• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଦୂତୀଙ୍କୁ ଅାଉ ଦେଢ଼ କୋଟି ଦେବେ ରାଜ୍ୟ ସରକାର
ଦୂତୀଙ୍କୁ ଅାଉ ଦେଢ଼ କୋଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ଦୂତୀଙ୍କୁ ଅାଉ ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାକର୍ତ୍ତା ଏସିଅାଡ୍‌ରେ ୨ଶହ ମିଟରରେ ରୌପ୍ୟ ପାଇବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି।  ପୂର୍ବରୁ ମଧ୍ୟ ଦେଢ କୋଟି ଟଙ୍କା ଦେବାପାଇଁ ଘୋଷଣା ହୋଇଥିଲା। ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ପାଇବା […]

  • Friday, 02 July 2021
ଥାନା ହାଜତ ଭିତରେ ଅଭିଯୁକ୍ତର ଅାତ୍ମହତ୍ୟା ଉଦ୍ୟମ
ଥାନା ହାଜତ ଭିତରେ ଅଭିଯୁକ୍ତର ଅାତ୍ମହତ୍ୟା ଉଦ୍ୟମ

କଟକ  : ଥାନା ହାଜତ ଭିତରେ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଧାରୁଅା ଅସ୍ତ୍ରରେ ନିଜ ତଣ୍ଟି କାଟିଛି ଅଭିଯୁକ୍ତ। କଟକ ଟାଙ୍ଗୀ ଥାନାରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଅନୁଯାୟୀ, ଗତ ୨୭ତାରିଖ ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିରେ ଶିଳପୁଅାରେ ଛେଚି ସ୍ତ୍ରୀକୁ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଟାଙ୍ଗୀ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ବଳରାମ ନାୟକଙ୍କୁ ଥାନା ହାଜତରେ ଅଟକ ରଖିଥିଲା। ମାତ୍ର ବଳରାମ ହାଜତ ଭିତରେ ଅାତ୍ମହତ୍ୟା […]

  • Friday, 02 July 2021
ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ
ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ

ଛତ୍ରପୁର : ଶେଷରେ ଗିରଫ ହେଲେ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଏବଂ ପତ୍ନୀ ନଳିନୀ ପୃଷ୍ଟି। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ତହସିଲଦାରଙ୍କ ପତ୍ନୀ ନଳିନୀ ପୃଷ୍ଟି ଏବେ ଓପେପା ଅାକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ଉଭୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ୱର, ପୁରୀ, ଛତ୍ରପୁର ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ […]

  • Friday, 02 July 2021
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP

ଭୁବନେଶ୍ୱର : ରାଜ୍ୟରେ ଅନର କିଲିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ। ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଓପି ଜାରି କରିଛି ବିଭାଗ। ଅନର କିଲିଂ ଭଳି ଘଟଣା ଘଟୁଥିବା ଜିଲ୍ଲା, ଗାଁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏଥିସହ ଅନ୍ତଃଜାତି ଓ ଅନ୍ତଃଧର୍ମ ବିବାହ ହେଉଥିଲେ IICଙ୍କୁ ସତର୍କ ରହିବାକୁ କୁହାଯାଇଛି। କଙ୍ଗାରୁ କୋର୍ଟ ହେଲେ ତୁରନ୍ତ […]

  • Friday, 02 July 2021
ପୋଲ ଉପରେ ୪ ଫୁଟ୍‌ର ବନ୍ୟା ଜଳ

କଟକ: ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଉତ୍ତର ବାଙ୍କୀ ବ୍ଲକ୍‌ର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ତିଗିରିଆ ବ୍ଲକ୍‌ର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି […]

  • Friday, 02 July 2021
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ହକି। ଏଥିଲାଗି ଅାଜିଠୁ ଅାରମ୍ଭ ହୋଇଛି ୯୦ ଦିନିଅା କାଉଣ୍ଟଡାଉନ୍। ‘ମାଇଁ ହାର୍ଟ ବିଟ୍ସ ଫର ହକି’ ନାଁରେ ଏହି  କ୍ୟାମ୍ପେନିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଶ୍ୱକପ୍ ଲାଗି ଅାଜିଠୁ ବିଧିବଦ୍ଧ ପ୍ରମୋସନ ମଧ୍ୟ ଅାରମ୍ଭ ହୋଇଛି। ଲଣ୍ଡନ, ବେଙ୍ଗାଲୁରୁ,ପୁଣେ, ଦିଲ୍ଲୀ ଓ ମୁମ୍ବାଇ ପରେ ଓଡ଼ିଶାରେ ଅାରମ୍ଭ ହୋଇଛି ପ୍ରଚାର ଅଭିଯାନ। ତାସହିତ ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ସଜାଇବା […]

  • Friday, 02 July 2021
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ୱର : ଛତିଶଗଡ଼ରେ ପ୍ରବଳ ବର୍ଷା। ଜଳଭଣ୍ଡାରରେ ବଢୁଛି ଜଳସ୍ତର। ମହାନଦୀ ଦେଖାଇଲାଣି କରାଳ ରୂପ। କଲ୍‌ମା ଭଳି  ହୀରାକୁଦ ଉପର ମୁଣ୍ଡରେ ଥିବା ଶିବରି ନାରାୟଣ ବ୍ୟାରଜ୍ ଉପରେ ଚାଲିଛି ଅାଣ୍ଠୁଏ ଉଚ୍ଚର ପାଣି। କଲ୍‌ମା ବ୍ୟାରଜର ଉପର ମୁଣ୍ଡରେ ଥିବା ଗାଁ, ମନ୍ଦିର ସବୁକିଛି ପାଣି ଘେରରେ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାର ଦୃଶ୍ୟ ମଧ୍ୟ କିଛି ଏହିପରି । ନଦୀରେ ପାଣି ଭର୍ତ୍ତି। ମହାନଦୀ ଫୁଲିବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି। […]

  • Friday, 02 July 2021
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ତୈଳ ବଜାରରେ ନିଆଁ। ମାସକ ଭିତରେ ପେଟ୍ରୋଲ ଲିଟର ପିଛା ବଢ଼ିଲାଣି ପାଖାପାଖି ଅଢେଇ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଅାଜି ପେଟ୍ରୋଲ ଲିଟର ୭୭ ଟଙ୍କା ୧୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୪ଟଙ୍କା ୯୨ ପଇସାରେ ପହଞ୍ଚିଛି। ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସହରରେ ପେଟ୍ରୋଲ ୭୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ଟଙ୍କା ପାର୍ କରିଛି। ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ ୮୦ ଟଙ୍କା ଛୁଇଁଥିବାବେଳେ ରାୟଗଡ଼ାରେ […]

  • Friday, 02 July 2021
ତେଜିଲା ପୁଲିସ-ଓକିଲ ବିବାଦ
ତେଜିଲା ପୁଲିସ-ଓକିଲ ବିବାଦ

କଟକ : କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣା ପରେ ତେଜିଲା ପୁଲିସ-ଓକିଲ ବିବାଦ। ଅାଜି RDC ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍‌କୁ ପୋଡ଼ି ଦେଇଛନ୍ତି। କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ […]

  • Friday, 02 July 2021
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।

  • Friday, 02 July 2021
ଅବସରପ୍ରାପ୍ତ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ବିଜେଡିରେ ସାମିଲ୍

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ଆଇଟି ମୁଖ୍ୟ ଭାବେ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।

  • Friday, 02 July 2021
ଆଜି ଫାଇନାଲକୁ ଓହ୍ଲାଇବେ ଦୂତୀ

ଜାକର୍ତ୍ତା: ଜାକର୍ତ୍ତା ଏସିଆଡ୍‌ରେ ଓଡିଆ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ଦେଇଛନ୍ତି। ମହିଳା ୨ ଶହ ମିଟରର ଫାଇନାଲକୁ ଦୂତୀ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୨୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିବା ସହ ଟେବୁଲ୍ ଟପ୍‌ରେ ରହିଥିଲେ। ଆଜି ଦୂତୀ ଫାଇନାଲକୁ ଓହ୍ଲାଇବେ। ଦୂତୀଙ୍କ ସଫଳତା କାମନା କରି ଶୁଭେଚ୍ଛାର ସୁଅ ଛୁଟୁଛି। ପୁଣିଥରେ ଦେଶପାଇଁ ମେଡାଲ ଆଣିବାକୁ କାମନା କରିଛନ୍ତି ଆନ୍ତର୍ଜାତିକ କ୍ରୀଡାବିତ୍। ଦୂତୀଙ୍କ ସଫଳତା କାମନା କରି ତାଙ୍କ […]

  • Friday, 02 July 2021
ଗଛକାଟି ମାଓବାଦୀଙ୍କ ରାସ୍ତା ଅବରୋଧ

ଭବାନୀପାଟଣା: ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଲାଞ୍ଜିଗଡ଼ ବ୍ଲକ୍‌ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବନ୍ଦପାରୀ- ଲାଞ୍ଜିଗଡ, ବିଶ୍ୱନାଥପୁର- ବିଜେପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମାଓବାଦୀମାନେ ଗଛକାଟି ରାସ୍ତା ଉପରେ ପକାଇବା ସହ ପୋଷ୍ଟର ମାରିଛନ୍ତି। ଏଥିରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ଓ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି। ନିମ୍ନମାନର କାମ ଓ ଶ୍ରମିକ ଶୋଷଣରୁ ବିରତ ନ ରହିଲେ ସ୍ପେସିଆଲ କ୍ଲାସ […]

  • Friday, 02 July 2021
ଜଟଣୀ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା
ଜଟଣୀ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା

ଜଟଣୀ: ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା ଲାଗିଛି। ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ  ବାଦ ଦେଇଛି। ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ମଧ୍ୟ ନିର୍ମାଣ କାମ କରୁଛି। ତେବେ ସେହି କାର୍ଯ୍ୟରୁ ପଣ୍ଡା ଇନଫ୍ରାକୁ ହଟାଇବାକୁ ନେଇ ବିଚାର ଚାଲିଥିବା ସୂଚନା ମିଳିଛି।

  • Friday, 02 July 2021
ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଲ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲଙ୍କ ଘରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅଭିଯୁକ୍ତ ଦୁଇ କନଷ୍ଟେବଲଙ୍କ ନାମ ରଞ୍ଜିତ ଲିମ୍ମା ଓ ତନୁଜ ସାବତ। ରଞ୍ଜିତ ଲିମ୍ମା ଜିଲ୍ଲା ହାବିଦାର ଓ କନଷ୍ଟେବଲ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ୍‌ ଆର.ଆଇ ଅଫିସରେ କାର୍ଯ୍ୟରତ ଅଛନ୍ତି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଜବତ ହୋଇଥିବା ସଂପତ୍ତିର ଆକଳନ କରୁଛି।

  • Friday, 02 July 2021
ଆଜି ଜାତୀୟ କ୍ରୀଡ଼ା ଦିବସ
ଆଜି ଜାତୀୟ କ୍ରୀଡ଼ା ଦିବସ

ଆହ୍ଲାବାଦ: ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୨୮, ୧୯୩୨, ୧୯୩୬ରେ ଭାରତ ଲଗାତର ୩ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଧ୍ୟାନଚାନ୍ଦଙ୍କ ପାଇଁ ହିଁ ସେ ସମୟରେ ବିଶ୍ୱହକିରେ ଟିମ୍ […]

  • Friday, 02 July 2021
ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି। ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ ସାହୁପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇସାରିଲାଣି। ଆଉ ସୋନପୁର ପାଖରେ ଉଭୟ ମହାନଦୀ ଓ ତେଲ ନଦୀରେ ସ୍ରୋତ ତୀବ୍ରତର ହୋଇଛି। ବାଉରି ଜୋର ଉପରେ ୧୪ […]

  • Friday, 02 July 2021
ରାଜଧାନୀରେ ନକଲି ସସ୍‌ କାରଖାନା ଠାବ, ଜଣେ ଅଟକ

ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍‌ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି  ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

  • Friday, 02 July 2021
ପୁଲିସ୍‌-ଓକିଲ ମୁହାଁମୁହିଁ

କଟକ: କଟକରେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି। ନୂଆବଜାର ପୋଲ ନିକଟରେ ଜଣେ ଆଇନଜୀବୀଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତାତିଛନ୍ତି ଓକିଲ। ଓକିଲଙ୍କୁ ମାଡ଼ ପ୍ରତିବାଦରେ ଶତାଧିକ ଆଇନଜୀବୀ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ। ଓକିଲ ମାନେ କାର୍ଯ୍ୟନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଆହତ ଓକିଲଙ୍କୁ SCBରେ ଭର୍ତ୍ତି କରଯାଇଛି।

  • Friday, 02 July 2021
ପଶ୍ଚିମବଙ୍ଗ ସରକାରଙ୍କ ଫଳକ ଭାଙ୍ଗିଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ଓଡ଼ିଶା–ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି।  ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍ ଭିତରକୁ ଏହି ଫଳକ ଲଗାଯାଇଥିଲା। ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଜାଣିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଏହାପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ […]

  • Friday, 02 July 2021
ଆନ୍ଦୋଳନ ବେଳେ ଚାଷୀ ମୃତ

ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ କରୁଥିଲେ। ଚାଷୀ ସମବାୟ ସମିତିରେ ତାଲା ପକାଇ ଚାଷୀମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଆଲୋଚନା ପାଇଁ ଚାଷୀଙ୍କ ନିକଟରେ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚି ନଥିଲେ ବୋଲି […]

  • Friday, 02 July 2021
କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼

କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ତାଳଚୁଆ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରଙ୍କଣି ପଞ୍ଚାୟତର ଜଣେ ଯୁବକ ଗାଁ ତାଳଚୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଗତକାଲି ତାଳଚୁଆ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ସଭା ବସିଥିଲା। ପରେ ସରପଞ୍ଚ ସଂପୃକ୍ତ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ […]

  • Friday, 02 July 2021
ଏଣିକି ମଦ ଲାଇସେନ୍ସ ଦେବେ ଜିଲ୍ଲାପାଳ
ଏଣିକି ମଦ ଲାଇସେନ୍ସ ଦେବେ ଜିଲ୍ଲାପାଳ

ଭୁବନେଶ୍ୱର : ମଦକୁ ନେଇ ଚାଲିଛି ମହାଭାରତ । ସମାଜକୁ ବିଗାଡୁଥିବା ମଦ ବିରୋଧରେ ଦୈନିକ କେଉଁଠି ନାଁ କେଉଁଠି ଏମିତି ଢଙ୍ଗରେ ହେଉଛି ହିଂସାତ୍ମକ ପ୍ରତିବାଦ ଓ ଅାନ୍ଦୋଳନ । ହେଲେ ରାଜ୍ୟ ସରକାର କିନ୍ତୁ ଏ ବାବଦରେ ସାଜିଛନ୍ତି ଧୃତରାଷ୍ଟ୍ର। ମଦ ବନ୍ଦ କରିବେ କଣ ବରଂ ଅାଗକୁ ଗାଁ ଗାଁରେ କେମିତି ମଦର ବନ୍ୟା ସୃଷ୍ଟି ହେବ ସେଥିପାଇଁ ନେଇଛନ୍ତି ନିଷ୍ପତ୍ତି। ଯାହା କି ସ୍ପଷ୍ଟ ପ୍ରମାଣିତ କରୁଛି ଅବକାରୀ ବିଭାଗର ବିଜ୍ଞପ୍ତିରୁ […]

  • Friday, 02 July 2021
ପୌର ନିର୍ବାଚନ ବାଟ ଏବେ ଏକ ପ୍ରକାର ବନ୍ଦ
ପୌର ନିର୍ବାଚନ ବାଟ ଏବେ ଏକ ପ୍ରକାର ବନ୍ଦ

ଭୁବନେଶ୍ୱର : ଅାସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେଉଛି ୬୫ଟି ପୌର ପରିଷଦର କାର୍ଯ୍ୟକାଳ। ହେଲେ ସେସବୁ ସ୍ଥାନରେ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅାଗେଇ ପାରିନାହିଁ ପ୍ରକ୍ରିୟା। ଏଥିରେ ବାଧକ ସାଜିଛି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କୁ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ଦେଇନାହାଁନ୍ତି। ସେପଟେ ପୌର ପରିଷଦଗୁଡ଼ିକରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହାକୁ ଚ୍ୟାଲେଂଜ […]

  • Friday, 02 July 2021
ପୁଣି ଝଡ଼ାଫୁଙ୍କା ଅନ୍ଧବିଶ୍ୱାସ
ପୁଣି ଝଡ଼ାଫୁଙ୍କା ଅନ୍ଧବିଶ୍ୱାସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ଝଡ଼ାଫୁଙ୍କା । ଛେଣ୍ଡିପଦା ବ୍ଲକ୍‌ ମାମୁରିଅା ଗାଁରୁ ଅାସିଛି ଏହି ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ଗାଁର ଝୁନା ଭୁତିଅା ନାମକ ଜଣେ ମହିଳାଙ୍କୁ ଅାଜି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]

  • Friday, 02 July 2021