• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବିଷାକ୍ତ ଛତୁ ଖାଇ ୨ ମୃତ, ୨ଗୁରୁତର

ମୟୂରଭଞ୍ଜ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇଜଣ ହେଲେ ଦିଅର ଭାଉଜ। ଗୁରୁତର ୨ଜଣଙ୍କୁ ବେତନଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ଦିଅର ପରେ ଭାଉଜଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ସ୍ଥିତି ଅନୁଧ୍ୟାନ […]

  • Friday, 02 July 2021
ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ
ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଏହା ପୂର୍ବରୁ ମଧ୍ୟ ସେ ୨ଥର ହୃଦ୍‌ଘାତର ଶିକାର ହୋଇଥିଲେ। ୧୯୪୨ ମସିହା ଡିସେମ୍ବର […]

  • Friday, 02 July 2021
ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ
ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ ଫଶି ରହିଥିଲେ ଏହି ଓଡ଼ିଆମାନେ । ବନ୍ୟା ଛାଡ଼ିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି ସେମାନେ। ନିଜ ଆଖିରେ ଦେଖିଥିବା କେରଳର ବନ୍ୟା ବିଭୀଷିକାକୁ ମିଡିଆ […]

  • Friday, 02 July 2021
ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର
ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର

ରାଉରକେଲା  : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତାମିଲନାଡୁ ଚାଲାଣ କରୁଥିବା ଖବର ପୁଲିସ୍‌ ପାଇବା ପରେ ଏମାନଙ୍କୁ ଉଦ୍ଧାର କରିଛି । ଏନେଇ ଜିଅାରପି ଏକ ମାମଲା ରୁଜୁ କରି […]

  • Friday, 02 July 2021
ପୋଖରୀରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର

ଗଂଜାମ: ଲୋକେ ପାଖୋରୀରେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି। ଲୋକେ ପୋଖରୀରେ ଗାଧୋଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଓ କବିସୂର୍ଯ୍ୟନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି।

  • Friday, 02 July 2021
ସରକାରଙ୍କ ସତ୍ୟପାଠ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ
ସରକାରଙ୍କ ସତ୍ୟପାଠ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର : ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିବା ସତ୍ୟପାଠକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଅାରେ ସତ୍ୟପାଠ ଅାହ୍ୱାନ କରିଥିଲେ। ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ […]

  • Friday, 02 July 2021
ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ
ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ

ପାରାଦୀପ  : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି।  ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମିତି କି ୧୪ଟି ଜାହାଜରେ ମାଲ୍‌ ଲୋଡିଂ ଓ ଅନଲୋଡିଂ ବାଧାପ୍ରାପ୍ତ ହୋଇଛି। ଓଏସଏଲ ହେଲପର କର୍ମଚାରୀମାନେ ଅପରେଟର ମାନ୍ୟତା ଦାବି କରି କାର୍ଯ୍ୟବନ୍ଦ ଅାନ୍ଦୋଳନ କରିଛନ୍ତି।  ତୁରନ୍ତ ଅାଲୋଚନା ମାଧ୍ୟମରେ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ […]

  • Friday, 02 July 2021
ରୋଗୀଙ୍କ ଜୀବନ ସହିତ ଖେଳ
ରୋଗୀଙ୍କ ଜୀବନ ସହିତ ଖେଳ

ଭୁବନେଶ୍ୱର : ନିରାମୟ ଯୋଜନାରେ ଯୋଗାଣ ପାଇଁ ଅାସିଥିବା ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିଛି। ଏନେଇ ନିଗମ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ଯୋଗାଣ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କଂପାନୀ ଅାଗାମୀ ୩ବର୍ଷ ଯାଏ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ। ୨୦୧୬-୧୭ରେ ନିରାମୟକୁ ସାଲାଇନ ଯୋଗାଇବାକୁ ଟେଣ୍ଡର ନେଇଥିଲା ଗୁଜରାଟର ଏକ୍ୟୁଲାଇଫ କଂପାନୀ। ୨୦୨୦ ମସିହା ଯାଏ ସାଲାଇନର ଅବଧି ଥିଲେ ବି ଏହା ନିମ୍ନ […]

