କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି । ଜନ୍ସେଲ ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍ସେଲ୍ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅାଣୁଛି EOW । ୨୦୧୩ -୧୪ ଓ ୨୦୧୪-୧୫ […]
ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ସତ୍ୟଜିତ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍ କମିଶନର। ୧୯୮୮ ବ୍ୟାଚ୍ର ଆଇପିଏସ ହେଉଛନ୍ତି ସତ୍ୟଜିତ୍ ମହାନ୍ତି। ପୂର୍ବରୁ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସ୍ନାଲ ଏସ୍ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୦୪ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ ପଦକ […]
ଜଳେଶ୍ୱର: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଦା ହଟୁ ନାହିଁ। ମେଡିକାଲ ପରିସରରେ ଚାଲିଛି ଝଡ଼ାଫୁଙ୍କା। ତାହା ବି ପୁଣି ଫୋନ୍ରେ। ମୃତକଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି ଗୁଣିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଜି.କେ ଭଟ୍ଟର ହସ୍ପିଟାଲରେ। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗାଁର ସିଦ୍ଧେଶ୍ୱର ଜେନା ବିଲରେ କାମ କରୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। […]
ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ୍ ବାଟମଙ୍ଗଳା ଓଭର ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଜବତ ହୋଇଛି। ଟ୍ରକ୍ ଭିତରୁ ୫୦ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ୫୦ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଏକ ଗୋଶାଳାକୁ ଅଣାଯାଇଛି। ବେଆଇନ ଚାଲାଣ ବେଳେ ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ରାଉରକେଲା: ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ଦାବି ଜୋର ଧରିଛି। ତିନି ବର୍ଷ ତଳେ ଆଇଆଇଏମ୍ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଷ୍ଠା କରାଯାଇନଥିବାରୁ ରାଉରକେଲାରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ରାଉରକେଲା ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେପି […]
ଭୁବନେଶ୍ୱର: ଆଜି ସରୁଛି ମାଓବାଦୀଙ୍କ ସହିଦ ସପ୍ତାହ। ସହିଦ ସପ୍ତାହର ଶେଷ ଦିନରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ମାଓବାଦୀଙ୍କ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ପୁଲିସ ଏବଂ ସିଆରପିଏଫ ପକ୍ଷରୁ ବିଶ୍ରା, ଚାନ୍ଦିପୋଷ, ଟୋପାଡ଼ିହି, କେ. ବଲାଙ୍ଗ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ସେହିଭଳି ରାଉରକେଲାରୁ ଝାଡ଼ଖଣ୍ଡ ଏବଂ ବିହାର ଯାଉଥିବା ୬୦ରୁ ଅଧିକ ବସ୍ ଚଳାଚଳ ବନ୍ଦ […]
ସମ୍ବଲପୁର: ସବୁଦିନ ପରି ଆଜି ମଧ୍ୟ ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ, ମିଳିଥିଲା ତାଙ୍କ ମୃତଦେହ। ସମ୍ବଲପୁରରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି॥ ପାଓ୍ୱାର ଚ୍ୟାନେଲରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାଣ ହରାଇଥିବା ୨ ଛାତ୍ର ହେଲେ ସୁମିତ୍ ଦାସ ଓ ସମୀର ଦଳେଇ। ଉଭୟେ ଦଶମ ଶ୍ରେଣୀରେ ପଢୁଥିଲେ। ସୂଚନା ଅନୁସାରେ, ସ୍ପେଶାଲ […]
ମାଲକାନଗିରି: କମ୍ପ୍ୟୁଟର ରୁମ୍ରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଶିଖପାଲୀ ଆବାସିକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ପାଖ ଏକ କମ୍ପ୍ୟୁଟର ରୁମ୍ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅତି ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ତାଙ୍କ ହାତରେ କଟା ଦାଗ ଥିବା ସହ ତାଙ୍କ ନିକଟରୁ ଏକ ବ୍ଲେଡ୍ ମଧ୍ୟ […]
ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି ଏଇ ୪ ଜିଲ୍ଲା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବଳରାମଗଡ଼ି, ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର। ସମୁଦ୍ର କୂଳିଅା ଗାଁଗଣ୍ଡା, ସାହି ବସ୍ତିରେ ବର୍ଷ ବର୍ଷ ଧରି ରହୁଛନ୍ତି ହଜାର ହଜାର ବାଂଲାଦେଶୀ। ପ୍ରଥମେ ଜଳପଥ କିମ୍ବା ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ, ପରେ ଛୋଟମୋଟ ଜୀବିକା, ଅାଉ ତାପରେ […]
ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଅା ଚାଲ୍। ସଫଳ ଯୋଜନାର ପ୍ରଚାର ପ୍ରସାର ପାଇଁ ଅାଉ ଏକ ଷ୍ଟ୍ରାଟେଜି ଗାଁରୁ ସହର ସବୁଠି ଛାଇଯିବ ଏଭଳି ବିଭିନ୍ନ ସ୍କିମ୍ର ହୋର୍ଡିଂ। ଯାହାର କିଛିଟା ଝଲକ୍ ଏବେଠାରୁ ଦେଖିବାକୁ ମିଳିଲାଣି ରାଜଧାନୀ ଭୁବନେଶ୍ୱରରେ। ରାଜ୍ୟର ସବୁ ପ୍ରମୁଖ ସ୍ଥାନରେ ଏଭଳି ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଞ୍ଚାୟତଠାରୁ ପୌରାଞ୍ଚଳ, ବ୍ଲକ୍ ହେଡ୍କ୍ୱାର୍ଟର ଠାରୁ ଗ୍ରାମାଞ୍ଚଳ, ସବୁ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ […]