• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହା
ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଦଳୀୟ ନେତାଙ୍କୁ ଦେଇଥିବା ଟାସ୍କର କିଭଳି ହିସାବ ନେବେ ଶାହା? ମିଶନ୍ ୧୨୦ ପ୍ଲସ୍ ପାଇଁ ଦେବେ କି ନୂଆ ମନ୍ତ୍ର? ଆସନ୍ତାକାଲି ଓଡ଼ିଶାଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସୁଥିବା ବେଳେ ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।  ଶାହାଙ୍କ ଏହି ଦିନିକିଆ ଗସ୍ତ ବେଳେ ବିଜେପିର ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନକୁ ନୂଆ ରୂପ ଦେବାକୁ ପଞ୍ଚାୟତ ପ୍ରମୁଖଙ୍କ ସହ ବୈଠକକୁ ଫୋକସରେ ରଖିଛି ଦଳ। ଶାହା ନେବେ ପରୀକ୍ଷା।  ପଚାରିବେ […]

  • Friday, 02 July 2021
ସୀମା ଟପିଲା କିଟ୍‌ର ଗୁଣ୍ଡାଗିରି
ସୀମା ଟପିଲା କିଟ୍‌ର ଗୁଣ୍ଡାଗିରି

ଭୁବନେଶ୍ୱର : ପ୍ରଥମେ ଜମି ହଡ଼ପର ଦାଦାଗିରି ଆଉ ଏବେ ସାମ୍ରାଜ୍ୟ ବିସ୍ତାର ହେବା ପରେ ଗୁଣ୍ଡାଗର୍ଦ୍ଦି। ନୀତି ଆଦର୍ଶର ପାଠ ପଢ଼ାଉଥିବା କିଟ୍‌ର ଭୟଙ୍କର ଗୁଣ୍ଡାରାଜ୍। ଜମି କେଳେଙ୍କାରୀ ଅଭିଯୋଗ ସମ୍ପର୍କିତ ଖବର ସଂଗ୍ରହ ପାଇ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ  କରାଯାଉଛି ସଂଘବଦ୍ଧ ଆକ୍ରମଣ। ଜଣେ କି ଦୁଇ ଜଣ ନୁହଁନ୍ତି, ଆକ୍ରମଣରେ ସାମିଲ ହୋଇଛନ୍ତି କିଟ୍‌ର ଏକାଧିକ ସୁରକ୍ଷା କର୍ମୀ, ଭଡାଟିଆ ଗୁଣ୍ଡା ଓ କେତେକ କର୍ମଚାରୀ। ଓଟିଭି ସାମ୍ବାଦିକଙ୍କୁ ତଣ୍ଟିଆ ମାରି ଧମକ […]

  • Friday, 02 July 2021
ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା
ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା

ପୁରୀ : ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କ ଶାଖାରେ ଉତ୍ତେଜନା। ଋଣ ଦେଉ ନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଲେ ମହିଳା। ସୂଚନା ଅନୁସାରେ ପିପିଲି ଅଂଚଳରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପାଇଁ IDBI ବ୍ୟାଙ୍କରେ ଆବେଦନ କରିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଆବଶ୍ୟକ କାଗଜପତ୍ର ଅନୁଧ୍ୟାନ କରିବା ପରେ, ଗତକାଲି ଡକ୍ୟୁମେଣ୍ଟ ଫେରାଇ ଦେଇଥିଲେ। ଫଳରେ ଏଥିରେ ଉତ୍ୟକ୍ତ ହୋଇ ଆଜି ପ୍ରାୟ ଶତାଧିକ ମହିଳା ବ୍ୟାଙ୍କ […]

  • Friday, 02 July 2021
ଆସନ୍ତାକାଲି ଜିଏସ୍‌ଟି ପ୍ରଚଳନକୁ ପୁରିବ ବର୍ଷେ

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ଏଥିପାଇଁ ୨୦୧୭ ଜୁନ୍ ୩୦ ମଧ୍ୟରାତ୍ରିରେ ବସିଥିଲା ସଂସଦର ମିଳିତ ଅଧିବେଶନ । ସେତେବେଳେ କୁହାଯାଇଥିଲା GST ପ୍ରଚଳନ ଦ୍ୱାରା ବିଭିନ୍ନ ସାମଗ୍ରୀ ଶସ୍ତା ହେବ । ସହଜ ହେବ ଟିକସ ରିଟର୍ଣ୍ଣ ଫାଇଲିଂ । ଆସନ୍ତାକାଲି GST ପ୍ରଚଳନକୁ ବର୍ଷେ ପୁରିବାକୁ ଯାଉଥିବା […]

