• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ତିତ୍‌ଲି ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ତିତ୍‌ଲି ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତିତ୍‌ଲି ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅାଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟରେ ପୁନର୍ଗଠନ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁନର୍ଗଠନ କାମର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ୫ଦିନ ପରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ସହ କାର୍ଯ୍ୟ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।  

  • Saturday, 03 July 2021
ମା’ ତାରିଣୀ ପୀଠରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା
ମା’ ତାରିଣୀ ପୀଠରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଆନନ୍ଦପୁର : ଘଟଗାଁ ମା’ ତାରିଣୀ ପୀଠରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅାଜି ତାରିଣୀ ପୀଠରେ ପହଞ୍ଚି ମାଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବାହାରେ ସେ ତାଙ୍କର ପ୍ରଶଂସକମାନଙ୍କୁ ଭେଟିଥିଲେ। ଅନେକ ପ୍ରଶଂସକ ବୈଜୟନ୍ତଙ୍କୁ ପାଖରେ ପାଇ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ମା’ ତାରିଣୀଙ୍କ ଦର୍ଶନ ବେଳେ ଓଡିଶାବାସୀଙ୍କ ସୁଖ ସମୃଦ୍ଧ କାମନା କରିଥିବା କହିଛନ୍ତି ବୈଜୟନ୍ତ।

  • Saturday, 03 July 2021