• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

represenat
କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ। ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ […]

  • Sunday, 04 July 2021
covid-medical
କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍

ଭୁବନେଶ୍ୱର; କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟେକ୍ନିକାଲ ଟିମ୍‌ରେ ସାପ୍ତାହିକ ଗସ୍ତ ସୂଚୀ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ। କୋଭିଡ଼ ହସ୍ପିଟାଲର ଚିକିତ୍ସା, ଖାଦ୍ୟ, ପରିମଳ ବ୍ୟବସ୍ଥାର ତଦାରଖ କରିବ ଟିମ୍। ଏମିତିକି ମୃତଦେହର ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ଟିମ୍‌ ତାର ମଧ୍ୟ ତଦାରଖ କରିବେ।ଏଥିସହିତ  ଚିକିତ୍ସା ଓ ମିଳୁଥିବା ସୁବିଧା ବିଷୟରେ ରୋଗୀଙ୍କୁ ପଚାରି ବୁଝିବ ଟିମ୍। […]

  • Sunday, 04 July 2021
corona-cure
ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]

  • Sunday, 04 July 2021
hotel
ଅନଲକ୍-୩: ହୋଟେଲ୍ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି […]

  • Sunday, 04 July 2021
୨୪ ଘଣ୍ଟାରେ ଓଡ଼ିଶାରେ ଚିହ୍ନଟ ହେଲେ ୨,୮୯୮ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୮

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ୪, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ ଛୁଇଁଛି। ଅନ୍ୟପକ୍ଷରେ ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୪୭୮ କରୋନା ଟେଷ୍ଟ ହୋଇଥିବା […]

  • Sunday, 04 July 2021
corona updates in odisha
ଓଡ଼ିଶାରେ ଦିନକରେ ୨,୮୯୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୭୦ ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୪୭୮ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଚିହ୍ନଟ ନୂଆ ୨,୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୯୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୦୬ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୫୨୪ ଜଣ […]

corona-test
ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୭୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା। ଦିନକରେ ବାହାରିଲେ ପାଖାପାଖି ୭୦ ହଜାର କରୋନା ପଜିଟିଭ। ଏହା ପରେ କରୋନାକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୬୯ ହଜାର ୬୫୨ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୯୭୭ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ […]

  • Sunday, 04 July 2021
ananta jena
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା। କରୋନା ପଜିଟିଭ ନେଇ ଟ୍ୱିଟ୍‌ ଯୋଗେ ନିଜେ ବିଧାୟକ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ପରେ ହୋମ୍ କ୍ୱାରେଣ୍ଟିନରେ ଥିବା ବିଧାୟକ କହିଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

  • Sunday, 04 July 2021
gajendra-shekahwat
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା

ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହଙ୍କ ପରେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭି ହୋଇଛନ୍ତି। କେନ୍ଦ୍ର ଜଳଶକ୍ତି ମିସନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରକାନାରେ ଭର୍ତ୍ତି ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶେଖାୱାତ। ଏନେଇ ସେ ଲେଖିଛନ୍ତି “ ଶରୀର ଅସୁସ୍ଥ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ମୋ ରିପୋର୍ଟ […]

  • Sunday, 04 July 2021
bhubaneswar
ଦିନକରେ ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରେଣ୍ଟିନରୁ ୧୭୨, ଲୋକାଲ କଣ୍ଟାକ୍ଟ କେସ୍ ୧୪୭ ରହିଛି। ଭୁବନେଶ୍ୱରରେ ଆଜି  ଆଉ ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ)। ମଞ୍ଚେଶ୍ୱର ଅଞ୍ଚଳରୁ ୧୬ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ବୁଦ୍ଧ ନଗର ଗୋପବନ୍ଧୁ କଲୋନିରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୬ ଅଞ୍ଚଳରୁ ୯, ବରମୁଣ୍ଡାରୁ […]

  • Sunday, 04 July 2021
cuttack
କଟକ ସହରରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, କେଉଁ ଅଞ୍ଚଳରୁ କେତେ?

କଟକ: କଟକ ସହରରୁ ଆଜି ଆଉ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ଲୋକାଲ କେସ୍ ରହିଛି। କେଉଁ ଅଞ୍ଚଳରୁ କେତେ:- କଟକ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୧୭ ଚିହ୍ନଟ ହୋଇଛନ୍ତି। ସେଲଟର ଛକ ଧୋବାସାହିରୁ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଚି ସାହିରୁ ୬, ନୂଆ ବଜାରରୁ ୫, ପିଲିଗ୍ରୀମ ରୋଡରୁ ୫, ଥୋରିଆ ସାହିରୁ ୩, କାଜି ବଜାରରୁ ୩, ଚାଉଳିଆଗଂଜରୁ ୩ […]

  • Sunday, 04 July 2021
cure
ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୬୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୪୮,୫୭୬କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଗଞ୍ଜାମରୁ ସର୍ବାଧିକ ୩୬୫ ଓ ଖୋର୍ଦ୍ଧାରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼-୯୧, ଯାଜପୁର-୮୬. ଗଜପତିରୁ ୬୫, କଟକ ଓ କୋରାପୁଟରୁ ୬୩ ଲେଖାଏଁ, ମୟୂରଭଞ୍ଜରୁ ୬୦, କନ୍ଧମାଳ-୫୦, ରାୟଗଡ଼ା-୪୨, ନୟାଗଡ଼-୪୧, ମାଲକାନଗିରି-୩୯, […]

