• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sanju
ରିଲିଜ୍‌ ହେଲା ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍‌ ହେବା କ୍ଷଣି ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍‌ଅପରେ ରଣବୀର ଅବିକଳ ସଞ୍ଜୁ ବାବାଙ୍କ ପରି ଦେଖାଯାଉଛନ୍ତି। ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ […]

divyanka
ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ। ଜାଣନ୍ତୁ ଘଟଣା କ’ଣ… ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଘରେ ଘରେ ପରିଚିତ। ଟେଲିଭିଜନ ଦୁନିଆରେ ଅଭିନୟ କରୁଥିବା ଚର୍ଚ୍ଚିତ ବୋହୂଙ୍କ ମଧ୍ୟରେ ଅଧିକାଂଶ ଦର୍ଶକ ଦିବ୍ୟାଙ୍କାଙ୍କୁ ପସନ୍ଦ କରନ୍ତି। ସେ ଯାହା ବି କରନ୍ତି ତାହା […]

ଏଦଲୋସ
ପ୍ରଥମ ବିବାହ ବାର୍ଷିକୀରେ ସୋନମଙ୍କ ସ୍ୱାମୀଙ୍କ ଇମୋଶନାଲ ପୋଷ୍ଟ

ମୁମ୍ୱାଇ :  ଖୁବ କମ୍‌ ଦିନରେ ନିଜ ଆକ୍ଟିଂ ପାଇଁ ଓ ଷ୍ଟାଇଲ ଷ୍ଟେଟମେଣ୍ଟ ଲାଗି ବଲିଉଡ଼ରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆକ୍ଟର ସୋନମ କପୁର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ତାଙ୍କ ପ୍ରଥମ ବିବାହ ବାର୍ଷିକୀ। ସୋନମ ଦିଲ୍ଲୀର ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଥିଲେ। ଉଭୟ ସୋଶାଲ ମିଡ଼ିଆରେ ସବୁବେଳେ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ବାର୍ଷିକୀରେ ଆନନ୍ଦ ପତ୍ନୀ ସୋନମଙ୍କ ନିମନ୍ତେ […]

  • Saturday, 17 July 2021
usasi misra
ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଅନୁଗୁଳ କଣିହାଁ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଅସଦାଚରଣ ହୋଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ଉଷସୀ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ ରଖିଛନ୍ତି ଉଷସୀ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ […]

anil-madhuri
ଏକାଠି ନଜର ଆସିବେ ଅନିଲ୍‌-ମାଧୁରୀ

ଦର୍ଶକଙ୍କ ପାଇଁ ଏକ ଖୁସିର ଖବର। ବହୁଦିନ ପରେ ସେମାନେ ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ୍‌ ଏକାଠି ଦେଖିବାକୁ ପାଇବେ। ପ୍ରାୟ ୧୮ ବର୍ଷ ପରେ ବଲିଉଡର ଏହି ଲୋକପ୍ରିୟ ଯୋଡି ପୁଣି ଏକ ଫିଲ୍ମ କରୁଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନୂଆ ସିନେମା ‘ଟୋଟାଲ ଧମାଲ’ରେ ଦୁହେଁ ନଜର ଆସିବେ। ୧୯୯୨ ମସିହାରେ ଇନ୍ଦ୍ର କୁମାର ଅନିଲ୍‌ କପୁର ଓ ମାଧୁରୀ ଦୀକ୍ଷିତ୍‌ଙ୍କୁ ନେଇ ଫିଲ୍ମ ‘ବେଟା’ କରିଥିଲେ। ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ହୋଇଥିଲା। […]

