• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଗାଁରେ ପଶି ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ୍‌ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ୨୦ରୁ ୩୦ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଏହି ହାତୀପଲ ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ବିଲରେ ପଶି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ଏହି ହାତୀପଲ ଖାଦ୍ୟ ଅନୁସରଣରେ ଗାଁ ଭିତରକୁ ପଶି ଆସିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

  • Friday, 02 July 2021
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍

ଭୁବନେଶ୍ୱର: ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତ୍‌ଙ୍କ ଅନୁସାରେ ୨୦୦୯ରେ ଶେଷ ଥର ଲାଗି ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲା ସମାନ ବିଷୟ ପଢୁଛନ୍ତି । ଫଳରେ ନୂଅା ନୂଅା ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଡାଞ୍ଚାରେ ଅାସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଥିବା ସେମାନଙ୍କ ଯୁକ୍ତି। ପ୍ରତି ୩ ବର୍ଷରେ ସିଲାବସ୍‌ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢିବା ସହ […]

  • Friday, 02 July 2021
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର: ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅାଜି ଦିନତମାମ ଏମିତି ଭକ୍ତି ଓ ଅାରାଧନାର ପରିବେଶ ଦେଖିବାକୁ ମିଳିଛି ରାଜଧାନୀର ଇସ୍କନ ମନ୍ଦିରରେ। ଏଥିସହିତ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ ରଖିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ […]

  • Friday, 02 July 2021
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ପାଖେଇ ଅାସୁଛି ନିର୍ବାଚନ। ଅାଟାକିଂ ମୁଡ୍‌ରେ ବିରୋଧୀ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଲୋକାୟୁକ୍ତ ଅାଇନ କାର୍ଯ୍ୟକାରିତାରେ ଶିଥିଳତା, ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହା ଅାହୁରି ବଢ଼ିବା, ଅାମ ଗାଁ ଅାମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି, ଶିକ୍ଷକ ଓ ଡାକ୍ତରଙ୍କ ସମସ୍ୟା ଅାଦିକୁ ମୁଖ୍ୟ ପ୍ରସଙ୍ଗ […]

  • Friday, 02 July 2021
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ। ୧୦ ବର୍ଷ ବୟସ୍କ ମନୀଷ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍‌ର ସଂକ୍ରମଣରେ ମନୀଷ ବ୍ଲଡ୍ ପ୍ରୋଟୋଜୋଅାନ୍ ରୋଗରେ ପୀଡିତ ଥିଲା । ଏହି ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ଏହା ସତ୍ତ୍ୱେ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ମନୀଷର ଚିକିତ୍ସା ଜାରି ରଖିଥିଲେ। ମନୀଷର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରିବା ପାଇଁ […]

  • Friday, 02 July 2021
୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ
୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ

ନବରଙ୍ଗପୁର  : ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କ ଠାରୁ ପୁଲିସ ୭୬ କିଲୋ ଗଞ୍ଜେଇ ଜବତ କରିଛି। ୨ ଲୁଟେରାଙ୍କ ମଧ୍ୟରେ ଜଣେ ବିହାର ମୋତିହାରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ଜୟପୁର ଅଞ୍ଚଳର। ଦୀର୍ଘ ଦିନ ହେବ ଏହି ଚୋର ନବରଙ୍ଗପୁରରୁ ଗଞ୍ଜେଇ ନେଇ ବିହାର, ରାଜସ୍ଥାନ ଅାଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ […]

  • Friday, 02 July 2021
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପାଇକପଡ଼ା ଗାଁର ରମେଶ ସିଂ।  କିଛି ଦିନ ପୂର୍ବରୁ ମହିଳା ଜଣକ ଚାଷ କାମ ପାଇଁ ବିଲକୁ ଯାଉଥିବାବେଳେ ଅଭିଯୁକ୍ତ ରମେଶ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜା ଦୃଷ୍ଟିରୁ ମହିଳା ଜଣକ ଏହା କାହାକୁ କହିନଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ମହିଳାଙ୍କ ଘରକୁ […]

  • Friday, 02 July 2021
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

ଅନୁଗୁଳ : ଦୀର୍ଘ ବର୍ଷର ପ୍ରୟାସ ପରେ ମିଳିଛି ସଫଳତା। ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମ। ଏଠାରେ ଡେରାଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଦୀର୍ଘ ୫୦ ବର୍ଷ ହେବ ବିସ୍ଥାପିତ ହୋଇ ଏମାନେ ବଡମୂଳରେ ରହି ଅାସୁଛନ୍ତି। ହେଲେ ଏଯାଏ ଗାଁକୁ ମିଳିନଥିଲା ରାଜସ୍ୱ ଗ୍ରାମର ମାନ୍ୟତା। ଏମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ […]

