• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Sabyarchita
ବିବାହ ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କଲେ ସବ୍ୟାର୍ଚ୍ଚିତା

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ମାର୍ଚ୍ଚ ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରାଜସ୍ଥାନର ଜୟପୁରରେ ଏହି ବିବାହ ହୋଇଥିଲା। ଦିଲ୍ଲୀ-ଜୟପୁର ହାଇୱେ ସ୍ଥିତ The Neemrana Fort Palace ହୋଟେଲ୍‌ରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କୁ ନେଇ ବିବାହ ହୋଇଥିଲା। ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ସୋସିଆଲ୍‌ ମିଡିଆରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଏବେ ବିବାହ ବେଳର ଭିଡିଓ ଶେଆର କରିଛନ୍ତି। Big Day […]

  • Tuesday, 13 July 2021
sabya-archita
ବିବାହ ପୂର୍ବରୁ ସାମ୍ନାକୁ ଆସିଲା ସବ୍ୟସାଚୀ-ଅର୍ଚ୍ଚିତାଙ୍କ ହଳଦୀ ସେରିମୋନି ଫଟୋ

ଭୁବନେଶ୍ୱର: ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ। ଆଉ କିଛି ସମୟ ପରେ ଅର୍ଚ୍ଚିତାଙ୍କୁ ଜୀବନ ସାଥୀ କରିବେ ସବ୍ୟସାଚୀ। ରାଜସ୍ଥାନର ଏକ ଲଗ୍‌ଜୁରିଅସ୍‌ ରିସର୍ଟରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।     ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ […]

  • Tuesday, 13 July 2021
Amitabh Bachchan
କ’ଣ ହୋଇଛି ବିଗ୍‌ ବିଙ୍କର ? ଗୋଟିଏ ଲେଖାରେ ଫ୍ୟାନ୍‌ମାନେ ଚିନ୍ତିତ

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ୍‌‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ବ୍ଲଗ୍‌ ମାଧ୍ୟମରେ ତାଙ୍କର ମନର ଭାବନାକୁ ଫ୍ୟାନ୍ସଙ୍କ ସହ ଶେଆର କରିଥାନ୍ତି। ବିଗ୍‌ ବି ଏବେ ଏକ ବ୍ଲଗ୍‌ରେ ଏମିତି କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି ଯାଇଛନ୍ତି। ବିଗ୍‌ ବି ତାଙ୍କର ଏହି ବ୍ଲଗ୍‌ରେ ମାତ୍ର ଗୋଟିଏ ଧାଡ଼ି‌ ହିଁ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମେଡିକାଲ୍‌ କଣ୍ଡିସନ୍‌..ସର୍ଜରୀ..ଆଉ କିଛି ଲେଖି ପାରିବି ନାହିଁ।’ ଫେବୃଆରୀ […]

  • Tuesday, 13 July 2021
deepika
ଟିସୁ ପେପର୍‌ ବିକ୍ରି ବାହାନାରେ ଦୀପିକାଙ୍କ ପର୍ସ ଛଡ଼ାଇ ନେଲେ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପର୍କରେ ଥାନ୍ତି। ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥାବାର୍ତ୍ତା ହେବାର ନଜିର ରହିଛି। ଏପରିକି ଭିଡ଼ ଭିତରେ ମଧ୍ୟ ସେ ଫ୍ୟାନ୍ସଙ୍କ ପାଖକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଦୀପିକାଙ୍କ ଏଭଳି ଉଦାରତା ପାଇଁ ତାଙ୍କୁ ଅନେକଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ସୋସିଆଲ ମିଡିଆରେ ଦୀପିକାଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟିସୁ ପେପର ବିକ୍ରି […]

  • Tuesday, 13 July 2021
Amitav Bacchan
ଫେକ୍ ଶାୟରୀ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ଅମିତାଭ

