• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sridevi
ଆଖିବୁଜିଲେ ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ

ମୁମ୍ବାଇ: ବଲିଓଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଶନିବାର ଦୁବାଇ ଠାରେ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଦୁବାଇ ଠାରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦାନ ସମୟରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଥିଲା। ଶ୍ରୀଦେବୀଙ୍କ ସହ ବିବାହ ପାର୍ଟିରେ ସ୍ୱାମୀ ବୋନି କପୁର ଏବଂ ଝିଅ ଘୁସି ମଧ୍ୟ ଥିଲେ। ସେଠାରେ ହଠାତ୍ ତାଙ୍କ ହୃଦଘାତ ହୋଇଥିଲା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ […]

  • Friday, 16 July 2021
sanjay lila -deepika
ଦୀପିକାଙ୍କୁ ଏମିତି ପ୍ରଶଂସା କଲେ ଭଂସାଲୀ : କହିଲେ ତାଙ୍କ ଭିତରେ ମୁଁ ୩ଜଣ ପୁରୁଣା ଅଭିନେତ୍ରୀଙ୍କୁ ଦେଖେ

ବଲିଉଡ଼ରେ ଏବେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ ଜଣେ। ନିକଟରେ ରିଲିଜ୍‌ ହୋଇଥିବାବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ରେ ଅଭିନୟ କରି ଦୀପିକା ପାଲଟିଯାଉଛନ୍ତି ବଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା। ଏହି ଅଭିନେତ୍ରୀ ଜଣଙ୍କ ଯେ ଅତ୍ୟନ୍ତ ଟ୍ୟାଲେଣ୍ଟେଡ୍‌ ସେ ବିଷୟରେ ପ୍ରଶ୍ନ କରାଯାଇନପାରେ। ତେବେ ‘ପଦ୍ମାବତ୍‌’ର ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଦୃଷ୍ଟିରେ ଦୀପିକା କିପରି ଜାଣିଛନ୍ତି ? ଭଂସାଲୀ କହିଛନ୍ତି, ଦୀପିକାଙ୍କ ଭିତରେ ସେ ୩ଜଣ ପୂର୍ବତନ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଗୁଣ ଦେଖିବାକୁ […]

  • Friday, 16 July 2021
rani-mukherjee
ଏହି କାରଣ ପାଇଁ ରାଣୀ ମୁଖାର୍ଜୀ ନିଜ ସ୍ୱାମୀଙ୍କୁ ନିତି ଗାଳି କରନ୍ତି !

ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋ’ରେ ପହଁଚିଥିଲେ ।  ଏହି ଶୋ’ରେ  ସେ ପ୍ରସିଦ୍ଧ  ଫ୍ୟାଶନ୍ ଡ଼ିଜାଇନର  ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର ଫିଲ୍ମ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ। ରାଣୀ ମୁଖାର୍ଜୀ ଏଠାରେ ନିଜ ପତି ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ […]

karishma
ଅଭିନେତ୍ରୀ କରିସ୍ମା କପୁରଙ୍କ ଦାମୀ ବ୍ୟାଗକୁ ନେଇ ଚର୍ଚ୍ଚା !  

ମୁମ୍ବାଇ: କୁହାଯାଏ ସେଲିବ୍ରେଟିମାନଙ୍କ ଲାଇଫ୍ ଏକ ଅଲଗା ଅନ୍ଦାଜର । ସେମାନଙ୍କର କଥାବାର୍ତ୍ତା,  ଚାଲିଚଳନ , ବେଶଭୂଷା ଆଦିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର । ଫେବୃଆରି ୧୫ରେ କରିସ୍ମା କପୁରଙ୍କ ବାପା ରଣଧିର କପୁରଙ୍କର ଥିଲା ଜନ୍ମଦିନ। ବାପାଙ୍କ ୭୧ତମ ଜନ୍ମଦିନରେ ଡିଜାଇନର୍‌ ବିଭୁ ମଲହୋତ୍ରାଙ୍କ ଡିଜାଇନ୍‌ ଡ୍ରେସ୍‌ ପିନ୍ଧି ପହଁଚିଲେ କରିସ୍ମା। ହାତରେ ଥିଲା ଦାମୀ ସ୍ଲିଙ୍ଗ ବ୍ୟାଗ। […]

  • Friday, 16 July 2021
-priya-prakas-varrier-new
ପ୍ରିୟା ପ୍ରକାଶଙ୍କୁ ମିଳୁଛି ବଲିଉଡ୍ ଫିଲ୍ମ ଅଫର୍ !  

