୀ STFଙ୍କ ନିକଟରେ ହାଜର ହୋଇଛନ୍ତି। ଟିଟୋକୁ ପେଟ୍ରୋଲ ପମ୍ପ ଅାବଣ୍ଟନ ମାମଲାରେ ସେମାନେ ହାଜର ହୋଇଥିବା କୁହାଯାଉଛି। STFରୁ ଫେରିଲା ପରେ IOCL ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।  ପାଇପ୍‌ ଲାଇନ୍‌ ବିଛାଇବା କାମରେ ବାଧା ସୃଷ୍ଟି ହେଉଛି। କିଛି ଅସାମାଜିକ ବାଧା ସୃଷ୍ଟି କରୁଥିବାରୁ ଜଣାଇବାକୁ ଅାସିଥିଲୁ ବୋଲି ଅଧିକାରୀ କହିଛନ୍ତି।

  • Monday, 19 July 2021
raid
ରିଜର୍ଭ ପୁଲିସ୍‌ ହାବିଲ୍‌ଦାରଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ରିଜର୍ଭ ପୁଲିସ୍‌ ହାବିଲ୍‌ଦାର। ହାବିଲ୍‌ଦାର ତୈଲୋକ୍ୟନାଥ ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ୍‌ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଟିମ୍ ତୈଲୋକ୍ୟଙ୍କ ବାସଭବନ ସହ ୩ଟି ସ୍ଥାନରେ ଚଢ଼ଉକରିଛି। ଚଢ଼ଉବେଳେ ବ୍ୟାଙ୍କ ପାସବୁକ୍, ଅଳଙ୍କାର ସହ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଜବତ ହୋଇଛି।  

  • Monday, 19 July 2021
sushanta singh
ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ

ଅନୁଗୋଳ : ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ନାଲକୋର ଫ୍ୟାକ୍ଟ୍ରୀ ଓ ବଏଲର ବିଭାଗର ଏକ ସେମିନାରରେ ଯୋଗ ଦେବାକୁ ଯାଉଥିଲେ। ବିରୋଧ ସତ୍ତ୍ୱେ […]

  • Monday, 19 July 2021
Monsoon
ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, କଟକ, ଯାଜପୁର ଇତ୍ୟାଦି ଜିଲ୍ଲାରେ ଅଧିକ ବର୍ଷା ହେବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  

  • Monday, 19 July 2021
vlcsnap-error592
ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ

ନବରଙ୍ଗପୁର : ରୋଗ ଭଲ ନ ହେବାରୁ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଛି। ଏହି ଘଟଣା ଘଟିଛି ନବରଙ୍ଗପୁରର ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ଗାଁରେ। ଶିଶୁର ଦେହ ଖରାପ ହେବା ପରେ ପରିବାର ଲୋକ ତାର ପେଟ ଓ ମୁଣ୍ଡରେ ଚେଙ୍କ ଦେଇଥିଲେ। କିନ୍ତୁ ରୋଗ ଭଲ ହେବା ବଦଳରେ ଶିଶୁଟିର ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା। ଏହାପରେ ପରିବାର ଲୋକ ଚିକିତ୍ସାପାଇଁ  ଶିଶୁପୁତ୍ରକୁ ମେଡିକାଲରେ ଭର୍ତ୍ତି କରିଛନ୍ତି।

  • Monday, 19 July 2021
thana
ଗୁରୁ ନାଁରେ କଳଙ୍କ

ଦେବଗଡ଼  : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ। ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ବର୍ଷ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ। ତେବେ ଗତକାଲି […]

  • Monday, 19 July 2021
vlcsnap-error880
ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଷୀ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଚାଷୀଙ୍କ ମୃତ୍ୟୁ ନେଇ ଉତ୍ତେଜନା। ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଖଣ୍ଡପଡା ବ୍ଳକ ଶିଖରପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ, ସକାଳେ ଗାଁର ପାଣୁ ଭଟ୍ଟ ନାମକ ଜଣେ ଚାଷୀ ଜମିକୁ ଯାଉଥିବାବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

  • Monday, 19 July 2021
bhitara kanika
ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା : ଖୋଲିଲା ଭିତରକନିକା। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’୧ ତାରିଖରୁ ବନ୍ଦ ଥିଲା ଭିତରକନିକା। ପ୍ରଜନନ ଋତୁ ଶେଷ ହୋଇଥିବାରୁ ଅାଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ। ତେବେ ଭିତରକନିକା ଅଂଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି।  ଭିତରକନିକା ଅଭୟାରଣ୍ୟ ଗତ ମେ’୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ […]

  • Monday, 19 July 2021
puri
ଅାଜି ଶ୍ରୀଜିଉଙ୍କ ବନକଲାଗି

ପୁରୀ : ଅାଜି ଶ୍ରୀଜିଉଙ୍କ ବନକଲାଗି ହେବ। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳ, ହରିପଲ, ଧଳା କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବିଧି ମୁତାବକ ଦ୍ୱିତୀୟ ଭୋଗମଣ୍ଡପରେ ଏହି ବନକଲାଗି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିପାରେ। ରଥଯାତ୍ରା ଶେଷ କରି ମହାପ୍ରଭୁ ନୀଳାଦ୍ରିବିଜେ ପରେ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କ ଏହା ପ୍ରଥମ ବନକଲାଗି ହେବ।

  • Monday, 19 July 2021
arrest
ବାଲିରେ ପୋତାଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତପୁର : କଟକ ଜଗତପୁର ମହାନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ବାଲିରେ ପୋତାଯାଇଥିବା ବେଳେ ଉଦ୍ଧାର ମୃତକ ହେଲେ ଜଗତପୁର ମୁଣ୍ଡାସାହି ବସ୍ତିର ଶିବ ସାହୁ। ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ମଦ ପିଇବାକୁ କେନ୍ଦ୍ରକରି ବସ୍ତିର କିଛି ଲୋକଙ୍କ ସହ ଶିବର ଗଣ୍ଡଗୋଳ ହୋଇଥିଲା।  ଫଳରେ ବସ୍ତିର କିଛି ଯୁବକ ଶିବକୁ ଅାକ୍ରମଣ କରିଥିଲେ। ତେବେ ସୋମବାର ରାତିରେ ଶିବର ମୃତ୍ୟୁ ହୋଇଥିଲା। ଶିବର ମୃତଦେହକୁ ବସ୍ତିରୁ ଅାଣି ମହାନଦୀ ପଠାରେ ପୋତିଦେଇଥିଲେ […]

  • Monday, 19 July 2021
news-room-live-head-live-4pm
ଅପରାହ୍ନ ୪ଟା ବେଳର ମୁଖ୍ୟ ଖବର

4 PM Headlines 15 May 2020 OdishaTV

  • Monday, 19 July 2021
vlcsnap-error658
ଆସିଲାନି ଆମ୍ବୁଲାନ୍ସ; ଟ୍ରଲିରେ ନେବା ବେଳେ ପ୍ରସବ କଲେ ମହିଳା

ଭଦ୍ରକ: ପୁଣି ଜନନୀ ଯନ୍ତ୍ରଣା। ୧୦୮ କି ୧୦୨ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ଟ୍ରଲିରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ସେରପୁର ଗାଁରେ। ଭାନୁ ମହାଳିକ ନାମକ ମହିଳାଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ବହୁ ସମୟ ଯାଏ କୌଣସି ଆମ୍ବୁଲାନ୍ସ […]

  • Monday, 19 July 2021