ନିକଟରେ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍‌ରେ ଆସିଥିଲେ।

Rubina Dilaik
ରୁବିନା ଦିଲୈକ ବିଗ୍‌ ବସ୍‌ ୧୪ ବିଜେତା, ପୁରସ୍କାରରେ ମିଳିଲା ୩୬ ଲକ୍ଷ

ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍‌ ବସ୍‌ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ‌। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍‌ ବସ୍‌ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍‌ ସଲମାନ୍‌ ଖାନ୍‌ ବିଗ୍‌ ବସ୍‌ ସିଜନ୍‌ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍‌ ବସ୍‌ର […]

  • Tuesday, 13 July 2021
Kangana-Ranaut
ଏବେ ବଲିଉଡ କ୍ୱିନଙ୍କ ଟାର୍ଗେଟରେ ଜାତିର ଜନକ : ଉତ୍ତମ ପିତା ଏବଂ ପତି ହେବା ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା

ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଟି ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତପ୍ରକାଶ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି, ଏହାସହ ସମାଲୋଚନକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାର ପରିଧୀରେ ଅଭିନେତ୍ରୀ ।  ଜାତିର ଜନକଙ୍କ, ପିତା ଏବଂ ପତି ହେବାର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛନ୍ତି କଙ୍ଗନା । […]

  • Tuesday, 13 July 2021
kareena kapoor
କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୋଜା ଚାଲିଛି ନାଁ

ମୁମ୍ବାଇ: କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ବଲିଉଡ୍‌ ବେବୋ କରୀନା କପୁର ପୁଣିଥରେ ମା’ ହୋଇଛନ୍ତି। ଆଜି ସକାଳେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ପରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଉଭୟ କରୀନା ଓ ସୈଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୀନାଙ୍କ ଦ୍ୱିତୀୟ ସନ୍ତାନଙ୍କ ନାଁ କିଛି ରଖାଯାଇ ନାହିଁ। ହେଲେ କରୀନାଙ୍କ ଏହି ଦ୍ୱିତୀୟ […]

  • Tuesday, 13 July 2021
ranveer-kapoor
ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ : ସେଲଫ୍ କ୍ୱାରେଣ୍ଟାଇନରେ ରହିଲେ ବଲିଉଡ୍ ଅଭିନେତା

ରଣବୀରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ଏବେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ଅଭିନେତା କରୋନା ହେବା ନେଇ ସୂଚନା ଦେଲେ ମାଆ ନୀତୁ ସିଂହ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ମାଆ ନୀତୁ ସିଂହ । ଗତ କିଛି ଦିନ ଧରି କରୋନା ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ରଣବୀର […]

  • Tuesday, 13 July 2021
2021
୨୦୨୧ରେ ରିଲିଜ୍ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ବଲିଉଡ଼୍ ସିନେମାର ତାଲିକା . . . . .

ବର୍ଷ ୨୦୨୦ ଥିଲା ସଂଘର୍ଷର ବର୍ଷ । ଆଉ ସଂଘର୍ଷ ବର୍ଷରେ ଅଧିକ ସଂଘର୍ଷ କରିଥିଲା ସିନେ ଇଣ୍ଡଷ୍ଟ୍ରି । ମହାମାରୀ କରୋନା କାରଣରୁ ଅନେକ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ବର୍ତ୍ତମାନ ଅଳ୍ପ ବହୁତ କଟକଣା ହଟିଛି। ଆଉ ଫିଲ୍ମ ରିଲିଜ ପାଇଁ ମଧ୍ୟ ଅନୁମତି ମିଳିଛି । ତେଣୁ କିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଚଳିତ ୨୦୨୧ରେ ରିଲିଜ୍ ହେବାର ଅନେକ ସମ୍ଭାବନା ରହିଛି। ରାଧେ- ଇୟର ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ ସଲମାନ […]

  • Tuesday, 13 July 2021
Dia Mirza
ଦ୍ୱିତୀୟ ବିବାହ କରିବେ ଅଭିନେତ୍ରୀ ଦୀୟା ମିର୍ଜା !

ମୁମ୍ବାଇ: କିଛିଦିନ ତଳେ ବଲିଉଡ୍‌ ଅଭିନେତା ବରୁଣ ଧୱନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏବେ ଆଉ ଜଣେ ବଲିଉଡ୍‌ ସେଲିବ୍ରେଟି ବିବାହ କରିବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀୟା ମିର୍ଜା ଆସନ୍ତାକାଲି ଦ୍ୱିତୀୟ ବିବାହ କରିବେ ବୋଲି ବୋଲି ଶୁଣିବାକୁ ମିଳିଛି। ବିଜ୍‌ନେସ୍‌ ମ୍ୟାନ୍‌ ବୈଭବ ରେଖିଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। SpotboyE.comର ରିପୋର୍ଟ ଅନୁସାରେ, ଫେବୃଆରୀ ୧୫ ଅର୍ଥାତ୍‌ ଆସନ୍ତାକାଲି ଦୀୟା ମୁମ୍ବାଇରେ ବୈଭବଙ୍କୁ ବିବାହ କରିବେ। ବିବାହ ଉତ୍ସବରେ କେବଳ […]

  • Tuesday, 13 July 2021
tapasi-panuu
ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ

ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍ ମୁମ୍ବାଇ: ବଲିଉଡ଼ରେ ଆୟକର ରେଡ୍ । ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ । ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ହୋଇଛି। ନିର୍ଦ୍ଦେଶକ […]

  • Tuesday, 13 July 2021
AMNA
ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ : ପାକିସ୍ତାନୀ ବ୍ୟୁଟି ବ୍ଲଗର୍ ଆମନା ଇମ୍ରାନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ଚେହେରା, ଆଉ ତାଙ୍କ ପରି ଠାଣିବାଣୀ ସବୁ ତାଙ୍କ ପରି । ଫଟୋ ପୋଜ ମଧ୍ୟ ଦେଉଛନ୍ତି ବଲିଉଡ଼ ଅଭିନେତ୍ରୀ ତାଙ୍କ ପରି। ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦିଶୁଛନ୍ତି ପାକିସ୍ତାନର ଜଣେ ଯୁବତୀ। ଇଣ୍ଟରନେଟରେ ଫଟୋ ଭାଇରାଲ୍ ହେବା ପରେ ପାକିସ୍ତାନୀ ବ୍ଲଗର୍‌ ଆମନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆମନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଅନେକ ଫଟୋ ଅଛି […]

  • Tuesday, 13 July 2021
Sapna Choudhary
ଅଡ଼ୁଆରେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ୍‌ର ଆର୍ଥିକ ଅପରାଧ ଶାଖା(EOW) ଏକ ମାମଲା ରୁଜୁ କରିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁଯାୟୀ, ପାଖାପାଖି ୪ କୋଟି ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ସପନା ଚୌଧୁରୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।   View this post on […]

  • Tuesday, 13 July 2021
actress gehana vasisth
ପର୍ଣ୍ଣ ଭିଡିଓ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ଗିରଫ ହେଲେ ଅଭିନେତ୍ରୀ

ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ୍ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ତଥା ମଡେଲ୍‌ ଗହନା ବରିଷ୍ଠ(Gehana Vasisth)ଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ପ୍ରପୋର୍ଟି ସେଲ୍‌ ଗିରଫ କରିଛି। ନିଜ ୱେବ୍‌ସାଇଟ୍‌ରେ ପର୍ଣ୍ଣ ଭିଡିଓ ଶୁଟ୍ ଓ ଏହାକୁ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ଗହନାଙ୍କୁ ଗିରଫ କରାଯାଇଛି। ଗତକାଲି ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।  ଅନ୍ୟ ମଡେଲ୍‌, ଅଭିନେତ୍ରୀ ଓ ଅନ୍ୟ […]

  • Tuesday, 13 July 2021
rubina-dilaik
ବିଗ୍‌ ବସ୍‌ରେ ବଡ଼ ଖୁଲାସା କଲେ ଅଭିନେତ୍ରୀ ରୁବିନା, କହିଲେ-ଆତ୍ମହତ୍ୟା ବିଷୟରେ ଭାବୁଥିଲି