  • Friday, 02 July 2021
ରାଜଧାନୀରେ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ମିଳିତ ଶିକ୍ଷକ ମଞ୍ଚର ଯେଉଁ ସବୁ ଦାବି ଥିଲା ତାହା ପୂରଣ ହୋଇଥିଲା। ତେବେ ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ଦାବି […]

  • Friday, 02 July 2021
ଷ୍ଟେସନ ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଜଣେ ଯୁବକ ଚଢ଼ିଯିବାରୁ ବିଦ୍ୟୁତ କାଟ
ଷ୍ଟେସନ ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଜଣେ ଯୁବକ ଚଢ଼ିଯିବାରୁ ବିଦ୍ୟୁତ କାଟ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ଜଣେ ଯୁବକ ଷ୍ଟେସନର ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଚଢ଼ିଯିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯୁବକଙ୍କୁ ପୁଲିସ ତଳକୁ ଅାଣିବା ପରେ ପୁଣି ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ୩ ନମ୍ବର ପ୍ଲାଟ୍‌ଫର୍ମରେ ଥିବା ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢି ଯାଇଥିଲେ ଜଣେ ଯୁବକ। ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଏହି ଟାଓ୍ୱାରରେ ଥିବାରୁ କାଳେ କିଛି ଅଘଟଣ ଘଟିବ ତେଣୁ ବିଦ୍ୟୁତ୍‌ ସରବରାହ ବନ୍ଦ କରିଦିଅାଯାଇଥିଲା। ବିଦ୍ୟୁତ୍‌ […]

  • Friday, 02 July 2021
ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା
ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା

ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍‌ଧାମରେ ମନାଇବେ ଇସ୍‌ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍‌ଜିଦ୍ ଓ ଇଦ୍‌ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ଇଦ୍‌ଗା ମୈଦାନ୍ ଓ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିବ। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ। ଏହାପରେ […]

  • Friday, 02 July 2021
ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା
ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା

ଥିରୁଅନନ୍ତପୁରମ୍‌ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ରିଲିଫ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ବନ୍ୟା ଘେରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୫ ହଜାର ଲୋକ ୬୪୫ଟି […]

  • Friday, 02 July 2021
ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ
ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ

ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ରହିଛି। ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ […]

  • Friday, 02 July 2021
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ ଅନ୍ୟ ଏକ ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡ ଓ ୨୫ ହଜାର ଜୋରିମାନା କରାଯାଇଛି। ସୂଚନା ମୁତାବକ,ସୁଶାନ୍ତ ଧଳ ସାମନ୍ତ ବେଆଇନ ଅସ୍ତ୍ରଶସ୍ତ୍ର ଦେଖାଇ ଦାଦାବଟି […]

  • Friday, 02 July 2021
କିଡନୀ ରୋଗ ଅାତଙ୍କ   
କିଡନୀ ରୋଗ ଅାତଙ୍କ  

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍‌ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଥିବା ନଳକୂଅ ପାଣିରୁ ଲୁହା ଗୁଣ୍ଡ ବାହାରୁଥିବାବେଳେ ସବୁବେଳେ ପାଣିକୁ କପଡାରେ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ ଏଭଳି ଦୂଷିତ ପାଣି ପିଇ କିଡନୀ […]

  • Friday, 02 July 2021
କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ
କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ

ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି ଉଦ୍ଧାର ଅପେକ୍ଷାରେ। ଏହି ଗାଁର ୩୦ରୁ ଅଧିକ ଶ୍ରମିକ ଏବେ ଏଭଳି ବିପନ୍ନ ଅବସ୍ଥାରେ ଜୀବନ ଜୀଉଁଛନ୍ତି କେରଳରେ। କେବଳ ଏହି ଗୋଟିଏ ଗାଁ ନୁହେଁ, ରାଜ୍ୟର […]

  • Friday, 02 July 2021
ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର  
ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର  

