• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sushant singh
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶନିବାର ବିହାରର ଏକ କୋର୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ରିୟାଙ୍କ ବିରୋଧରେ ପିଟିସନ୍‌ […]

Capture
ଜନ୍ମଦିନରେ ଭାଇଙ୍କୁ ମନେ ପକାଇ ଏମିତି କହିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜନ୍ମଦିନ। ଏକମାତ୍ର ଭାଇର ଜନ୍ମଦିନରେ ଅନେକ ଶୁଭକାମନା କରନ୍ତି ତିନି ଭଉଣୀ। ସେଇ ଜନ୍ମ ତିଥି ଆସିଛି। ହେଲେ ଭାଇ ତାଙ୍କର ନାହିଁ। ଭାଇ ବିନା ଏଥର ଜନ୍ମଦିନ ପାଳନ କରୁଛନ୍ତି ସୁଶାନ୍ତଙ୍କ ଭଉଣୀ। ହେଲେ ସବୁଥର ପରି ଏଥର ତାଙ୍କ ମନରେ ନାହିଁ ସେହି ଆନନ୍ଦ, ଉଚ୍ଛ୍ୱାସ…। ଆଖିର ଲୁହ, ମନର କୋହକୁ ଚାପିରଖି ଜନ୍ମଦିନ ପାଳୁଛନ୍ତି। ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭଉଣୀ […]

kgf-2
କେବେ ରିଲିଜ୍‌ ହେବ KGF Chapter 2 ? ତାରିଖକୁ ନେଇ ମିଳିଲା ଏମିତି ସୂଚନା

ମୁମ୍ବାଇ: ୟଶ ଷ୍ଟାରର୍ KGF Chapter 2 ଏହି ବର୍ଷ ପ୍ରଶଂସକଙ୍କୁ ବେଶ ମନୋରଞ୍ଜର ଖୋରାକ ଯୋଗାଇବ। ଦର୍ଶକ ଏବେଠାରୁ ଏହି ମୁଭିକୁ ଦେଖିବା ପାଇଁ ଦିନ ଗଣିବାକୁ ଆରମ୍ଭ କଲେଣି। କେଉଁଦିନ ଫିଲ୍ମ ରିଲିଜ ହେବ ଜାଣିବା ପାଇଁ ଦର୍ଶକ ବିଭିନ୍ନ  ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି।  ମୁଭିର ରିଲିଜ ତାରିଖକୁ ନେଇ ଅନେକ ଡେଟ ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଏହା ଦର୍ଶକଙ୍କୁ ନିରାଶ କରିଥିଲା। ହେଲେ ଏବେ ସେହି ପ୍ରତୀକ୍ଷାର ଅନ୍ତ […]

  • Tuesday, 13 July 2021
21221
ଭାରି ଖୁସି ଲାଗେ ଏହି ହସ ଦେଖିଲେ...ସୁଶାନ୍ତଙ୍କ ଜନ୍ମଦିନ ପୂର୍ବରୁ ଏମିତି ଭାବପ୍ରବଣ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ୭ ମାସ ବିତିଗଲା। ଏକମାତ୍ର ଗେହ୍ଲାଭାଇକୁ ଆଉ ଦେଖି ନାହାନ୍ତି ଭଉଣୀମାନେ । କେବଳ ତା’ର ସ୍ମୃତିକୁ ନେଇ ଯାହା ବଞ୍ଚିଛନ୍ତି। ଆଜି ଭାଇର ଜନ୍ମଦିନ । କିନ୍ତୁ ଭାଇ ତାଙ୍କର ନାହିଁ। କେଉଁ ଅଫେରା ଦୁନିଆକୁ ଚାଲି ଯାଇଛି ଯେ ଆଉ ଆସିବନି। ହଁ, ଆମେ ଏଠି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ କଥା କହୁଛୁ। ଗତବର୍ଷ ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ […]

  • Tuesday, 13 July 2021
sonuuu-sixteen_nine
ରିଲିଜ ହେଲା ସୋନୁ ସୁଦଙ୍କ ଲାଟେଷ୍ଟ ସଙ୍ଗ୍ ’ପାଗଲ ନେହିଁ ହୋନା’, ଭାଇରାଲ୍ ହେଉଛି ଭିଡ଼ିଓ

ମୁମ୍ବାଇ: ଦେଶର କୋଣ ଅନୁକୋଣରେ ଏକ ପରିଚିତ ନାମ ସୋନୁ ସୁଦ୍‌ । ଗତ କିଛି ଦିନ ହେବ ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସୋନୁ ସୁଦ୍‌ ସହାୟତାର ହାତ ବଢାଇ ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ରିଲ୍‌ରେ ଭିଲିଆନ ରୋଲରେ ଦେଖିବାକୁ ମିଳୁଥିବା ସୋନୁଙ୍କୁ ଏବେ ରିୟଲ ହିରୋ ଭୂମିକାରେ ଦେଖୁଛନ୍ତି ଲୋକେ। ଗତ କିଛି ଦିନ ହେବ ସୋନୁଙ୍କ ଫ୍ୟାନ ବଢି ଯାଇଛନ୍ତି। ଯାହା ବି ହେଉ, ବ୍ୟକ୍ତିଗତ […]

  • Tuesday, 13 July 2021
Odia Actress Deepa Hospitalised
ଅଭିନେତ୍ରୀ ଦୀପା ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତା ଅଖିଲ ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଆଜି ସକାଳେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ତେବେ ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ଆଜି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଓଡ଼ିଆ […]

sushant 6
ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ଏହା କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହେଁ, ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏହି ଘଟଣା ପରେ ସୁଶାନ୍ତଙ୍କ ଦୀର୍ଘ ଦିନର ଅତି ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ଓ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ଅଙ୍କିତା ଲୋଖଣ୍ଡେ ପୁରାପୂରି ଦୁଃଖରେ […]

amitav
ବେଆଇନ ଆପ୍‌ରେ ମେସେଜ ପଠାଇ ବିଗ୍‌ ବି’ଙ୍କୁ ହଇରାଣ କରିଥିଲେ ଏଇ ଆକ୍ଟର

ମୁମ୍ବାଇ: ବଲିଉଡ ମେଗାଷ୍ଟାର..ବାଦ୍‌ଶାହ..ଅମିତାଭ ବଚ୍ଚନ। ଦର୍ଶକ ତାଙ୍କର ଯେତିକି ପ୍ରଶଂସା କରନ୍ତି, ସେତିକି ସମ୍ମାନ ବି କରନ୍ତି। ତାଙ୍କର ସ୍ୱର,ଷ୍ଟାଇଲ୍‌ ଏତେ ପ୍ରଭାବଶାଳୀ ଯେ, ତାଙ୍କ ସହିତ ଥଟ୍ଟାମଜ୍ଜା କରିବାକୁ କେହି ସାହାସ କରିପାରନ୍ତି ନାହିଁ। କେହି ଯଦି ତାଙ୍କ ସହ ମଜାକ କରିବାକୁ ଚିନ୍ତା ବି କରନ୍ତି, ତେବେ ୧୦ ଥର ଭାବିବାକୁ ପଡ଼ିଥାଏ। ହେଲେ ବଲିଉଡର ଏଇ ଷ୍ଟାର ତାଙ୍କ ପ୍ରାଙ୍କ କରିଥିଲେ। ଏମିତି ମେସେଜ ଦେଇଥିଲେ, ଯାହାକୁ ନେଇ ଅମିତାଭ ଖୁବ ରାଗି […]

  • Tuesday, 13 July 2021
sonu-1
ସୋନୁ ସୁଦ୍‌ଙ୍କ ନାଁରେ FIR ଦେଲା BMC

ମୁମ୍ବାଇ: କଙ୍ଗନାଙ୍କ ପରେ ରିଲ୍‌ରୁ ରିୟଲ ହିରୋ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଟାର୍ଗେଟ କରିଛି ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)। ତାଙ୍କର ବାସଗୃହକୁ ହୋଟେଲ କରିଥିବା ଅଭିଯୋଗ ଆଣି ସୋନୁଙ୍କ ନାମରେ FIR ଦାଏର କରିଛି BMC। BMC ପୋଲିସରେ ଏକ ଅଭିଯୋଗ ଦାଏର କରି କହିଛି, ସୋନୁ ସୁଦ୍‌ ତାଙ୍କର ୬ ମହଲା ବିଶିଷ୍ଟ ବାସଗୃହ ଶକ୍ତିସାଗରକୁ ହୋଟେଲ କରି ଦେଇଛନ୍ତି।  ହେଲେ ଏଥିପାଇଁ ସେ ଆବଶ୍ୟକ ଅନୁମତି ଆଣି ନାହାନ୍ତି।  ବିଏମ୍‌ସି ନୋଟିସ୍‌ ସତ୍ତ୍ୱେ […]

  • Tuesday, 13 July 2021
arhaan khan
ସୁଶାନ୍ତଙ୍କ ପରେ ଡିପ୍ରେସନ୍‌ରେ ଅଛନ୍ତି ବିଗ୍‌ ବସ୍‌ର ଏହି ପ୍ରତିଯୋଗୀ