ଗତ କିଛିଦିନରେ ପ୍ରିୟାପ୍ରକାଶଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ୟଙ୍ଗ୍ ମାଲୟାଲୀ ଅଭିନେତ୍ରୀଙ୍କ ଭିଡିଓ କ୍ଲିପ୍ ଇଂଟରନେଟ୍‌ରେ ଏତେ ଭାଇରାଲ୍ ହୋଇଛି ଯେ , ସେ ରାତାରାତି ଷ୍ଟାର୍ ପାଲଟିଯାଇଛନ୍ତି । ଚାରିଆଡେ ଖାଲି ତାଙ୍କର ଚର୍ଚ୍ଚା । ଭିଡିଓ କ୍ଲିପ୍‌ରେ ପ୍ରିୟାଙ୍କର ସ୍ମାଇଲ୍ , ଏକ୍ସପ୍ରେଶନ ଓ ଭିନ୍ନ ଅନ୍ଦାଜର ଆଖିମରା କୋଟିକୋଟି ଲୋକଙ୍କୁ ପାଗଳ କରିଛି । ଅନେକ ଲୋକ ପ୍ରିୟାଙ୍କର ଅଭିନୟ ଦକ୍ଷତାକୁ ତାରିଫ୍ କରୁଛନ୍ତି । ମାଲୟାଲମ୍ […]

  • Friday, 16 July 2021
ekta-kid
ଏକ୍‌ତାଙ୍କ ଭାଲେନ୍‌ଟାଇନ୍‌

ମୁମ୍ବାଇ: ଟିଭି କ୍ୱିନ୍‌ ଏକତା କପୁରଙ୍କୁ ମିଳି ଯାଇଛି ତାଙ୍କ ଭାଲେନ୍‌ଟାଇନ୍‌। ଫିଲ୍ମ ଜଗତରେ ବେଶ ନାଁ କମେଥିବା ଏକତା ୪୨ ବର୍ଷର ହୋଇ ଯାଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ପ୍ରତିବର୍ଷ ଭାଲେନ୍‌ଟାଇନ୍‌ ଡେ’ ଆସିଲେ, ଏକତାଙ୍କ ସମ୍ପର୍କରେ କିଛି ନା କିଛି ଶୁଣିବାକୁ ମିଳିଥାଏ। କିଏ ତାଙ୍କ ଭାଲେନ୍‌ଟାନ୍‌ ତାକୁ ନେଇ ସୋସିଆଲ ମିଡିଆରେ ବେଶ ସରଗରମ ଚର୍ଚ୍ଚା ହୋଇଥାଏ। ହେଲେ ଏଥର ନିଜେ ଏକତା ତାଙ୍କ ଭାଲେନ୍‌ଟାନ୍‌ର ଫଟୋ ପୋଷ୍ଟ କରିନ୍ତି। ଗତ […]

  • Friday, 16 July 2021
ranbir
ରଣବୀର ଜୀବନରେ ପୁଣି ଜଣେ ଚୁଲବୁଲି ନାୟିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ଼ର ଲଭର ବୟ ରଣବୀର କପୁର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥାଏ ତାଙ୍କ ରୋମାନ୍ସକୁ ନେଇ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ କିଛି ନା କିଛି ଶୁଣିବାକୁ ମିଳିଥାଛି। ବିଶେଷ କରି ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ସେ ବହୁ ସମୟରେ ଖବରର ଶିରୋନାମା ପାଲଟିଛନ୍ତି। ହେଲେ ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ […]

  • Friday, 16 July 2021
film
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହାସମାବେଶ ଆୟୋଜିତ

ଭୁବନେଶ୍ୱର :  ଆୟୋଜିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହା ସମାବେଶ। ଓଲିଉଡର ପ୍ରଖ୍ୟାତ କଳାକାରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ ମାନେ ଏହି ମହାସମାବେଶରେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳା କରିଥିବା ନେଇ ଏହି ଅବସରରେ ସମାଲୋଚନା କରାଯାଇଛି। ଓଡ଼ିଆ ସିନେ ଜଗତର ଉନ୍ନତି ଲାଗି ସରକାର ନୂଆ ଯୋଜନା ଆଣିବା ନେଇ ଏହି ସମୟରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଠ ଥିବା […]

