ବଲାଙ୍ଗିର: ବଲାଙ୍ଗିର ସହର ରାମେଶ୍ୱରନଗର ପଡାରୁ ଜଣେ ବିବାହିତ ଯୁବକଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରହଲ୍ଲାଦ ମିଶ୍ର। ଗତ କିଛି ମାସ ହେବ ପ୍ରହଲ୍ଲାଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ନିଜ ବାପ ଘରକୁ ଚାଲିଯାଇଥିଲେ। ଫଳରେ ପ୍ରହଲ୍ଲାଦ ରାମେଶ୍ୱରନଗରରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ୩ ଦିନ ଧରି ତାଙ୍କ ପରିବାର ଲୋକେ ଫୋନ୍ କରୁଥିଲେ ମଧ୍ୟ କେହି ଫୋନ୍ ରିସିଭ୍ […]
ଭୁବନେଶ୍ୱର: ମହାବଳକୁ ମିଳିଲା ସାଥୀ। ଆଉ ‘ସୁନ୍ଦରୀ’ ଆସିଲା ସାତକୋଶିଆ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ ଆସି ସାତକୋଶିଆରେ ପହଞ୍ଚିଛି। ତାକୁ ସାତକୋଶିଆର ରାଇଗୋଡ଼ା ଅଞ୍ଚଳରେ ରାତି ୯ଟା ୫୦ରେ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ଛଡାଯାଇଛି। ବାଘୁଣୀ ସୁନ୍ଦରୀକୁ ଖାଇବା ଲାଗି ବାରହା ଦିଆଯାଇଛି। ବାଘୁଣୀକୁ ନିଶ୍ଚେତକ ଦିଆଯାଇ କାବୁ କରି ସାତକୋଶିଆ ଅଣାଯାଇଥିଲା। ଓଡ଼ିଶା ଓ ମଧ୍ୟପ୍ରଦେଶର ବନବିଭାଗ ଟିମ୍, ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓ ବନ୍ୟପ୍ରାଣୀ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ […]
ପୁରୀ: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ଜଳ ସ୍ନାନ ପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଚତୁର୍ଦ୍ଧାମୂରତି। ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପଡ଼ିଛନ୍ତି। ଦଇତାପତି ସେବାୟତମାନେ ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ସେବା କରୁଛନ୍ତି। ଆଜିଠାରୁ ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଅନବସର ନୀତି। ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତାଙ୍କ […]
ଭୁବନେଶ୍ୱର : ବନ୍ଦେ ଉତ୍କଳ ବନାମ ବନ୍ଦେ ଓଡ଼ିଶା। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟ ପରଠୁଁ ଜୋର ଧରୁଛି ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଉତ୍କଳ ବଦଳରେ ଓଡିଶା ଶବ୍ଦ ବ୍ୟବହାର ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ମନ୍ତବ୍ୟ ଯଥାର୍ଥ। ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପ୍ରଚେଷ୍ଟା ବନ୍ଦ କରାଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ସମିତି। […]
ରାୟଗଡା : ରାୟଗଡା ଜିଲ୍ଲା ଥେରୁବାଲି ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ। ୯ ଦଫା ଦାବି ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗତକାଲିଠୁ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛି । ଗତକାଲି ଉପଜିଲ୍ଲାପାଳ କମ୍ପାନୀ ନେଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସତ୍ତ୍ୱେ ସେମାନେ ଆଜି ଆନ୍ଦୋଳନ ଜାରି ରଖିଛନ୍ତି । କମ୍ପାନୀ ପକ୍ଷରୁ ସମସ୍ତ ଦାବି ପୂରଣ ନେଇ ଲିଖିତ ପ୍ରତିଶୃତି […]
ପୁରୀ : ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି। ବିଧି ଅନୁସାରେ ପ୍ରଭୁ ଜଗନ୍ନାଥ ୩୫ ଗରା, ବଡ଼ ଠାକୁର ବଳବଦ୍ର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ଏଥିପାଇଁ ଗତକାଲିଠାରୁ ସୁନା କୂଅରୁ ସଂଗ୍ରହ କରାଯାଇଥିବା ଦିବ୍ୟ ଜଳକୁ ଅଧିବାସ କରାଯାଇ ଶୋଧ କରାଯାଇଥିଲା । ସ୍ନାନ ନୀତି ପାଇଁ ଆଜି ସକାଳୁ ଧାଡି ପହଣ୍ଡିରେ ଠାକୁରମାନଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା। ସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି […]