ମୁମ୍ବାଇ: ୩୪ ବର୍ଷ ବୟସରେ ବଲିଉଡ୍‌ ‌ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ରବିବାର ଦିନ ସେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପରେ ଜଣାପଡ଼ିଥିଲା ଯେ, ସେ ଡିପ୍ରେସନ୍‌ରେ ଥିଲେ। ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ। ଏସବୁ ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି। ବିଗ୍‌ ବସ୍‌ ୧୩ ପ୍ରତିଯୋଗୀ ଅରହାନ୍‌ ଖାନ୍‌ ଡିପ୍ରେସନ୍‌ରେ‌ ଥିବା ସୂଚନା ମିଳିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେ‌ ସାଇକାଟ୍ରିଷ୍ଟ୍ଙ୍କ‌(Psychiatrist) […]

  • Tuesday, 13 July 2021
sushant singh rajput
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା […]

sushant 11
ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍‌ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି […]

sushant
ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ୫ ବର୍ଷର ଭଣଜା କହିଲେ ଏମିତି କଥା, ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ

ମୁମ୍ବାଇ: ନିଜ ଟ୍ୟାଲେଣ୍ଟ୍‌ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଥିବା ବଲିଉଡ୍‌ ‌ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ ପୂରା ସ୍ତବ୍ଧ ହୋଇଯାଇଛି। ଫ୍ୟାନ୍ସଠୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ସେ ଏଭଳି ଚରମ ପଦକ୍ଷେପ ନେବେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ସହ […]

anil
ପାଣିରେ ବୁଡ଼ି ଆଖି ବୁଜିଲେ ସାଉଥ ହିରୋ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଅନିଲ ପି ଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଏହି ଖବର ଶୁଣିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଫ୍ୟାନ୍ସ। କ୍ରିସମାସ ଅବସରରେ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖ ଦେଇଛି। ସୋଶାଲ ମିଡିଆରେ ମଧ୍ୟ ଶୋକର ଲହରୀ ଦେଖିବାକୁ ମିଳିଛି। କୁହାଯାଉଛି, ଅନିଲ ପି ଶୁଟିଂ ପାଇଁ ବାହାର ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ […]

  • Tuesday, 13 July 2021
bijay mohanty
ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବିଜୟଙ୍କୁ ଆଣିବାକୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ପଠା ଯାଇଥିଲା। ଦୁଇ ମେଡିକାଲ କର୍ତ୍ତୃପକ୍ଷ କଥା ହେବା […]

actress deepika
ଅଭିନେତ୍ରୀ ଦୀପିକା ସିଂଙ୍କ ମା’ଙ୍କୁ କରୋନା; କହିଲେ-କେଜ୍ରିୱାଲ୍‌ ଜୀ, ଦୟାକରି‌ ସାହାଯ୍ୟ କରନ୍ତୁ

ନୂଆଦିଲ୍ଲୀ: ସିରିୟଲ୍‌ ‘ଦିୟା ଔର୍ ବାତି ହମ୍‌’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିବା ନେଇ ଗତକାଲି ସେ ଜାଣିବାକୁ ପାଇଥିଲେ। ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଦୀପିକାଙ୍କ ମା’ଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ହେଲେ ସେମାନଙ୍କୁ ରିପୋର୍ଟ ଦିଆଯାଉନଥିବା ଦୀପିକା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍ ପକ୍ଷରୁ ତାଙ୍କ(ଦୀପିକା) ବାପା‌ଙ୍କୁ କେବଳ ରିପୋର୍ଟର ଫଟୋ କ୍ଲିକ୍‌ […]

arjun
ଆଜି NCBରେ ହାଜର ହୋଇପାରନ୍ତି ଅଭିନେତା ଅର୍ଜୁନ ରାମପଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏନସିବି ସ୍କାନରରେ ଏବେ  ଅଛନ୍ତି ଅଭିନେତା ଅର୍ଜୁନ ରାମପଲ । ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି NCB ମୁଖ୍ୟାଳୟରେ ହାଜର ହୋଇପାରନ୍ତି   ଅର୍ଜୁନ ରାମପଲ । ଗତକାଲି ଏନସିବି ଅର୍ଜୁନ ରାମପଲଙ୍କୁ ପୁଣି ଥରେ ସମନ କରିଥିଲା । ଏଥିରେ ଆଜି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । […]

  • Tuesday, 13 July 2021
salman-111
ବଡିଗାର୍ଡଙ୍କ ଜନ୍ମଦିନ ପାଳିଲେ ସଲମାନ, ହେଲେ କେକ୍‌ ଖାଇବା ବେଳେ ଏମିତି କଲେ...