  • Friday, 16 July 2021
film
ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାରର ଘୋଷଣା

ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ ସମ୍ମାନ। ସେହିଭଳି ‘ହେଲୋ ଆର୍‌ସି’ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍‌ସି’ର ପାର୍ଥସାରଥୀ ରାୟ, ଲୈଲା ଓ ଲୈଲାରେ ଚଳଚ୍ଚିତ୍ର […]

  • Friday, 16 July 2021
jolywood
ଜଲିଉଡ୍‌ରେ ଅଶ୍ଳୀଳ ଝଡ଼ : ଖଣ୍ଡଗିରି ଯାତ୍ରାରେ ଆପତ୍ତିଜନକ ରେକର୍ଡ ଡ୍ୟାନ୍ସ ଅଭିଯୋଗ

ଭୁବନେଶ୍ୱର : ଯାତ୍ରା ପେଣ୍ଡାଲ୍‌ରେ ଜଲ୍ୱା। ଆଖି ଝଲସା ଲାଇଟ୍‌ରେ ଆଖି ବନ୍ଦ ହୋଇଗଲା ଭଳି ନୃତ୍ୟ। କେତେବେଳେ ବିଦେଶୀ ଅଭିନେତ୍ରୀଙ୍କ ରୋମାଞ୍ଚିତ ନାଚଗୀତ ତ ଆଉ କେତେବେଳେ ଅଣଓଡ଼ିଆ ଆଇଟମ୍ ଗର୍ଲଙ୍କ ଅଙ୍ଗ ପ୍ରଦର୍ଶନ। ଆଉ ଏପଟେ ଯାତ୍ରାର ଏହି ଖାସ୍‌ ଦୃଶ୍ୟ ଦେଖିବା ପାଇଁ ଖଚାଖଚ୍ ଦର୍ଶକ। ତେବେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ। ଚଳିତ ଥର ଖଣ୍ଡଗିରି ଯାତ୍ରାରେ ନିର୍ଦ୍ଦିଷ୍ଟ ଏକ ପାର୍ଟି ପକ୍ଷରୁ ରାଣୀ ନାମକ ଜଣେ ଅଭିନେତ୍ରୀଙ୍କ ନୃତ୍ୟ ସହ […]

  • Friday, 16 July 2021
cp
‘ଅଶ୍ଳୀଳ ନୃତ୍ୟ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର : ଖଣ୍ଡଗିରି ମେଳା ଅବସରରରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଅଭିଯୋଗ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍‌ ପୁଲିସ୍‌। ଅଶ୍ଳୀଳ ନୃତ୍ୟ ପରିବେଷଣ ନ କରିବାକୁ ଯାତ୍ରା ମାଲିକଙ୍କୁ ପୁଲିସ୍‌ କମିଶନର ତାଗିଦ୍ କରିଛନ୍ତି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆସନ୍ତା ବର୍ଷରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ପୁଲିସ୍‌ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି କଳିଙ୍ଗ ସେନା ଅନେକ ପୋଷ୍ଟର ଚିରିଛି।

  • Friday, 16 July 2021
bhai--
ପରଦାକୁ ଆସିବ ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା

ବାଲେଶ୍ୱର : ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଭାଇ’ । ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ ଉପରେ ଏହି ଫିଲ୍ମ ତିଆରି ହେବ। ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ୍ […]

  • Friday, 16 July 2021
yatra
ଅପେରାର ମୁଖ୍ୟ ଆକର୍ଷଣ ପାଲଟିଛି ଋଷିଆନ୍ ଡ୍ୟାନ୍ସ

ଭୁବନେଶ୍ୱର : ଖଣ୍ଡଗିରିରେ ଚାଲିଛି ମାଘ ମେଳା। ପ୍ରତିଦିନ ମେଳାରେ ଜମୁଛି ଲୋକଙ୍କ ଭିଡ଼। ହେଲେ ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ହେଉଥିବା ଯାତ୍ରା। ରାଜ୍ୟର ପ୍ରମୁଖ ଯାତ୍ରା ସଂସ୍ଥାଙ୍କ ପକ୍ଷରୁ ଅପେରା ପରିବେଷଣ ହେଉଛି। ହେଲେ ଚଳିତ ଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା ମହାସମରରେ ଦିଆଯାଇଛି ଋଷିଆନ୍ ତଡ଼କା। ଋଷରୁ ଆସିଥିବା ଡ୍ୟାନ୍ସର ବିଦେଶୀ ଠୁମ୍‌କା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ବିଦେଶୀ କଳାକାରଙ୍କ ଡ୍ୟାନ୍ସ ପର୍‌ଫର୍‌ମାନ୍ସକୁ ଦେଖିବାକୁ […]