  • Friday, 02 July 2021
ନବବିବାହିତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ
ନବବିବାହିତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ

ଅନୁଗୁଳ : ନବବିବାହିତଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ କଲେ ଯୁବକ। ଅନୁଗୁଳ ଛେଣ୍ଡିପଦାର ଜଣେ ଯୁବକ ଦେବଗଡ଼ କୁଣ୍ଡେଇଗୋଳା ଅଞ୍ଚଳର ଜଣେ ନବ ବିବାହିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। କୁଣ୍ଡେଇଗୋଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଯୁବତୀ ଜଣକଙ୍କର କୁଣ୍ଡେଇଗୁଳା ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା। କିନ୍ତୁ ପରେ ଏହି ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ତେବେ ଏହି ସମୟ ମଧ୍ୟରେ ସଂପୁକ୍ତ ଯୁବକଙ୍କ ଅନ୍ୟ ଜଣେ ବନ୍ଧୁ […]

  • Friday, 02 July 2021
ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର
ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର

ଭୁବନେଶ୍ୱର : ମୋଷ୍ଟୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲି ଏନ୍‌କାଉଣ୍ଟରରେ ଆହତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।  ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ଗୁଳିବିଦ୍ଧ ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ଖବର ଆସିଥିଲା ଯେ , କେନ୍ଦ୍ରାପଡ଼ା ଦିଲାରପୁର ଘରୁ […]

  • Friday, 02 July 2021
ଦୁର୍ଘଟଣାର ଶିକାର ଓଡ଼ିଆ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ
ଦୁର୍ଘଟଣାର ଶିକାର ଓଡ଼ିଆ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ

କେନ୍ଦ୍ରାପଡ଼ା/ପୁଣେ: ମହାରାଷ୍ଟ୍ର ପୁଣେରେ ରୋଜଗାର ପାଇଁ ଯାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଓଡ଼ିଆ ଯୁବକଙ୍କୁ ସହାୟତା କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ। କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଇକିରିଆ ଗାଁର ପ୍ରଫୁଲ୍ଲ ରାଉତ ରୋଜଗାର ଆଶାରେ ପୁଣେ ଯାଇଥିଲେ। ହେଲେ ସେଠାରେ ସେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଫୁଲ୍ଲଙ୍କ ଚିକିତ୍ସା ଲାଗି ପୁଣେରେ ରହୁଥିବା ପ୍ରବାସୀ ଓଡ଼ିଆ ୪ ଲକ୍ଷ ଟଙ୍କା ସଂଗ୍ରହ କରି ତାଙ୍କର ଚିକିତ୍ସା […]

  • Friday, 02 July 2021
କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ
କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ

ଭୁବନେଶ୍ୱର: ସମାଜସେବୀ ତଥା ରାଜ୍ୟସଭା ସାଂସଦଙ୍କ କିଟ୍‌ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଛି। ବେଆଇନ୍ ଭାବେ ଅନ୍ୟର ଜମି ଉପରେ କିଟ୍‌ର ନିର୍ମାଣକୁ ନେଇ ଆଜି  ଉତ୍ତେଜନା ସୃଷ୍ଟି ହୋଇଥିଲା। ବେଆଇନ ନିର୍ମାଣକୁ ବିରୋଧ କରୁଥିବା ଜମି ମାଲିକ ଓ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ଟିମ୍ ଉପରେ କିଟ୍ ଗୁଣ୍ଡା ଆକ୍ରମଣ କରିଛନ୍ତି। ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ୍‌ଙ୍କୁ କିଟ୍ ଗୁଣ୍ଡାମାନେ ଧକ୍କା ମାରିବା ସହ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ […]