କନ୍ଧମାଳ : ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ  ଗତକାଲି ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ ମିଞ୍ଜାପାଙ୍ଗା ଗାଁର ରେବତୀ ବଳିୟାରସିଂହ ସ୍ୱାମୀ ରିଫନଙ୍କ ସହ ମୋହନାରୁ ବସ୍ ଯୋଗେ ଫେରି ଝିଞ୍ଜିରିଗୁଡ଼ା ଛକରେ ଓହ୍ଲାଇଥିଲେ। ଏହି ସମୟରେ କରଜ ଟଙ୍କାକୁ ନେଇ ୪ଜଣ ଯୁବକ ଅତର୍କିତ ଭାବେ ସଂଘବଦ୍ଧ ହୋଇ ରିଫନଙ୍କୁ ଅାକ୍ରମଣ କରିଥିଲେ। ଗର୍ଭବତୀ ରେବତୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଯୁବକମାନେ ତାଙ୍କୁ ଗୋଇଠା […]

  • Friday, 02 July 2021
୩ ନକଲି ଅାର୍‌ଅାଇ ଗିରଫ
୩ ନକଲି ଅାର୍‌ଅାଇ ଗିରଫ

ନୂଅାପଡ଼ା : ନିଜକୁ RIର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୩ ଜଣ ଯୁବକ ଗିରଫ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ଝସକେତନ ତାଣ୍ଡି, ପ୍ରଶାନ୍ତ ତାଣ୍ଡି ଏବଂ ଯଦୁ ଭୁଏ। ନୂଅାପଡ଼ା ଜିଲ୍ଲା କୋମନା ଏବଂ ନୂଅାପଡ଼ା ତହସିଲର ବିଭିନ୍ନ ଗାଁରେ ଭୂମିହୀନ ଲୋକଙ୍କୁ ଘର ଡିହ ଜମି ଓ ଚାଷ ଜମି ଯୋଗାଇ ଦେବା ନାଁରେ ଠକିଥିବା ଅଭିଯୋଗ ରହିଛି ଏମାନଙ୍କ ନାଁରେ। ଏକ ନିର୍ଦ୍ଦିଷ୍ଟ ଫର୍ମରେ ତଥ୍ୟ ନେଇ ଜଣକା ୧୦୦ […]

  • Friday, 02 July 2021
ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ସିହିଡିହା ଗାଁରେ ଉତ୍ତେଜନା। କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ବାରକୋଟ-କଲେଇପୋଷ ରାସ୍ତା ଅବରୋଧ କରିଛନ୍ତି। ପାଖ ଗାଁର ରଶ୍ମୀ ଗିରି ଅାଜି ଦିନ ସାଢେ ୧୦ଟା ବେଳେ ପାହାଡି ଭୂୟାଁ ଅାବାସିକ ବିଦ୍ୟାଳୟରେ ପାଠ ପଢୁଥିବା ନିଜ ସାନ ଭାଇକୁ ଦେଖିବାକୁ ସିହିଡିହା ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ […]

  • Friday, 02 July 2021
ଘରୋଇ କଳିର କରୁଣ ପରିଣତି

ବରଗଡ଼: ଘରୋଇ କଳିର କରୁଣ ପରିଣତି। କୀଟନାଶକ ପିଇ ବାପ ପୁଅ ଗୁରୁତର। ବରଗଡ଼ ଗାଇସୀମା ପଞ୍ଚାୟତ ନୂଆଁଗଡ଼ ଗାଁ ରେ ବାପା ପରମା ସୁନା ଏବଂ ପୁଅ ବୁଧୁ ସୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ  ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘରୋଇ କଳହକୁ କେନ୍ଦ୍ର କରି ଆଜି ସକାଳେ ଉଭୟେ କୀଟନାଶକ ପିଇଦେଇଥିବା ସନ୍ଦେହ କରାଯାଉଛି।

  • Friday, 02 July 2021
କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ନୟାଗଡ଼: କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟରୁ। ଅଭିଯୋଗ ଅନୁଯାୟୀ ଜଣେ ମହିଳା କର୍ମଚାରୀଙ୍କୁ ସେହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଅଧ୍ୟାପକ ହରେକୃଷ୍ଣ ମହାପାତ୍ର ଏବଂ ଚନ୍ଦ୍ରକାନ୍ତ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଏ ସମ୍ପର୍କରେ ସେ ଆଗରୁ କଲେଜ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିଥିଲେ ବି କିଛି ଫଳ ନମିଳିବାରୁ […]

