ଭୁବନେଶ୍ୱର : ଓଡ଼ିଶା କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ସଚିବାଳୟ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଛି। ଆସନ୍ତା ଅଢେଇ ବର୍ଷ ମଧ୍ୟରେ ସରିବ କୋଷ୍ଟାଲ ହାଇୱେ। ଏ ନେଇ ଖୁବଶୀଘ୍ର ପ୍ରସ୍ତୁତ ହେବ DPR। ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ। ୬ରୁ ୯ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ ହେବ। ଏଥିରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ […]
ଅନୁଗୁଳ : ଆଖିରୁ ନିଦ ହଜାଉଛନ୍ତି ବ୍ୟାଙ୍କ୍ ଲୁଟେରା। ସୁରକ୍ଷା ବ୍ୟବସ୍ଥାକୁ ଚକ୍ମା ଦେଇ ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତିନି ତିନିଟି ବ୍ୟାଙ୍କ ଲୁଟ୍। ସବୁଠୁ ଉଦ୍ବେଗଜନକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ଗତକାଲି ପୂର୍ବାହ୍ନରେ ଆନ୍ଧ୍ର ବ୍ୟାଙ୍କର ଅନୁଗୁଳ ଶାଖାରେ ପଶି ଲୁଟତରାଜ୍ ପରେ ରାତିରେ ବନ୍ତଳା ଏସ୍ବିଆଇ ଶାଖାରେ ଲୁଟ୍ ଉଦ୍ୟମ। ବନ୍ତଳାରେ ଷ୍ଟ୍ରଙ୍ଗରୁମ୍ରେ ପଶି ବାକ୍ସ ଟେକିନେବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। କିନ୍ତୁ ସାଇରନ୍ […]
ଭୁବନେଶ୍ୱର : ବିଳମ୍ବରେ ଆସିପାରେ ଚଳିତ ବର୍ଷର ଯୁକ୍ତ ୨ ରେଜଲ୍ଟ। ଧାର୍ଯ୍ୟ ଠାରୁ କମ୍ ଶିକ୍ଷକ ଖାତା ଦେଖୁଥିବାରୁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ କରିଛନ୍ତି CHSE ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯେ, ଖାତା ଦେଖିବା ପାଇଁ ୫ହଜାର ୮ଶହ ଶିକ୍ଷକଙ୍କୁ ଡକା ଯାଇଥିଲା। ଆଜି ସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଯୋଗ ଦେଇ ନାହାନ୍ତି। ଗତବର୍ଷ ତୁଳନାରେ ଏଯାଏଁ ପ୍ରାୟ ୫ ହଜାର […]
ଯୋଡ଼ା : ଚୋରି ଉଦ୍ୟମ ବେଳେ ୨ଜଣ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ। ସୂଚନା ଅନୁସାରେ ଗତରାତି ପ୍ରାୟ ୨ଟା ବେଳେ ୪ଜଣ ଯୁବକ ଜଣଙ୍କ ଘରେ ପହଞ୍ଚି ପାଣି ମାଗିଥିଲେ। ଘରର ମହିଳାଜଣକ କବାଟ ଖୋଲିବାରୁ ସେମାନେ ଘରେ ପଶି ଚୋରି ଉଦ୍ୟମ କରିଥିଲେ। ଗାଁଲୋକେ ଏସମ୍ପର୍କରେ ଜାଣି ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ୪ଜଣ ଚୋରଙ୍କ ମଧ୍ୟରୁ ୨ଜଣ […]
ବାଲେଶ୍ୱର : ଉଦ୍ଧାର ହେଲା ଅହିରାଜ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ କୁଲଡିହା ଅଭୟାରଣ୍ୟ ନିକଟରୁ ଏକ ଧାନ ଜମିରୁ ଉଦ୍ଧାର ହୋଇଛି ଅହିରାଜ ସାପ। ଆସନବଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମିରେ ଏହି ୯ ଫୁଟ୍ ଲମ୍ବର ଅହିରାଜ ସାପଟି ଜାଲରେ ଛନ୍ଦି ହୋଇପଡିଥିଲା। ଗାଁ ଲୋକେ ଏହା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ କାବୁ କରିବାକୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା। ବନବିଭାଗ ସାପଟିକୁ ଉଦ୍ଧାର […]
କଳାହାଣ୍ଡି : ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡ଼ିଓ ଭାଇରାଲ୍ କରିଥିବାର ଅଭିଯୋଗ। । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩୦ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଜୁନାଗଡ଼ ଶିବସାଗରପଡ଼ା ଶନି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ନିଛାଟିଆ ରାସ୍ତାରେ ଆସୁଥିବା ବେଳେ ୩ ଜଣ ଯୁବକ ତାଙ୍କ ମୁହଁରେ ହାତ ଦେଇ ଜବରଦସ୍ତ ଏକ ବାଇକ୍ରେ […]