ମୁମ୍ବାଇ: ବିଗ୍‌ ବସ୍‌ ୧୪ର ଜଣେ ଦମ୍‌ଦାର୍‌ କଣ୍ଟେଷ୍ଟାଣ୍ଟ୍ ହେଉଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲାଇକ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ‌ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଛି। ହେଲେ କିଛିଦିନ ହେବ ରାକ୍ଷୀ ସାୱନ୍ତ ଓ ରୁବିନାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ନଜର ଆସିଛି। କଥାଟା ଏତେ ଦୂର ପହଞ୍ଚି ଯାଇଛି ଯେ, ଅଭିନବ ଶୁକ୍ଲାଙ୍କ ପତ୍ନୀ ରୁବିନା ଦିଲାଇକ ରାକ୍ଷୀଙ୍କ ଉପରେ ବାଲ୍‌ଟିରେ ପାଣି ଆଣି ଢାଳି ଦେଉଥିବା ନଜର […]

  • Tuesday, 13 July 2021
sushant friend
୮ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ ହେଲେ ସୁଶାନ୍ତଙ୍କ ବନ୍ଧୁ

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌କୁ ନେଇ ପୁଣି ଆକ୍ସନ ମୋଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌କୁ ନେଇ NCBର ଛାନ୍‌ଭିନ୍‌ ଜାରି ରହିଥିବା ବେଳେ ଗତକାଲି NCB ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ଗିରଫ କରିଛି। ୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଏନ୍‌ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ଲିଙ୍କ୍‌ […]

Rajeb-kapoor
୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତା ରାଜୀବ କପୁର। ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ବଲିଉଡ଼୍ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ସାନ ପୁଅ  ତଥା ଲୋକପ୍ରିୟ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ରାଜୀବଙ୍କ ମୃତ୍ୟୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳ […]

  • Tuesday, 13 July 2021
953449-kapilsharma-ginni-chatrath
କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ଘରେ ନୂଆ ଅତିଥି, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଗିନ୍ନି ଚଥରଥ

ପୁଣି ଥରେ ବାପା ହେଲେ କମେଡି କିଙ୍ଗ। ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି କପିଲ ଶର୍ମା । ପତ୍ନୀ ଗିନ୍ନି ଚଥରଥ ଏକ ପୁଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ନିଜେ କପିଲ ଶର୍ମା। ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାପୂର୍ବରୁ ୨୦୧୯ରେ  କପିଲ-ଗିନ୍ନିଙ୍କ ଘରେ କୁନି ପରୀ ଅନାୟାରା ଜନ୍ମ ନେଇଥିଲା। Namaskaar ? we […]

  • Tuesday, 13 July 2021
kapil sharma
କାହିଁକି ବନ୍ଦ ହୋଇଯିବ ‘ଦ କପିଲ୍‌ ଶର୍ମା ଶୋ’ ? କମେଡି କିଙ୍ଗ୍‌ କଲେ ଏମିତି ଖୁଲାସା

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା କପିଲ୍‌ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍‌ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍‌ ଶର୍ମାଙ୍କ କମେଡି ଶୋ’ ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ ଓ କିଛିଦିନ ପରେ  ନୂଆ ସିଜନ୍ ସହ ସେ ପୁଣିଥରେ ଫେରିବେ।  ମୁମ୍ବାଇ: କମେଡିଆନ୍‌ କପିଲ୍‌ ଶର୍ମା ଓ ପତ୍ନୀ ଗିନି ଚତରଥ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ […]

  • Tuesday, 13 July 2021
first-photo
ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପିଠିରେ ଥିବା ଏକ ଟାଟୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ […]

FB_COVER
ମାଆ ମଙ୍ଗଳାଙ୍କ ଚମତ୍କାରିତାକୁ ନେଇ ଆସୁଛି ନୂଆ ଧାରାବାହିକ ’ମଙ୍ଗଳାଚରଣ’