ସମ୍ବଲପୁର : ଆଜି ହୀରାକୁଦ ବନ୍ଦ। ସଡକ ଦୁର୍ଘଟଣାରେ ଜଣେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ହୀରାକୁଦରେ ଦୋକାନ ବଜାର ସହ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ଦୁର୍ଗା ମନ୍ଦିର ଛକରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ଲୋକେ।
ଭୁବନେଶ୍ୱର : ପଛୁଆ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ DMF ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଟାର୍ଗେଟ୍। ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଂଜନ। ଏଭଳି ଫଣ୍ଡର କଣ ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସେ ପଚାରିଛନ୍ତି। ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ DMFର ୯୦ ପ୍ରତିଶତ ଖର୍ଚ୍ଚ କରାଯାଇନାହିଁ । ଖଣି ଅଞ୍ଚଳ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ସେଭଳି କିଛି ଉନ୍ନତିମୂଳକ କାମ କରିନାହାନ୍ତି ବୋଲି […]
ଭଦ୍ରକ : ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ୨୦ ନାଗ ସାପ ଛୁଆ। ଚକ୍ରଡ଼ା ନାରିଲୋ ଗାଁର ରଞ୍ଜିତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଗତକାଲି କିଛି ନାଗ ସାପ ଖେଳୁଥିବା ଦେଖି ଲୋକେ ତାଙ୍କୁ ଜଣାଇଥିଲେ । ଏହା ପରେ ରଞ୍ଜିତ, ତୁରନ୍ତ ସାପ ଧରାଳି ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଖବର ଦେଇଥିଲେ। ଆଜି ସକାଳୁ ସାପ ଧରାଳି ପ୍ରଫୁଲ୍ଲ ଗାଁକୁ ଯାଇ ୨୦ଟି ସାପ ଧରିଥିଲେ। ଅଧିକ ସାପ ଥିବା […]
ଗଞ୍ଜାମ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଡିଏଫ୍ଓଙ୍କୁ କୋର୍ଟ ଚାଲାଣ। ଗଞ୍ଜାମ ଦକ୍ଷିଣ ଘୁମୁସର ଡିଭିଜନର ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କୁ ଭିଜିଲାନ୍ସ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ ପଠାଇଛି। ସୂଚନା ଅନୁଯାୟୀ ତାଙ୍କ ଠାରୁ ୩ କୋଟି ୨୨ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି। ଗତ ୨ ଦିନ ତଳେ ଡିଏଫ୍ଓ ବିଜୟ କେତନଙ୍କ ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର […]
ରାୟଗଡ଼ା : ରାୟଗଡ଼ା ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ପୁଣି ତେଜିଲା ଶ୍ରମିକ ଆନ୍ଦୋଳନ। ଆଜି ସକାଳ ୮ଟାରୁ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅବହେଳା ଅଭିଯୋଗ କରି ଆନ୍ଦୋଳନ ଚଳାଇଛନ୍ତି ଶ୍ରମିକ। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ ୨୩ରେ ଦୀର୍ଘ ୧୮ ଦିନ ଧରି […]
ଭୁବନେଶ୍ୱର : ଜାତୀୟ ସିନିୟର ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ରେ ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ। ୪୦୦ ମିଟର ମହିଳା ହର୍ଡଲ୍ସରେ ମିଟ୍ ରେକର୍ଡ ସହ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବିଜୟ ସହ ଜାକର୍ତ୍ତାରେ ହେବାକୁ ଥିବା ଆସନ୍ତା ଏସିଆନ୍ ଗେମ୍ସ ପାଇଁ ସେ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ର ପ୍ରଦର୍ଶନ ଭିତ୍ତିରେ ସେ ଯୋଗ୍ୟତା […]