  • Friday, 02 July 2021
ବିଦ୍ୟୁତ୍‌ ଅାଘାତରେ ୫ ଅାହତ
ବିଦ୍ୟୁତ୍‌ ଅାଘାତରେ ୫ ଅାହତ

କେନ୍ଦୁଝର  : କେନ୍ଦୁଝର ଝୁମ୍ପୁରାରେ ବିଦ୍ୟୁତ ଅାଘାତରେ ୫ ଜଣ ଅାହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅାହତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।  ଖେଣ୍ଡରା ପଞ୍ଚାୟତ ତିଳଉପଦା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଉଥିବାବେଳେ ହଠାତ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା।  ବିଦ୍ୟୁତ ତାର ଟଣା କାମରେ ୧୦ ଜଣ କାମ […]

  • Friday, 02 July 2021
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସୁରଟ : ଓଡ଼ିଶା ପରବରେ ଯୋଗ ଦେବା ପୂର୍ବରୁ ଅାଜି ସୁରଟରେ ଅାୟୋଜିତ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଞ୍ଜିନିବେଶକାରୀଙ୍କୁ ଭେଟି ସେମାନଙ୍କ ସହ ଅାଲୋଚନା କରିଛନ୍ତି। ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଗୁଜରାଟର ଇନ୍‌ଭେଷ୍ଟର୍ସ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ନିବେଶ କରିବାକୁ ଅାହ୍ୱାନ କରିଛନ୍ତି। ଗୁଜରାଟର ଶିଳ୍ପପତିମାନେ ମଧ୍ୟ ଓଡ଼ିଶାରେ ନିବେଶ କରିବାକୁ ଅାଗ୍ରହୀ ଥିବା କହିଛନ୍ତି ଧର୍ମେନ୍ଦ୍ର।

  • Friday, 02 July 2021
ବିପଦ ସଙ୍କେତ ଉପରେ ବୈତରଣୀ
ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ : ବିପଦ ସଂକେତ ଉପରେ ବୈତରଣୀ। ଭଦ୍ରକ ଅାଖୁଅାପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି। ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୧୦ ମିଟର। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକ୍‌ରେ ୪ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି। ଧାମନଗରରେ ଗୌରାଙ୍ଗପୁର ଓ ମଲିକାପୁର ଏସକେପ୍ ଦେଇ ଜଳ ନିଷ୍କାସନ କରାଯାଉଛି।

  • Friday, 02 July 2021
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ

ଭୁବନେଶ୍ୱର : ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ କଟାକ୍ଷ।  ଚୌକିଦାର ବନିଗଲେ ପାର୍ଟନର ବୋଲି କହିଛନ୍ତି ନିରଂଜନ। ପିସିସି ସଭାପତି ଅଭିଯୋଗ କରିଛନ୍ତି, ରାଫେଲ ଦୁର୍ନୀତିରେ ଅନିଲ ଅମ୍ବାନିଙ୍କ ସହିତ ମୋଦି ମଧ୍ୟ ସଂପୃକ୍ତ ଅଛନ୍ତି । ହାଲ୍‌କୁ ନିର୍ମାଣ ଦାୟିତ୍ୱ ଦିଅାଯାଇଥିଲେ ଓଡ଼ିଶା ଉପକୃତ ହୋଇଥାନ୍ତା। ରାଫେଲ ଦୁର୍ନୀତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି। ସୁନାବେଡ଼ା ହାଲ୍‌ରେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଓଡିଶାର ଯୁବକ […]

  • Friday, 02 July 2021
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗି ପାଇକସାହିରେ ଘଟିଛି ଏହି ଅଘଟଣ। ଦୁର୍ଗିସାହିରେ ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଜଣେ ମହିଳା ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଜଣକ ପରେ ଜଣେ ଏପରି ଅାଉ ୫ ଜଣ ଯାଇଥିଲେ। ତେବେ ଟାଙ୍କି ଭିତରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ […]

  • Friday, 02 July 2021
ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ
ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ

ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ  BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍‌ଜି ପାଣ୍ଡିଅା, OMDC ଓ MR ଖଣି ମାଲିକ ପ୍ରଶାସନ ନିକଟରେ ହାଜର ହୋଇଛନ୍ତି। OPDR ଆକ୍ଟ ଅନୁଯାୟୀ ହୋଇଥିବା ନୋଟିସ୍ ଅାଧାରରେ ସମସ୍ତ ମାଲିକ ହାଜର ହୋଇଛନ୍ତି। ଓକିଲଙ୍କ […]

  • Friday, 02 July 2021
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା

ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍‌ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ। ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଇଲାକା। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି […]

  • Friday, 02 July 2021
କାହା କଥାରେ ଚାଲିଛି ଶାସନ ?
କାହା କଥାରେ ଚାଲିଛି ଶାସନ ?