ଓଡ଼ିଶାର ନମ୍ବର-୧ ଲୋକପ୍ରିୟ ଚ୍ୟାନେଲ ତରଙ୍ଗ ନେଇଆସୁଛି ନୂଆ ଧାରାବାହିକ ମଙ୍ଗଳା ଚରଣ । ନୁଆ କାହାଣୀ, ଭିନ୍ନ ଶୈଳୀ, ଓଡ଼ିଶାର ସାଂସ୍କୃତିକ ପରମ୍ପରା ତଥା ଓଡ଼ିଆ ଘରର ମୌଳିକତା ଉପରେ ଆଧାରିତ ଏହି ଧାରାବାହିକ ଆସନ୍ତା ୧୮ ତାରିଖ ସୋମବାର ସନ୍ଧ୍ୟା ୬.୩୦ରୁ ପ୍ରସାରଣ ହେବାକୁ ଯାଉଛି । ଯେଉଁଥିରେ ଅନେକ ଲୋକପ୍ରିୟ କଳାକାରଙ୍କ ସହ କିଛି ନୂଆଁ ମୁହଁକୁ ଦେଖିବାକୁ ମିଳିବ । ସାରା ସଂସାରର ସେ ମଙ୍ଗଳ କାରିଣୀ ବୋଲି ନା ତାଙ୍କର […]

  • Tuesday, 13 July 2021
radhe
ଦମଦାର ଆକ୍ସନ ନେଇ ‘ରାଧେ’ରେ ଆସିବେ ସଲମାନ

ମୁମ୍ବାଇ:  ସିଲଭର ସ୍କ୍ରିନ୍‌ରେ ପୁଣିଥରେ ଦେଖିବାକୁ ମିଳିବ ସଲମାନଙ୍କ ଦମଦାର ଆକ୍ସନ । ରିଲିଜ୍ ହୋଇଛି ସଲମାନ ଖାନ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଟ୍ରେଲର୍। ଫିଲ୍ମରେ ଜଣେ ଅଣ୍ଡର କପ୍ ଭୂମିକାରେ ନଜର ଆସିବେ ସଲମାନ। ଦମଦାର ଆକ୍ସନ ସହ ରୋମାନ୍ସରେ ଭରପୁର ରହିଛି ଏହି ଫିଲ୍ମ। ଇଦ୍ ଅବସରରେ ଅର୍ଥାତ୍‌ ମେ’ ୧୩ରେ ରିଲିଜ୍ ହେବ ଫିଲ୍ମ ‘ରାଧେ’। ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ Radhe: Your Most Wanted Bhaiରେ […]

  • Tuesday, 13 July 2021
music director shravan
କରୋନାରେ ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ବାଇ: କରୋନାରେ ପ୍ରାଣ ହରାଇଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୁରୁବାର ବିଳମ୍ବିତ ରାତିରେ ସେ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ପୁରା ନାଁ ଶ୍ରବଣ ରାଥୋଡ୍ । ୯୦ ଦଶକରେ ବଲିଉଡ଼ର ଚର୍ଚ୍ଚିତ ସଙ୍ଗୀତ ନିର୍ଦେଶକ ଯୋଡି ଥିଲେ ନଦୀମ-ଶ୍ରବଣ। ଉଭୟେ ଦର୍ଶକଙ୍କୁ ଅନେକ ସୁପରହିଟ୍ […]

  • Tuesday, 13 July 2021
Ravi-snkr
ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ଆଜି ପରଲୋକ ହୋଇ ଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ଘଟିଥିବା ଖବର ମିଳିଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚଳଚ୍ଚିତ୍ର ଏଡିଟିଙ୍ଗ କ୍ଷେତ୍ରରେ ରବି ଶଙ୍କରଙ୍କର ବେଶ୍ ପାରଦର୍ଶିତା ଥିଲା। ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର […]

  • Tuesday, 13 July 2021