  • Friday, 16 July 2021
p1
ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। ପ୍ରିୟଙ୍କା ଲଗ୍‌ଜରୀ ବ୍ରାଣ୍ଡ୍‌ ଡିୟୋରର ସିଲିଭର୍‌ କଲର୍‌ର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର […]

  • Friday, 16 July 2021
biju
ବିଜୁ ବାବୁଙ୍କ ଆର୍ଦଶକୁ ନେଇ ସିନେମା ‘ବିଜୁ ବାବୁ’

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜନା ସଂସ୍ଥା ଏଲେନୋରା ଇମେଜେସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଉପରେ ଏକ କର୍ମସିଆଲ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ‘ବିଜୁ ବାବୁ’ ଏହାର ନାଁ ରହିଥିବା ବେଳେ ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଏହାର ଡିଜିଟାଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିସହ ସିନେମାର ଗୀତର ଅଡ଼ିଓ ରେକର୍ଡ ମଧ୍ୟ ହୋଇଛି। ଅନ୍ୟପଟେ ବିଜୁ ବାବୁଙ୍କ ଆର୍ଦଶକୁ ନେଇ ନିର୍ମାଣ ହୋଇଥିବା […]

  • Friday, 16 July 2021
stoy11
‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଗୋଟେ ଗୀତ ରିଲିଜ୍‌

ମୁମ୍ବାଇ: ଆସନ୍ତା କାଲି ରିଲିଜ୍‌ ହେବାକୁ ଯାଉଛି କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’। ତେବେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ‘ଜଟ୍‌ ଲୁଧିୟାନେ ଦେ’ ରିଲିଜ୍‌ ହୋଇଛି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡିଂରେ ରହିଛି। ଏହି ନୂଆ ଗୀତରେ ଟାଇଗର ସ୍ରଫ ଓ ତାରା ସୁତାରିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିସହ ଅନନ୍ୟା ପାଣ୍ଡେ ମଧ୍ୟ ଗୀତରେ ନଜର ଆସିଛନ୍ତି। ଏହି ୩ […]

  • Friday, 16 July 2021
international
ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ ହେଉଛି। ଦୁଇ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଲୋହିୟା ଏକାଡେମୀ ଠାରେ ଏହି ଉତ୍ସବ ଆୟୋଜିତ ହେଉଛି। ପ୍ରାୟ ୭ଟି ଦେଶର ୫୦ଟି ଆଦିବାସୀଙ୍କୁ ଆଧାରିତ କରି ନିର୍ମାଣ ହୋଇଥିବା ପ୍ରାମାଣିକ ଚଳଚିତ୍ର ଏଠାରେ ପ୍ରଦର୍ଶିତ ହେବ। ପ୍ରଥମ ଥର ପାଇଁ ଭାରତରେ ଏହି ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜନ ହେଉଛି। ଭିଡିଓ ରିପବ୍ଲିକ୍‌ ଏବଂ ବାପସାର ମିଳିତ ସହଯୋଗରେ […]

  • Friday, 16 July 2021
2
ପଥୋତ୍ସବରେ ଓଡ଼ିଆ ଫିଲ୍ମ ‘ଚାମ୍ପିଆନ୍‌’ର ଅଡ଼ିଓ ରିଲିଜ୍

ଭୁବନେଶ୍ୱର : ରାଜଧାନୀରେ ଆଜି ପଥୋତ୍ସବ ଅବସରରେ ଓଡ଼ିଆ ଫିଲ୍ମ ‘ଚାମ୍ପିଆନ୍‌’ର ଅଡ଼ିଓ ରିଲିଜ୍‌ ହୋଇଛି। ଏହି ଅବସରରେ ଉପସ୍ଥିତ ଥିଲେ ନାୟିକା ଅର୍ଚ୍ଚିତାଙ୍କ ସମେତ ଫିଲ୍ମର ଅନ୍ୟ ଅଭିନେତା, ସଙ୍ଗୀତକାର ଓ ଗାୟକ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ବି ଉପସ୍ଥିତ ଥିଲେ। ପୁଲୱାମା ହମ୍‌ଲା ଯୋଗୁଁ ଏଥର ନିରାଡ଼ମ୍ବର ଭାବେ ପଥୋତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମର ଆରମ୍ଭରେ ନିରବ ପ୍ରାର୍ଥନା କରି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