ମୁମ୍ବାଇ: ବଲିଉଡ ଆକ୍ଟର ସଲମାନ ଖାନ୍ କୌଣସି ନା କୌଣସି କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ନିଜର ଦରିଆଦିଲ୍‌ ପାଇଁ। ବଲିଉଡର ଏଇ ଭାଇଜାନ୍‌ ଏବେ ନିଜ ବଡିଗାର୍ଡଙ୍କ ବାର୍ଥ ଡେ ସେଲେବ୍ରେଶନ କରି ଚର୍ଚ୍ଚାକୁ ଆସିଛନ୍ତି। ଗତ ଶନିବାର ଦିନ ସଲମାନଙ୍କ ବଡିଗାର୍ଡଙ୍କ ଜ଼ନ୍ମଦିନ ଥିଲା। ସଲମାନ ତାଙ୍କ ଜନ୍ମଦିନକୁ ପାଳନ କରିଥିଲେ ଏବଂ ଏହାର ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ […]

  • Tuesday, 13 July 2021
anil kapoor
ଭାରତୀୟ ବାୟୁ ସେନାକୁ କ୍ଷମା ମାଗିଲେ ବଲିଉଡ ଅଭିନେତା ଅନିଲ କାପୁର

ନୂଆଦିଲ୍ଲୀ:  ନେଟ୍‌ଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି “AK vs AK”। ଟ୍ୱିଟରରେ ଏହାର ଟିଜର ଶେୟାର କରିଛନ୍ତି ବଲିଉଡ ଆକ୍ଟର ଅନିଲ କାପୁର। ଏହି ଟିଜରକୁ ନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲ୍ମର କିଛି ଅଂଶକୁ ବାଦ ଦେବାକୁ ଏୟାର ଫୋର୍ସ ବୁଧବାର ଦାବି କରିଛି। ଆଇଏଏଫ (IAF) ପକ୍ଷରୁ ଏକ ଟ୍ୱିଟ୍‌ରେ କୁହାଯାଇଛି,  ରିଲିଜ ହୋଇଥିବା ଏହି ଭିଡିଓରେ ଆଇଏଏଫର ୟୁନିଫର୍ମ ଏବଂ ଭାଷାକୁ ଠିକ୍‌ ଭାବେ […]

  • Tuesday, 13 July 2021
sk
ପୁଣି ଚାଷ ଜମିରେ ସଲମାନ... ଭାଇରାଲ ହେଲା ଫଟୋ

ମୁମ୍ବାଇ:ବଲିଉଡ୍‌ ଆକ୍ଟର ସଲମାନ ଖାଁ  ଟିଭି ରିୟଲିଟି ସୋ’ ବିଗ୍‌ ବସ୍‌ କରି ଆଜିକାଲି ଚର୍ଚ୍ଚାରେ। ସୋଶାଲ ମିଡିଆରେ ବି ସଲାମାନ୍‌ ବେଶ ଆକ୍ଟିଭ। ନିଜର ସ୍ୱତନ୍ତ୍ର ଶୈଳୀକୁ  ଫ୍ୟାନ୍ସମାନେ ବହୁତ ପସନ୍ଦ କରନ୍ତି । ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ସୋଶାଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ସେ ଫାଉଡା ଧରି କାମ କରୁଥିବା ଦେଖିବାକୁ ମିଳୁଛି। ସୋଶାଲ ମିଡିଆ ୟୁଜର୍ସ ଓ […]

  • Tuesday, 13 July 2021
wajid khan 1
ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର୍‌ ତଥା ସିଙ୍ଗର୍‌ ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁର କାରଣ ଏବେ ଯାଏ ଜଣାପଡ଼ିନାହିଁ। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, କିଛି ଦିନ ତଳେ […]

  • Tuesday, 13 July 2021
bijay mohanty
ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ସେ ଅସୁସ୍ଥ ଥିବା ନେଇ ଗତକାଲି ଖବର ଆସିଥିଲା। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଦେଇ କହିଛନ୍ତି, ‘ତାଙ୍କ(ବିଜୟ ମହାନ୍ତି) ସ୍ୱାସ୍ଥ୍ୟାବସ୍ଥା ଟିକେ ସୁଧୁରିଛି। ଏବେ ବି ସେ ICUରେ ଅଛନ୍ତି ଓ ଅକ୍ସିଜେନ୍‌ ଚାଲୁ […]

vlcsnap-error152
ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍‌ ହୋଇଥିଲା। କାଲିଠାରୁ ICUରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି। ଗତ ୩-୪ ମାସ ହେବ ସେ ଡାଇବେଟିସ୍ […]

kiran kumar
ଅଭିନେତା କିରଣ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି। ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଶରୀରରେ […]

  • Tuesday, 13 July 2021