  • Friday, 02 July 2021
ବେଡ଼୍ ନ ମିଳିବାରୁ ବାରଣ୍ଡାରେ ପ୍ରସୂତିଙ୍କ ପ୍ରସବ
ବେଡ଼୍ ନ ମିଳିବାରୁ ବାରଣ୍ଡାରେ ପ୍ରସୂତିଙ୍କ ପ୍ରସବ

କେନ୍ଦୁଝର: ବେଡ଼୍‌ ନ ମିଳିବାରୁ ବାରଣ୍ଡାରେ ପ୍ରସୂତିଙ୍କ ପ୍ରସବ ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ୭ଟାରେ ଆନନ୍ଦପୁର ଉପଖଣ୍ଡ ଅସନବାହାଳ ଗାଁର ସମା ଗୁୟା ଗର୍ଭବତୀ ପତ୍ନୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସନ୍ତାନ ଜନ୍ମହେବାର ସମୟ ହୋଇନି ବୋଲି ଡାକ୍ତର କହିଥିଲେ। ଫଳରେ ଡାକ୍ତରଖାନା ବାରଣ୍ଡାରେ ପଡିରହିଥିଲେ ପ୍ରସୂତି।  ରାତି ପ୍ରାୟ ୩ଟାରେ ସେହି ଡାକ୍ତରଖାନା ବାରଣ୍ଡାରେ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଖାଲି ଏତିକି […]

  • Friday, 02 July 2021
ବନ୍ଦ କୋଠରୀରୁ ମିଳିଲା ଯୁବକଙ୍କ ମୃତଦେହ
ବନ୍ଦ କୋଠରୀରୁ ମିଳିଲା ଯୁବକଙ୍କ ମୃତଦେହ

ବଲାଙ୍ଗିର: ବଲାଙ୍ଗିର ସହର ରାମେଶ୍ୱରନଗର ପଡାରୁ ଜଣେ ବିବାହିତ ଯୁବକଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରହଲ୍ଲାଦ ମିଶ୍ର। ଗତ କିଛି ମାସ ହେବ ପ୍ରହଲ୍ଲାଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ନିଜ ବାପ ଘରକୁ ଚାଲିଯାଇଥିଲେ। ଫଳରେ ପ୍ରହଲ୍ଲାଦ ରାମେଶ୍ୱରନଗରରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ୩ ଦିନ ଧରି ତାଙ୍କ ପରିବାର ଲୋକେ ଫୋନ୍ କରୁଥିଲେ ମଧ୍ୟ କେହି ଫୋନ୍ ରିସିଭ୍ […]

  • Friday, 02 July 2021
ମହାବଳ ବାଘକୁ ମିଳିଲା ସାଥୀ
ମହାବଳ ବାଘକୁ ମିଳିଲା ସାଥୀ

ଭୁବନେଶ୍ୱର: ମହାବଳକୁ ମିଳିଲା ସାଥୀ। ଆଉ ‘ସୁନ୍ଦରୀ’ ଆସିଲା ସାତକୋଶିଆ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ ଆସି ସାତକୋଶିଆରେ ପହଞ୍ଚିଛି। ତାକୁ ସାତକୋଶିଆର ରାଇଗୋଡ଼ା ଅଞ୍ଚଳରେ ରାତି ୯ଟା ୫୦ରେ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ଛଡାଯାଇଛି। ବାଘୁଣୀ ସୁନ୍ଦରୀକୁ ଖାଇବା ଲାଗି ବାରହା ଦିଆଯାଇଛି। ବାଘୁଣୀକୁ ନିଶ୍ଚେତକ ଦିଆଯାଇ କାବୁ କରି ସାତକୋଶିଆ ଅଣାଯାଇଥିଲା। ଓଡ଼ିଶା ଓ ମଧ୍ୟପ୍ରଦେଶର ବନବିଭାଗ ଟିମ୍, ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓ ବନ୍ୟପ୍ରାଣୀ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ […]

  • Friday, 02 July 2021
ଅଣସର ଘରେ ଶ୍ରୀଜିଉ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ଜଳ ସ୍ନାନ ପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଚତୁର୍ଦ୍ଧାମୂରତି। ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପଡ଼ିଛନ୍ତି। ଦଇତାପତି ସେବାୟତମାନେ ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ସେବା କରୁଛନ୍ତି। ଆଜିଠାରୁ ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଅନବସର ନୀତି। ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତାଙ୍କ […]