  • Sunday, 04 July 2021
corona
କଟକ ସହରରେ ଜଣେ ACPଙ୍କୁ କରୋନା

କଟକ: କଟକ ସହରରେ ଜଣେ ଆସିଷ୍ଟାଣ୍ଟ୍‌ କମିଶନର ଅଫ୍‌ ପୋଲିସ୍ ‌(ACP) ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ACP କରୋନା ପଜିଟିଭ ଚିହ୍ନଟ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ACP ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ତେବେ ସମ୍ପୃକ୍ତ ACPଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତକାଲି କଟକ ସହରରୁ ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]

  • Sunday, 04 July 2021
india
ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ହଜାର ଜଣ ଆକ୍ରାନ୍ତ ମୃତ୍ୟୁ ହେବା ପରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪ହଜାର ୮୪୯ରେ ପହଞ୍ଚିଛି। ଏହାସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି। […]

  • Sunday, 04 July 2021
coronavirus in odisha
ଓଡ଼ିଶାରେ କରୋନା ସ୍ଥିତି: ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ଅନୁଗୁଳ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ ଛୁଇଁଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫୬ ହଜାର ୪୭୯ କରୋନା […]

sbp
ସୁଧୁରୁନି ପ୍ରଖ୍ୟାତ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା; ଏବେବି ଗୁରୁତର

ଚେନ୍ନାଇ: କରୋନା ଆକ୍ରାନ୍ତ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ(ଏସ୍‌ବିପି)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଚେନ୍ନାଇର ଏମ୍‌ଜିଏମ୍ ହେଲ୍‌ଥ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ଆଇସିୟୁର ଭେଣ୍ଟିଲେଟର୍ ଓ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ଏମଜିଏମ୍ ହେଲ୍‌ଥ କେୟାର ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଏହି ଟିମ୍ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟର ପ୍ରତିଟି ଦିଗ […]

  • Sunday, 04 July 2021
corona updates in odisha
୨୪ ଘଣ୍ଟାରେ ଓଡ଼ିଶାରେ ୨,୬୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫୬ ହଜାର ୪୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୬୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୬୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୭୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୨୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୪୭୫ ଜଣ ଚିହ୍ନଟ […]

aslam'
ଦିଲ୍ଲୀପ କୁମାରଙ୍କ ସାନଭାଇ ଅସଲମ ଖାନଙ୍କ ପରଲୋକ; କରୋନାରେ ଆକ୍ରାନ୍ତ ଥିଲେ

ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍‌କୁ ରିଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳବତୀ ହସ୍‌ଟିପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ତାଙ୍କ  ବଡ଼ ଭାଇ ଇସାନ ଖାନ ମଧ୍ୟ […]

  • Sunday, 04 July 2021
lalu
RJD ମୁଖ୍ୟ ଲାଲୁ ଯାଦବଙ୍କ ସୁରକ୍ଷାରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍‌ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। […]

  • Sunday, 04 July 2021
corona
୨୪ ଘଣ୍ଟାରେ ସୁସ୍ଥ ହେଲେ ୬୨, ୨୮୨; ବଢ଼ିଲା ସୁସ୍ଥ ହାର

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୧.୫ ଲକ୍ଷ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି କରୋନାଭାଇରସ୍ ଜନିତ ମୃତ୍ୟୁ ହାର ୧.୮୯ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଦେଶରେ […]

  • Sunday, 04 July 2021
corona
ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଜନପ୍ରତିନିଧି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ  ହୋଇଥିବା ନେଇ ସଂଜୀବ ଟ୍ୱିଟ୍ କରି ଜଣାଇଛନ୍ତି। ଆଜି ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ  ସେ ପରାମର୍ଶ ଦେଇଛନ୍ତି। Today my covid test done and test results got posetive.i am requesting all those who are in my contact […]

  • Sunday, 04 July 2021
bhubanesar
ଭୁବନେଶ୍ୱରରୁ ଆଉ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୧ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୩, ଲୋକାଲ କଣ୍ଟାକ୍ଟରୁ ୧୫୧ ସଂକ୍ରମିତ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ରାଜମହଲ ଛକ ଏମ୍ଏଲ୍ଏ କ୍ୱାର୍ଟର୍ସ ଅଞ୍ଚଳରୁ ୯ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ୮ ଟ୍ରାଫିକ୍ ଷ୍ଟାଫ୍ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ରେଳ ବିହାରରୁ ୬, ସ୍ୱାସ୍ଥ୍ୟ ବିଭାଗର ୬ କର୍ମଚାରୀ […]

  • Sunday, 04 July 2021
mask
ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର: ସୁସ୍ଥ ହେଲେ ୧୯୨୭ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ଓଡ଼ିଶାରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୯୦, ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, […]

  • Sunday, 04 July 2021
bijay-amruta-kulange
ଗଂଜାମରେ 'ମିଶନ ଜିରୋ ଆକ୍ଟିଭ କେସ୍' ଆରମ୍ଭ

ବ୍ରହ୍ମପୁର:  ଗଂଜାମରେ ଆରମ୍ଭ ହୋଇଛି ମିଶନ ଜିରୋ ଆକ୍ଟିଭ କେସ୍।  ଗଂଜାମରେ କରୋନା ମୁକାବିଲା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ ସଂଖ୍ୟା ଆଜି ୨ଶହ ତଳକୁ ଖସିଛି। ଆଗକୁ ଆହୁରି କମିବ ବୋଲି ଜିଲ୍ଲାପାଳ ପ୍ରେସମିଟ୍‌ରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗଂଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି। […]

  • Sunday, 04 July 2021
jayaram pangi
ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କୋରାପୁଟ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ପାଙ୍ଗି ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଥିବା ସୂଚନା ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

  • Sunday, 04 July 2021