  • Friday, 16 July 2021
soundarya
ବାହା ହେଲେ ତାମିଲ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଝିଅ

ଚେନ୍ନାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା। ଚେନ୍ନାଇ ସ୍ଥିତ ଲିଲା ପାଲେସ୍‌ ହୋଟେଲରେ ତାମିଲ୍‌ ଅଭିନେତା ବିଶାଗନଙ୍କୁ ବିବାହ କରିଛନ୍ତି ସୌନ୍ଦର୍ଯ୍ୟା। ତାମିଲ୍‌ ପରମ୍ପରା ଅନୁସାରେ ସୌନ୍ଦର୍ଯ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାସହ ତାମିଲ୍‌ ଅଭିନେତା କମଲ ହାସନଙ୍କ ସହ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

  • Friday, 16 July 2021
mere
‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ପରଦାକୁ ଆସିଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର। ରାକେଶ ଓମ୍‌ ପ୍ରକାଶଙ୍କ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଦେଇଛି। ସ୍ୱଚ୍ଛତାକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ମୁମ୍ବାଇର ଗୋଟିଏ ସ୍ଲମ୍ ଏରିଆର କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ, ଯେତେବେଳେ କି କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ […]

  • Friday, 16 July 2021
film 2
ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’

କଟକ :  ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍‌ ରୋମାଣ୍ଟିକ୍‌ ବୟ ଜ୍ୟୋତିଙ୍କ ଅପୋଜିଟ୍‌ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା। ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି ଅଭିନ୍ତ୍ରୀ ରିୟା।  ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ଅନୁରାଧା,ଗୁଡ୍ଡୁ ପ୍ରମୁଖ କଳାକାର। ନଜର ଆସିଛନ୍ତି। ରାସେଶ୍ୱରୀ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ […]

  • Friday, 16 July 2021
ଇଗତସ
ବଲିଉଡ୍ ମୁଭି ‘ସୋନଚିଡିୟାର’ର ସେକେଣ୍ଡ ଟ୍ରେଲର ରିଲିଜ୍

ମୁମ୍ବାଇ : ରିଲିଜ୍ ହୋଇଛି ଅପ୍‌କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର ଦ୍ୱିତୀୟ […]

  • Friday, 16 July 2021
chakradhara
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

ଭୁବନେଶ୍ୱର :  ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଚକ୍ରଧରଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ,  ନିର୍ଦ୍ଦେଶକ ଚକ୍ରଧର ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଗତ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରାୟ ୬୦ ପ୍ରତିଶତ ଆଫେକ୍ଟେଡ୍‌ ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଓଡ଼ିଆ ଫିଲ୍ମ ‘ନୀଳ ମାଷ୍ଟ୍ରାଣୀ’, ‘କେବେ ତୁମେ ନାହଁ କେବେ […]

  • Friday, 16 July 2021
arjun-samal
ଆଉ ନାହାନ୍ତି ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ

ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା […]

  • Friday, 16 July 2021
s1
ଟଙ୍କା ଠକି ନେଇ ଇଭେଣ୍ଟକୁ ଆସିଲେନି ସୋନାକ୍ଷୀ!

ନୂଆଦିଲ୍ଲୀ: ଅଡୁଆରେ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଠକେଇ ଅଭିଯୋଗରେ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଏକ ଇଭେଣ୍ଟ୍‌ ସଂସ୍ଥା ମାମଲା ରୁଜୁ କରିଛି। ସୋନାକ୍ଷୀଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଗତ ବର୍ଷ ନଭେମ୍ବର ୨୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, ଆୟୋଜକ ପ୍ରମୋଦ ଶର୍ମା ଦିଲ୍ଲୀରେ ଏକ ପୁରସ୍କାର ବିତରଣ ଉତ୍ସବ ପାଇଁ ସୋନାକ୍ଷୀ ସିହ୍ନାକୁ ନିମନ୍ତ୍ରଣ କରିବା ପାଇଁ ଏକ କମ୍ପାନୀକୁ ସେ ୨୪ ଲକ୍ଷ ଟଙ୍କା […]

  • Friday, 16 July 2021