  • Friday, 02 July 2021
ତେଜିଲା ଉତ୍କଳ-ଓଡ଼ିଶା ବିବାଦ
ତେଜିଲା ଉତ୍କଳ-ଓଡ଼ିଶା ବିବାଦ

ଭୁବନେଶ୍ୱର : ବନ୍ଦେ ଉତ୍କଳ ବନାମ ବନ୍ଦେ ଓଡ଼ିଶା। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟ ପରଠୁଁ ଜୋର ଧରୁଛି ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଉତ୍କଳ ବଦଳରେ ଓଡିଶା ଶବ୍ଦ ବ୍ୟବହାର ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ମନ୍ତବ୍ୟ ଯଥାର୍ଥ। ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପ୍ରଚେଷ୍ଟା ବନ୍ଦ କରାଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ସମିତି। […]

  • Friday, 02 July 2021
ଦ୍ୱିତୀୟ ଦିନରେ ଇମ୍ଫା ଆଗରେ ସ୍ଥାନୀୟ ଅଧିବାସୀଙ୍କ ଆନ୍ଦୋଳନ
ଦ୍ୱିତୀୟ ଦିନରେ ଇମ୍ଫା ଆଗରେ ସ୍ଥାନୀୟ ଅଧିବାସୀଙ୍କ ଆନ୍ଦୋଳନ

ରାୟଗଡା : ରାୟଗଡା ଜିଲ୍ଲା ଥେରୁବାଲି ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ। ୯ ଦଫା ଦାବି ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗତକାଲିଠୁ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛି । ଗତକାଲି ଉପଜିଲ୍ଲାପାଳ କମ୍ପାନୀ ନେଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସତ୍ତ୍ୱେ ସେମାନେ ଆଜି ଆନ୍ଦୋଳନ ଜାରି ରଖିଛନ୍ତି । କମ୍ପାନୀ ପକ୍ଷରୁ ସମସ୍ତ ଦାବି ପୂରଣ ନେଇ ଲିଖିତ ପ୍ରତିଶୃତି […]

  • Friday, 02 July 2021
୧୦୮ ସୁବାସିତ ଜଳ ଗରାରେ ସ୍ନାନ କଲେ ଶ୍ରୀଜିଉ
୧୦୮ ସୁବାସିତ ଜଳ ଗରାରେ ସ୍ନାନ କଲେ ଶ୍ରୀଜିଉ

ପୁରୀ : ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି। ବିଧି ଅନୁସାରେ ପ୍ରଭୁ ଜଗନ୍ନାଥ ୩୫ ଗରା, ବଡ଼ ଠାକୁର ବଳବଦ୍ର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ଏଥିପାଇଁ ଗତକାଲିଠାରୁ ସୁନା କୂଅରୁ ସଂଗ୍ରହ କରାଯାଇଥିବା ଦିବ୍ୟ ଜଳକୁ ଅଧିବାସ କରାଯାଇ ଶୋଧ କରାଯାଇଥିଲା । ସ୍ନାନ ନୀତି ପାଇଁ ଆଜି ସକାଳୁ  ଧାଡି ପହଣ୍ଡିରେ ଠାକୁରମାନଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା।  ସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି […]

  • Friday, 02 July 2021
ଆଜି ହୀରାକୁଦ ବନ୍ଦ
ଆଜି ହୀରାକୁଦ ବନ୍ଦ

ସମ୍ବଲପୁର : ଆଜି ହୀରାକୁଦ ବନ୍ଦ। ସଡକ ଦୁର୍ଘଟଣାରେ ଜଣେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ହୀରାକୁଦରେ ଦୋକାନ ବଜାର ସହ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ଦୁର୍ଗା ମନ୍ଦିର ଛକରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ଲୋକେ।

  • Friday, 02 July 2021
ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର : ପଛୁଆ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ DMF ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଟାର୍ଗେଟ୍।  ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଂଜନ। ଏଭଳି ଫଣ୍ଡର କଣ ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସେ ପଚାରିଛନ୍ତି। ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ DMFର ୯୦ ପ୍ରତିଶତ ଖର୍ଚ୍ଚ କରାଯାଇନାହିଁ । ଖଣି ଅଞ୍ଚଳ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ସେଭଳି କିଛି ଉନ୍ନତିମୂଳକ କାମ କରିନାହାନ୍ତି ବୋଲି […]