ପୁରୀ : ବହୁ ଚର୍ଚ୍ଚିତ ପୁରୀ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଟ୍ରଷ୍ଟି ପଦ ରଦ୍ଦ ହୋଇଛି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର କରି ଦେବୋତ୍ତର କମିଶନର ଏହି ଆଦେଶ ଦେଇଛନ୍ତି। ଆଜୀବନ ରାଜଗୋପାଳ ରାମାନୁଜ ତାଙ୍କ ପଦରେ ରହି ପାରିବେ ନାହିଁ ଓ ଆଦେଶର ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏମିତିକି କମିଶନର ତାଙ୍କ ରାଜ୍ୟକୁ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଇଛନ୍ତି ୭ଜଣ ସାକ୍ଷୀ ଓ କମିଶନ କରିଥିବା […]
ହୀରାକୁଦ : ହୀରାକୁଦ ଡ୍ୟାମ୍ରୁ ବାହାରିଥିବା ଶାସନ କେନାଲରେ ୨୦ ଫୁଟ୍ର ଘାଇ। ପଣ୍ଡରିପାଲି ନିକଟ ହୀରାକୁଦ ଶାସନ କେନାଲରେ ବଡ଼ ଘାଇ ଯୋଗୁଁ ଆଖପାଖରେ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କେନାଲ ମରାମତି କାମ ଆରମ୍ଭ ହୋଇଛି। କିଛି ଦିନ ତଳେ ମଧ୍ୟ ସେହି କେନାଲରେ ଘାଇ ହୋଇଥିଲା।
ପୁରୀ : କେତେ ଆୟୋଜନ, କେତେ ଉତ୍କଣ୍ଠା। ହେଲେ ମାତ୍ର ୪୫ ମିନିଟ୍ରେ ସରିଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ। କେବଳ ବାହାର ଭଣ୍ଡାରରୁ ଥାଇ କେମିତି ଜାଣି ହୋଇଗଲା ଭିତର ଭଣ୍ଡାରର ସ୍ଥିତି ? ଯାହାକୁ ନେଇ ବି ଉଠିଛି ଦ୍ୱନ୍ଦ୍ୱ ଓ ପ୍ରଶ୍ନ ? ବାହାର ଭଣ୍ଡାରରୁ ଜାଲି ବାଟେ ସର୍ଚ୍ଚ ଲାଇଟ୍ ପକାଇ ଗୁପ୍ତ ଭଣ୍ଡାର କାନ୍ଥ ଏବଂ ଛାତ ସବୁ କେମିତି ସ୍ପଷ୍ଟ ଦେଖାଯାଉଥିଲା? ଯାହା ଫଳରେ ଭିତରକୁ ଯାଇ ଆଉ […]
କୋରାପୁଟ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବାର ଥିଲା। ଏହା ସତ୍ତ୍ୱେ ଛାତ୍ର ଅଶାନ୍ତି ଲାଗି ରହିଛି। ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନ ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲୁଥିବାବେଳେ, ଆଜି […]
ଭୁବନେଶ୍ୱର : ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ। ଆଜି କମିଶନରେଟ୍ ପୋଲିସ ପକ୍ଷରୁ ପରିପ୍ରଶ୍ନ କକ୍ଷ ଉଦ୍ଘାଟିତ ହୋଇଛି। କ୍ୟାପିଟାଲ ଥାନାରେ ପୋଲିସ କମିଶନର ଏହି କକ୍ଷର ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କୁ ପ୍ରାଥମିକ ଜେରା ବେଳର ଅଡିଓ ଭିଜୁଆଲ ରେକର୍ଡିଂ ବ୍ୟବସ୍ଥା ରହିଛି। ଏହି ଜେରା ବେଳେ ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କ ସଂପର୍କୀୟ ମଧ୍ୟ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ପୋଲିସ ବୟାନ ବଦଳାଇଦେଉଥିବା ଅଭିଯୋଗ […]
ପୁରୀ : ଶ୍ରୀମନ୍ଦିର ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ଜଗମୋହନ ଖୋଲିବା ସଂପର୍କରେ ସତ୍ୟପାଠ ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଜଗମୋହନ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଦର୍ଶାଇ ନଥିବାରୁ କୋର୍ଟ ବିରକ୍ତି ହୋଇଥିଲେ। ଜଗମୋହନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ହାଇକୋର୍ଟ କଡ଼ା ତାଗିଦ କରିଛନ୍ତି। ଯଦି ନିର୍ଦ୍ଦିଷ୍ଟ ଭାବେ ତାରିଖ ନଜଣାଇଲେ ମୁଖ୍ୟ ପ୍ରଶାସକ ହାଜର ହେବେ […]
ଢେଙ୍କାନାଳ : ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରିଆ ଗାଁ ପୋଖରୀ ହୁଡ଼ା ତଳୁ ଆଜି ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଚିକିତ୍ସା ପାଇଁ ଶିଶୁଟିକୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଖରୀ ନିକଟକୁ ଶୌଚ ପାଇଁ ଯାଇଥିବା ଦୁର୍ଯ୍ୟୋଧନ ସାମଲ ନାମକ ଜଣେ ବ୍ୟକ୍ତି ପ୍ରଥମେ ଶିଶୁଟିକୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ […]
ସମ୍ବଲପୁର : ସମ୍ବଲପୁର ଠେଲ୍କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା, ରାସ୍ତାରୋକ। ଶଙ୍କର ମୁଖୀ ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ ଗତକାଲିଠାରୁ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଲୋକେ ମୋଦିପଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି। ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଯୋଗୁଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏସ୍ପି, ଅତିରିକ୍ତ ଏସ୍ପି, ଏସ୍ଡିପିଓ ଉପସ୍ଥିତ ଅଛନ୍ତି। ଗତ ସୋମବାର ଦିନ ଠେଲକୋପଡ଼ାରେ ଡବଲ ମର୍ଡର ହୋଇଥିଲା। ପ୍ରଥମ ସୁଜିତ […]
ଭୁବନେଶ୍ୱର : ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଆଜି ଶପଥ ପାଠ କରିଛନ୍ତି। ନିର୍ବାଚିତ ୩ଜଣ ସାଂସଦ ବିଜେଡିର ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ସଂସଦର ଉଚ୍ଚ ସଦନରେ ଶପଥ ଗ୍ରହଣ କରିଛନ୍ତି। ୩ ଜଣ ସାଂସଦ ଗୃହରେ ଓଡିଆରେ ଶପଥ ପାଠ କରିଥିଲେ। ଗତମାସରେ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଅନଙ୍ଗ ଉଦୟ ସିଂଦେଓ, ଦିଲୀପ ତିର୍କୀ ଏବଂ ଏ.ଭି. ସ୍ୱାମୀଙ୍କ ସ୍ଥାନରେ ଏମାନେ ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟସଭା […]
ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ଲାଗି ସାରା ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେଥିରୁ ୨୯ଟି କେନ୍ଦ୍ରରେ ହେବ ଇ-ମୂଲ୍ୟାୟନ। ଖାତା ଦେଖାରେ ନିୟୋଜିତ ହେବେ ପ୍ରାୟ ୭ ହଜାର ଅଧ୍ୟାପକ। ଆଜିଠୁ ଏପ୍ରିଲ୍ ୧୪ ଏବଂ ଏପ୍ରିଲ୍ ୧୬ରୁ ୨୬ ଯାଏ ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା। CHSE ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ମୂଲ୍ୟାୟନ […]
ଭୁବନେଶ୍ୱର: ଧୀରେ ଧୀରେ ଶୁଖିଯାଉଛି ମହାନଦୀ। କମୁଥିବା ଜଳ ପ୍ରବାହ ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲାଣି। ଗତ ଅକ୍ଟୋବର ମାସରୁ ହୀରାକୁଦ ଜଳଭଣ୍ଡାରରୁ ଜଳ ପ୍ରବାହ କମି କମି ଆସୁଛି। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଛି। ଏନେଇ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଉଥିବା କହୁଛି ଜଳସମ୍ପଦ ବିଭାଗ। ଏପରି ପରିସ୍ଥିତି ଲାଗି ରହିଲେ ମେ, ଜୁନ୍ ମାସ ବେଳକୁ ସ୍ଥିତି ସାଙ୍ଘାତିକ ହୋଇଯିବ। ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ବାଧାପ୍ରାପ୍ତ ହେବ […]
ବରଗଡ଼ : ବରଗଡ଼ ଚାରପାଲି ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଲା ସ୍ୱାମୀ। ମୃତକ ଦୁଇଜଣ ହେଲେ ସେହି ଗାଁର ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତୀ ସାହୁ। ଅଭିଯୋଗ ଅନୁଯାୟୀ ଆଜି ସକାଳୁ ଭୁବନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସେବତୀଙ୍କ ବେକ କାଟିଥିଲେ। ଘଟଣା ସ୍ଥଳରେ ସେବତୀଙ୍କର ମୃତ୍ୟୁ ହୋଇଛି। ପରେ ଭୁବନ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଉଭୟଙ୍କର […]