ଭୁବନେଶ୍ୱର: ଅଚଳ ହୋଇଯାଇଛି ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଦିନେ କି ଦୁଇ ଦିନ ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁଁ ଗଲା ୧୭ ଦିନ ଧରି ସ୍ଥିତି ଅସମ୍ଭାଳ। ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ରାଜ୍ୟର କୋଣ ଅନୁକୋଣରୁ ଅାସୁଥିବା ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ନତାଲା ସମେତ ସମ୍ବଲପୁର, ବ୍ରହ୍ମପୁର ଓ କଟକ ଆଦି ଜାଗାରେ ସମାନ ସ୍ଥିତି। କଲମ ଛାଡ଼ ଅାନ୍ଦୋଳନରେ ଠପ୍ ହୋଇଯାଇଛି ହେଡ୍‌ […]

  • Friday, 02 July 2021
ସରକାରଙ୍କୁ ପଣ୍ଡା ଇନଫ୍ରାର ନାଲି ଅାଖି
ସରକାରଙ୍କୁ ପଣ୍ଡା ଇନଫ୍ରାର ନାଲି ଅାଖି

ଭୁବନେଶ୍ୱର : ବମିଖାଲ ଟ୍ରାଜେଡି ପରେ କଳାତାଲିକା ଭୁକ୍ତ ହୋଇଥିବା ଫଣ୍ଡା ଇନଫ୍ରା ସହ ମୁହାଁମୁହିଁ ହୋଇଛିପୂର୍ତ୍ତ ବିଭାଗ। ବମିଖାଲ ପରେ ଜଟଣୀ ଓଭରବ୍ରିଜ କାମରେ ମଧ୍ୟ ଅବହେଳା ଓ ଅନୁମତି ନଥାଇ କାମ କରୁଥିବା ଦର୍ଶାଇ ପଣ୍ଡା ଇନଫ୍ରା ହାତରୁ ପୂର୍ତ୍ତ ବିଭାଗ କାମ ଛଡାଇ ନେବା ପରେ ବିବାଦ ବଢିଛି।  କଂପାନୀ ନାଁରେ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ଦେଇ ପାଲଟା ଅାକ୍ରମଣ କରିଛି ପଣ୍ଡା ଇନଫ୍ରା । ପୂର୍ତ୍ତ ବିଭାଗର […]

  • Friday, 02 July 2021
ଇଣ୍ଡିଅା ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ଶୁଭାରମ୍ଭ
ଇଣ୍ଡିଅା ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ଶୁଭାରମ୍ଭ

ନୂଅାଦିଲ୍ଲୀ : ଅାରମ୍ଭ ହେଲା ଇଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ- IPPB । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଅାଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ଏହାକୁ ଅାନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।  ଏହାଦ୍ୱାରା ଦେଶର ଦେଢ ଲକ୍ଷରୁ ଅଧିକ ଡାକ ଘରକୁ IPPB ସହ ଲିଙ୍କ୍ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। IPPBରେ ସେଭିଙ୍ଗସ ଅାକାଉଣ୍ଟ ଉପରେ ୪ ପ୍ରତିଶତ ସୁଧ ରହିଛି।  IPPB ର ୬୫୦ଟି ଶାଖା ରହିବ।  ଏଥିସହ ୩୨୫୦ଟି ଅାକ୍‌ସେସ୍‌ ପଏଣ୍ଟ ରହିବ। ଏଠାରେ […]

  • Friday, 02 July 2021
ଛିଣ୍ଡି ପଡ଼ିଲା ୧୧ କେଭିର ବିଦ୍ୟୁତ୍‌ ତାର
ଛିଣ୍ଡି ପଡ଼ିଲା ୧୧ କେଭିର ବିଦ୍ୟୁତ୍‌ ତାର

ନୂଅାପଡ଼ା : ଟଳିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ଲୋକ। ନୂଅାପଡ଼ା ଜିଲ୍ଲା କୋମନାର ମୁଖ୍ୟ ବଜାରରେ ଅାଜି ଛିଣ୍ଡି ପଡ଼ିଥିଲା ଉଚ୍ଚଶକ୍ତି ସଂପନ୍ନ ୧୧ କେଭି ବିଦ୍ୟୁତ୍‌ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତଥାପି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏଠାରେ ବାରମ୍ବାର ତାର ଛିଣ୍ଡୁ ଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

  • Friday, 02 July 2021
ରୌପ୍ୟ ବିଜେତା ଓଡିଅା ମହିଳା ହକି ଖେଳାଳିଙ୍କୁ ଦିଅାଯିବ ପୁରସ୍କାର
ରୌପ୍ୟ ବିଜେତା ଓଡିଅା ମହିଳା ହକି ଖେଳାଳିଙ୍କୁ ଦିଅାଯିବ ପୁରସ୍କାର