  • Friday, 02 July 2021
ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଗଜପତି  : ଗଜପତି ଜିଲ୍ଲାରେ ଅାଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କାଶୀନଗର ବ୍ଲକ୍‌ ସିଗିପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଚିନ୍ତାରା। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡେଙ୍ଗୁ ଜ୍ୱରରେ ଅାକ୍ରାନ୍ତ ହୋଇ ୫ ଦିନ ହେବ ସେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।  

  • Friday, 02 July 2021
ଶସ୍ତାରେ ମିଳୁଛି ଇଲିସି ମାଛ

ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର।  ଏବେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୪୫୦ଟଙ୍କା ଦରରେ ବିକ୍ରି ହେଉଛି। ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ମାଛ ମାର୍କେଟରେ ଗ୍ରାହକଙ୍କ ଭିଡ଼ ଜମୁଛି। ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି। ଏତେ ଇଲିଶି ରଖିବାକୁ ବରଫ ଓ ସ୍ଥାନର ଅଭାବ ଯୋଗୁ କମ୍‌ ଦରରେ ବିକ୍ରି ହେଉଛି।  ଛୋଟ ମାଛ ଯୋଡ଼ା ୧୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ମାଛ ଯୋଡ଼ା ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି।” ଜଣେ ମତ୍ସ୍ୟ ବ୍ୟବସାୟୀ କହିଛନ୍ତି,“ବଜାରରେ ଇଲିଶି ଦର ଖସିବା ଯୋଗୁ ମାଛ ବ୍ୟବସାୟୀଙ୍କର କୌଣସି କ୍ଷତି ହେବ ନାହିଁ। ପାଣିପାଗ ଏଭଳି ରହିଲେ ଆହୁରି ଇଲିଶି ଧରାପଡ଼ିବେ ଓଦର କମ୍‌ ରହିବ।” ଇଲିଶି ଦର ଶସ୍ତା ହୋଇଥିବାରୁ ଲୋକେ ନିଜ ସହ ବନ୍ଧୁବାନ୍ଧବଙ୍କ ପାଇଁ କିଣି ନେଉଛନ୍ତି। (ପାରାଦୀପରୁ ଏନ୍‌.ଏମ୍‌ […]

  • Friday, 02 July 2021
ନିର୍ଯାତନାର ବହ୍ନିରେ ଜଳିଗଲେ ଡାକ୍ତରାଣୀ ବୋହୂ
ନିର୍ଯାତନାର ବହ୍ନିରେ ଜଳିଗଲେ ଡାକ୍ତରାଣୀ ବୋହୂ

ଗଞ୍ଜାମ  : ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଅାତ୍ମୀୟ ଧୋକା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ବୋଧହୁଏ ମୋହ ତୁଟିଯାଏ। ଅାଉ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ଜୀବନ ହାରିଦେଇଛନ୍ତି ଜଣେ ସ୍ୱଳ୍ପ ବୟସର ମହିଳା ଡାକ୍ତର। ଗଞ୍ଜାମ, ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଅାଗକୁ ଡେଇଁ ସବୁ ନିର୍ଯାତନା ଓ ଲାଞ୍ଛନାରୁ ନିଜକୁ ମୁକ୍ତ କରିଦେଇଛନ୍ତି ଡାକ୍ତର ଅର୍ଚ୍ଚନା ଦାଶ। ଡାକ୍ତର ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା […]

  • Friday, 02 July 2021
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ମାଡ଼ ଖାଇଲେ ସ୍ୱାମୀ ଅଗ୍ନିବେଶ  
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ମାଡ଼ ଖାଇଲେ ସ୍ୱାମୀ ଅଗ୍ନିବେଶ  

ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ,ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଥିବାର ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ […]

  • Friday, 02 July 2021