ଭୁବନେଶ୍ୱର : ରାଜ୍ୟବ୍ୟାପୀ ମୌସୁମୀ ବର୍ଷାର ପ୍ରଭାବ। ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୯ତାରିଖଠାରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍ ବର୍ଷା ହେବ। ଦୁର୍ବଳ ମୌସୁମୀ ଯୋଗୁ କମ୍ ବର୍ଷା ହେବ ବୋଲି ସୂଚନା ମିଳିଛି। ଏପଟେ ବର୍ଷା ଯୋଗୁ ଗତକାଲି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ଉତ୍ତର ଦ୍ୱାର ପାର୍ଶ୍ୱରେ ପାଣି ଜମି […]
ପୁରୀ : ଦିନକ ପରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ହାତୀବେଶରେ ବିଭୂଷିତ ହେବେ ମହାପ୍ରଭୁ। ଏହାପୂର୍ବରୁ ଆଜି ସକାଳୁ ଦଇତାପତି ସେବାୟତ ପହଣ୍ଡି ପାଇଁ ଶ୍ରୀଜୀଉଙ୍କୁ ସେନାପଟା ଲାଗି କରାଇବେ। ବଉଳ କାଠରେ ପ୍ରସ୍ତୃତ ସେନାପଟା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଯୋଗାଇଥାଏ । ଏହି ଗୁପ୍ତ ନୀତି ଦଇତାପତି ସେବାୟତଙ୍କ ଦ୍ୱାରା ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଲାଗି କରିବେ। ଏହି ସମୟରେ ଶ୍ରୀଜୀଉଙ୍କର ଦର୍ଶନ ବନ୍ଦ ରହିବ। ସେପଟେ ହାତୀବେଶ ଏବଂ ପହଣ୍ଡି ପାଇ ଟାହିଆ […]
ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶନ ୧୯ କସରତ । ରାଜ୍ୟରେ ଦଳର ସ୍ଥିତି ଏବେ କଣ, କଣ ହେବ ଭବିଷ୍ୟତର କାର୍ଯ୍ୟପନ୍ଥା, ଦଳ କେମିତି ଲଢିବ ନିର୍ବାଚନ । ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରିଛନ୍ତି ପିସିସି ମୁଖିଆ। ଆଉ ନିର୍ବାଚନ ପାଗ ବନ୍ଧା ପର୍ବ ଅନ୍ତର୍ଗତ ଖୁବ୍ ଶୀଘ୍ର ନିଜ ଟିମ୍ ଗଢିବେ ନିରଞ୍ଜନ। ପୁରୁଣା ପିସିସି କମିଟିରେ ଥିବା ଅନେକ କର୍ମକର୍ତ୍ତାଙ୍କୁ ନୂଆ କମିଟିରୁ ବାଦ୍ ଦିଆଯିବା ନେଇ ସୂଚନା ମିଳିଛି। ଜିଲ୍ଲା […]
ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼ । କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି କାଳଜୟୀ ଗୀତରେ ଉତ୍କଳ ଶଦ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। କହିଛନ୍ତି ପଶ୍ଚିମ ଓଡିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଲୋକେ ଉତ୍କଳ ଶବ୍ଦକୁ ବିରୋଧ କରୁଛନ୍ତି। ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା ଜନନୀ କହିଲେ ସମସ୍ତଙ୍କ ପାଇଁ ଏହା ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି। ମନ୍ତ୍ରୀଙ୍କ […]
ବ୍ରହ୍ମପୁର : ମାତିଲେ ଏଟିଏମ୍ ଲୁଟେରା। ଟାର୍ଗେଟରେ ଷ୍ଟେଟ ବ୍ୟାଙ୍କ ଏଟିଏମ୍। ଗୋଟିଏ ରାତିରେ ବ୍ରହ୍ମପୁର ସହରରେ ୬ଟି ଏଟିଏମ୍ରୁ ଲୁଟ୍ କରିଛନ୍ତି ଲୁଟେରା। ଏଟିଏମ୍କୁ ଗ୍ୟାସ କଟରରେ କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ହଳଦିଆପଦର, ଆଙ୍କୁଲି, ଗୋଇଲୁଣ୍ଡି, ଖୋଡ଼ାସିଙ୍ଗି, ଗୋଷେଇଁ ନୂଆଗାଁ ମୁଖ୍ୟରାସ୍ତା ନିକଟ ଏଟିଏମ୍ ରୁ ଲୁଟ୍ ହୋଇଛି। ତେବେ ଗୋପାଳପୁର ଜଙ୍କସନ ନିକଟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ର ସିସିଟିଭି ଭାଙ୍ଗି ଦେଇଥିଲେ । କିନ୍ତୁ ସେହି ସମୟରେ ପୋଲିସ ପାଟ୍ରୋଲିଂ ଗାଡ଼ି […]
କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି ତେଲ କାରଖାନା। କଟକ ଜଗତପୁର ଟ୍ରକ୍ ଟର୍ମିନାଲ୍ ନିକଟରେ ଥିବା ଏକ ନକଲି ତେଲ କାରଖାନାକୁ ପୋଲିସ ଆଜି ଠାବ କରିଛି। ୧୦୦ ଟିଣ ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ ହେବାସହ ପୋଲିସ କାରଖାନା ମାଲିକ ଅନାଦି ଚରଣ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ବି ଚଢ଼ାଉ ଜାରି ରହିଛି। ସୂଚନାଥାଉ କି, ଏହା ପୂର୍ବରୁ […]