ଭୁବନେଶ୍ୱର : ଏସିଅାନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର । ମହିଳା ହକି ଦଳର ୪ ଓଡିଅା ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦିଅାଯିବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୪ ଓଡିଅା ହେଲେ ସୁନିତା ଲାକ୍ରା, ନମିତା ଟପୋ, ଲିଲିମା ମିଞ୍ଜ ଏବଂ ଦୀପଗ୍ରେସ ଏକ୍କା । ସେହିପରି କୋଚ୍‌ଙ୍କୁ ଖେଳାଳିଙ୍କ ପୁରସ୍କାର ରାଶିର ୨୦ ପ୍ରତିଶତ ପ୍ରଦାନ କରାଯିବ। ଗତକାଲି ଏସୀୟ କ୍ରୀଡ଼ାରେ ଭାରତୀୟ […]

  • Friday, 02 July 2021
ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ
ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ

ରାଉରକେଲା : ‘ମୋମୋ’ ଭଳି ମରଣାନ୍ତକ ଅନ୍‌ଲାଇନ୍ ଗେମରେ ଯାଇଛି ପୁଅର ଜୀବନ। ୯ ଦିନ ତଳେ ଘଟିଯାଇଥିବା ସେହି ସାଂଘାତିକ ଘଟଣା ଏବେ ବି ପରିବାର ଏବଂ ଅାତ୍ମୀୟ ସ୍ୱଜନଙ୍କ ମନକୁ ଖିନ୍‌ଭିନ୍ କରିଦେଉଛି। ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଭିଭାବକଙ୍କୁ ମାଡ଼ି ବସିଛି ଭୟ ଅାଉ ଅାତଙ୍କ । ରାଉରକେଲା ରେଲ୍‌ୱେ କଲୋନୀର ଇଂଜିନିୟରିଂ ଛାତ୍ର ଏସ୍.ଚେତନ କୁମାର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପୁଟର ସାଇନ୍ସରେ ତୃତୀୟ […]

  • Friday, 02 July 2021
ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ
ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ

 ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ। ଅାଇଡିଟିଏ ସମ୍ମିଳନୀ କକ୍ଷ ନିକଟ ଏକ ଗଛରେ ରଶି ଲଗାଇ ଯୁବକ ଜଣକ ଅାତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ନାମ ଶଶାଙ୍କ ଶେଖର ଶତପଥୀ ବୋଲି ସୂଚନା ମିଳିଛି।  ପ୍ରଥମେ ଏହି ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

  • Friday, 02 July 2021
ବାଙ୍କିରେ ବାରହା ଅାତଙ୍କ
ବାଙ୍କିରେ ବାରହା ଅାତଙ୍କ

କଟକ : କଟକ ବାଙ୍କିରେ ବାରହା ଅାତଙ୍କ। ଜଙ୍ଗଲୀ ବାର୍‌ହା ଅାକ୍ରମଣରେ ୨ ମହିଳାଙ୍କ ସମେତ ୫ ଜଣ ଅାହତ ହୋଇଛନ୍ତି। ବାର୍‌ହାଙ୍କ ଅତର୍କିତ ଅାକ୍ରମଣ ପରେ ଦୁଲଣାପୁର ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ଅାହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ସହ ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାଙ୍କି ଜାତମୁଣ୍ଡିଅାରୁ ଖୋର୍ଦ୍ଧା ରାସ୍ତା ଅବରୋଧ କରାଯାଇଛି। ନିକଟସ୍ଥ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ବାର୍‌ହା ପଲ ଅାସି ଲୋକଙ୍କୁ ଅାକ୍ରମଣ କରୁଛନ୍ତି।

  • Friday, 02 July 2021
ଅାସନ୍ତା ୨୯ରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି
ଅାସନ୍ତା ୨୯ରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହେଲାଣି, କିନ୍ତୁ ରାଜ୍ୟକୁ ମିଳିନି ଟର୍ମସ ଅଫ୍ ରେଫରେନ୍‌ସ ବା ଟିଓଅାର। ତେଣୁ ଟ୍ରିବ୍ୟୁନାଲରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇଛି। ତେବେ ପକ୍ଷ ରଖିବା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଜ୍ୟ ଜଳ ସଂପଦ ବିଭାଗ। ସୂଚନା ଅନୁସାରେ, ପ୍ରଥମତଃ ଅଣମୈସୁମୀରେ ହୀରାକୁଦକୁ କମିଥିବା ଜଳପ୍ରବାହର ତଥ୍ୟ ରଖିବ ବିଭାଗ। ବିଗତ କିଛି ବର୍ଷରେ ହୀରାକୁଦକୁ କେତେ ପାଣି […]

  • Friday, 02 July 2021
ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ
ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ

ଭୁବନେଶ୍ୱର  : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍‌ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍‌ସ ବିଭାଗ।

  • Friday, 02 July 2021