image
ଜୟଦେବ ଭବନରେ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ

ଭୁବନେଶ୍ୱର : ୧୯୭୭ ମସିହାର ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦର୍ଶକମାନେ ଓଡିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଅତୀତକୁ ଫେରିଥିଲେ। ଏହି ଅବସରରେ ‘ରକ୍ତ ଗୋଲାପ’ର ୩୨ଟି ଚିତ୍ର ଓ ଏହା ସହ ସଂପୃକ୍ତ ଥିବା ଦିବଙ୍ଗତ ବ୍ୟକ୍ତିଙ୍କ ଫଟୋ ସ୍ଥାନୀତ ହୋଇଥିଲା। ଏଥିସହ ‘ରକ୍ତ ଗୋଲାପ’ ଚଳଚ୍ଚିତ୍ର ସହ ସଂପୃକ୍ତ ଅଭିନେତା ସୁରେଶ ମିଶ୍ର, ରମେଶ ପାଣିଗ୍ରାହୀ, ଅଭିନେତ୍ରୀ ବନଜା […]

  • Saturday, 17 July 2021
salman
ବିଦେଶ ଯିବେ ସଲମାନ୍

ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା ଉପରେ କଟକଣା ଜାରି କରିବା ସହ ମେ ୭ରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଦେଶ ଗସ୍ତ ପାଇଁ ସଲମାନଙ୍କ ପକ୍ଷରୁ […]

kareena kapoor
କହୁ କହୁ ମନ କଥା କହିଦେଲେ କରୀନା; ଆଉଥରେ ବାହା ହୁଅନ୍ତି କି!

ନୂଆଦିଲ୍ଲୀ: ବିବାହିତ ହୋଇ ଓ ଗୋଟିଏ ସନ୍ତାନର ଜନନୀ ହେଲାପରେ ମଧ୍ୟ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ଼ ଅଭିନେତ୍ରୀ କରୀନା କପୁର। ଏମିତିକି ବିବାହ ପାଇଁ ସେ ଅନେକ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲେଣି। ଆପଣମାନଙ୍କୁ କଥାଟା ଶୁଣି ନିଶ୍ଚୟ ଅଡ଼ୁଆ ଲାଗୁଥିବ। ନିଶ୍ଚୟ ଭାବୁଥିବେ କି କରୀନା ତ ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଛନ୍ତି, ସେମାନଙ୍କର ଗୋଟିଏ ପୁଅ ବି ଅଛି। ଆଉ ସେ ସୈଫଙ୍କ ସହ ବେଶ୍ ଖୁସି ମଧ୍ୟ […]

mahesh babu
ମହେଶଙ୍କ ଖୁସିର ରହସ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏ‍ବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି। ଜଣେ ଏତେ ବଡ଼ ସୁପରଷ୍ଟାର ହୋଇ ପ୍ରଶଂସକଙ୍କ ପାଇଁ କାମ କରିବା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି। ଆକ୍ସନ ଷ୍ଟାର ଭାବେ ଜଣାଶୁଣା ମହେଶ […]

newton
ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ନିଉଟନ’ ଶ୍ରେଷ୍ଠ ହିନ୍ଦୀ ସିନେମା

ମୁମ୍ୱାଇ : ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଫିଲ୍ମକୁ ବ୍ୟାକ୍ କରିବା ପରେ ଏହା ହେଉଛି ଶ୍ରୀଦେବୀଙ୍କ ତୃତୀୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର।ନିକଟରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା। ସେହିପରି ବଙ୍ଗାଳି ଫିଲ୍ମ ‘ନଗର କୀର୍ତ୍ତନ’ ପାଇଁ ରିଦ୍ଧି ସେନ୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତା। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ବିବେଚିତ ହୋଇଛି ‘ନିଉଟନ’। ନକ୍ସଲ ପ୍ରବଣ ଅଞ୍ଚଳରେ […]

sunny leone
ବିବାହର ୭ ବର୍ଷ ପରେ ପ୍ରଥମଥର ପାଇଁ ସାମ୍‌ନାକୁ ଆସିଲା ସନ୍ନି ଲିଓନିଙ୍କ ବିବାହ ଫଟୋ

