ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୂଲା। ଭୁବନେଶ୍ୱରରେ ସଂକ୍ରମଣ ରୋକିବାକୁ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ। ଏଥିପାଇଁ ୫୬୫ ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ଏମାନେ ବସ୍ତି ଓ ଅନ୍ୟ ଅଞ୍ଚଳରେ ହେଲଥ ସ୍କ୍ରିନିଂ କରିବେ। ସେହିପରି ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି। ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ। କରୋନା ଲକ୍ଷଣ […]
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି ଆସିଛି ଦୁଃଖଦ ଖବର। ଭାରତରେ ଏବେ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରିଦିଆଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବା ନେଇ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍। ଏ ନେଇ ସେରମ୍ […]
ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏଠାରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଟାଉନ୍ରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍ରୁ ୧୮୫ ଓ ଲୋକାସ୍ କେସ୍ ୨୭୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ଜଣାଇଛି। ଏହାଛଡ଼ା ଆଜି ବିଏମସିରୁ ୪୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧ ଲକ୍ଷ ୮ ହଜାର ୧ ଜଣ ଆରୋଗ୍ୟ ଲାଭ କରି ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, […]
ବିନିକା: ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ସଟ୍ଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି […]
ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୯୬,୫୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ୨୪ ଘଣ୍ଟାରେ ୧,୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୬,୨୭୧କୁ ଛୁଇଁଛି। ଆଜିର ତଥ୍ୟ ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୯୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୫୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୬୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧୧୭ରେ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ୪, ପୁରୀରୁ ୩, ମୟୂରଭଞ୍ଜରୁ ୨, ଖୋର୍ଦ୍ଧା, କଟକ, କଳାହାଣ୍ଡି, କୋରାପୁଟ, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୦୫ ହୋଇଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ୩,୯୯୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବହୁ ରାଜନେତା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଓଡ଼ିଶାର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪୦୬୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୧୨୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। 45 from Rayagada37 from Kalahandi33 from Bolangir33 from Sonepur32 from Kandhamal31 from Boudh26 from Deogarh24 from Malkangiri23 from Gajapati — H & FW Dept Odisha (@HFWOdisha) September 11, […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୭୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୭୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୯୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୮୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିର, ଯାଜପୁର, କନ୍ଧମାଳ,କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୧୬ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୭୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ କେବଳ […]
ନୂଆଦିଲ୍ଲୀ: ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭ ହଜାର ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଦେଶରେ ୭୭ ହଜାର ୪୭୨ଜଣଙ୍କ ମୃତ୍ୟୁ ହେଲାଣି। ଆଜିର ଆକ୍ରାନ୍ତଙ୍କୁ ମିଶାଇଵା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯ଲକ୍ଷ ୫୮ ହଜାର ୩୧୬ ଜଣ ଚିକିତ୍ସିତ ହେଉଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ କରୋନା ଭ୍ୟାକ୍ସିନ୍ ପରୀକ୍ଷଣକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍ସିନ୍ କୋଭାକ୍ସିନ୍ ପଶୁଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ଏ ନେଇ ଗତକାଲି କୋଭାକ୍ସିନ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ ପ୍ରାଇମେଟ ବର୍ଗର ପଶୁଙ୍କ ଶରୀରରେ ଏହି କୋଭାକ୍ସିନ୍ ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା Favipiravir ଟାବ୍ଲେଟ୍ ଓ Remdesivir ଇଞ୍ଜେକ୍ସନ ବିକ୍ରି ପାଇଁ Drugs Controller General of India(DCGI) ପକ୍ଷରୁ ଅନୁମତି ଦିଆଯାଇଛି। ଏଣିକି ଏହି ୨ଟି ଔଷଧ ବଜାରେ ମିଳିବ। ଏ ନେଇ ଓଡ଼ିଶା DIRECTORATE OF DRUGS CONTROL ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ ଗୁଡ଼ିକ କିଣି ହେବ। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍ରୁ ୧୮୨ ଓ ଲୋକାଲ କେସ ୨୯୮ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ନେଇଛି। ଏହାଛଡ଼ା ଆଜି ୬୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under […]
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଲାଗୁ ହୋଇଛି ଗଞ୍ଜାମ ମଡେଲ। ବସ୍ତି ଓ ବ୍ଲକରେ ଥର୍ମାଲ ସ୍କ୍ରିନିଂ ହେଲଥ ୱାର୍କର, କୋଭିଡ ସଚେତକ ଓ ୱାର୍ଡ ଅଫିସରଙ୍କ ଟିମ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ସାରା ସହରରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ମେଗା ସ୍କ୍ରିନିଂ ପାଇଁ ବିଏମସିରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଥିବା ବେଳେ ଏପଟେ ସୁସ୍ଥ ସଂଖ୍ୟା ବଧ୍ୟ ବଢ଼ୁଛି। ଏହିକ୍ରମରେ ଆଜି ରାଜ୍ୟରେ ମୋଟ ୩୨୧୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 21 from Gajapati12 from Kalahandi7 from Boudh4 from Deogarh […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ସେପ୍ଟେମ୍ବର ୬ ତାରିଖରେ ଟ୍ରାଏଲକୁ ରୋକି ଦିଆଯାଇଥିଲା। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରିଟେନର ସବୁ ପରୀକ୍ଷଣ […]
ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ପରିଚାଳନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍ ଜାରି ହୋଇଛି। ଏହି ନୂଆ ପ୍ରୋଟୋକଲ୍ରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି କିପରି ରହିବେ, କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ପ୍ରୋଟୋକଲ୍ରେ କ’ଣ କ’ଣ ସବୁ ରହିଛି… ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି। ସବୁବେଳେ ମାସ୍କ, […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍ କରିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୭୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୪୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୬୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଆକ୍ରାନ୍ତ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୩, କଟକରୁ ୨, ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୨୬ ହୋଇଛି। ପଢ଼ନ୍ତୁ: ଓଡ଼ିଶାରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮,୫୮୬ରେ ପହଞ୍ଚିଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬କୁ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍ କେସ୍-୯,୭୩,୧୭୫ ଥିବାବେଳେ ୩୭,୦୨,୫୯୫ଜଣ ସୁସ୍ଥ ହୋଇଛନ୍ତି। ୭୮,୫୮୬ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ କମିବାର ନାଁ ନେଉନାହିଁ। ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୧୧୬ ଓ ଲୋକାଲ କେସ୍ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୬୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs […]