• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପାଣି ଟାଙ୍କି ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା
ପାଣି ଟାଙ୍କି ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : ଆଳି ବ୍ଲକ ସଂସିଧାରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ହେଡ୍ ଟ୍ୟାଙ୍କ୍‌ ଦ୍ୱାରା ପ୍ରାୟ ୧୦ହଜାରରୁ ଅଧିକ ଲୋକ ଉପକୃତ ହେବେ। ତେବେ ଗତକାଲି ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ଉପାଧ୍ୟକ୍ଷ ଦୀପକ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଧନରଂଜନ ବୋଷ ଏହି ପାଣି ଟାଙ୍କିକୁ ତରବରିଆ ଭାବେ ଆଗୁଆ ଉଦଘାଟନ କରି […]

  • Friday, 02 July 2021
ଜଙ୍କିଆ ପୋଲିସର ଏନକାଉଣ୍ଟର
ଜଙ୍କିଆ ପୋଲିସର ଏନକାଉଣ୍ଟର

ଖୋର୍ଦ୍ଧା : ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସିଲୁ ଛୋଟରାୟ ଆହତ ହୋଇଛି। ଖୋର୍ଦ୍ଧାର ଜଙ୍କିଆ ଥାନା ଛଣଗିରି ଜଙ୍ଗଲରେ ଅପରାଧୀ ସିଲୁ ଲୁଚିଥିବା ଖବର ପାଇଁ ଜଙ୍କିଆ ପୋଲିସ ଏନକାଉଣ୍ଟର କରିଥିଲା। ଏଥିରେ ସିଲୁର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିଲୁ ନୟାଗଡର ସାରଙ୍ଗଧରପୁର ଗ୍ରାମ୍ୟବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି।  

  • Friday, 02 July 2021
ଅାଜି ଅପରାହ୍ନ ୨ଟାରେ ଖୋଲାଯିବ ରତ୍ନଭଣ୍ଡାର
ଅାଜି ଅପରାହ୍ନ ୨ଟାରେ ଖୋଲାଯିବ ରତ୍ନଭଣ୍ଡାର

ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ୍। ରତ୍ନଭଣ୍ଡାର ଖୋଲାଯିବା ନେଇ ବ୍ୟବସ୍ଥାବଳୀ ଜାରି ହୋଇଛି। ଆଜି ଜଗମୋହନ ମରାମତି ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରହିବ। ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ବାହାର ଚାରିଦ୍ୱାର ଓ ଭିତର ଗୁମୁଟରେ ପୋଲିସ ଜଗିବେ। ଛତିଶା ନିଯୋଗ ସଭାପତି, ସଂପାଦକ ଭଣ୍ଡାର ଖୋଲା ଦେଖିପାରିବେ। […]

  • Friday, 02 July 2021
Paddy Procurement Issues | Farmers Stage Road Blockade In Bargarh
Paddy Procurement Issues | Farmers Stage Road Blockade In Bargarh

Paddy Procurement Issues | Farmers Stage Road Blockade In Bargarh

  • Monday, 28 June 2021
ଆସୁଛି ବର୍ଷା ଋତୁ, ହେଲେ ସରିପାରୁନି ଡ୍ରେନ୍‌ କାର୍ଯ୍ୟ

ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି। ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ। ସମ୍ବଲପୁର ମୁଦିପଡ଼ାରେ ବିନା ବର୍ଷାରେ ରାସ୍ତାରେ ଚାଲୁଛି ଡ୍ରେନ୍ ପାଣି। ଆଉ ଏହି ଅପରିଷ୍କାର ଡ୍ରେନ୍ ପାଣିରେ ଯାତାୟତ କରୁଛନ୍ତି ଲୋକେ। ବର୍ଷା ହେଲେ ରାସ୍ତାରେ କିଭଳି […]

  • Friday, 11 June 2021
କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ
କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ

ସମ୍ବଲପୁର: ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସର୍ବଦଳୀୟ ସର୍ବଧର୍ମ ସଭା ହେଉଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]

  • Friday, 11 June 2021
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି। ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ ଜମାକାରୀଙ୍କୁ ପ୍ରାୟ ୧୨ ଲକ୍ଷ ୪୮ ହଜାର ପ୍ରଦାନ କରାଯାଇ ସାରିଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିପୋଜିଟରଙ୍କ ବ୍ୟାଙ୍କ ଆକାଉଣ୍ଟରେ […]

  • Friday, 11 June 2021
କୂଅରୁ ୪ ଭାଲୁ ଉଦ୍ଧାର

ନବରଙ୍ଗପୁର: କୂଅରୁ ଉଦ୍ଧାର ହେଲେ ୪ ଭାଲୁ ।  ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁ ନିକଟ ଏକ ବିଲରେ ଥିବା କୂଅରେ ପଡ଼ିଯାଇଥିଲେ ମାଆ ସହ ୩ ଛୁଆ ଭାଲୁ । ଖବରପାଇ ୪ ଭାଲୁଙ୍କୁ ଉଦ୍ଧାର କରିଛନ୍ତି ବନବିଭାଗ କର୍ମଚାରୀ ।  ପ୍ରଥମେ ଭାଲୁ ପଡ଼ିଥିବା ଜାଣିବା ପରେ ବାଡ଼ି ସାହାଯ୍ୟରେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ଭାଲୁକୁ ଉଦ୍ଧାର କରିଛନ୍ତି ।  

  • Friday, 11 June 2021
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା। ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ମିନିଟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ, ଘଡ଼ଘଡ଼ି ଓ କୂଆପଥର ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, […]

  • Friday, 11 June 2021
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ। ଆହତ ୨ଜଣ ଖୋଲି ଭିତର ଗାଁର ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ବୋଲି ଜଣା ପଡ଼ିଛି। ଏଥିସହ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଆଜି ସୁନାବେଡା ଅଭୟାରଣ୍ୟର ଖୋଲି ଭିତର ଗାଁ ନିକଟରେ ଏସଓଜି ଟିମ୍‌ କମ୍ବିଂ ଅପରେସନ କରୁଥିଲେ। ହେଲେ ହଠାତ ମାଓବାଦୀମାନେ […]

  • Friday, 11 June 2021
ମହାନଦୀ ସୁରକ୍ଷା ଲାଗି ଆଜି ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
ମହାନଦୀ ସୁରକ୍ଷା ଲାଗି ଆଜି ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ସମ୍ବଲପୁର : ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ। ଅପରାହ୍ନରେ ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସଭା ଆୟୋଜନ ହେବ। ଝାରସୁଗୁଡା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]

  • Friday, 11 June 2021
ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ
ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ

ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି ଏହି ବିବାଦ। ଗତ ଏପ୍ରିଲ୍ ୨୭ରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠିରେ ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ […]

  • Friday, 11 June 2021
ଅନର କିଲିଂ ସନ୍ଦେହ
ଅନର କିଲିଂ ସନ୍ଦେହ

କଟକ  : କେମିତି ହେଲା କଟକ ନିଆଳି ଅଞ୍ଚଳର କଲେଜ ପଢୁଆ ଝିଅର ମୃତ୍ୟୁ? ସନ୍ଦେହଜନକ ଏହି ମୃତ୍ୟୁକୁ ନେଇ ଉଠିଛି ନାନାଦି ପ୍ରଶ୍ନ। ଘର ଲୋକେ ହୃଦଘାତରୁ ମୃତ୍ୟୁ ହୋଇଥିବା କହୁଥିଲେ ବି ପାରିପାର୍ଶ୍ୱିକ ସ୍ଥିତି କିନ୍ତୁ ଅନ୍ୟ ଏକ ଭୟଙ୍କର ଦିଗକୁ ସୂଚାଉଛି। ଅଭିଯୋଗ ଅନୁଯାୟୀ, ଗତ ଶନିବାର ଦିନ ମେଡିକାଲ୍ ନେବା ବାହାନାରେ ନାବାଳିକାଙ୍କ ମୃତଦେହକୁ ବାଇକ୍‌ରେ ବୋହି ନେଇ ମଶାଣିରେ ପୋଡ଼ି ଦେଇଥିଲେ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ।  ନା […]

  • Friday, 11 June 2021
କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ନିଶାନାରେ ନବୀନ ଓ ନିରଞ୍ଜନ
କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ନିଶାନାରେ ନବୀନ ଓ ନିରଞ୍ଜନ

ଭୁବନେଶ୍ୱର : ଜୁଏଲ୍‌ଙ୍କ ନିଶାନାରେ ଦୁଇ ପଟ୍ଟନାୟକ। ନବୀନ ଓ ନିରଞ୍ଜନ। ନବୀନ, ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ଦଳକୁ ଆଣି କଂଗ୍ରେସ ସହ ଭିତରି ବୁଝାମଣା ଦ୍ୱାର ଖୋଲା ରଖିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୁଏଲ୍। ଅତୀତର କିଛି ଘଟଣା କ୍ରମକୁ ଉଦ୍ଧାର କରି ସେ କଂଗ୍ରେସ ଓ ବିଜେଡିର ଗୋପନ ବୁଝାମଣାର ଅବତାରଣା କରିଛନ୍ତି। ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠାଇ ସେତେବେଳେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜୁଏଲ୍। […]

  • Friday, 11 June 2021
ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା
ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା

ଭୁବନେଶ୍ୱର : ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ଲୋକଟିର ମରଣକୁ ବି ଦେଖନ୍ତୁ ଶେଷ ସମୟରେ ନିଜ ଗାଁମାଟି ବାରଙ୍ଗ ମଧୁବନ ଗଲେ, ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଲେ। ଘରକୁ ଫେରିବାର କେଇ ମୁହୂର୍ତ୍ତରେ ଚାଲିଗଲେ ପରଲୋକ। ମୃତ୍ୟୁର ଶେଜରେ ଓଡ଼ିଶାରେ ଶିଳ୍ପ ବିକାଶର ଭଗୀରଥ ବଂଶୀଧର ପଣ୍ଡା। ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଯେ ଆଉ ନାହାନ୍ତି ଏହି ଖବର ପ୍ରଚାରିତ ହେବା […]

  • Friday, 11 June 2021
ଭିସା ନିୟମ ଉଲଂଘନ : ଭାରତରୁ ବିଦା ହେବେ ୮ ଥାଇ ଯୁବତୀ
ଭିସା ନିୟମ ଉଲଂଘନ : ଭାରତରୁ ବିଦା ହେବେ ୮ ଥାଇ ଯୁବତୀ

ଭୁବନେଶ୍ୱର : ଭାରତ ଛାଡିବେ ୮ ଥାଇଲାଣ୍ଡ ଯୁବତୀ । ଭିସା ଉଲଂଘନ ଅଭିଯୋଗରେ ସେମାନଙ୍କୁ କୁଇଟ୍‌ ଇଣ୍ଡିଆ ନୋଟିସ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ଟୁରିଷ୍ଟ ଭିସା ନାଁରେ ବିଦେଶିନୀ ମାନେ ଏଠାରେ ସେକ୍ସ କାରବାର ଭଳି କର୍ମରେ ନିୟୋଜିତ ରହିଥିବାରୁ ଭିସାର ଗାଇଡଲାଇନକୁ ସେମାନେ ଉଲଂଘନ କରୁଛନ୍ତି ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଇମିଗ୍ରେସନ ବିଭାଗ ତରଫରୁ ପୋଲିସ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛି । […]

  • Friday, 11 June 2021
ବିଜେଡି ଓ କଂଗ୍ରେସ ମଧ୍ୟରେ ରହିଛି ଭିତିରି ସମ୍ପର୍କ : ଜୁଏଲ ଓରାମ୍
ବିଜେଡି ଓ କଂଗ୍ରେସ ମଧ୍ୟରେ ରହିଛି ଭିତିରି ସମ୍ପର୍କ : ଜୁଏଲ ଓରାମ୍

ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି ଭିତିରି ବୁଝାମଣା। ବିଜେପି ରାଜ୍ୟରେ କିଭଳି କ୍ଷମତାକୁ ନ ଆସିବ ସେ ନେଇ ଦୁଇ ଦଳ ମଧ୍ୟରେ ଭିତ୍ତିରି ବୁଝାମଣା ହୋଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ କହିଛନ୍ତି ନିକଟରେ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ବିଜେଡିକୁ ସମର୍ଥନ କରିବାରୁ ବିଜେଡିର ବିଜୟ ହୋଇଥିଲା। ସେହିଭଳି ଆଗାମୀ ଦିନରେ ବି ଏହି ଦୁଇ ଦଳ ବିଜେପି ବିରୋଧରେ ମିଳିମିଶି ଅଭିଯାନ ଚଳାଇବାକୁ ଉଦ୍ୟମ […]

  • Friday, 11 June 2021
ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ
ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଲୋକେ। ସିନାପାଲିର ବିଭିନ୍ନ ଯୁବକ ସଂଘ ପକ୍ଷରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନାପାଲି ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିଭଳି ସ୍ଥାନୀୟ ଲୋକେ ସିନାପାଲି ଛକରେ ରାସ୍ତା ଅବରୋଧ କରିଥିବାରୁ ସହରକୁ ସମସ୍ତ ଅଞ୍ଚଳରୁ ଗାଡ଼ି ଚଳାଚଳ ବନ୍ଦ […]

  • Friday, 11 June 2021
ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ
ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୧ ମସିହାରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଖାଲି ଓଡ଼ିଶା ନୁହେଁ ଭାରତୀୟ ଶିଳ୍ପ ଜଗତରେ ଜଣେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଉଦ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ଇମ୍ଫାର ସେ ଥିଲେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ। ରାଜ୍ୟର ସର୍ବ ବୃହତ ଫେରୋ ଅାଲଏଜ୍ କାରଖାନା-ଇମ୍ଫା ଅାଜି ସାରା ବିଶ୍ୱରେ […]

  • Friday, 11 June 2021
ଖରାଦିନିଆ ସ୍କୁଲ: ମାଗଣା ଖାଦ୍ୟ ସହ ଶିକ୍ଷାଦାନ

ମାଲକାନଗିରି: ଖରାଦିନିଆ ସ୍କୁଲ। ସାଧାରଣତଃ ଖରାଛୁଟିରେ ପିଲା ଅଧିକ ସମୟ ଖେଳକୁଦରେ ମନ ଦିଅନ୍ତି, ପାଠ ପଢନ୍ତିନି। ଫଳରେ ପିଲାଙ୍କ ପାଠପଢ଼ାରେ ଆଉ ମନ ଲାଗେନି। ତେବେ ପିଲାଙ୍କ ମନ ପାଠପଢ଼ାରେ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତର କିଛି ଯୁବକ ଏକାଠି ହୋଇ ଆରମ୍ଭ କରିଛନ୍ତି ଖରାଦିନିଆ ସ୍କୁଲ। ମାଗଣାରେ ପିଲାଙ୍କୁ ଦୁଇ ଓଳି ସମସ୍ତ ବିଷୟରେ ଶିକ୍ଷାଦାନ କରୁଛନ୍ତି ଏହି ଯୁବକ। ଖରା ଛୁଟିରେ ଖେଳ କୁଦରେ ମନ ନ ଦେଇ ପାଠ […]

  • Friday, 11 June 2021