ମୁମ୍ବାଇ: ନିଜ ବିବାହ ବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନୀ। ଏଭଳି ଏକ ଖୁସି ମୁହୂର୍ତ୍ତରେ ପ୍ରଥମଥର ଥର ପାଇଁ ସନ୍ନି ଏପରି ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଥିଲା। ଏହା ଜାଣିବା ପରେ ଆପଣମାନଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ କି ଏମିତି […]

anuska
ଅନୁଷ୍କା କରିବେ କମେଡି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ କମେଡି ପ୍ରତି ମନ ବଳେଇଛନ୍ତି। ଭୌତିକ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିସାରିବା ପରେ ଅନୁଷ୍କା ଏବେ କମେଡି ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସବୁ ପ୍ରୋଜେକ୍ଟକୁ ସାରି କମେଡି ଫିଲ୍ମ କରିବାକୁ ସ୍ଥିର କରିଛନ୍ତି। ଏନ୍‌ଏଚ୍-୧୦,ଫିଲୌରୀ ଓ ପରୀ ପରି ଫିଲ୍ମ ନିର୍ମାଣ କରିସାରିଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍ ଫିଲ୍ସ। ଅନୁଷ୍କାଙ୍କର ଏହି […]

Priyanka Prusty
ଓପେରା ମିସ୍ ଇଣ୍ଡିଆର ରନର୍ସଅପ ମୁକୁଟ ପିନ୍ଧିଲେ ମୟୁରଭଞ୍ଜର ଝିଅ

ସର୍ବଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସଅପ୍ ହେବାର ସୈାଭାଗ୍ୟ ପାଇଛନ୍ତି। ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ। ସେଥିରୁ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି।

vote star
ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଛନ୍ତି ଏହି ଷ୍ଟାର କିଡ଼ସ୍‌

ମୁମ୍ୱାଇ :  ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାରତରେ ଏବେ ନିର୍ବାଚନୀ ମାହୋଲ ସରଗରମ ଅଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ବହୁ ସ୍ଥାନରେ ଏହା ଅନୁଷ୍ଠିତ ହେବ। ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିବା ନିମନ୍ତେ ନୂଆ ଭୋଟରମାନେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇବେ। ନିର୍ବାଚନ ଆୟୋଗଙ୍କ ମୁତାବକ, ଚଳିତ ଥର ପ୍ରାୟ  ୮ କୋଟି ୪୩ ଲକ୍ଷ ମତଦାତା ପ୍ରଥମ ଥର ଲାଗି ନିଜ ମତଦାନ ସାବ୍ୟସ୍ତ କରିବେ। ଅଧିକ ସଂଖ୍ୟକ […]

  • Friday, 16 July 2021
ranbir kapoor
ରଣବୀର କପୁର ଅସୁସ୍ଥ!

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ସମୟ ଠିକ୍‌ ଚାଲିନାହିଁ। ଯଦି ଆମେ ରଣବୀରଙ୍କ ପିଲ୍ମ ଉପରେ ନଜର ପକାଇବା ତେବେ ଦୀର୍ଘ ଦିନ ଧରି ରଣବୀରଙ୍କ କୌଣସି ହିଟ୍‌ ଫିଲ୍ମ ଆସିନାହିଁ। ଗୋଟିଏପଟେ ନିଜର ଫିଲ୍ମକୁ ନେଇ ରଣବୀର ଚିନ୍ତାରେ ଥିବାବେଳେ ଏପଟେ ତାଙ୍କ ଦେହ ଅସୁସ୍ଥ। ତାଙ୍କୁ ଏମିତି ଏକ ରୋଗ ହୋଇଛି ଯେ, ପୂରା ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ରଣବୀରଙ୍କ ଦେହ ଖରାପ କଥା ଶୁଣିବା […]

prabhas
ସତରେ କ’ଣ ବିବାହ କରିବେ ପ୍ରଭାସ!

ହାଇଦ୍ରାବାଦ: ବଲିଉଡ଼ରେ ଯେମିତି ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚାରେ ରହି ଆସୁଅଛି। ଗତ ବର୍ଷ ଏପ୍ରିଲ୍‌ରେ ବାହୁବଳୀ-୨ ରିଲିଜ୍‌ ହୋଇଥିଲା। ଏହାପରେ ପ୍ରଭାସ ଓ ତାଙ୍କ କୋ-ଷ୍ଟାର ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିବା କଥା ମଧ୍ୟ ଶୁଣାଯାଇଥିଲା। ବର୍ତ୍ତମାନ ପ୍ରଭାସଙ୍କ ନାଁକୁ ମେଗାଷ୍ଟାର […]

rakhal--
ପରଲୋକରେ ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ : ଓଡ଼ିଶାର ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କଟକ ବାଦାମବାଡ଼ି ସ୍ଥିତ ବାସ ଭବନରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।  ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ ସେ ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ଓଡ଼ିଶାର ପଲ୍ଲୀ ଗୀତକୁ ସେ ପ୍ରଥମେ ରୂପେଲି ପରଦାରେ ଉପସ୍ଥାପିତ କରିଥିଲେ। ଓଡ଼ିଶାର ସଂଗୀତ ଜଗତକୁ ସେ ନିଜ ସ୍ୱର ଦ୍ୱାର କରିଥିଲେ ଉଜ୍ଜ୍ୱଳ। ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, […]

  • Friday, 16 July 2021
salman
ଜେଲରୁ ମୁକୁଳିଲେ ଅଭିନେତା ସଲମାନ ଖାନ୍‌

ଯୋଧପୁର : ଅଭିନେତା ସଲମାନ ଖାନ୍‌ ଜେଲ୍‌ରୁ ଖଲାସ୍‌ ହେଲେ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍‌ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍‌ଆଇ […]

salman -1
ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ  ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ […]

ranveer-dipika
ପୁଣି ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କୁ ଏକାଠି ଦେଖିବେ ଦର୍ଶକ

ମୁମ୍ବାଇ : ସିନେ ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ! ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଆସୁଥିବ? କାରଣ ଦୁହେଁ ଏବେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁନାହାନ୍ତି। ସେମାନେ ପୁଣି କେମିତି ଏକାଠି ହେବେ? ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ତେବେ କୌଣସି ଫିଲ୍ମରେ ନୁହେଁ, ଏକ ଫ୍ୟାସନ ଶୋ’ରେ […]

  • Friday, 16 July 2021
sonu
କାଳବୈଶାଖୀର ତାଣ୍ଡବ : ଭୁଶୁଡ଼ିଲା ସୋନୁ ନିଗମ୍‌ଙ୍କ ପାଇଁ ତିଆରି କୋଟିଏ ଟଙ୍କାର ଷ୍ଟେଜ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍‌ ଭାଙ୍ଗିଗଲା। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ସେହି ସ୍ଥାନ ଛାଡ଼ି ଦୌଡ଼ିଲେ ଲୋକେ। ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଭୁଶୁଡ଼ିପଡ଼ିଛି। ଯାଜପୁରକୁ ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଏହା ଥିଲା ଶେଷଦିନ। ଏହି ଅବସରରେ ବଲିଉଡ […]

  • Friday, 16 July 2021
deepika padukone and ranveer singh
ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!

ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍‌ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]

urvashi
ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀଙ୍କ ନାଁରେ ନକଲି ଆଧାର କାର୍ଡ଼

ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍‌ ବୁକ୍‌ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍‌ ବୁକ୍‌ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ  ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଉର୍ବଶୀ କୌଣସି ଏକ ଇଭେଣ୍ଟରେ ଯୋଗଦାନ […]

anu----
ଓଡ଼ିଆରେ ‘ଦେବଦାସ୍’ : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ

ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍‌’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ […]

  • Friday, 16 July 2021
ଓଲହେକୋ
ଫୋବର୍ସର ଏସିଆ ଅଣ୍ଡର-୩୦ଲିଷ୍ଟରେ ଅନୁଷ୍କା ଶର୍ମା

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ କ୍ଷେତ୍ରରେ କିଛି ଭିନ୍ନତା କରିବା ସହ ନିଜ ଉଦ୍ୟମରେ ଏସିଆର […]

  • Friday, 16 July 2021