ବାଲେଶ୍ୱର : ପୁଣି ଖଟିଅାରେ ବୁହା ହେଲେ ଗର୍ଭବତୀ। ରାସ୍ତା ନ ଥିବାରୁ ଅାସିପାରିଲାନି ୧୦୨ ଅାମ୍ବୁଲାନ୍ସ। ତେଣୁ ଖଟିଅାରେ ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବିରୁଅା ପଞ୍ଚାୟତର ପଣ୍ଡାସାହି ଗାଁରେ। ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ପରେ ଡାକ୍ତରଖାନା ନେବାପାଇଁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ତେବେ ରାସ୍ତା କାଦୁଅରେ ପଚ ପଚ ହୋଇଯାଇଥିବା ଏବଂ ଅଣଓସାରିଅା ହୋଇଥିବାରୁ ଅାମ୍ବୁଲାନ୍ସ ଅାସି ଅଧାବାଟରେ ଅଟକିଯାଇଥିଲା। […]
ଭୁବନେଶ୍ୱର : ଶ୍ରାବଣରେ ବର୍ଷା ସଙ୍କଟ। କ୍ଷେତ ଶୁଖି ଆଁ କରିଛି, ଧାନଗଛ ବି ମରିଗଲାଣି। ବିଲ ମଝିକୁ ଧସେଇ ପଶିଲେଣି ଗାଈଗୋରୁ। ଏହି ସମସ୍ୟାର ଚିତ୍ର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର। ପ୍ରାୟ ୧୫ ଦିନ ହେଲା ବର୍ଷାର ଦେଖାନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ସମାନ ଦୁର୍ଦ୍ଦଶା ନୂଅାପଡ଼ା ଜିଲ୍ଲାରେ। ଖଡ଼ିଆଳ ଏବଂ ସିନାପାଲି ବ୍ଲକରେ ଅାବଶ୍ୟକତା ଠାରୁ କମ୍ ବର୍ଷା ହୋଇଥିବାରୁ ମରିବାକୁ ବସିଲାଣି ଧାନ ତଳି। ତେଣୁ ପାଣି ସିଞ୍ଚି ବଞ୍ଚାଇ […]
ମାଲକାନଗିରି : ସେବାଶ୍ରମରେ ଯୌନ ଶୋଷଣ । ଜଣଙ୍କ ପରେ ଜଣେ କିଶୋରୀଙ୍କ ଇଜ୍ଜତ ସହ ଖେଳିଛନ୍ତି ହେଡ୍ସାର୍ । ଗୁରୁ ନାଁରେ କଳଙ୍କ ବୋଳି ଦେଇଛନ୍ତି ଏହି ବ୍ୟକ୍ତି ଜଣକ। ଯାହାଙ୍କ ନାଁ ବିଶ୍ୱଜିତ ସରକାର। ମାଲକାନଗିରି ଜିଲ୍ଲାର ଏକ ଛାତ୍ରୀ ସେବାଶ୍ରମର ପ୍ରଧାନ ଶିକ୍ଷକ ଏହି ବିଶ୍ୱଜିତ ସରକାର। ଏହି କଳଙ୍କିତ ଗୁରୁଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇ ଜୀବନ ହାରିଥିବା ଛାତ୍ରୀଙ୍କ ନୋଟ୍ବୁକ୍ରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ସୁରାଗ୍। ମିଳିଥିବା ତଥ୍ୟ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ। ହସ୍ପିଟାଲ ପରିସର ନିରାମୟ ଯୋଜନା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ଓ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ନିରାମୟ କେନ୍ଦ୍ରରୁ ଧୂଆଁ ବାହାରୁଥିବା ଦେଖି ୱାଚ୍ ମ୍ୟାନ ଓ ନର୍ସ ଦମକଳ ବାହିନୀକୁ ଜଣାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ […]
କାମାକ୍ଷାନଗର : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ। ଅାଜି ଦିନ ୧୧ଟା ବେଳେ ସଂଗ୍ରାମଙ୍କୁ କଲେଜ ଛାଡିବାକୁ ଅାସିଥିଲେ ଅଣଛାତ୍ର ସଂଜୀବ। ଏହି ସମୟରେ ହଠାତ କଲେଜର ଜଣେ ଛାତ୍ର ଓ ୫ ଅଣଛାତ୍ର ସେମାନଙ୍କୁ ବୋମା ମାଡ଼ […]