ପାରାଦୀପ : ପାରାଦୀପ ନିକଟ ଏସାର ଷ୍ଟିଲ କାରଖାନା ମୁଖ୍ୟରାସ୍ତା ଉପରେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା। ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଭଳି ୯ ଦଫା ଦାବିକୁ ନେଇ ସେମାନେ ଧାରଣା ଦେଇଛନ୍ତି। କାରଖାନା ଲାଗି ହାଣ୍ଡିଆ ଗାଁକୁ ବିସ୍ଥାପିତ କରିବା ପାଇଁ ଏସାର୍ କମ୍ପାନି ଘୋଷଣା କରିଥିଲେ ମଧ୍ୟ ଥଇଥାନର କୌଣସି ବ୍ୟବସ୍ଥା କରାଯାଇନାହିଁ। ତା ଛଡ଼ା ଜମିହରା ବିସ୍ଥାପିତଙ୍କୁ ନିଯୁକ୍ତି ଦିଆ ନଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି […]
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ସହ ନିଜ ଦାବି ପୂରଣ ଜିଦ୍ରେ ଅଟଳ ଅଛି ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଆଲୋଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଧାରଣା ଜାରି ରଖିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଫଳରେ ଆସନ୍ତାକାଲିଠୁ କେମିତି ହେବ ମୂଲ୍ୟାୟନ, ତାକୁ ନେଇ ଆଶଙ୍କା ଦେଖାଦେଇଛି। ଗତ ୩୧ ତାରିଖ […]
ସମ୍ବଲପୁର : ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣା। ଆଉ ୫ ଜଣ ଗିରଫ। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଗରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। […]
ଭୁବନେଶ୍ୱର : ଶେଷ ହେଲା ଧାନ ଅମଳ। ସଂଗ୍ରହ ବି ଶେଷ ପର୍ଯ୍ୟାୟରେ। ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍ ହେବ ବୋଲି ଆଶା କରାଯାଉଥିଲା,ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ୍ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜିଥିଲା। ତାପରେ ଚକଡା ପୋକ ଆଉ ଅଦାନିଆ ବର୍ଷା ଦାଉ ସାଧିଲା। ଏସବୁ ପ୍ରାକୃତିକ ବିପର୍ଯ୍ୟୟର ଜବରଦସ୍ତ ଇଫେକ୍ଟ ପଡିଛି ଅମଳ ଉପରେ। ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୧ପ୍ରତିଶତ […]
ଢେଙ୍କାନାଳ : ଆଜି ଢେଙ୍କାନାଳ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ। ସକାଳ ୮ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥର ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡରେ ୯ ହଜାର ୬୪୭ ଭୋଟର୍ ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୬ଟି ବୁଥ୍ କରାଯାଇଛି। ସମସ୍ତ ବୁଥକୁ ଉତ୍ତେଜନା ପ୍ରବଣ ହିସାବରେ ନିଆଯାଇଛି। ୧୬ଟି ୱାର୍ଡ ପାଇଁ ୪ଜଣ […]
ପୁରୀ : ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୂର୍ବ ମନୋନୀତ ହୋଇଥିବା ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେମାନେ ରତ୍ନ ଭଣ୍ଡାରର ଛାତ ସହ କାନ୍ଥର ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ […]
ଭୁବନେଶ୍ୱର : ସରିଲା ମାଟ୍ରିକ୍ ଖାତା ଦେଖା। ପୁନଃ ଯାଞ୍ଚ ପରେ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ ସଭାପତିଙ୍କ ସୂଚନା। ଗତ ମାର୍ଚ୍ଚ ୨୦ ତାରିଖରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୬ଲକ୍ଷ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।