  • Friday, 02 July 2021
ଭଦ୍ରକ ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ହେଲେ ୨୦ ନାଗଛୁଆ
ଭଦ୍ରକ ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ହେଲେ ୨୦ ନାଗଛୁଆ

ଭଦ୍ରକ  : ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ୨୦ ନାଗ ସାପ ଛୁଆ। ଚକ୍ରଡ଼ା ନାରିଲୋ ଗାଁର ରଞ୍ଜିତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଗତକାଲି କିଛି ନାଗ ସାପ ଖେଳୁଥିବା ଦେଖି ଲୋକେ ତାଙ୍କୁ ଜଣାଇଥିଲେ । ଏହା ପରେ ରଞ୍ଜିତ, ତୁରନ୍ତ ସାପ ଧରାଳି ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଖବର ଦେଇଥିଲେ। ଆଜି ସକାଳୁ ସାପ ଧରାଳି ପ୍ରଫୁଲ୍ଲ ଗାଁକୁ ଯାଇ ୨୦ଟି ସାପ ଧରିଥିଲେ। ଅଧିକ ସାପ ଥିବା […]

  • Friday, 02 July 2021
ଜେଲ୍‌ ଗଲେ ଡିଏଫ୍ଓ
ଜେଲ୍‌ ଗଲେ ଡିଏଫ୍ଓ

ଗଞ୍ଜାମ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଡିଏଫ୍ଓଙ୍କୁ କୋର୍ଟ ଚାଲାଣ। ଗଞ୍ଜାମ ଦକ୍ଷିଣ ଘୁମୁସର ଡିଭିଜନର ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କୁ ଭିଜିଲାନ୍ସ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ ପଠାଇଛି। ସୂଚନା ଅନୁଯାୟୀ ତାଙ୍କ ଠାରୁ ୩ କୋଟି ୨୨ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି। ଗତ ୨ ଦିନ ତଳେ ଡିଏଫ୍ଓ ବିଜୟ କେତନଙ୍କ ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର […]

  • Friday, 02 July 2021
ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ପୁଣି ତେଜିଲା ଆନ୍ଦୋଳନ
ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ପୁଣି ତେଜିଲା ଆନ୍ଦୋଳନ

ରାୟଗଡ଼ା  : ରାୟଗଡ଼ା ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ପୁଣି ତେଜିଲା ଶ୍ରମିକ ଆନ୍ଦୋଳନ। ଆଜି ସକାଳ ୮ଟାରୁ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅବହେଳା ଅଭିଯୋଗ କରି ଆନ୍ଦୋଳନ ଚଳାଇଛନ୍ତି ଶ୍ରମିକ। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ ୨୩ରେ ଦୀର୍ଘ ୧୮ ଦିନ ଧରି […]

  • Friday, 02 July 2021
ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ
ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ଜାତୀୟ ସିନିୟର ଆଥ୍‌ଲେଟିକ୍ ଚାମ୍ପିଅନ୍ସିପ୍‌ରେ ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ।  ୪୦୦ ମିଟର ମହିଳା ହର୍ଡଲ୍ସରେ ମିଟ୍ ରେକର୍ଡ ସହ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ଏହି ବିଜୟ ସହ ଜାକର୍ତ୍ତାରେ ହେବାକୁ ଥିବା ଆସନ୍ତା ଏସିଆନ୍ ଗେମ୍ସ ପାଇଁ ସେ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍‌ଲେଟିକ୍ ଚାମ୍ପିଅନ୍ସିପ୍‌ର ପ୍ରଦର୍ଶନ ଭିତ୍ତିରେ ସେ ଯୋଗ୍ୟତା […]

  • Friday, 02 July 2021
ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା
ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା

ଭୁବନେଶ୍ୱର : ରାଜ୍ୟବ୍ୟାପୀ ମୌସୁମୀ ବର୍ଷାର ପ୍ରଭାବ। ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୯ତାରିଖଠାରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍ ବର୍ଷା ହେବ। ଦୁର୍ବଳ ମୌସୁମୀ ଯୋଗୁ କମ୍ ବର୍ଷା ହେବ ବୋଲି ସୂଚନା ମିଳିଛି। ଏପଟେ ବର୍ଷା ଯୋଗୁ ଗତକାଲି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ଉତ୍ତର ଦ୍ୱାର ପାର୍ଶ୍ୱରେ ପାଣି ଜମି […]

  • Friday, 02 July 2021
ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଲାଗି ହେବ ସେନାପଟା
ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଲାଗି ହେବ ସେନାପଟା

ପୁରୀ : ଦିନକ ପରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା।  ହାତୀବେଶରେ ବିଭୂଷିତ ହେବେ ମହାପ୍ରଭୁ। ଏହାପୂର୍ବରୁ ଆଜି ସକାଳୁ ଦଇତାପତି ସେବାୟତ ପହଣ୍ଡି ପାଇଁ ଶ୍ରୀଜୀଉଙ୍କୁ ସେନାପଟା ଲାଗି କରାଇବେ। ବଉଳ କାଠରେ ପ୍ରସ୍ତୃତ ସେନାପଟା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଯୋଗାଇଥାଏ । ଏହି ଗୁପ୍ତ ନୀତି ଦଇତାପତି ସେବାୟତଙ୍କ ଦ୍ୱାରା ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଲାଗି କରିବେ। ଏହି ସମୟରେ ଶ୍ରୀଜୀଉଙ୍କର ଦର୍ଶନ ବନ୍ଦ ରହିବ। ସେପଟେ ହାତୀବେଶ ଏବଂ ପହଣ୍ଡି ପାଇ ଟାହିଆ […]

  • Friday, 02 July 2021
ପିସିସି କମିଟି ଗଠନ ଓ ଆଗୁଆ ପ୍ରାର୍ଥୀ ଚୟନ ନେଇ କଂଗ୍ରେସର କସରତ
ପିସିସି କମିଟି ଗଠନ ଓ ଆଗୁଆ ପ୍ରାର୍ଥୀ ଚୟନ ନେଇ କଂଗ୍ରେସର କସରତ

ଭୁବନେଶ୍ୱର  : କଂଗ୍ରେସ ଭବନରେ ମିଶନ ୧୯ କସରତ । ରାଜ୍ୟରେ ଦଳର ସ୍ଥିତି ଏବେ କଣ, କଣ ହେବ ଭବିଷ୍ୟତର କାର୍ଯ୍ୟପନ୍ଥା, ଦଳ କେମିତି ଲଢିବ ନିର୍ବାଚନ । ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରିଛନ୍ତି ପିସିସି ମୁଖିଆ। ଆଉ ନିର୍ବାଚନ ପାଗ ବନ୍ଧା ପର୍ବ ଅନ୍ତର୍ଗତ ଖୁବ୍ ଶୀଘ୍ର ନିଜ ଟିମ୍ ଗଢିବେ ନିରଞ୍ଜନ। ପୁରୁଣା ପିସିସି କମିଟିରେ ଥିବା ଅନେକ କର୍ମକର୍ତ୍ତାଙ୍କୁ  ନୂଆ କମିଟିରୁ ବାଦ୍ ଦିଆଯିବା ନେଇ ସୂଚନା ମିଳିଛି। ଜିଲ୍ଲା […]

  • Friday, 02 July 2021
ମନ୍ତ୍ରୀଙ୍କ ମୁହଁରେ ବିଭାଜନର ଭାଷା
ମନ୍ତ୍ରୀଙ୍କ ମୁହଁରେ ବିଭାଜନର ଭାଷା

ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼ । କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି କାଳଜୟୀ ଗୀତରେ ଉତ୍କଳ ଶଦ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। କହିଛନ୍ତି ପଶ୍ଚିମ ଓଡିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଲୋକେ ଉତ୍କଳ ଶବ୍ଦକୁ ବିରୋଧ କରୁଛନ୍ତି। ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା ଜନନୀ କହିଲେ ସମସ୍ତଙ୍କ ପାଇଁ ଏହା ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି। ମନ୍ତ୍ରୀଙ୍କ […]

  • Friday, 02 July 2021