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଉଚିତ୍ ସମ୍ମାନ ଦିଆଯାଇ ନ ଥିବା ଅଭିଯୋଗ । ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ପତ୍ନୀଙ୍କ ସହିତ ଏପରି ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି। ପରିଚାଳନା କମିଟି ବୈଠକର ବିବରଣୀ ଅନୁସାରେ, ରାଷ୍ଟ୍ରପତି ରତ୍ନ […]
ଢ଼େଙ୍କାନାଳ: ପାୱାର ଫେଲ୍ ଯୋଗୁଁ ଅଟକିଲା ଟ୍ରେନ୍। ଫଳରେ ଯାତ୍ରୀମାନେ ହଟହଟା ହୋଇଛନ୍ତି। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଆଜି ସକାଳ ୧୦ଟା ସମୟରେ ଏହି ଅଘଟଣ ଘଟିଛି। ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ୍ ଯୋଗେ ଟ୍ରେନ୍କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
ପାରାଦୀପ: ପାରାଦୀପ ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି ହୋଇଛି। ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ୧୪୪ ଧାରା ଜାରି କରାଯାଇଛି। ତେବେ ପ୍ରବଳ ବର୍ଷା ଯୋଗୁ ଆନ୍ଦୋଳନ ବାଧାପ୍ରାପ୍ତ ହୋଇଛି। ସେପଟେ ଦିନ ୧୧ଟାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଏବଂ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିଛି। କିନ୍ତୁ ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା […]
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ଏୟାରପୋର୍ଟରୁ ସେ ସିଧାସଳଖ ସହିଦନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ହୋଟେଲ ମାରିୟନରେ ଅନୁଷ୍ଠିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ଅପରାହ୍ନ ୧ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ସ୍ମୃତି ଇରାନୀ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଇରାନୀ ସନ୍ଧ୍ୟାରେ ଦିଲ୍ଲୀ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଯୌତୁକ ବଦଳରେ କେବଳ କନ୍ୟା ଘରୁ ୧୦୦୧ ଫଳ ଚାରା ଆଣି ବାହା ହୋଇଛନ୍ତି ଏହି ଗାଁର ଜଣେ ଯୁବକ। ପ୍ରାୟ ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି ବର। ବିନା ରୋଷଣୀରେ ବାହାଘର। ନା ଅଛି ସୁସଜ୍ଜିତ ଗାଡି, ନା ନାଚଗୀତର ଆସର ହାତରେ ଗୋଟିଏ ଗୋଟିଏ ଚାରା ଧରି ଖୁସି ମନରେ ବରଯାତ୍ରୀ ଆଗକୁ ବଢ଼ୁଛନ୍ତି। […]
ଭୁବନେଶ୍ୱର: ଦୀର୍ଘ ୨ମାସ ପରେ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ପୂର୍ବରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ ପରେ ଏହାକୁ ଜୁନ୍ ୨୧ ଯାଏଁ ବଢାଯାଇଥିଲା। କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପୁଣିଥରେ ଜୁନ୍ ୨୫ ଯାଏଁ ଖରାଛୁଟିକୁ ବଢ଼ାଇଥିଲେ ରାଜ୍ୟ ସରକାର। ତେବେ ସ୍କୁଲ ଖୋଲିବା ପରେ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେଫ୍ଟି ଗାଇଡଲାଇନ୍ ପାଳନ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ […]
ଭୁବନେଶ୍ୱର : ଅର୍ଥ ଯୋଗାଡ ଲାଗି ଗଞ୍ଜେଇକୁ ଅସ୍ତ୍ର କରିଛନ୍ତି ମାଓବାଦୀ। ଚାଷଠୁ ନେଇ ଚାଲାଣ। ମାଓବାଦୀଙ୍କ ପ୍ରୋତ୍ସାହନରେ ଲାଲ୍ କରିଡ଼ରରେ ବଢ଼ିଚାଲିଛି ଗଞ୍ଜେଇ କାରବାର। ନୂଆ ନୂଆ ତରିକାରେ ପୋଲିସ୍ ଓ ଅବକାରୀ ବିଭାଗକୁ ଚକ୍ମା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି ବିପୁଳ ଗଞ୍ଜେଇ। ଗତକାଲି ରାୟପୁରରେ ମାଲକାନଗିରିରୁ ପଞ୍ଜାବ ଚାଲାଣ ହେଉଥିବା ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ୍ ଘଟଣା ହେଉଛି ତାର ସଦ୍ୟ ଉଦାହରଣ। କେତେବେଳେ ଲୁଣ ବୋଝେଇ ଗାଡ଼ି, […]